For faster navigation, this Iframe is preloading the Wikiwand page for ଲକ୍ଷ୍ମୀଧର ନାୟକ.

ଲକ୍ଷ୍ମୀଧର ନାୟକ

ଲକ୍ଷ୍ମୀଧର ନାୟକ
ଜନ୍ମ୧୯୧୩
ମୃତ୍ୟୁ୧୮ ଜାନୁଆରୀ ୨୦୦୪
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ସନ୍ତାନବିନୋଦ ନାୟକ

ଲକ୍ଷ୍ମୀଧର ନାୟକ(୧୯୧୩-୨୦୦୪) ଜଣେ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ ।[] ଗଳ୍ପ, ଉପନ୍ୟାସ, କବିତା, ନାଟକ ଭଳି ଓଡ଼ିଆ ସାହିତ୍ୟର ପାରମ୍ପାରିକ ବିଭାଗ ବ୍ୟତିତ, ଗୀତ ଓ ଗଜଲ ଲିଖନରେ ମଧ୍ୟ ସେ ଦକ୍ଷ ଥିଲେ ।[]

ଜୀବନୀ

[ସମ୍ପାଦନା]

ଲକ୍ଷ୍ମୀଧର, ୧୯୧୩ ମସିହାରେ ଜନ୍ମଗ୍ରହଣ କରିଥିଲେ ।[] ପିତା, ଟାଟା ଇସ୍ପାତ କାରଖାନାରେ ଜଣେ କେମିଷ୍ଟ ଭାବରେ କାର୍ଯ୍ୟ କରୁଥିଲେ । ସେଥି ଯୋଗୁ ଜାମସେଦପୁରଠାରେ ତାଙ୍କର ପିଲାବେଳ କଟିଥିଲା । ସ୍କୁଲ ସମୟରୁ ସେ ଗୀତ, କବିତା ରଚନା ସହ ବଂଶୀ ଓ ହାରମୋନିୟମ ବଜେଇ ପାରୁଥିଲେ । ସ୍କୁଲ ମାଗାଜିନ ମଧ୍ୟ ସମ୍ପାଦନା କରୁଥିଲେ । ପଣ୍ଡିତ ବିଶ୍ୱନାଥ ମିଶ୍ର ଜାମସେଦପୁରଠାରେ ତାଙ୍କର ଓଡ଼ିଆ ଶିକ୍ଷକ ଥିଲେ ।

୧୯୩୬-୩୭ ମସିହା ବେଳକୁ ସେ ମଧ୍ୟ ଟାଟା ଇସ୍ପାତ କାରଖାନାରେ ଚାକିରି କରିବା ଆରମ୍ଭ କରି ସାରିଥିଲେ । ମାତ୍ର ୨୦ ବର୍ଷ ବୟସରେ ସେ ବିରହିଣୀ ନାମକ ଏକ କବିତା ଲେଖି "ଗଞ୍ଜାମ କବି ସମ୍ମେଳନୀ"ରେ "କୃପାସିନ୍ଧୁ ପଟ୍ଟଦେବ" ସ୍ୱର୍ଣ୍ଣପଦକ ଲାଭ କରିଥିଲେ । ଏ ପୁରସ୍କାର ତାଙ୍କୁ ଓଡ଼ିଶାରେ ପରିଚିତି ଆଣି ଦେଇଥିଲା । ୧୯୩୪ ମସିହାରେ ସେ ବିଚ୍ଛିନ୍ନାଞ୍ଚଳ ଲୋକଙ୍କୁ ଏକତ୍ରିତ କରିବା ପାଇଁ "ସିଂହଭୂମୀ ଓଡ଼ିଆ ସାହିତ୍ୟ ସମାଜ" ଗଠନ କରିଥିଲେ ଓ ବିଚ୍ଛିନ୍ନାଞ୍ଚଳ ଲୋକଙ୍କ ଆଶା ଓ ସ୍ୱପ୍ନକୁ ଲୋକଲୋଚନକୁ ଆଣିବା ପାଇଁ ବିଚ୍ଛିନ୍ନ ପତ୍ରିକା ଆରମ୍ଭ କରିଥିଲେ । ବିଚ୍ଛିନ୍ନରେ ମଜଦୂର ନାମକ ଏକ କବିତା ପ୍ରକାଶ ପାଇଥିବାରୁ ସେ କାରଖାନା ମାଲିକଙ୍କର ରୋଷର ଶିକାର ହୋଇଥିଲେ ଓ ତାଙ୍କୁ ଚାକିରିରୁ ଇସ୍ତଫା ଦେବାକୁ ପଡିଥିଲା । ୧୯୩୪-୫୪ ପର୍ଯ୍ୟନ୍ତ ସେ ଜାମସେଦପୁରଠାରେ ରହି ସାହିତ୍ୟ ରଚନା କରିଚାଲିଥିଲେ । ୧୯୫୪ରେ ସେ ରାଉରକେଲା ଚାଲି ଯାଇଥିଲେ । ସେଠାରେ ମଧ୍ୟ ତାଙ୍କର ସାହିତ୍ୟ ସାଧନା ଜାରୀ ରହିଥିଲା । ୧୯୬୨ ମସିହାରେ ରାଉରକେଲାଠାରେ ସେ "ରାଉରକେଲା ସାଂସ୍କୃତିକ ପରିଷଦ" ନାମକ ଏକ ଅନୁଷ୍ଠାନ ଗଠନ କରିଥିଲେ । "ରୂପଶ୍ରୀ ଥିଏଟର" ଓ "ଭାରତୀ ନାଟ୍ୟ ମନ୍ଦିର" ଗଠନ କରି ସେ ନାଟକ ଓ ଚଳଚ୍ଚିତ୍ର ଆଦିକୁ ପ୍ରୋତ୍ସାହନ ଦେବାକୁ ଚେଷ୍ଟା କରିଥିଲେ । ୧୯୬୭ରେ ସେ ରାଉରକେଲା ଛାଡି, ଜଟଣିକୁ ଚାଲି ଆସିଥିଲେ ଓ ୧୯୯୮ ପର୍ଯ୍ୟନ୍ତ ସେଠାରେ ଲେଖାଲେଖି କରୁଥିଲେ । ୧୯୯୮ ମସିହାରେ ସେ ଆଲଜିମର ରୋଗରେ ଆକ୍ରାନ୍ତ ହୋଇଥିଲେ । ୨୦୦୦ ମସିହାରେ ସେ ଦିଲ୍ଲୀରେ ରହୁଥିବା ସାନ ପୁଅ ପାଖକୁ ଚାଲି ଯାଇଥିଲେ । ୨୦୦୪ ମସିହା ଜାନୁଆରୀ ୧୮ତାରିଖରେ ତାଙ୍କର ତିରୋଧାନ ଘଟିଥିଲା ।

