ରେଭେନ୍ସା ମହାବିଦ୍ୟାଳୟ
ରେଭେନ୍ସା ମହାବିଦ୍ୟାଳୟ (ବର୍ତ୍ତମାନ ରେଭେନ୍ସା ବିଶ୍ୱବିଦ୍ୟାଳୟ) | |
---|---|
Latin: Ravenshaw College | |
ଲକ୍ଷ୍ୟ | ଜ୍ଞାନ ହିଁ ଶକ୍ତି (Knowledge Is Power) |
ସ୍ଥାପିତ | ୧୮୬୮ |
ପ୍ରକାର | ସର୍ବସାଧାରଣ |
ଅବସ୍ଥାନ | କଟକ, ଓଡ଼ିଶା, ଭାରତ |
ପରିସର | ୮୭.୪ ଏକର |
ୱେବସାଇଟ | ravenshawuniversity.ac.in |
ରେଭେନ୍ସା ମହାବିଦ୍ୟାଳୟ (ବର୍ତ୍ତମାନ ରେଭେନ୍ସା ବିଶ୍ୱବିଦ୍ୟାଳୟ) କଟକରେ ଅବସ୍ଥିତ । ଏହାକୁ ଥୋମାସ ଏଡୱାଡ ରେଭେନ୍ସା (Thomas Edward Ravenshaw) , ୱିଲିୟମ ୱୀଥର (William Withers)ଙ୍କ ବଂଶଜ , ୧୮୬୮ ମସିହାରେ ପ୍ରତିଷ୍ଠା କରିଥିଲେ । ଥୋମାସ ଓ ତାଙ୍କ ପତ୍ନୀ ମ୍ୟାରୀ ସୁସନ୍ନା ସାଇମଣ୍ଡ ରେଭେନ୍ସା (Mary Susannah Symonds Ravenshaw) ସେତେବେଳେ ଓଡ଼ିଶାରେ ରହୁଥିଲେ ।
୧୫ ନଭେମ୍ବର ୨୦୦୬ରେ ଏହି କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଥିଲା ।[୧]
ଇତିହାସ
[ସମ୍ପାଦନା]୧୮୬୬ର ନ'ଅଙ୍କ ଦୁର୍ଭିକ୍ଷ ପରେ ଇଂରେଜମାନେ କଟକଠାରେ ଏକ କଲେଜ ଗଢିବାର ଯୋଜନା କରିଥିଲେ । ଶେଷରେ ସେତେବେଳର ଓଡ଼ିଶା ଡିଭିଜନ ମୁଖ୍ୟ ଥିବା 'ଥୋମାସ ରେଭେନ୍ସା' , ବଙ୍ଗ ସରକାରଙ୍କୁ ଓଡ଼ିଶାର ଛାତ୍ର ଛାତ୍ରୀଙ୍କ ଅସୁବିଧା ସମ୍ପର୍କରେ ଅବଗତ କରାଇଥିଲେ ଓ କଟକର ଜିଲ୍ଲା ସ୍କୁଲଠାରେ ଏକ କଲିଜିଏଟ କ୍ଳାସ ଆରମ୍ଭ କରିବାର ଅନୁମତିବି ପାଇଗଲେ । ଏହିପରିଭାବେ ୬ ଜଣ ଛାତ୍ରଙ୍କୁ ନେଇ ୧୮୬୮ରେ କଟକରେ ଓଡ଼ିଶାର ପ୍ରଥମ କଲେଜ ଆରମ୍ଭ ହେଲା ।
ବିଶିଷ୍ଟ ଛାତ୍ର
[ସମ୍ପାଦନା]- ଦେବଦାସ ଛୋଟରାୟ
- ଗୋଦାବରୀଶ ମହାପାତ୍ର
- ହରପ୍ରସାଦ ଦାସ
- ଗୋପବନ୍ଧୁ ଦାସ
- ରୁଦ୍ର ପ୍ରସାଦ ମିଶ୍ର
- ମନୋରଞ୍ଜନ ଦାସ
- ବିଭୂତି ପଟ୍ଟନାୟକ
- ପ୍ରତିଭା ରାୟ
- କାଳିନ୍ଦୀ ଚରଣ ପାଣିଗ୍ରାହୀ
- ଶରତଚନ୍ଦ୍ର ମୁଖାର୍ଜୀ
- ବୈକୁଣ୍ଠନାଥ ପଟ୍ଟନାୟକ
- ଅନ୍ନଦାଶଙ୍କର ରାୟ
- ଜଷ୍ଟିସ ହରିହର ମହାପାତ୍ର
- ଅନନ୍ତ ପ୍ରସାଦ ପଣ୍ଡା
- ଜ୍ଞାନୀ ଦେବାଶିଷ ମିଶ୍ର
- ଜଷ୍ଟିସ ପ୍ରଦୀପ କୁମାର ମହାନ୍ତି
ଆଧାର
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]- ରେଭେନ୍ସା ମୁଖ୍ୟ ୱେବସାଇଟ
- ରେଭେନ୍ସା କଲେଜ ବ୍ଲଗ
- ଥୋମାସ ଏଡୱାଡ ରେଭେନ୍ସାଙ୍କ ସମ୍ପର୍କରେ
- ୱିଲିୟମ ୱୀଥରଙ୍କ ସମ୍ପର୍କରେ
ରାଜଧାନୀ: ଭୁବନେଶ୍ଵର | ||
ରାଜ୍ୟ ସଙ୍କେତ |
| |
ପ୍ରଶାସନ | ||
ପ୍ରସଙ୍ଗ | ||
ଜିଲ୍ଲା | ||
ସହରସବୁ | ||
Text is available under the CC BY-SA 4.0 license; additional terms may apply.
Images, videos and audio are available under their respective licenses.