For faster navigation, this Iframe is preloading the Wikiwand page for ବିନୋଦିନୀ ଦେବୀ.

ବିନୋଦିନୀ ଦେବୀ

ବିନୋଦିନୀ ଦେବୀ
ଜନ୍ମ୧୯୩୭
ତିଗିରିଆ, କଟକ ଜିଲ୍ଲା
ମୃତ୍ୟୁ୨୩ ଅକ୍ଟୋବର ୨୦୨୩
ଜାତୀୟତାଭାରତୀୟ
ପୁରସ୍କାରଗୁରୁ କେଳୁଚରଣ ମହାପାତ୍ର ସମ୍ମାନ

ବିନୋଦିନୀ ଦେବୀ (୧୯୩୭ - ୧୬ ଅକ୍ଟୋବର ୨୦୨୩) ଜଣେ କବି ଓ ଗୀତିକାର ଥିଲେ । ସେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ମହିଳା ଗୀତିକାର ।[] ଓଡ଼ିଆ ସିନେମାର ପ୍ରଥମ ନାରୀ ଗୀତିକାର ଭାବରେ ୧୯୬୫ ମସିହାର ମଲାଜହ୍ନ ଚଳଚ୍ଚିତ୍ର ପା‍ଇଁ ସେ ଗୀତ ଲେଖିଥିଲେ[] । ସେ ମଧ୍ୟ ଜଣେ ଓଡ଼ିଆ ଶିଶୁ ଗୀତ ଓ ଆଧୁନିକ ଗୀତ ଗୀତିକାର ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ସେ ୧୯୩୭ ମସିହାରେ କଟକ ଜିଲ୍ଲାର ତିଗିରିଆରେ ଜ‍ନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ସ୍ୱାଧିନତା ସଂଗ୍ରାମୀ ମଧୁସୂଦନ ପଟ୍ଟନାୟକ । ସେ ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗ ସୁଜନପୁର ଗ୍ରାମର ବାଳକୃଷ୍ଣ ମଙ୍ଗରାଜଙ୍କୁ ବିବାହ କରିଥିଲେ । ବାଳକୃଷ୍ଣ ମଙ୍ଗରାଜ ଜଣେ ପ୍ରଶାସନିକ ଅଧିକାରୀ ଥିଲେ । ବିବାହବେଳକୁ ସେ ମାଟ୍ରିକ ପାସ କରିନଥିଲେ । କିନ୍ତୁ ପାଠପଢ଼ାପ୍ରତି ବିନୋଦିନୀଙ୍କର ଅନେକ ଆଗ୍ରହ ଥିଲା । ତାଙ୍କ ବଡ଼ପୁଅ ମାଟ୍ରିକ ପାସ କରିବା ପରେ, ବିନୋଦିନୀ ୩୯ବର୍ଷ ବୟସରେ ମାଟ୍ରିକ ପରୀକ୍ଷାଦେଇ ପାସ କରିଥିଲେ ।[]

ଚଳଚ୍ଚିତ୍ର ଗୀତ

[ସମ୍ପାଦନା]

ବିନୋଦିନୀ ଦେବୀଙ୍କ ଲିଖିତ କିଛି ଚଳଚ୍ଚିତ୍ର ଗୀତ:-

ଗୀତ ଚଳଚ୍ଚିତ୍ର କଣ୍ଠ
ତୁଚ୍ଛାକୁ ମହୁ ମଲା ଜହ୍ନ କଲ୍ୟାଣୀ ଭଟ୍ଟାଚାର୍ଯ୍ୟ
ମୋ ନାଁଟି ମୋ ନାଁଟି ମଲା ଜହ୍ନ ନନ୍ଦିତା ଘୋଷ
ରକତ ଟଳମଳ ଖ‍‍ଇର ପାଞ୍ଚପଳ ମଲା ଜହ୍ନ ଅକ୍ଷୟ ମହାନ୍ତି
ଭିଣେ‍ଇ ବାବୁ ଭିଣେ‍ଇ ବାବୁ ତଅପୋ‍ଇ ଅକ୍ଷୟ ମହାନ୍ତି ଓ ଗୀତା ପଟ୍ଟନାୟକ
ସାଥୀରେ ସାଥୀରେ ଜୀବନ ସାଗରେ ଅସ୍ତରାଗ ପ୍ରଣବ ପଟ୍ଟନାୟକ[]

