For faster navigation, this Iframe is preloading the Wikiwand page for ବାଳକୃଷ୍ଣ ଦାଶ.

ବାଳକୃଷ୍ଣ ଦାଶ

ସଙ୍ଗୀତ ସୁଧାକର

ବାଳକୃଷ୍ଣ ଦାଶ
ଜନ୍ମ(1923-05-15)୧୫ ମଇ ୧୯୨୩
ବସନ୍ତପେଡ଼ି, ବାଳକାଟି
ମୃତ୍ୟୁ୧୨ ନଭେମ୍ବର ୧୯୯୩(1993-11-12) (ବୟସ ୭୦)
ଜାତୀୟତାଭାରତୀୟ
ବୃତ୍ତିସଙ୍ଗୀତ ଗାନ ଓ ନିର୍ଦ୍ଦେଶନା
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
ପ୍ରସିଦ୍ଧିଭଜନ, ପଲ୍ଲିଗୀତ, ଓଡ଼ିଶୀ ସଙ୍ଗୀତ
ଶୈଳୀଓଡ଼ିଶୀ ସଙ୍ଗୀତ
ପିତାମାତା(s)ଦୀନବନ୍ଧୁ ଦାସ, କମଳା ଦେବୀ
ପୁରସ୍କାରଜୟଦେବ ପୁରସ୍କାର,
କେନ୍ଦ୍ର ସଂଗୀତ ଏକାଡେମୀ ପୁରସ୍କାର

ସଙ୍ଗୀତ ସୁଧାକର ପଣ୍ଡିତ ବାଳକୃଷ୍ଣ ଦାଶ (୧୫ ମଇ ୧୯୨୩ - ୧୨ ନଭେମ୍ବର ୧୯୯୩) ଜଣେ ଓଡ଼ିଶୀ ସଙ୍ଗୀତ ଗୁରୁ, ଗାୟକ, ସ୍ୱରକାର ତଥା ସଙ୍ଗୀତ ନିର୍ଦ୍ଦେଶକ, ପ୍ରଚ୍ଛଦପଟ୍ଟ ଗାୟକ ଥିଲେ ।[]

ଜନ୍ମ ଓ ଶିକ୍ଷା

[ସମ୍ପାଦନା]