ରଚନାବଳୀ

[ସମ୍ପାଦନା]

ଲକ୍ଷ୍ମୀଧର ପ୍ରାୟ ୨୫ଟି ଉପନ୍ୟାସ, ୩ଟି ନାଟକ, ୬ଟି କବିତା ସଂକଳନ, ୫ଟି କ୍ଷୁଦ୍ରଗଳ୍ପ ସଂକଳନ ଓ ୩ଟି ପ୍ରବନ୍ଧ ସଂକଳନ ରଚନା କରିଥିଲେ । ଆମେରିକାରେ ଥିବା ସମୟରେ ସେ "ଉସ୍ତାଦ ଗୁଲାମ ଅଲ୍ଲୀ"ଙ୍କୁ ଶୁଣି ଗଜଲ ଲେଖିବାକୁ ଆଗଭର ହୋଇଥିଲେ । ଗଜଲ ସେତେବେଳେ ଓଡ଼ିଆ ସାହିତ୍ୟରେ ନୂଆ ଥିଲା । କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ସେ ମିର୍ଜା ଗାଲିବଙ୍କ ଗଜଲକୁ ଓଡ଼ିଆରେ ଅନୁବାଦ କରିଥିଲେ ।[]

ଉପନ୍ୟାସ

[ସମ୍ପାଦନା]
  • ରକ୍ତଝରା ଭୋର
  • ହା’ରେ ଦୁର୍ଭାଗା ଦେଶ
  • ଉଦ୍‌ଭ୍ରାନ୍ତ
  • ମୋ ସ୍ୱପ୍ନର ସହର
  • ଲାଲ୍‌ ଚାବୁକ୍‌
  • ଧର୍ମପତ୍ନୀ[]

କବିତା

[ସମ୍ପାଦନା]
  • ସେ
  • ଖୋଲା ଝରକା
  • ଗଜଲ ଝରଣା

ସମ୍ପାଦନା

[ସମ୍ପାଦନା]
  • ସାଥୀ (ପୁସ୍ତକ)
  • ଦିପ୍ତୀ (ପୁସ୍ତକ)
  • ଆଲୋକ (ପତ୍ରିକା)
  • ବିଚ୍ଛିନ୍ନ (ପତ୍ରିକା)
  • ଚିତ୍ର ଲେଖା (ପତ୍ରିକା)
  • ନବ ପତ୍ର (ପତ୍ରିକା)
  • ରାଉରକେଲା ପୋଷ୍ଟ (ସମ୍ବାଦ ପତ୍ର)
  • ଆଜିର ଡାକ (ସମ୍ବାଦ ପତ୍ର)

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ - ୧୯୯୭[]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୦ (ମୋ ସ୍ୱପ୍ନର ସହର)
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର[]
  1. http://odisha.gov.in/e-magazine/orissaannualreference/ORA-2004/pdf/eminent_literacy_luminaries_of_orissa.pdf
  2. The Indian P.E.N. P.E.N. All-India Centre. 1991.
  3. Jatindra Mohan Mohanty (1989). Into another intensity: essays on Oriya literature. Post-Graduate Dept. of English, Utkal University.
  4. D. S. Rao (1 January 2004). Five Decades: The National Academy of Letters, India : a Short History of Sahitya Akademi. Sahitya Akademi. pp. 123–. ISBN 978-81-260-2060-7.
  5. http://www.odiasahitya.com/members/memberprofile/?member=nayaklaxmidhar
  6. "ଆର୍କାଇଭ୍ କପି". Archived from the original on 2013-10-10. Retrieved 2016-09-22. ((cite web)): Cite has empty unknown parameter: |1= (help)
  7. ଓଡ଼ିଶା ସୋସାଇଟି ଅଫ ଆମେରିକାର ବାର୍ଷିକ ପତ୍ରିକା ୨୦୦୪
{{bottomLinkPreText}} {{bottomLinkText}}
ଲକ୍ଷ୍ମୀଧର ନାୟକ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?