For faster navigation, this Iframe is preloading the Wikiwand page for ସାତକଡ଼ି ହୋତା.

ସାତକଡ଼ି ହୋତା

ସାତକଡ଼ି ହୋତା‌
ଜନ୍ମ୨୯ ଅକ୍ଟୋବର ୧୯୨୯ Edit this on Wikidata
ଜଗନ୍ନାଥଖୁଣ୍ଟା Edit this on Wikidata
ମୃତ୍ୟୁ୧୧ ଫେବୃଆରୀ ୨୦୨୪ Edit this on Wikidata (ବୟସ ୯୪)
ଭୁବନେଶ୍ୱର Edit this on Wikidata
ବୃତ୍ତିଲେଖକ Edit this on Wikidata
ନିଯୁକ୍ତିଦାତା
ଜୀବନସାଥୀଗୀତା ହୋତା Edit this on Wikidata
ପୁରସ୍କାର
Signature

ସାତକଡ଼ି ହୋତା (୨୯ ଅକ୍ଟୋବର ୧୯୨୯–୧୧ ଫେବୃଆରୀ ୨୦୨୪) ଜଣେ ଭାରତୀୟ ଓଡ଼ିଆ-ଭାଷୀ ସାହିତ୍ୟିକ ଓ ଖବରକାଗଜ ସମ୍ପାଦକ ଥିଲେ । କବିତାରି ସେ ନିଜ ସାହିତ୍ୟ ରଚନା ଆରମ୍ଭ କରି ୨୭ଟି ଗଳ୍ପ, ୨୧ଟି ଉପନ୍ୟାସ ଓ ଗୋଟିଏ କବିତା ସଂକଳନ ପୁସ୍ତକ ରଚନା କରିଥିଲେ । ଏଥି ସହିତ ସେ ଅନୁବାଦ ଓ ଆତ୍ମଜୀବନୀ ଆଦି ସାହିତ୍ୟ ମଧ୍ୟ ରଚନା କରିଥିଲେ । ୧୯୬୭ରେ ତାଙ୍କର ପ୍ରଥମ ଉପନ୍ୟାସ ବ୍ୟାକୁଳ ହୃଦୟ ଓ ୧୯୭୧ରେ ପ୍ରଥମ ଗପ ପ୍ରକାଶ ପାଇଥିଲା । ତାଙ୍କ ଉପନ୍ୟାସ ଅଶାନ୍ତ ଅରଣ୍ୟ ପାଇଁ ସେ ୧୯୮୭ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ୨୦୦୦ ମସିହାରେ ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ, ୨୦୦୪ରେ ଶାରଳା ପୁରସ୍କାର, ୨୦୧୭ରେ ସାହିତ୍ୟ ଭାରତୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ଭାରତୀୟ ରେଳବାଇରୁ ଅବସର ପରେ ସେ ଓଡ଼ିଆ ଖବରକାଗଜ ସମୟର ସମ୍ପାଦକ ଥିଲେ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ମଧ୍ୟ ଥିଲେ । ୧୯୮୫ ମସିହାରେ ସେ ଭୁବନେଶ୍ୱର ପୁସ୍ତକ ମେଳାର ମୁଖ୍ୟ ଉଦ୍ୟୋକ୍ତା ଥିଲେ । ସେ ଓଡ଼ିଆ ଲେଖକ ଗୀତା ହୋତାଙ୍କୁ ବିବାହ କରିଥିଲେ ।

୨୦୨୪ ଫେବୃଆରୀ ୧୧ରେ ୯୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।

ପ୍ରାରମ୍ଭିକ ଜୀବନ ଓ ବୃତ୍ତି

[ସମ୍ପାଦନା]

ସାତକଡ଼ି ହୋତା ୧୯୨୯ ଅକ୍ଟୋବର ୨୯ରେ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଜଗନ୍ନାଥଖୁଣ୍ଟାରେ ଜନ୍ମଗ୍ରହଣ କରିଥିଲେ ।[] ସେ ବୃତ୍ତିଗତ ଭାବେ ଭାରତୀୟ ରେଳବାଇରେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ସେ ଦୈନିକ ଓଡ଼ିଆ ଖବରକାଗଜ ସମୟର ସମ୍ପାଦକ ଭାବେ ଯୋଗଦେଇଥିଲେ ।[]

ସାହିତ୍ୟ ରଚନା

[ସମ୍ପାଦନା]

ସାତକଡ଼ି ହୋତା ଓଡ଼ିଆରେ ଗଳ୍ପ, ଉପନ୍ୟାସ[], କବିତା, ଅନୁବାଦ ଓ ଆତ୍ମଜୀବନୀ ସାହିତ୍ୟ ରଚନା କରିଥିଲେ ।[] ସେ ମୋଟ ୨୭ଟି ଗଳ୍ପ, ୨୧ଟି ଉପନ୍ୟାସ ଓ ଗୋଟିଏ କବିତା ବହି ରଚନା କରିଥିଲେ । ୧୯୬୭ରେ ସେ ତାଙ୍କର ପ୍ରଥମ ଉପନ୍ୟାସ ବ୍ୟାକୁଳ ହୃଦୟ ରଚନାକରିଥିଲେ ।[][]