ବାଳକୃଷ୍ଣ, ୧୯୨୩ ମସିହା ସାବିତ୍ରୀ ଅମାବାସ୍ୟାରେ ବାଳକାଟିର ବସନ୍ତପେଡ଼ିଠାରେ ଜନ୍ମଗ୍ରହଣ କରିଥିଲେ ।[] ପିଲାଦିନରୁ ଗୋଟିପୁଅ ନାଚ, ଗୀତ ଓ ଅଭିନୟ ଦେଖି ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ । ମାଇନର ପାସ କଲାପରେ, ସେ ଉଚ୍ଚଶିକ୍ଷା ପାଇଁ ଭୁବନେଶ୍ୱରରେ ଅବସ୍ଥାନ କରିବା ସମୟରେ କଟକର ସତ୍ୟପ୍ରିୟ ମହାନ୍ତିଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ସତ୍ୟପ୍ରିୟ ବାବୁ, କିଶୋର ବାଳକୃଷ୍ଣଙ୍କୁ କଟକ ନେଇ, ଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ସହ ପରିଚୟ କରାଇଦେଇଥିଲେ । ଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନଙ୍କଠାରୁ ସେ ଶାସ୍ତ୍ରୀୟ ରୀତିରେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ ଶିକ୍ଷା କରିଥିଲେ । ଏହାପରେ ବାଳକୃଷ୍ଣଙ୍କର ସଙ୍ଗୀତ ଶିକ୍ଷା ବଢ଼ିଥିଲା କଟକସ୍ଥିତ ଲକ୍ଷ୍ମୀକାନ୍ତ ଚୌଧୁରୀ ସଙ୍ଗୀତ ସମାଜରୁ । ଏଠାରେ ଖୟାଲ ଗାୟକ, କ୍ଷିତୀଶ ଚନ୍ଦ୍ର ମୈତ୍ରଙ୍କ ତାଙ୍କର ପରିଚୟ ହୋଇଥିଲା ଓ ମୈତ୍ରଙ୍କଠାରୁ, ସେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ, ସେ ଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ସହ କଲିକତା ଯାଇଥିଲେ ଓ ସେଠାରେ ରାଇଚାନ୍ଦ ବରାଳଙ୍କ ବାସଭବନରେ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ବଡେ ଗୁଲାମ ଅଲ୍ଲୀ ଖାନଙ୍କ ସଂସ୍ପର୍ଶରେ ଆସିଥିଲେ । ବଡେ ଗୁଲାମ ଅଲ୍ଲୀ ଖାନଙ୍କଦ୍ୱାରା ବାଳକୃଷ୍ଣ ପ୍ରଭାବିତ ହୋଇଥିଲେ, ଯାହା ପରବର୍ତ୍ତୀ ସମୟରେ ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଦେଖିବାକୁ ମିଳିଥିଲା । ବଡେ ଗୁଲାମ ଅଲ୍ଲୀ ଖାନଙ୍କ ଲୋକପ୍ରିୟ ଠୁମରୀ "କା କରୁ ସଜନୀ, ଆଏନା ବାଲମ" ଧାରାରେ, ବାଳକୃଷ୍ଣ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଲିଖିତ "ବିତିଲାତ ଯାମିନୀ, ମଉଳିଲା କାମିନୀ" ପଲ୍ଲୀଗୀତର ସଙ୍ଗୀତ ସଂଯୋଜନା କରିଥିଲେ । ରାଇଚାନ୍ଦ ବରାଳଙ୍କଠାରୁ, ବାଳକୃଷ୍ଣ ସଙ୍ଗୀତ ନିର୍ଦ୍ଦେଶନା ଓ ଅର୍କେଷ୍ଟା କମ୍ପୋଜିସନ ଶିଖିଥିଲେ । ସେତେବେଳେ ବାଳକୃଷ୍ଣ, ଆକାଶବାଣୀ କଲିକତା କେନ୍ଦ୍ରରୁ ପ୍ରସାରିତ ହେଉଥିବା ଓଡ଼ିଆ ସଙ୍ଗୀତ କାର୍ଯ୍ୟକ୍ରମରେ କଣ୍ଠଦାନ କରୁଥିଲେ ।

୧୯୪୮ ମସିହାରେ ଆକାଶବାଣୀ କଟକ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା ଓ ବାଳକୃଷ୍ଣ ଏଠାରେ ଷ୍ଟାଫ କଳାକାର ଭାବରେ ଯୋଗଦାନ କରିଥିଲେ । କିଛିଦିନ ପରେ, ସେ ଆକାଶବାଣୀର ଚାକିରି ଛାଡିଦେଇ ଓଡ଼ିଶୀ ସଙ୍ଗୀତର ପ୍ରଚାର ଓ ପ୍ରସାରରେ ମନୋନିବେଶ କରିଥିଲେ । ଓଡ଼ିଶୀ, ଚମ୍ପୂ, ଛାନ୍ଦ, ଅଷ୍ଟପଦୀ, ଭଜନ, ଜଣାଣ, ଆଧୁନିକ, ପଲ୍ଲୀ ଆଦି ସଙ୍ଗୀତର ସବୁ ବିଧାରେ ପାରଙ୍ଗମ ଥିଲେ ବାଳକୃଷ୍ଣ । ବସନ୍ତରାଗ ଉପରେ ପର୍ଯ୍ୟବେଷିତ ପଲ୍ଲବୀ ରଚନା କରି ସେ ଓଡ଼ିଶୀ ନୃତ୍ୟରେ ପଲ୍ଲବୀର ଅଭାବ ପୂରଣ କରିଥିଲେ ।

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଆଦି ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ରହି, ବାଳକୃଷ୍ଣ ଓଡ଼ିଶୀ ସଙ୍ଗୀତ ଶିକ୍ଷାଦାନ କରି, ବହୁ ସଙ୍ଗୀତଜ୍ଞ ସୃଷ୍ଟି କରିପାରିଛନ୍ତି । ତାଙ୍କ ଶିଷ୍ୟମାନଙ୍କ ଭିତରୁ ଅନେକ ବର୍ତ୍ତମାନ ଓଡ଼ିଶୀ ସଙ୍ଗୀତର ପ୍ରତିଷ୍ଠିତ ଶିଳ୍ପୀ, ଯଥା ଶ୍ୟାମାମଣି ଦେବୀରାମହରି ଦାସ

