For faster navigation, this Iframe is preloading the Wikiwand page for ଧୀରେନ୍ଦ୍ର ପଟ୍ଟନାୟକ.

ଧୀରେନ୍ଦ୍ର ପଟ୍ଟନାୟକ

ଧୀରେନ୍ଦ୍ର ପଟ୍ଟନାୟକ
ଜନ୍ମ
ଧୀରେନ୍ଦ୍ର ନାଥ ପଟ୍ଟନାୟକ

(1933-02-01)୧ ଫେବୃଆରୀ ୧୯୩୩
ମୃତ୍ୟୁ୧ ଜାନୁଆରୀ ୨୦୦୯(2009-01-01) (ବୟସ ୭୫)
କଟକ
କଟକ, କଟକ ଜିଲ୍ଲା
ଜାତୀୟତା ଭାରତୀୟ
ପ୍ରସିଦ୍ଧିଛଉ, ଗୋଟିପୁଅପ୍ରହ୍ଲାଦ ନାଟକକୁ ସାରା ବିଶ୍ୱରେ ଜଣାଶୁଣା କରାଇବା []

ଧୀରେନ୍ଦ୍ର ପଟ୍ଟନାୟକ (ମୂଳ ନାମ: ଧୀରେନ୍ଦ୍ର ନାଥ ପଟ୍ଟନାୟକ, ୧୯୩୩ - ୨୦୦୯) ଜଣେ ଓଡ଼ିଶୀ ନୃତ୍ୟ ଗବେଷକ, ଓଡ଼ିଆ ସାହିତ୍ୟିକ ଥିଲେ । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର କୁଳପତି ଭୂମିକା ମଧ୍ୟ ନିଭାଇଥିଲେ ।[] ସେ ଜୟନ୍ତିକା ନାମକ ଅନୁଷ୍ଠାନ ଆରମ୍ଭ କରି ତାହା ମାଧ୍ୟମରେ ଓଡ଼ିଶୀ ନୃତ୍ୟର ଏକ ଶାସ୍ତ୍ରୀୟ ନୃତ୍ୟ ଆନ୍ଦୋଳନକୁ ଅଧିକ ବଳବତ୍ତର କରିବା ପାଇଁ ସେ ୫୦ ଦଶକରେ ଉଦ୍ୟମ କରିଥିଲେ । ତାଙ୍କ ଚେଷ୍ଟା ଫଳରେ ୬୦ ବର୍ଷ ପରେ ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା । ଓଡ଼ିଶୀ ସମ୍ବନ୍ଧରେ ସେ ପ୍ରଥମ ଓଡ଼ିଆ ବହି "ଓଡ଼ିଶୀ ନୃତ୍ୟ" ରଚନା କରିଥିଲେ । ଏଥି ସହିତ ସେ ଓଡ଼ିଶୀ ସମ୍ବନ୍ଧରେ ମୋଟ ୧୮ଟି ବହି ଓଡ଼ିଆ ଓ ଇଂରାଜୀରେ ରଚନା କରିଥିଲେ । ୧୯୫୪ରେ ସେ ପ୍ରଥମ ଓଡ଼ିଆ ପୁରୁଷ ନୃତ୍ୟଶିଳ୍ପୀ ଭାବେ ଓଡ଼ିଶା ବାହାରେ, ନୂଆ ଦିଲ୍ଲୀଠାରେ ନିଜ ସଂଯୋଜିତ ନୃତ୍ୟକଳା ପରିବେଷଣ କରିଥିଲେ ।[] ସେ, ପ୍ରହ୍ଲାଦ ନାଟକ, ସଖୀ କଣ୍ଡେଇ, ଛଉ ଆଦି ଓଡ଼ିଶାର ପାରମ୍ପାରିକ ନୃତ୍ୟକଳା ସମ୍ବନ୍ଧରେ ଗବେଷଣା କରିବା ସହିତ ଏସବୁର ପୁନରୁଦ୍ଧାର ପାଇଁ ଉଦ୍ୟମ କରିଥିଲେ । ସେ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ଜଣେ ସହ-ପ୍ରତିଷ୍ଠାତା ଥିଲେ ।[]

ଜୀବନୀ

[ସମ୍ପାଦନା]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଧୀରେନ୍ଦ୍ର ପଟ୍ଟନାୟକ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ୧୯୩୩ ମସିହା ଫେବୃଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[] ସେ ନିଜ ବିଦ୍ୟାଳୟର ଶିକ୍ଷକ ଦିନବନ୍ଧୁ ମାଝି ଓ ବୀର ହନୁମାନ ଶାସ୍ତ୍ରୀଙ୍କଠାରୁ ପ୍ରଥମେ ନାଚ ଶିଖିବା ଆରମ୍ଭ କରିଥିଲେ ।[]