ରଚନାବଳୀ

[ସମ୍ପାଦନା]

ଉପନ୍ୟାସ

  • ବ୍ୟାକୁଳ ହୃଦୟ
  • ମୁହାଁମୁହିଁ
  • ସ୍ବପ୍ନ ଶିଉଳୀ
  • ଏତେ ସ୍ବପ୍ନ ଏତେ ଆଲୋକ
  • ଅନେକ ଦିଗନ୍ତ
  • ଅଶାନ୍ତ ଅରଣ୍ୟ
  • ଅସମୟ
  • ଶତାବ୍ଦୀର ଶୋଷ
  • ପ୍ରଥମ ଅଧ୍ୟାୟ
  • ରାଜଧାନୀର ରଙ୍ଗ
  • କୃଶବିଦ୍ଧ
  • ପ୍ରତ୍ୟୁଷର ପ୍ରଶ୍ନ
  • ଭଙ୍ଗାକାଚ
  • ସୂର୍ଯ୍ୟ ଉଇଁଲେ ସ୍ବପ୍ନ
  • ସଚିବାଳୟ
  • ସତ୍ୟନଗର
  • ଜନନୀ ଜନ୍ମଭୂମି
  • ଦୀର୍ଘ ରୋମାଞ୍ଚକର ଯାତ୍ରା
  • ମୁକ୍ତିମନ୍ତ୍ର
  • ଧର୍ମଯୁଦ୍ଧ
  • ତୀର୍ଥଯାତ୍ରା

ଗଳ୍ପ ସଙ୍କଳନ

  • କିରିବୁରୁ କନ୍ୟା
  • ଫୁଲର ଗୋଟିଏ ସୁରଭି
  • ସାୟାହ୍ନର ଶୋଭା
  • ଅସତର୍କ ମୁହୂର୍ତ୍ତ
  • ଜଗନ୍ନାଥ ହସ
  • ଶୋଣିତର ସ୍ୱପ୍ନ
  • ବେଗେ ସାହେବ
  • ନୀଳାଚଳକୁ ରାସ୍ତା
  • ମଧୁଲଗ୍ନ
  • ମହାସ୍ନାନ
  • ଲଙ୍ଗଳା ରାଜା
  • ମୋ ଗଳ୍ପର ନାୟକ
  • ଶେଷ ସମ୍ବଳ
  • ସବା ଶେଷରେ
  • ଆକାର ଘର
  • ରାଜଧାନୀର ସକାଳ
  • କଥା ଅନେକ
  • ଦୀପ ଜଳିଲେ ଆଲୁଅ
  • ଶୁମ୍ଭ ନିଶୁମ୍ଭ
  • ଷ୍ଟୁଆର୍ଟ ସାହେବ
  • ମୋ ଗଳ୍ପ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. ୧.୦ ୧.୧ "ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା ଆଉ ନାହାନ୍ତି". Sambad. 2024-02-11. Retrieved 2024-02-11.
  2. Suryanarayan Das (2010). Lord Jagannath. Sanbun Publishers. pp. 174–. ISBN 978-93-80213-22-4.
  3. "Odisha Sahitya Akademi". odishasahityaakademi.org. Retrieved 2024-02-11.
  4. "ସାତକଡ଼ି ହୋତା ପାଇବେ ସାହିତ୍ୟ ଭାରତୀ ସମ୍ମାନ". Sambad (in ଆମେରିକୀୟ ଇଂରାଜୀ). 2018-02-21. Retrieved 2024-02-11.
  5. Otv, News Desk. "ଚାଲିଗଲେ ସାତକଡ଼ି ହୋତା...୯୫ ବର୍ଷରେ ପରଲୋକ". ଚାଲିଗଲେ ସାତକଡ଼ି ହୋତା...୯୫ ବର୍ଷରେ ପରଲୋକ. Retrieved 2024-02-11.
  6. http://zeenews.india.com/home/satkadi-hota-to-receive-sarala-award_160979.html
  7. "ସାତକଡ଼ି ହୋତାଙ୍କୁ ସାହିତ୍ୟ ଭାରତୀ ସମ୍ମାନ - Dharitri.Com". Dharitri.com (in ଇଂରାଜୀ). ଧରିତ୍ରୀ. ଧରିତ୍ରୀ. 8 August 2018. Retrieved 8 August 2018.
{{bottomLinkPreText}} {{bottomLinkText}}
ସାତକଡ଼ି ହୋତା
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?