For faster navigation, this Iframe is preloading the Wikiwand page for ପ୍ରମୋଦ କୁମାର ମହାନ୍ତି.

ପ୍ରମୋଦ କୁମାର ମହାନ୍ତି

ପ୍ରମୋଦ କୁମାର ମହାନ୍ତି
ଜନ୍ମ(1942-01-26)୨୬ ଜାନୁଆରୀ ୧୯୪୨
ବିରିଡ଼ି, ଜଗତସିଂହପୁର
ମୃତ୍ୟୁ୨ ଫେବୃଆରୀ ୨୦୨୨(2022-02-02) (ବୟସ ୮୦)
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଅଲାଣ୍ଡୋ ଉ.ପ୍ରା. ବିଦ୍ୟାଳୟ, ଅଳକା ହାଇସ୍କୁଲ
ଉଲ୍ଲେଖନୀୟ କୃତିଅସରନ୍ତି ଅଣସର
ବୈବାହିକ-ସାଥୀକବିତା ପଟ୍ଟନାୟକ
ସନ୍ତାନମିତ୍ରଭାନୁ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ପ୍ରମୋଦ କୁମାର ମହାନ୍ତି ( ୨୬ ଜାନୁଆରୀ ୧୯୪୨ - ୨ ଫେବୃଆରୀ ୨୦୨୨ ), କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ[] ଜଣେ ଓଡ଼ିଆ କବି ଥିଲେ ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

କବି ମହାନ୍ତି, ୧୯୪୨ମସିହାରେ ଜଗତସିଂହପୁର ଜିଲ୍ଲାର ବିରିଡିଠାରେ ଜନ୍ମଗ୍ରହଣ କରିଥିଲେ । ଅଲାଣ୍ଡୋ ଉ.ପ୍ରା. ବିଦ୍ୟାଳୟ ଓ ଅଳକା ହାଇସ୍କୁଲରେ ସେ ପାଠ ପଢ଼ିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ସେ ମନୋବିଜ୍ଞାନରେ ସ୍ନାତକ ଶିକ୍ଷା ହାସଲ କରିଥିଲେ । ସ୍ନାତକ ଶିକ୍ଷା ସମାପ୍ତ କରିବାପରେ ସେ ଚିନ୍ତାମଣି ବିଦ୍ୟାପୀଠରେ କିଛି ଦିନ ଶିକ୍ଷକତା କରିଥିଲେ । ପରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବାପରେ ବାଙ୍କି ମହାବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରିଥିଲେ । ପରେ ସେ ଭୁବନେଶ୍ବରସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନରେ ମନୋବିଜ୍ଞାନର ଅଧ୍ୟାପନା କରି, ସେହି ଅନୁଷ୍ଠାନରୁ ନିର୍ଦ୍ଦେଶନା-ଅଧ୍ୟାପକ ପଦରେ ଥାଇ ୧୯୯୪ ମସିହାରେ ଅବସର ଗ୍ରହଣ କରିଥିଲେ ।

ସାହିତ୍ୟିକ ଜୀବନ

[ସମ୍ପାଦନା]

ଶୈଶବରୁ ସାହିତ୍ୟ ପ୍ରତି ସେ ଆକର୍ଷିତ ଥିଲେ । ହାଇସ୍କୁଲରେ ପଢ଼ିଲା ବେଳେ, ସବୁଜପଲ୍ଲୀ ନାମରେ ଏକ ହାତଲେଖା ପତ୍ରିକା ବାହାର କରୁଥିଲେ । ପରବର୍ତ୍ତୀ ସମୟରେ ଏହି ପତ୍ରିକାର ନାମ ବଦଳି ମୈତ୍ରୀ ହୋଇଥିଲା । ସବୁଜପଲ୍ଲୀ ଓ ମୈତ୍ରୀ ପତ୍ରିକାରୁ ହିଁ ପ୍ରମୋଦଙ୍କର ଲେଖାଲେଖି ଆରମ୍ଭ ହୋଇଥିଲା ।

