For faster navigation, this Iframe is preloading the Wikiwand page for ଉଷାକୋଠି ଅଭୟାରଣ୍ୟ.

ଉଷାକୋଠି ଅଭୟାରଣ୍ୟ

ବଡ଼ରମା ବନ୍ୟଜନ୍ତୁ ଅଭୟାରଣ୍ୟ
ଉଷାକୋଠି
Map showing the location of ବଡ଼ରମା ବନ୍ୟଜନ୍ତୁ ଅଭୟାରଣ୍ୟ.
Map showing the location of ବଡ଼ରମା ବନ୍ୟଜନ୍ତୁ ଅଭୟାରଣ୍ୟ.
ଅବସ୍ଥାନଓଡ଼ିଶା, ଭାରତ
ପାଖ ସହରସମ୍ବଲପୁର
ଦିଗବାରେଣି21°29′N 84°17′E / 21.483°N 84.283°E / 21.483; 84.283
କ୍ଷେତ୍ରଫଳ୩୦୪.୦୩ ବର୍ଗ କି.ମି.
ସ୍ଥାପିତ୧୭ ଡିସେମ୍ବର ୧୯୮୭
ପରିଚାଳନାଜଙ୍ଗଲ ବିଭାଗ, ଓଡ଼ିଶା ସରକାର

ବଡ଼ରମା ଅଭୟାରଣ୍ୟ ('ଉଷାକୋଠି' ଅଭୟାରଣ୍ୟ ନାମରେ ମଧ୍ୟ ଜଣା) ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ ଏକ ପ୍ରାକୃତିକ ଅଭୟାରଣ୍ୟ । ଏହି ଅଭୟାରଣ୍ୟ ଦେଇ ଦୁଇଟି ନଦୀ ବରଧା ଆଉ ପେଙ୍ଗାନା ନଦୀ ପ୍ରବାହିତ ହୋଇଛି ।

ଅବସ୍ଥିତି ଓ ଆୟତନ

[ସମ୍ପାଦନା]

ବଡ଼ରମା ଅଭୟାରଣ୍ୟ ସମ୍ବଲପୁର ସହରରୁ ୬ ନମ୍ବର ଜାତୀୟ ରାଜପଥରେ ୪୫ କିଲୋମିଟର ଦୂରରେ ଅବସ୍ଥିତ ।[] ଏହା ରାଉରକେଲାଠାରୁ ୨୦୦ କିଲୋମିଟର ଦୂରରେ ରହିଛି । ଏହାର ଏକ ପାର୍ଶ୍ୱରେ ହୀରାକୁଦ ଜଳଭଣ୍ଡାର[] ଓ ଅନ୍ୟ ପାର୍ଶ୍ୱରେ ଘଞ୍ଚ ଅରଣ୍ୟଦ୍ୱାରା ପରିବେଷ୍ଟିତ ଏକ ପର୍ଯ୍ୟଟନ ସ୍ଥଳ ରହିଛି । ବଡ଼ରମା ଅଭୟାରଣ୍ୟର ଆୟତନ ୩୦୪.୦୩ ବର୍ଗ କିଲୋମିଟର । ସେଥିମଧ୍ୟରୁ ଉଷାକୋଠି ସଂରକ୍ଷିତ ଜଙ୍ଗଲ ୨୦୦.୬୮ ବର୍ଗ କି.ମି., ବଡ଼ରମା ସଂରକ୍ଷିତ ଜଙ୍ଗଲ ୫୭.୯୭ ବର୍ଗ କି.ମି, ବିଞ୍ଝାପାଲି ସରକ୍ଷିତ ଜଙ୍ଗଲ ୧୬.୭୩ ବର୍ଗ କି.ମି. ଓ ଅନ୍ୟାନ୍ୟ ୨୮.୬୫ ବର୍ଗ କି.ମି. ଅଟେ ।[]

ଗମନାଗମନ

[ସମ୍ପାଦନା]

ଉଷାକୋଠିକୁ ସମ୍ବଲପୁର ସହର ଦେଇ ଜାତୀୟ ରାଜପଥରେ ଅଥବା ଝାରସୁଗୁଡ଼ାରୁ ରାଜ୍ୟ ରାଜପଥ ଦେଇ ଯିବାର ସୁବିଧା ରହିଛି ।

ଜୈବ ବିବିଧତା

[ସମ୍ପାଦନା]

ଉଦ୍ଭିଦ

[ସମ୍ପାଦନା]

