For faster navigation, this Iframe is preloading the Wikiwand page for ସମ୍ବଲପୁର ଜିଲ୍ଲା.

ସମ୍ବଲପୁର ଜିଲ୍ଲା

[]

ସମ୍ବଲପୁର
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାସମ୍ବଲପୁର
ଭାଷାସମ୍ବଲପୁରୀ (କୋଶଳୀ)
ବିଧାନ ସଭା୪ଟି ଆସନ
Area
 • ଜିଲ୍ଲା6702 km2 (2,588 sq mi)
Population
 (୨୦୧୧)
 • ଜିଲ୍ଲା୧୦୪୪୪୧୦
 • Density158/km2 (410/sq mi)
 • Urban
୩୧୧୩୮୯
 • Rural
୭୩୩୦୨୧
 • ୬ ବର୍ଷରୁ କମ ଶିଶୁ
୧୧୨୯୪୬
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୬୮ xxx
ତାର (ଏସ୍.ଟି.ଡ଼ି)୦୬୬୩
ଯାନବାହାନ ପଞ୍ଚୀକରଣOD-15
ଜିଲ୍ଲାପାଳଶୁଭମ ଶକ୍ସେନା
WebsiteOfficial website

ସମ୍ବଲପୁର ଜିଲ୍ଲା ଭାରତର ଓଡ଼ିଶାରେ ଥିବା ଏକ ପ୍ରଶାସନିକ ଜିଲ୍ଲା ।[] ସମ୍ବଲପୁର ସହର ଏହି ଜିଲ୍ଲାର ଶାସନ ମୁଖ୍ୟାଳୟ ।

ଭୂଗୋଳ

[ସମ୍ପାଦନା]

ଅବସ୍ଥାନ

[ସମ୍ପାଦନା]

ଏହାର ଭୌଗଳିକ ଦିଗବାରେଣି: 21°28′27.31″N 83°58′27.43″E / 21.4742528°N 83.9742861°E / 21.4742528; 83.9742861
ଏହି ଜିଲାଟି ମହାନଦୀ କୁଳରେ ଅବସ୍ଥିତ । ସମୁଦାୟ ଆୟତନ ୬,୭୦୨ ବର୍ଗ କି.ମି. । ଏହାର ୬୦% ଅଞ୍ଚଳ ଜଙ୍ଗଲଦ୍ୱାରା ଘେରା ।

ସମ୍ବଲପୁର ଜିଲ୍ଲାର

ଇତିହାସ

[ସମ୍ପାଦନା]

ସମ୍ବଲପୁର ଜିଲ୍ଲାର ଇତିହାସ ବହୁତ ଚଳଚଞ୍ଚଳ ରହିଆସିଛି ବିଗତ ଷୋହଳ ଶତାବ୍ଦୀରୁ ଉର୍ଦ୍ଧ କାଳ ପାଇଁ । ଇତିହାସ କହେ, ୪ର୍ଥ ଶତାବ୍ଦୀରେ ସମୁଦ୍ରଗୁପ୍ତ ଉତ୍କଳର ରାଜାଙ୍କୁ ପରାଜିତ କରି ଯେଉଁ ଅଞ୍ଚଳ ସବୁ ଅଧିକାର କରିଥିଲେ, ସମ୍ବଲପୁର ତାହାର ଅଂଶ ଥିଲା । ତତ୍ ପରାନ୍ତ ଏହି ଅଞ୍ଚଳ ଅନେକ ରାଜାଙ୍କ ସମ୍ଭ୍ରାଜ୍ୟରେ ମିଶି ଭିନ୍ନ ଭିନ୍ନ ଶାସନ ଅଧୀନରେ ରହିଲା । ଶେଷକୁ ୧୮୦୪ ମସିହାରେ ବ୍ରିଟିଶ ଶାସନାଧୀନ ହେଲା । ସେତେବେଳେ ସମ୍ବଲପୁରର ବିଭିନ୍ନ ଅଞ୍ଚଳ କେତେକ ବିଂଝାଲ ରାଜା ଓ ଜମିଦାରଙ୍କ ଅଧୀନରେ କରଦ ରାଜ୍ୟ ଭାବରେ ଶାସିତ ହୋଇ ଆସୁଥିଲା । ପରିଶେଷରେ ୧୮୧୭ ମସିହାରେ ପୂର୍ଣ ରୂପରେ ଜମିଦାରୀ ଉଚ୍ଛେଦ ହେଇ ବ୍ରିଟିଶ ଶାସନାଧୀନ ହେଲା । ଭରତ ସ୍ୱାଧୀନ ହେଲା ପରେ ଏହା ଓଡ଼ିଶାର ଏକ ବୃହତ (ଆକାର ଦ୍ରୁଷ୍ଟିରୁ) ଜିଲ୍ଲା ହିସାବରେ ରହିଥିଲା । ପରେ ଶାସନ ସୁବିଧା ପାଇଁ ୩୧ ମାର୍ଚ ୧୯୯୩ରେ ଏହାକୁ ବରଗଡ, ଦେବଗଡ, ଝାରସୁଗୁଡା, ସମ୍ବଲପୁର ଏହିପରି ୪ଟି ଜିଲ୍ଲାରେ ବିଭକ୍ତ କରାଗଲା ।