ପ୍ରମୋଦ, ଜଣେ ସହକାରୀ ଶିକ୍ଷକ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଭଦ୍ରକ ମହାବିଦ୍ୟାଳୟରେ, ମନୋବିଜ୍ଞାନର ଗବେଷକ ଭାବରେ ଯୋଗଦାନ କରିଥିଲେ । ସେଠାର ଅନୁକୁଳ ପରିବେଶ, ମହାନ୍ତିଙ୍କୁ କବିତା ଲେଖିବା ପାଇଁ ପ୍ରେରଣା ଯୋଗାଇଥିଲା । ପ୍ରଜାତନ୍ତ୍ର, କଳିଙ୍ଗ ପ୍ରଭୃତି ପତ୍ରିକାରେ ତାଙ୍କର କବିତା ପ୍ରକାଶିତ ହେବାକୁ ଲାଗିଲା । ବିଭିନ୍ନ ପତ୍ରପତ୍ରିକା ଓ ସ୍ମରଣିକାରେ ପ୍ରକାଶିତ କବିତାକୁ ଏକାଠିକରି, କ୍ରମଶଃ ନାମକ କବିତା ସଂକଳନ ପ୍ରକାଶିତ ହେଲା । []

ସାହିତ୍ୟ କୃତି

[ସମ୍ପାଦନା]

ପଦ୍ୟ ପୁସ୍ତକ

[ସମ୍ପାଦନା]
  • କ୍ରମଶଃ - ୧୯୬୭
  • ଦେବୀପାଦ - ୧୯୮୧
  • ଅକାତକାତ - ୧୯୯୫
  • ଚିତ୍ର ନଦୀ - ୨୦୦୨
  • ଅସରନ୍ତି ଅଣସର - ୨୦୦୬ ( ଏଣ୍ଡ୍‌ଲେସ୍‌ ଆଡର୍ଣ୍ଣମେଣ୍ଟ୍‌ ନାମରେ ମେରି ମହାନ୍ତିଙ୍କଦ୍ୱାରା ଇଂରାଜୀ ଭାଷାକୁ ଅନୁବାଦିତ)
  • ଅଲଗା କୁହ - ୨୦୦୭
  • ଚିତ୍ର ଚିତ୍ରକ - ୨୦୦୯
  • ଚିତ୍ର ପେଡ଼ି - ୨୦୦୯
  • ଅକ୍ଷର ସେବା - ୨୦୧୪
  • ବାଙମୟ ବର୍ଣ୍ଣମାଳା - ୨୦୧୬
  • ଅଧାଅଧା ଅଲିମ୍ପିକ - ୨୦୧୭

ଗଦ୍ୟ ପୁସ୍ତକ

[ସମ୍ପାଦନା]
  • ପିଲାଙ୍କୁ କିପରି ମଣିଷ କରିବ
  • ସିଗ୍‌ମଣ୍ଡ୍‌ ଫ୍ରଏଡ୍‌: ଜୀବନୀ ଓ ମନସମୀକ୍ଷା ତତ୍ତ୍ବ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର(ଅସରନ୍ତି ଅଣସର ପାଇଁ) - ୨୦୦୮ []
  • ବିଷୁବ ପୁରସ୍କାର, ୨୦୧୨ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[]
  • ଝଙ୍କାର ପୁରସ୍କାର (କବିତା), ୧୯୯୬ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[]
  • ଭାନୁଜୀ ରାଓ ସ୍ମାରକୀ ପୁରସ୍କାର, ୨୦୦୬ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍ ପ୍ରଦତ୍ତ)
  • ଧରିତ୍ରୀ ପୁରସ୍କାର

ମୃତ୍ୟୁ

[ସମ୍ପାଦନା]

୨୦୨୨ ମସିହା ଫେବୃଆରୀ ୨ ତାରିଖଦିନ ଭୁବନେଶ୍ୱରଠାରେ ପ୍ରମୋଦଙ୍କର ମୃତ୍ୟୁ ଘଟିଥିଲା ।[]

  1. http://odisha.gov.in/e-magazine/orissaannualreference/2014/pdf/106-107.pdf
  2. http://www.newindianexpress.com/nation/article18968.ece[permanent dead link]
  3. "ପ୍ରଥମ ବହି : କ୍ରମଶଃ". ଧରିତ୍ରୀ ସାହିତ୍ୟାୟନ ସେପ୍ଟେମ୍ବର ୧୮-ଅକ୍ଟୋବର ୨, ୨୦୧୫ ପୃଷ୍ଠା ୨. Retrieved 29 September 2015.
  4. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 13 June 2021.
  5. http://orissamatters.com/2012/04/13/poet-pramod-mohanty-felicitated-with-bishuba-samman/
  6. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧୩ ଜୁନ ୨୦୨୧. ((cite web)): Check date values in: |accessdate= (help)
  7. "ପରଲୋକରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ କବି ପ୍ରମୋଦ କୁମାର ମହାନ୍ତି". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 2 February 2022. Retrieved 2 February 2022.
{{bottomLinkPreText}} {{bottomLinkText}}
ପ୍ରମୋଦ କୁମାର ମହାନ୍ତି
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?