ଅନ୍ୟ କିଛି ଚଳଚ୍ଚିତ୍ର ଯେଉଁଥି ପାଇଁ ବିନୋଦିନୀ ଦେବୀ ଗୀତ ଲେଖିଛଂତି :- "ମୁଁ ତୁମେ ଓ ସେ" (୧୯୮୨), ଶ୍ରୀ ଜଗ‍ନ୍ନାଥ (୧୯୭୯), "ଜୟ ଜଗନ୍ନାଥ" (୨୦୦୭)

ଗୀତି ଗ୍ରନ୍ଥ

[ସମ୍ପାଦନା]

ବିନୋଦିନୀ ଦେବୀଙ୍କ ପ୍ରକାଶିତ କିଛି ଗୀତି କବିତା ପୁସ୍ତକ :-

ଶିରୋନାମା ବିଷୟବସ୍ତୁ ବର୍ଷ
ଖୋକାଟିଏ ଖୋକିଟିଏ ଶିଶୁଗୀତି ସଂକଳନ ୧୯୮୬
ଅମୃତା ଭକ୍ତିଗୀତ ସଂକଳନ ୧୯୯୬
ଟିକି ଟିକି ନାଲି କାଇଁଚ ଶିଶୁଗୀତି ସଂକଳନ ୧୯୯୯
ଏ‍ଇ କଳା ମୋର କଳଙ୍କ ଆଧୁନିକ ଗୀତ ସଂକଳନ ୨୦୦୦

ମୃତ୍ୟୁ

[ସମ୍ପାଦନା]

୨୦୨୩ ମସିହା ଅକ୍ଟୋବର ୧୬ ତାରିଖରେ ଅନୁଗୋଳଠାରେ ୮୬ ବର୍ଷ ବୟସରେ ବିନୋଦିନୀ ଦେବୀଙ୍କର ପରଲୋକ ଘଟିଥିଲା ।[]

  1. ଦେଓ, ସୂର୍ଯ୍ୟ (2015). ଓଡ଼ିଆ ସିନେମା ଗୀତ ୧୯୩୬ରୁ ୧୯୬୯. ଚଂଦ୍ରଶେଖରପୁର ଭୁବନେଶ୍ୱର: ସୃଜନ. p. ୨୧୯. ISBN 978-81-92546-53-7.
  2. ଚକ୍ର, ଶ୍ୟାମହରି (06-May-2011). "Malajanha comes alive again". The New Indian Express. Retrieved 23 July 2016. ((cite news)): Check date values in: |date= (help)[permanent dead link]
  3. "ନିରବିଗଲେ 'ନିରିମାଖି କୁଆଁରୀ'". https://sambadepaper.com/. 12 November 2018. Retrieved 17 October 2023. ((cite web)): External link in |website= (help)
  4. "Lyricist Bnodini Debi". Odiamusic.com. Archived from the original on 12 August 2014. Retrieved 24 July 2016.
  5. Digital, Sambad (16 October 2023). "'ନିରିମାଖୀ କୁଆଁରୀ ମୁଁ…' ଗୀତର ପ୍ରଖ୍ୟାତ ଗୀତିକାର ବିନୋଦିନୀ ଦେବୀ ଆଉ ନାହାନ୍ତି". Sambad. Retrieved 16 October 2023.

ଅଧିକ ତଥ୍ୟ

[ସମ୍ପାଦନା]
{{bottomLinkPreText}} {{bottomLinkText}}
ବିନୋଦିନୀ ଦେବୀ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?