ସମ୍ବଲପୁରୀ ହସ୍ତତନ୍ତ ବସ୍ତ୍ର

[ସମ୍ପାଦନା]

ସମ୍ବଲପୁରୀ ହସ୍ତତନ୍ତ ବସ୍ତ୍ର ବରମାନ ସାରା ପୃଥିବୀରେ ବିଖ୍ୟାତ । ଏହାର ଗୁଣାତ୍ମକ ମାନ, ଏହାର ରଙ୍ଗ କରିବା ଶୈଳୀ, ବୟନ ଶୈଳୀ ପାଇଁ ଏହା ବହୁଳ ଭାବରେ ଆଦୃତ ହୁଏ । ଏହି ବସ୍ତ୍ରର ବିଶେଷତ୍ତ୍ୱ ଏହା ଯେ ଏହାର ରଙ୍ଗ ବହୁଦିନ ପରେ ମଧ୍ୟ ସତେଜ ଥାଏ । ସମ୍ବଲପୁର ଶାଢ଼ୀ , ଚାଦର ଓ ଅନ୍ୟ ବ୍ୟବହାରୀ ବସ୍ତ୍ରର ଚାହିଦା ବହୁଳ ଭାବରେ ଥାଏ ।

ଜନସଂଖ୍ୟା

[ସମ୍ପାଦନା]

୨୦୧୧ ଜନଗଣନା[] ଅନୁସାରେ, ସମ୍ବଲପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୦,୪୪,୪୧୦| ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୭,୩୩,୦୨୧ ଓ ସହରାଞ୍ଚଳରେ ୩,୧୧,୩୮୯ ଲୋକ ବାସ କରନ୍ତି [] |

  • ପୁରୁଷ: ୫,୨୯,୪୨୪
    • ଗ୍ରାମାଞ୍ଚଳ: ୩,୬୯,୨୩୮
    • ସହରାଞ୍ଚଳ: ୧,୬୦,୧୮୬
  • ମହିଳା: ୫,୧୪,୯୮୬
    • ଗ୍ରାମାଞ୍ଚଳ: ୩,୬୩,୭୮୩
    • ସହରାଞ୍ଚଳ: ୧,୫୧,୨୦୩
  • ଛ ବର୍ଷରୁ କମ: ୧,୧୨,୯୪୬
  • ପଢୁଆ ହାର ୭୬.୯୧%
    • ପୁରୁଷ: ୮୫.୧୭%
    • ମହିଳା: ୬୮.୪୭%

ସମ୍ବଲପୁରୀ ନୃତ୍ୟ

[ସମ୍ପାଦନା]

ସମ୍ବଲପୁରୀ ଲୋକ ନୃତ୍ୟ ତାର ସ୍ୱର , ବାଦ୍ୟ ଓ ଅଭିନବ ଢଙ ଯୋଗୁ ସାରା ଭରତରେ ଜନପ୍ରିୟ ହୋଇଛି । 'ରଙ୍ଗବତୀ ' ଗୀତ ଦୀର୍ଘ 50 ବର୍ଷ ଧରି ଏକ ବହୁଳ ପ୍ରଚାରିତ ଜନପ୍ରିୟ ଗୀତ ହିସାବରେ ଆଜି ଯାଏ ପ୍ରଚଳିତ । ଏହି ଗୀତକୁ ନେଇ ଅନେକ ଭିନ୍ନ ଭାଷାରେ ମଧ୍ୟ ଅନୁବାଦ ହେଇଛି ।

