For faster navigation, this Iframe is preloading the Wikiwand page for ଗୋପାଳ ଚନ୍ଦ୍ର ପଣ୍ଡା.

ଗୋପାଳ ଚନ୍ଦ୍ର ପଣ୍ଡା

ଗୋପାଳ ଚନ୍ଦ୍ର ପଣ୍ଡା
ଜନ୍ମ (1940-06-17) ୧୭ ଜୁନ ୧୯୪୦ (ବୟସ ୮୪)
ଜାତୀୟତାଭାରତୀୟ
ବୃତ୍ତିଓଡ଼ିଶୀ ସଙ୍ଗୀତ ଗୁରୁ
ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମୀ
ଶୈଳୀଓଡ଼ିଶୀ ସଙ୍ଗୀତ
ପୁରସ୍କାରକେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର[]

ଗୋପାଳ ଚନ୍ଦ୍ର ପଣ୍ଡା (ଜନ୍ମ : ୧୭ ଜୁନ ୧୯୪୦) ଜଣେ ଓଡ଼ିଶୀ ସଙ୍ଗୀତ ଗୁରୁ ଓ ଗାୟକ । ଓଡ଼ିଶୀ ସଙ୍ଗୀତ ସାଧନା, ଶିକ୍ଷାଦାନ ଓ ଅନୁସନ୍ଧାନ ତଥା ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତର ମର୍ଯ୍ୟଦା ପ୍ରଦାନ କରିବା ପାଇଁ ସେ ଚେଷ୍ଟିତ ଅଛନ୍ତି । ତାଙ୍କୁ ୨୦୦୦ ମସିହାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ ୨୦୧୧ରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଥିଲା ।[] ସଙ୍ଗୀତ ସାଧକ ଭିନ୍ନ ସେ ଜଣେ ଓଡ଼ିଆ ଭାଷାପ୍ରେମୀ ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଗୋପାଳ ଚନ୍ଦ୍ର, ୧୯୪୦ ମସିହାରେ ଭଦ୍ରକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଘରେ ବିଭିନ୍ନ ପୂଜା ପାର୍ବଣରେ ସଙ୍ଗୀତର ଆୟୋଜନ କରାଯାଉଥିଲା । ସେ ସବୁ ଛୋଟବେଳୁ ଦେଖି, ସେ ସଙ୍ଗୀତ ପ୍ରତି ଆକର୍ଷିତ ହୋଇ ଗୀତ ଗାଇବା ଆରମ୍ଭ କରିଥିଲେ । ତାଙ୍କ କଣ୍ଠସ୍ୱର ସମସ୍ତଙ୍କୁ ଭଲ ଲାଗୁଥିଲା । ବଡ଼ ଭାଇ "ନନ୍ଦ କିଶୋର ପଣ୍ଡା"ଙ୍କ ପ୍ରେରଣାରେ ସେ ସଙ୍ଗୀତ ଶିକ୍ଷାରମ୍ଭ କରିଥିଲେ । ଘରେ ସଙ୍ଗୀତର ପୃଷ୍ଠପୋଷକତା ପାଇଁ ଜମିବାଡ଼ି ସମ୍ପତ୍ତି ବିକ୍ରୀ ହୋଇ ଯାଇଥିଲା ଓ ଅର୍ଥାଭାବ ଯୋଗୁ ତାଙ୍କ ସଙ୍ଗୀତ ଶିକ୍ଷା ବାଧାପ୍ରାପ୍ତ ହୋଇଥିଲା । ପାଠରେ ସେ ଭଲ ଥିଲେ, ତେଣୁ ପରିବାରର ଇଚ୍ଛା ଥିଲା ସେ ପାଠରେ ମନୋନିବେଶ କରନ୍ତୁ । କିନ୍ତୁ ସେ କଲିକତା ଚାଲି ଯାଇ ସଙ୍ଗୀତ ଶିକ୍ଷାଗ୍ରହଣ କରିଥିଲେ । କଲିକତାରୁ ବାରଣାସୀପୁନେ ଯାଇ ସେ ଅଧିକ ସଙ୍ଗୀତ ଶିକ୍ଷାଗ୍ରହଣ କରିଥିଲେ । ପଣ୍ଡିତ କୁଣ୍ଡଳ ଆଦିନାରାୟଣ ରାଓ, ଜି ସି ପଲୁସ୍କର ଓ ସିଂହାରୀ ଶ୍ୟାମସୁନ୍ଦର କରଙ୍କଠାରୁ ସେ ସଙ୍ଗୀତ ଶିକ୍ଷାଲାଭ କରିଥିଲେ ।

ବୃତ୍ତିଗତ ଜୀବନ

[ସମ୍ପାଦନା]