କଥାଚିତ୍ର ଜୀବନ

[ସମ୍ପାଦନା]

୧୯୫୦ ମସିହାରେ ଶ୍ରୀ ଜଗନ୍ନାଥ କଥାଚିତ୍ରରୁ ସଙ୍ଗୀତକାର ଜୀବନ ଆରମ୍ଭ କରିଥିବା ବାଳକୃଷ୍ଣ, ମୋଟ ୧୮ଟି ଓଡ଼ିଆ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ପ୍ରଚ୍ଛଦପଟ୍ଟ ଗାୟନ କରିଛନ୍ତି ।

କଥାଚିତ୍ର ତାଲିକା

[ସମ୍ପାଦନା]

ରେକର୍ଡ଼ କରାଯାଇଥିବା ଗୀତସୂଚୀ

[ସମ୍ପାଦନା]
ଆଧୁନିକ
କ୍ରମଗୀତକବିସଙ୍ଗୀତଅଧିକସମୟ
1."ନୟନେ ସୁନୟନାରେ ଦେଲା କେ ନିଶା ଭରିରେ"କାଳୀଚରଣ ପଟ୍ଟନାୟକ   
2."ବିତିଲା ତ ଯାମିନୀ ମଉଳିଲା କାମିନୀ"କାଳୀଚରଣ ପଟ୍ଟନାୟକ   
3."ଆସ ଜୀବନ ଧନ ମୋର ପଖାଳ କଂସା"କାଳୀଚରଣ ପଟ୍ଟନାୟକ ପଖାଳ ଉପରେ ହାସ୍ୟରଚନା 
4."ଆଗୋ ରାତିର ଏକାକିନୀ ବିହଙ୍ଗିନୀ"ଜୀବନାନନ୍ଦ ପାଣି   
5."ମରମ ତଳେ ଅତୀତ ଯେ ମରେନା"    
6."ଜୀବନର ଉପବନେ ସେ କୋଇଲି"ସୁରେନ୍ଦ୍ରନାଥ ବିଦ୍ୟାଧର   
7."ପଥ ଅନାଇ ଝୁରି ଝୁରିରେ"କାଳୀଚରଣ ପଟ୍ଟନାୟକ   
8."ମାରିନେଲେ ମହାପାତ୍ରେ ତୁ ଚାହିଁଛୁରେ ଜଳକା"କାଳୀଚରଣ ପଟ୍ଟନାୟକଅକ୍ଷୟ ମହାନ୍ତିଘର ବାହୁଡ଼ା (କଥାଚିତ୍ର) 
ଓଡ଼ିଶୀ ସଙ୍ଗୀତ
କ୍ରମଗୀତକବିସଙ୍ଗୀତସମୟ
1."ବସି କାନ୍ଦୁଥିବ ମାନିନୀ ପ୍ରାଣସଜନୀ"ଉପେନ୍ଦ୍ର ଭଞ୍ଜରାଗ କଲ୍ୟାଣ 
2."ଦେଖି ନବକାଳିକା ବକାଳିକା ମାଳିକା" (ଛାନ୍ଦ)ଉପେନ୍ଦ୍ର ଭଞ୍ଜକାମୋଦୀ 
3."ଶ୍ରୀମତୀ ଶ୍ରୀପତି ବୃନ୍ଦାବନେ କେଳି ରଚିଲେ"ଉପେନ୍ଦ୍ର ଭଞ୍ଜ  
4."ବୋଲ ବୋଲ ସଜନୀରେ ସତେ କି ଆସିବେ ଫେରି"ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନବାଳକୃଷ୍ଣ ଦାଶଙ୍କ ନିଜସ୍ୱ ସଂଯୋଜନା 
5."ଲାଜରେ ସରିଗଲି ଆଜ ସଜନୀ"କବିଚନ୍ଦ୍ର ରଘୁନାଥ ପରିଚ୍ଛା  
6."ମୋହନ ହେ ମୋହନ ପ୍ରୀତିରେ ନାହିଁ କାରଣ"ଧନୁର୍ଜୟ  
7."ବଞ୍ଚିବ ନବୀନାକି ଶ୍ୟାମ ବିନା"ଲୋକନାଥ ପଟ୍ଟନାୟକ  
8."ଚାହିଁବୁ ଯେବେ ଶ୍ୟାମଦ୍ୟୁତିକି ରେ"ବଳଦେବ ରଥରାଗ ମାଳବଗୌଡ଼ା 
9."ଶିଂଶପା ବୃକ୍ଷର ଡାଳେ ହନୁ ମନେ ମନେ ଭାଳେ" (ଛାନ୍ଦ, ବିଚିତ୍ର ରାମାୟଣ)ବିଶ୍ୱନାଥ ଖୁଣ୍ଟିଆ  
10."ନିନ୍ଦା ନ ଲଭ ସଖୀରେ"କବିସୂର୍ଯ୍ୟ ବଳଦେବ ରଥରାଗ କଲ୍ୟାଣ 
11."ସଙ୍ଗିନୀରେ ରାସ ରଙ୍ଗିନୀରେ"ଗୋପାଳକୃଷ୍ଣ ପଟ୍ଟନାୟକରାଗ ଖମ୍ବାଜ 