ବଡ଼ରମା ଅଭୟାରଣ୍ୟରେ ମୂଲ୍ୟବାନ ଚନ୍ଦନ ଗଛ ସହ ଅର୍ଜୁନ, ନିମ୍ବ, ଶାଳ, ପିଆଶାଳ, ଆକାଶିଆ ପରି ବୃକ୍ଷ ସମୂହ ବହୁପରିମାଣରେ ଭରି ରହିଛି । ଏହା ବ୍ୟତୀତ ହୀରାକୁଦ ଜଳଭଣ୍ଡାର ନିକଟରେ ବାଲୁକା ତୁଠ ସହ କିଛି ଅରଣ୍ୟ ମଧ୍ୟ ରହିଛି ।

ପ୍ରାଣୀ

[ସମ୍ପାଦନା]

ବଡ଼ରମା ଅଭୟାରଣ୍ୟରେ ମୁଖ୍ୟତଃ କାଲରା-ପତରିଆ ବାଘ, ରୟାଲ ବେଙ୍ଗଲ୍ ବାଘ, ଜଙ୍ଗଲୀ ହାତୀ ରହନ୍ତି । ଶେଷ ଆକଳନ ଅନୁସାରେ ସେଠାରେ ୩୭ଟି ହାତୀ ଥିବାର ଜଣାଯାଏ । ଏହା ବ୍ୟତୀତ ଉଷାକୋଠିରେ ନୀଳଗାଇ, ଚିତଳ, ବାଇସନ, କୋକିଶିଆଳି, ହରିଣ, ଉଡନ୍ତା ନେଉଳ ଓ ଗୋଧି ଦେଖାଯାଆନ୍ତି । କେତେକ ଭାଲୁ ମଧ୍ୟ ଏହି ଅଭୟାରଣ୍ୟରେ ରହିଛନ୍ତି । ଶୀତଋତୁରେ ବିଦେଶାଗତ ପକ୍ଷୀସବୁ ମଧ୍ୟ ଏଥିରେ ଥିବା ଜଳାଶୟ ନିକଟସ୍ଥ ଅରଣ୍ୟକୁ ଆସିଥାନ୍ତି ।

ସଫାରି

[ସମ୍ପାଦନା]

ରାତିରେ ଏଠାରେ ଥିବା ଜିପରେ ଅରଣ୍ୟ ଭିତରକୁ ଯାଇ ଜୀବଜନ୍ତୁମାନଙ୍କୁ ଦେଖିବାର ସୁବିଧା ରହିଛି । ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ପଟ ଲାଇଟ, ଗାଇଡ଼ ଆଦିର ସୁବିଧା ରହିଛି । ଅଭୟାରଣ୍ୟରେ ଫଟୋ ଉଠେଇବା ମନା କରାଯାଇଥାଏ । ନିରାପଦରେ ରାତିରେ ଜନ୍ତୁମାନଙ୍କୁ ଦେଖିବା ପାଇଁ ଦୁଇଟି ଉଚ୍ଚ ଟାୱାର ମଧ୍ୟ ରହିଛି ।

ପର୍ଯ୍ୟଟନ ସମୟ

[ସମ୍ପାଦନା]

ଅକ୍ଟୋବରରୁ ଅପ୍ରେଲ ପର୍ଯ୍ୟନ୍ତ ଏହି ଅଭୟାରଣ୍ୟରେ ଭ୍ରମଣ ପାଇଁ ଉପଯୁକ୍ତ ସମୟ । ଗ୍ରୀଷ୍ମଋତୁରେ ପ୍ରବଳ ଗରମ ହେତୁ ବଡ଼ରମାରେ ଜୀବଜନ୍ତୁଙ୍କୁ ଦେଖିବା ସହଜ ହୁଏ ନାହିଁ ।

  1. http://www.orissatourism.org/wildlife-in-orissa/ushakothi-wildlife-sanctuary.html
  2. "ଆର୍କାଇଭ୍ କପି". Archived from the original on 2006-03-17. Retrieved 2016-09-06. ((cite web)): Cite has empty unknown parameter: |1= (help)
  3. Barik, Bibhuti. "Badrama: Home for herbal cure". The Telegraph. Retrieved 28 September 2016.

ଅଧିକ ତଥ୍ୟ

[ସମ୍ପାଦନା]
{{bottomLinkPreText}} {{bottomLinkText}}
ଉଷାକୋଠି ଅଭୟାରଣ୍ୟ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?