For faster navigation, this Iframe is preloading the Wikiwand page for ଅନନ୍ତ ପଟ୍ଟନାୟକ.

ଅନନ୍ତ ପଟ୍ଟନାୟକ

ଅନନ୍ତ ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ(1912-06-11)୧୧ ଜୁନ ୧୯୧୨
ଚଣାହାଟ, ପୁରୀ ଜିଲ୍ଲା
ମୃତ୍ୟୁ୧୯୮୭
ବୃତ୍ତିଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସାହିତ୍ୟ କୃତିଅବାନ୍ତର (କବିତା ସଂକଳନ)
ଜୀବନସାଥୀନୀରଦପ୍ରଭା ପଟ୍ଟନାୟକ
ସମ୍ପର୍କୀୟବ୍ରହ୍ମୋତ୍ରୀ ମହାନ୍ତି (ଭଉଣୀ)[]
ଅମରେଶ ପଟ୍ଟନାୟକ (ପୁଅ)

ଅନନ୍ତ ପଟ୍ଟନାୟକ (୧୧ ଜୁନ ୧୯୧୨-୧୯୮୭)[] ଓଡ଼ିଶାରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ଅନୁବାଦକ ଥିଲେ । ୧୯୫୦ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ସପ୍ତଶଯ୍ୟାର ସେ କାହାଣୀ, ଚିତ୍ରନାଟ୍ୟ, ଗୀତ ଓ ସଂଳାପ ରଚନା କରିଥିଲେ ।[]

ଜୀବନୀ

[ସମ୍ପାଦନା]

ଅନନ୍ତ ୧୯୧୨ ମସିହା ଜୁନମାସ ୧୧ତାରିଖ ଦିନ ପୁରୀ ଜିଲ୍ଲାର ଚଣାହାଟଠାରେ ଜନ୍ମଗ୍ରହଣ କରିଥିଲେ ।[] ପିଲାଦିନରୁ ସେ ନିଜ ମାତାପିତାଙ୍କୁ ହରାଇଥିଲେ । ରେଭେନ୍‌ସା କଲିଜିଏଟ ସ୍କୁଲରେ ନବମ ଶ୍ରେଣୀରେ ପଢୁଥିବା ସମୟରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ । ସ୍କୁଲର କୌଣସି ପତ୍ରିକା ପ୍ରକାଶ ପାଉନଥିଲା । ଶିକ୍ଷକମାନଙ୍କୁ କହି, ସେ "ଛାତ୍ରବନ୍ଧୁ" ନାମକ ପତ୍ରିକା ପ୍ରକାଶନା ଆରମ୍ଭ କରିଥିଲେ । ପତ୍ରିକାର ସମ୍ପାଦକ ମଧ୍ୟ ସେ ନିଜେ ଥିଲେ । ୧୯୩୦ରେ ସେ ମାଟ୍ରିକ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ । ବୈପ୍ଲବିକ କବିତା ଲେଖୁଥିବାରୁ ରେଭେନ୍ସା ମହାବିଦ୍ୟାଳୟରେ ତାଙ୍କୁ ପଢ଼ିବାରୁ ବଞ୍ଚିତ କରାଗଲା । ଏହି ସମୟରେ ସେ ଲବଣ ସତ୍ୟାଗ୍ରହରେ ଯୋଗ ଦେଇଥିଲେ ଓ ବୈପ୍ଲବିକ ଗୀତ ଗାଇ ସଂଗ୍ରାମୀମାନଙ୍କର ଉତ୍ସାହ ବର୍ଦ୍ଧନ କରୁଥିଲେ । ୧୯୩୧ରେ ତାଙ୍କୁ ରେଭେନ୍ସା ମହାବିଦ୍ୟାଳୟରେ ଦାଖଲା ମିଳିଥିଲା । ଏଠାରେ ସେ ବାମପନ୍ଥୀ ଚିନ୍ତାଧାର ପ୍ରତି ଆକର୍ଷିତ ହୋଇଥିଲେ । ଓଡ଼ିଶାରେ କଂଗ୍ରେସ ସମାଜବାଦୀ ଦଳ ପ୍ରତିଷ୍ଠାରେ ସେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । "ନବଯୁଗ ସାହିତ୍ୟ ସଂସଦ" ଏହି ଦଳର ଏକ ଅନୁଷ୍ଠାନ ଥିଲା ଓ ଏହି ଅନୁଷ୍ଠାନ ପତ୍ରିକାର ପରିଚାଳନା ସମ୍ପାଦକ ଦାୟିତ୍ୱ ଅନନ୍ତ ନିର୍ବାହ କରୁଥିଲେ । ଛଅ ମାସ ପ୍ରକାଶ ପାଇବା ପରେ, ଏହି ପତ୍ରିକା ବନ୍ଦ ହୋଇ ଯାଇଥିଲା । 'ଅତନୁ', 'ବୋଧିସତ୍ତ୍ୱ', 'କୁମାରୀ ଯଶୋଧାରା', 'ପ୍ରାୟଦର୍ଶୀ' ଆଦି ଛଦ୍ମନାମରେ ସେ ଏହି ପତ୍ରିକାରେ ଲେଖୁଥିଲେ ।