ଦର୍ଶନୀୟ ସ୍ଥାନ

[ସମ୍ପାଦନା]

ସମଲେଶ୍ୱରୀ ମନ୍ଦିର ସମ୍ବଲପୁର ସହର ମଧ୍ୟରେ ଅବସ୍ଥିତ ଏକ ପୁରାତନ ମନ୍ଦିର । ମାଁ ସମଲାଇଙ୍କୁ ସମ୍ବଲପୁର ଅଞ୍ଚଳର ଲୋକ ନିଜର ଇଷ୍ଟ ଦେବତା ହିସାବରେ ମନି ଆସୁଛନ୍ତି କାଳ କାଳରୁ । ଏହି ମନ୍ଦିରର ସ୍ଥାପତ୍ୟ ମଧ୍ୟ ଆକର୍ଷଣୀୟ । ମନ୍ଦିରରେ ବିଭିନ୍ନ ପୂଜା ପାର୍ବଣ ଖୁବ ଜକ୍ ଯମକ୍ ସହିତ ହୁଏ । କୁହା ଯାଏ , ମା ସମଳୟଙ୍କ ଧବଳାମୁଖୀ ବେଶ ଦିନ ଦର୍ଶନ କାଲେ ସମସ୍ତ ପାପ ଧୌତ ହେଇ ଯାଏ ।

  • ହୀରାକୁଦ ବନ୍ଧ
  • ହୁମାର ବକ୍ର ମନ୍ଦିର ( ପୃଥିବୀର ଏକମାତ୍ର ବକ୍ର ମନ୍ଦିର )
  • ଚିପିଳିମା

ରାଜନୀତି

[ସମ୍ପାଦନା]
# ନିର୍ବାଚନ ମଣ୍ଡଳୀ ଆରକ୍ଷଣ ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) ୧୪ଶ ବିଧାନ ସଭା ସଦସ୍ୟ ରାଜନୈତିକ ଦଳ
୧୫ କୁଚିଣ୍ଡା ଅନୁସୂଚିତ ଜନଜାତି କୁଚିଣ୍ଡା (ବି), କୁଚିଣ୍ଡା, ବାମରା, ଜମନକିରା ରାଜେନ୍ଦ୍ର କୁମାର ଛତ୍ରିଆ କଂଗ୍ରେସ
୧୬ ରେଙ୍ଗାଲି ଅନୁସୂଚିତ ଜାତି ରେଙ୍ଗାଲି, ଧାନକୁଡ଼ା, ମାନେଶ୍ୱର (ଆଂଶିକ) ଦୁର୍ଯ୍ୟୋଧନ ଗଡ଼ିଆ କଂଗ୍ରେସ
୧୭ ସମ୍ବଲପୁର ଅଣ ସଂରକ୍ଷିତ ସମ୍ବଲପୁର (ପୌ), ବୁର୍ଲା (ବି), ହୀରାକୁଦ (ବି) ଜୟନାରାୟଣ ମିଶ୍ର ଭାଜପା
୧୮ ରେଢ଼ାଖୋଲ ଅଣ ସଂରକ୍ଷିତ ରେଢ଼ାଖୋଲ (ବି), ରେଢ଼ାଖୋଲ, ଜୁଜୁମରା, ନାକଟିଦେଉଳ, ମାନେଶ୍ୱର (ଆଂଶିକ) ପ୍ରସନ୍ନ ଆଚାର୍ଯ୍ୟ ବି. ଜ. ଦ.

ଅଧିକ ତଥ୍ୟ

[ସମ୍ପାଦନା]
  1. http://www.sambalpur.nic.in/
  2. "ଆର୍କାଇଭ୍ କପି". Archived from the original on 2016-09-16. Retrieved 2016-09-20. ((cite web)): Cite has empty unknown parameter: |1= (help)
  3. Census 2011: Odisha: Provisional Population Totals
  4. Census 2011: Odisha: Rural Urban Distribution
{{bottomLinkPreText}} {{bottomLinkText}}
ସମ୍ବଲପୁର ଜିଲ୍ଲା
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?