କର୍ମ ଜୀବନ

[ସମ୍ପାଦନା]

ସେ ଜଣେ ନୃତ୍ୟଶିଳ୍ପୀ ଭାବେ ନିଜର ପେଷାଗତ ଜୀବନ ଆରମ୍ଭ କରିଥିଲେ । ଓଡ଼ିଶୀ ନୃତ୍ୟର ବାକି ସଂସ୍ଥାପକମାନଙ୍କ ସହ ମିଶି ସେ "ଜୟନ୍ତିକା" ଅନୁଷ୍ଠାନ ଆରମ୍ଭ କରିଥିଲେ ଯାହା ଭିନ୍ନ ଭିନ୍ନ ନୃତ୍ୟଗୁରୁଙ୍କ ମତକୁ ଏକ କରିବାରେ ସହାୟକ ହୋଇଥିଲା । ସେ ଏସିଆର ପ୍ରଥମ ଅଭିନୟ କଳା ମହାବିଦ୍ୟାଳୟ "ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ"ର ସଂସ୍ଥାପକ-ଅଧ୍ୟକ୍ଷ ଥିଲେ । ସେ ଅନ୍ୟାନ୍ୟ ଅନୁଷ୍ଠାନର ବିଭିନ୍ନ ପଦପଦବୀ ସହିତ ଅମେରିକାରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ ଓଡ଼ିଶୀ ଡ୍ୟାନ୍ସ ଫେଷ୍ଟିଭାଲର ସଭାପତି ପଦରେ ଆସୀନ ହୋଇଥିଲେ ।[]

ସମ୍ମାନ

[ସମ୍ପାଦନା]

ଧୀରେନ୍ଦ୍ର ପଟ୍ଟନାୟକ ଓଡ଼ିଶୀ ନୃତ୍ୟରେ ପାରଦର୍ଶିତା ପାଇଁ ଓଡ଼ିଶାର ଶ୍ରେଷ୍ଠ ଅଭିନୟ କଳା ପୁରସ୍କାର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର ଲାଭ କରିଥିଲେ । ସେ କେନ୍ଦ୍ର ସଙ୍ଗୀତ ନାଟକ ଅକାଦେମୀ ପୁରସ୍କାର ମଧ୍ୟ ଲାଭ କରିଥିଲେ ।[]

ଧୀରେନ୍ଦ୍ର ପଟ୍ଟନାୟକ ଓଡ଼ିଶୀ ନୃତ୍ୟ ସମ୍ବନ୍ଧରେ ପ୍ରଥମ ଓଡ଼ିଆ ବହି "ଓଡ଼ିଶୀ ନୃତ୍ୟ" ରଚନା କରିଥିଲେ ।[] ସେ ନାଟ୍ୟ ଶାସ୍ତ୍ର, ଅଭିନୟ ଚନ୍ଦ୍ରିକା ଓ ଅଭିନୟ ଦର୍ପଣର ଓଡ଼ିଆ ଅନୁବାଦ ମଧ୍ୟ କରିଥିଲେ ।

  1. ୧.୦ ୧.୧ "ନୃତ୍ୟ ଗବେଷକ ଧୀରେନ୍ଦ୍ର ପଟ୍ଟନାୟକଙ୍କ ଦେହାନ୍ତ". ସମ୍ବାଦ. ୩ ଜାନୁଆରୀ ୨୦୦୯. ((cite news)): |access-date= requires |url= (help); Check date values in: |accessdate= and |date= (help)
  2. ୨.୦ ୨.୧ ୨.୨ ୨.୩ "Dhirendra Nath passes away". ହିନ୍ଦୁ. ୩ ଜାନୁଆରି ୨୦୦୯. Retrieved ୧୯ ଜୁନ ୨୦୧୪. ((cite news)): Check date values in: |accessdate= and |date= (help)
  3. "Orissa Dance Academy (Dhirendra Nath Patnaik)". Retrieved 18 June 2014.
  4. Acharya, Rahul. "Dr Dhirendranath Pattnaik". Narthaki. Retrieved 2 February 2015.
  5. "Orissa: Srjan announces Guru Kelucharan Mohapatra Award to Gloria, Kumkum Mohanty". OrissaDiary. Retrieved 2 February 2015.[permanent dead link]
  6. "Dhiren Patnaik passes away". TheNewIndianExpress. 3 January 2009. Archived from the original on 5 March 2016. Retrieved 2 February 2015.
  7. Pallabi Chakravorty; Nilanjana Gupta (21 August 2012). Dance Matters: Performing India on Local and Global Stages. Routledge. pp. 272–. ISBN 978-1-136-51612-2.
{{bottomLinkPreText}} {{bottomLinkText}}
ଧୀରେନ୍ଦ୍ର ପଟ୍ଟନାୟକ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?