12."ଚନ୍ଦ୍ରାନନୀ କ୍ଷୀଣ ହେବନି ମୋ ବିନା"କାଳୀଚରଣ ପଟ୍ଟନାୟକ  
13."ଆଜ ଏ କି ଗୁମାନରେ ଚନ୍ଦ୍ରାନନା"ବଳଦେବ ରଥରାଗ କଲ୍ୟାଣ 
14."ମହୀମଣ୍ଡନା ତୁ ନ ମାର ମାର"ବଳଦେବ ରଥରାଗ ଶଙ୍କରାଭରଣ 
15."ବନ୍ଧୁ ମୋ କାହୁଁ କିସ ଶୁଣିଲାରେ" (ରତ୍ନାକର ଚମ୍ପୂ)କବିସୂର୍ଯ୍ୟ ବଳଦେବ ରଥରାଗ କଲ୍ୟାଣ 
16."ଫେରି ଯା ଗଲେ ଗୋ ସଖୀ" (ରତ୍ନାକର ଚମ୍ପୂ)ବଳଦେବ ରଥରାଗ ମୁଖାବରୀ 
17."ଆଜ ଶ୍ରୀଗୋଷ୍ଠଚନ୍ଦ୍ରମା ସାଜିବା ସଜ"ଗୋପାଳକୃଷ୍ଣ ପଟ୍ଟନାୟକରାଗ ଆରଭୀ 
18."ଦୋଷ ବିନା ମୋ ନବୀନା ରୋଷ କିମ୍ପାଇଁ ବହିଲାରେ"ବଳଦେବ ରଥରାଗ କଲ୍ୟାଣ 
19."ଭଙ୍ଗୀ ଚାହାଁ ଭୂରୁନୀଳଭୁଜଙ୍ଗୀଭ୍ରମରଜୀବସଙ୍ଗୀ" (କିଶୋରଚନ୍ଦ୍ରାନନ୍ଦ ଚମ୍ପୂ)ବଳଦେବ ରଥରାଗ କେଦାରଗୌଡ଼ା 
20."ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ" (ଛାନ୍ଦ, ବୈଦେହୀଶ ବିଳାସ)ଉପେନ୍ଦ୍ର ଭଞ୍ଜରସକୁଲ୍ୟା 
ଭଜନ ଓ ଜଣାଣ
କ୍ରମଗୀତକବିସମୟ
1."ଥକାମନ ଚାଲ ଯିବା"ସାରିଆ ଭିକ 
2."ଆହେ ନୀଳାଚଳ ନାୟକ"ଦୀନକୃଷ୍ଣ ଦାସ 
3."ବାଧିଲା ଜାଣି କ୍ଷମା"ବଳଦେବ ରଥ 
4."ଚରଣ ତଳେ ତବ ଶରଣ"କାଳୀଚରଣ ପଟ୍ଟନାୟକ 
5."ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ"  
6."ତୋରେ ଝୁରି ସଙ୍ଗାତ ଗଲି ସରି ତ"କାଳୀଚରଣ ପଟ୍ଟନାୟକ 
7."କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି"ଗୌରଚରଣ ଅଧିକାରୀ 
8."ଗଗନ ଥାଳରେ ସୂର୍ଯ୍ୟ ଚନ୍ଦ୍ରମା"  
9."ଉତ୍କଳ ମଉଡ଼ମଣି ହେ"  
10."ଶ୍ରୀପାଦ ପଙ୍କଜ"  
11."କହରେ କାଳିଆ ତୋ ସିଂହଦୁଆରେ"ରାଧାନାଥ ଦାସ 
12."ସହି ହେଲାଣି ସାହାଣମେଲାରେ"କେ ସି ପୋଥାଳ 
13."ମନ ଭ୍ରମରାରେ ଏ ଫୁଲରେ ନାହିଁ ବାସ"ଗୋରେଖ ଦାସ 
14."ଚନ୍ଦନଲାଗି ସମୟେ ଚିନ୍ତ ଚିନ୍ତାମଣିକି"ପିଣ୍ଡିକ ଶ୍ରୀଚନ୍ଦନ 
15."ଗଲାବେଳେ ମୋ ଜୀବ ଶ୍ରୀରାଧେ ଦିଶାଯିବ"ଗୋପାଳକୃଷ୍ଣ ପଟ୍ଟନାୟକ 
16."ମନ ଦୁଃଖୀ ଆରେ ଯଦି ସୁଖେ ଇଚ୍ଛା ତୋର"  
17."ଜଗନ୍ନାଥ ବୋଲି"ସଚ୍ଚିଦାନନ୍ଦ ଦାସ 
18."ସରିଗଲି ହେ ଜଗନ୍ନାଥ"ପ୍ରହ୍ଲାଦ ମଲ୍ଲିକ 
19."ଜୟ ଜଗନ୍ନାଥ ହେ ଯଶୋଦାକୁମର"ବନମାଳୀ ଦାସ 
20."ଜଗବନ୍ଧୁ ହେ ଗୋସାଇଁ"ସାଲବେଗ...