୧୯୭୨ ମସିହାରେ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ସେ "ଓଡ଼ିଶୀ କଣ୍ଠ ସଙ୍ଗୀତ" ବିଭାଗରେ ଅଧ୍ୟାପନା ଆରମ୍ଭ କରିଥିଲେ । ୨୬ ବର୍ଷ ସେଠାରେ ଶିକ୍ଷାଦାନ କରି ସେ ୧୯୯୮ ମସିହାରେ ବିଭାଗୀୟ ମୁଖ୍ୟ ଭାବରେ ଅବସର ଗ୍ରହଣ କରିଥିଲେ ।[] ଅବସର ପରେ ସେ "ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମୀ" ପ୍ରତିଷ୍ଠା କରି, ଓଡ଼ିଶୀ ସଙ୍ଗୀତ ଉପରେ ଅନୁସନ୍ଧାନ ଜାରୀ ରଖିଛନ୍ତି ଓ ଶାସ୍ତ୍ରୀୟ ସଙ୍ଗୀତର ମର୍ଯ୍ୟଦା ପାଇବା ପାଇଁ ପ୍ରୟାସ କରୁଛନ୍ତି । ଏହି ଅନୁଷ୍ଠାନ ଆନୁକୁଲ୍ୟରେ ପ୍ରତିବର୍ଷ "ଓଡ଼ିଶୀ ରାଗ ଉତ୍ସବ"ର ଆୟୋଜନ କରା ଯାଇଥାଏ ।[] ସେ ସେ ଅନେକ ଓଡ଼ିଶୀ ନୃତ୍ୟର ସଙ୍ଗୀତ ସଂରଚନା କରିଛନ୍ତି । ଶାସ୍ତ୍ରୀୟ ସଙ୍ଗୀତ ଉପରେ ପର୍ଯ୍ୟବସିତ ତାଙ୍କର ଅନେକ ଆଲବମ ରହିଛି । ସେ ଓଡ଼ିଶୀ ସଙ୍ଗୀତ ଉପରେ ପର୍ଯ୍ୟବସିତ ପୁସ୍ତକମାନ ରଚନା କରିଛନ୍ତି । ସେ ସବୁ :

ରଚନାବଳୀ

[ସମ୍ପାଦନା]
  • ଓଡ଼ିଶୀ ରାଗ ରତ୍ନାବଳୀ
  • ଓଡ଼ିଶୀ ସଙ୍ଗୀତ ମଞ୍ଜରୀ
  • ଓଡ଼ିଶୀ ରାଗ ପ୍ରକାଶ
  • ଓଡ଼ିଶୀ ରାଗ ପରିଚୟ
  • ଓଡ଼ିଶୀ ରାଗ ବିଜ୍ଞାନ
  • ଶ୍ରୀ ଗୀତ ଗୋବିନ୍ଦ ସ୍ୱରଲିପି[]

ପୁରସ୍କାର

[ସମ୍ପାଦନା]
  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୧[]
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୦୦
  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ - ୨୦୦୯
  • ସଂଗୀତ ସୁଧାକର ସ୍ମାରକୀ ସମ୍ମାନ - ୨୦୧୯ ( ନାଲକୋଦ୍ୱାରା ପ୍ରଦତ୍ତ)[]
  • ଗଙ୍ଗାଧର ସ୍ମୃତି ପୁରସ୍କାର, ୨୦୧୧[]
  1. "Gopal Ch. Panda To Receive Sangeet Natak Akademi Award". odishatv.in. odisha tv. Archived from the original on 2 March 2020. Retrieved 2 March 2020.
  2. "ସଙ୍ଗୀତ ନାଟକ ଏକାଡେମୀ ସମ୍ମାନପ୍ରାପ୍ତ ଓଡ଼ିଆ କଳାକାରଙ୍କୁ ସଂସ୍କୃତି ମନ୍ତ୍ରୀଙ୍କ ଶୁଭେଚ୍ଛା" (PDF). inpr.odisha.gov.in. inpr.odisha.gov.in.
  3. "ସାକ୍ଷାତକାର". No. ରବିବାର ସମ୍ବାଦ ୦୧/୦୩/୨୦୨୦ ପୃଷ୍ଠା ୬. ସମ୍ବାଦ. Retrieved 2 March 2020.
  4. "In solidarity with Odissi". www.thehindu.com. the hindu. Retrieved 2 March 2020.
  5. "Book to popularise Odissi ragas - Gopal Chandra Panda brings out his 40 years of research on music". www.telegraphindia.com. telegraph. Retrieved 2 March 2020.
  6. "Gopal Chandra Panda". sangeetnatak.gov.in. କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ. Retrieved 2 March 2020.
  7. "ଗୋପାଳ ପଣ୍ଡା ପାଇବେ ନାଲ୍‌କୋ ସଂଗୀତ ସୁଧାକର ସ୍ମାରକୀ ସମ୍ମାନ". sambad.in/. ସମ୍ବାଦ. Retrieved 2 March 2020.
  8. "୩ଜଣଙ୍କୁ ମିଳିବ ଗଙ୍ଗାଧର ସ୍ମୃତି ପୁରସ୍କାର". dharitri.com/e-Paper. Retrieved 10 February 2021.
{{bottomLinkPreText}} {{bottomLinkText}}
ଗୋପାଳ ଚନ୍ଦ୍ର ପଣ୍ଡା
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?