ରଚନାବଳୀ

[ସମ୍ପାଦନା]
କବିତା ସଂକଳନ
  • ଅବାନ୍ତର ୧୯୭୯
  • ରକ୍ତଶିଖା ୧୯୩୬, ଯୁଗ୍ମ: ସଚ୍ଚି ରାଉତରାୟ
  • ଛାଇର ଛିଟା ୧୯୬୬
  • ଅଲୋଡ଼ା ଲୋଡ଼ା ୧୯୬୪
  • ଶାନ୍ତି ଶିଖା ୧୯୪୫, ୧୯୫୩, ୧୯୮୫
  • ଅଋତୁ ଋତୁ ୧୯୮୬
  • ତର୍ପଣ କରେ ଆଜି ୧୯୪୧
  • କିଞ୍ଚିତ ୧୯୫୯, ୧୯୬୬
  • ଉଠ ଜାଗ ଭୋକି ବନ୍ଦୀ
  • ସୂତ୍ରଟିଏ ସୁକୃତିର ୧୯୮୬

ଶିଶୁ ସାହିତ୍ୟ

  • ଛବିଟିଏକୁ ଗପଟିଏ
  • କସରା ଘୋଡ଼ା (ଗପ)
  • କୁନୁମୁନୁ
  • ଗପୁଡ଼ି ମାଇଁକି ଧପୁଡ଼ି ଧାଇଁ
  • ପାଠ ଶୋଭା ୧୯୬୦
  • ଲାଲ ଟୁକୁ ଟୁକୁ ସୁରୁଜଟିଏ
  • ଅଗଡ଼ମ୍ ବଗଡ଼ମ୍
  • ଭଲ ପଣ ଲଢ଼େଇ କର ନା ପୁସି
  • ମୋ ପଢ଼ା ବହି
  • ତୁମେ ଜାଣ କି ? (ଅନୁବାଦ)
  • ଚାଲ ଚାଲ ଯିବା ମେଳଣ ଦେଖି (କବିତା) ୧୯୯୧

ନାଟକ

  • ରାବଣ ୧୯୯୧
  • ଚିର ଅନ୍ଧାର ରାତି ୧୯୯୦

ଅନ୍ୟାନ୍ୟ

  • ଚଢ଼ା ଉତ୍ତରା (ଗଳ୍ପ) ୧୯୬୭
  • ଅନନ୍ତ ବିଚିତ୍ରା ୧୯୯୧
  • ଅନନ୍ତ ପଟ୍ଟନାୟକ
  • ଅନନ୍ତ ପଟ୍ଟନାୟକ ରଚନା ସମଗ୍ର, ଭାଗ ୧ ୧୯୯୬
  • ଅନନ୍ତ ପଟ୍ଟନାୟକ ରଚନା ସମଗ୍ର, ଭାଗ ୨ ୧୯୯୯
  • ଅନନ୍ତ ପଟ୍ଟନାୟକ ରଚନା ସମଗ୍ର, ଭାଗ ୩ ୨୦୦୦
  • ଅନନ୍ତ ପଟ୍ଟନାୟକ ରଚନା ସମଗ୍ର, ଭାଗ ୪ ୨୦୦୨
  • ଅନନ୍ତ ପଟ୍ଟନାୟକ ରଚନା ସମଗ୍ର, ଭାଗ ୫ ୨୦୦୬

ଅନୁବାଦ

[ସମ୍ପାଦନା]
  • ଭାଗ୍ୟରୁ ଖିଏ ୧୯୫୮, ୧୯୬୬ (ମୂଳ: ସୋଲକୋଭଙ୍କ 'Fate of a Man'
  • ମା: ୧୯୬୮ "ଗର୍କି"ଙ୍କ ଲିଖିତ ରୁଷୀୟ କ୍ଲାସିକ ବହି "The Mother"ର ଓଡ଼ିଆରେ ରୂପାନ୍ତର କରିଥିଲେ ।[]
  • ସତ ହେଲା ମଣିଷର ସ୍ୱପ୍ନ ୧୯୭୮
  • ଶିକ୍ଷା ନବୀସ
  • ଦୁବପତ୍ର (ୱାଲଟ ହ୍ୱିଟମାନଙ୍କ 'Leaves of Grass' ୧୯୯୧
  • ବ୍ୟକ୍ତି ଓ କମ୍ୟୁନିଜମ୍ ୧୯୬୭

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. Chakra, Shyamhari. "A Poet who defied the conventional". The New Indian Express. Retrieved 1 September 2016.[permanent dead link]
  2. "ANANTA PATNAIK". OrissaDiary. Retrieved 28 February 2015.[permanent dead link]
  3. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 64–. ISBN 978-1-136-77284-9.
  4. "ଆଜି ଜନ୍ମଦିନ". No. ସମ୍ବାଦ ଭୁବନେଶ୍ୱର ସଂସ୍କରଣ. ସମ୍ବାଦ. ୧୧ ଜୁନ ୨୦୨୦. pp. ୨. Archived from the original on 13 June 2021. Retrieved 11 June 2020. ((cite news)): Check date values in: |date= (help)
  5. Changing the Terms, Translating in the Postcolonial Era Archived 2011-08-27 at the Wayback Machine.. Sherry Simon and Paul St-Pierre. 272 pages . 6 x 9 ISBN 978-0-7766-0524-1 (November 2000). pp. 78
  6. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 13June 2021. ((cite web)): Check date values in: |accessdate= (help)
{{bottomLinkPreText}} {{bottomLinkText}}
ଅନନ୍ତ ପଟ୍ଟନାୟକ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?