ମାନ ସମ୍ମାନ

[ସମ୍ପାଦନା]
  • ତୁଳସୀ ସମ୍ମାନ (ମଧ୍ୟପ୍ରଦେଶ ସରକାରଙ୍କଦ୍ୱାରା ପ୍ରଦତ୍ତ) - ୧୯୯୧
  • ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର, ୧୯୮୯, ଓଡ଼ିଶା ସିନେ ଜର୍ଣ୍ଣାଲିଷ୍ଟ ଆସୋସିଏସନ
  • ଜୟଦେବ ପୁରସ୍କାର, ୧୯୮୭
  • ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
    • ୧୯୮୪ (ବସନ୍ତ ରାସ ନିମନ୍ତେ)
    • ୧୯୭୯, (ମଥୁରା ବିଜୟ ନିମନ୍ତେ)
  • କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୮୪[]
  • ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୭୬
  • ସଙ୍ଗୀତ ସୁଧାକର (କଳାବିକାଶ କେନ୍ଦ୍ର, କଟକ) - ୧୯୭୩[]
  1. "Balakrushna Dash | Childhood". profile.odiamusic.com. Archived from the original on 2 May 2014. Retrieved 7 July 2013. Balakrushna was born on 15th May 1923 in his maternal uncle's house at Sundar Grama of Cuttack, oDishA
  2. "ସଂଗୀତ ସୁଧାକରଙ୍କ ୯୭ତମ ଜୟନ୍ତୀ". No. ସମ୍ବାଦ ୧୧/୦୫/୨୦୨୦ ଭୁବନେଶ୍ୱର ସଂସ୍କରଣ. p. ୧୨. Archived from the original on 2 January 2021. Retrieved 22 May 2020.
  3. "ପ୍ରଯୋଜକ-ନିର୍ଦ୍ଦେଶକ ଘନଶ୍ୟାମ". odishanewsnitidin.com. Archived from the original on ୨୮ ଫେବୃଆରୀ ୨୦୨୧. Retrieved 28 February 2021. ((cite web)): Check date values in: |archivedate= (help)
  4. "List of Awardees". Sangeet Natak Akademi Awards. Retrieved 15 March 2017.
  5. ପ୍ରମେୟ ୧୨/୧୧/୨୦୧୪ ପୃଷ୍ଠା ୧୬ରେ ପ୍ରକାଶିତ ଲେଖା " ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ସ୍ମରଣେ"

ଅଧିକ ତଥ୍ୟ

[ସମ୍ପାଦନା]
{{bottomLinkPreText}} {{bottomLinkText}}
ବାଳକୃଷ୍ଣ ଦାଶ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?