For faster navigation, this Iframe is preloading the Wikiwand page for ଲଡୁବାବା ମନ୍ଦିର.

ଲଡୁବାବା ମନ୍ଦିର

ଲଡୁବାବା ମନ୍ଦିର ଭାରତରେ ଥିବା ଏକ ହିନ୍ଦୁ ହରିହର ମନ୍ଦିର ଓ ଏହା ଓଡ଼ିଶାର ନୟାଗଡ଼ ଜିଲ୍ଲାର ଶରଣକୁଳର ଭଣ୍ଡାର ପାହାଡ଼ ପାଦଦେଶରେ ଅବସ୍ଥିତ । ଏହି ମନ୍ଦିର ଉଭୟ କଳିଙ୍ଗ ଓ ଦ୍ରାବିଡ଼ ଶୈଳୀରେ ନିର୍ମିତ ଓ ନୟାଗଡ଼ ରାଜ୍ୟର ତତ୍କାଳୀନ ରାଜା ଲଡୁକେଶ୍ୱର ସିଂହ ମାନ୍ଧାତା ଏହାର ନିର୍ମାଣ କରାଇଥିଲେ ।

ଲଡୁବାବା ମନ୍ଦିର

ଅବସ୍ଥିତି

[ସମ୍ପାଦନା]

ଓଡ଼ିଶାର ନୟାଗଡ଼ ସଦର ମହକୁମାଠାରୁ ୧୨ କିମି ଦୂର ଶରଣକୁଳର[] ଭଣ୍ଡାର ପାହାଡ଼ ପାଦଦେଶରେ ଲଡୁବାବାଙ୍କ ପୀଠ ଅବସ୍ଥିତ ୤ ଭୁବନେଶ୍ୱରଠାରୁ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥରେ ୧୦୦ କିମି ଆସିଲେ ଏହି ପୀଠ ପଡ଼େ ।

ଇତିହାସ

[ସମ୍ପାଦନା]

ନୟାଗଡ଼ ରାଜ୍ୟର ରାଜା ଲଡୁକେଶ୍ୱର ସିଂହ ମାନ୍ଧାତା ଏହି ପୀଠର ନିର୍ମାଣ କରିଥିଲେ ।[] ଏହି ମନ୍ଦିର ଉଭୟ କଳିଙ୍ଗ ଓ ଦ୍ରାବିଡ଼ ଶୈଳୀରେ ନିର୍ମିତ ।[] ଆରମ୍ଭରେ ଏଠାର ଅଧୀଷ୍ଠ ଠାକୁର "ନକୁଳେଶ୍ବର" ନାମରେ ପରିଚିତ ଥିଲେ ଓ କାଳକ୍ରମେ ସେହି ନାମ "ଲଡୁବାବା" ହୋଇଥିବା ବିଶ୍ୱାସ କରାଯାଏ । ମୂର୍ତ୍ତି ଖୋଦନ ଶିଳ୍ପରୁ ମନ୍ଦିରଟି ପଞ୍ଚଦଶ ଶତାଦ୍ଦୀରେ ନିର୍ମିତ ହୋଇଥିବାର ବିଶ୍ବାସ କରାଯାଏ । ଏଠାରେ ଥିବା ଶିବ ଲିଙ୍ଗର ଗୋଟିଏ ପାର୍ଶ୍ୱରେ ଚକ୍ର ଚିହ୍ନ ରହିଥିବା ବେଳେ ଅପର ପାର୍ଶ୍ୱରେ ଅର୍ଦ୍ଧଚନ୍ଦ୍ର ଚିହ୍ନ ରହିଛି ୤ ମନ୍ଦିରର ଚତୁଃପାର୍ଶ୍ବରେ ଗଣେଶ, ବାସୁଦେବ, କାର୍ତ୍ତିକେୟ, ଗଙ୍ଗାଦେବୀ ଅଦି ପାର୍ଶ୍ବ ଦେବାଦେବୀଙ୍କ ମୂର୍ତ୍ତି ପୁଜାପାଇଥାନ୍ତି । ମନ୍ଦିରର ଦ୍ବାରପାଳ ନନ୍ଦୀ ଓ ଭୁକୁଟି । ମନ୍ଦିରର ବେଢ଼ାରେ ନବଗ୍ରହ, ଶ୍ରୀଜଗନ୍ନାଥ, ପାର୍ବତୀ, ସୂର୍ଯ୍ୟ, ବାବା ବୈଦ୍ୟନାଥ, ପଞ୍ଚମୁଖୀ ହନୁମାନଙ୍କ ବିଗ୍ରହ ପୂଜା ପାଆନ୍ତି ।[]

ପୂଜା ଓ ନୀତି

[ସମ୍ପାଦନା]

ଲଡୁବାବା ମନ୍ଦିର ଏକ ହରିହର ମନ୍ଦିର ଓ ଏଠାରେ ବିଭିନ୍ନ ପାର୍ଶ୍ୱଦେବଦେବୀ ପୂଜା ପାଇଥାନ୍ତି । ଲିଙ୍ଗର ଗୋଟିଏ ପାର୍ଶ୍ୱରେ ତୁଳସୀ ଓ ଅପରପାର୍ଶ୍ୱରେ ବେଲପତ୍ର ଲାଗି ହୁଏ ୤ ଏଠାରେ ପ୍ରତିଦିନ ତିନି ଧୂପ ଓ ପାଞ୍ଚ ଅବକାଶ ନୀତି ପାଳନ ହୋଇଥାଏ । ଚନ୍ଦନଯାତ୍ରା, ଶୀତଳଷଷ୍ଠି, ଶିବରାତ୍ରି, ଝୁଲଣଯାତ୍ରା, ବଡ଼ଓଷା ଅଦି ଲଡ଼ୁବାବାଙ୍କ ମୁଖ୍ୟ ପର୍ବ ।

ଦୈନିକ ନୀତି

[ସମ୍ପାଦନା]

ଲଡୁବାବା ମନ୍ଦିର ହେଉଥିବା ଦୈନିକ ନୀତି[] ମଙ୍ଗଳ ଆରତୀରୁ ଆରମ୍ଭ ହୋଇଥାଏ ଓ ମୋଟ ୨୩ ଗୋଟି ନୀତି ପାଳନ କରାଯାଏ । ଏହା ବାଦ ସୋମବାରରେ ଲଡୁବାବାଙ୍କଠାରେ, ମଙ୍ଗଳବାରରେ ପାର୍ବତୀଙ୍କ ପାଖରେ ଓ ଗୁରୁବାରରେ ଲକ୍ଷ୍ମୀଙ୍କଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୁଏ । ଦୈନିକ ନୀତିଗୁଡ଼ିକ ହେଲା:

  • ମଙ୍ଗଳ ଆରତୀ: ଏହା ସକାଳ ୪.୩୦ରୁ ୫ଟା ମଧ୍ୟରେ ପ୍ରଥମେ କର୍ପୂର ଆଳତି କରାଯାଏ ତା'ପରେ ଦୁଇଗୋଟା ଆଳତି କାଠି ଆଳତି ହୁଏ ।
  • ଉଲାଗୀ: ଲାଗି ହୋଇଥିବା ବାସି ବେଲପତ୍ର, ଫୁଲ ଓ ଚନ୍ଦନ ଇତ୍ୟାଦି କାଢ଼ି ମୂର୍ତ୍ତିଙ୍କୁ ଅନାବରଣ କରାଯାଏ ।
  • ଜଳ ଲାଗି: ମାଳୀ ସେବକମାନେ ମୂର୍ତ୍ତିରେ ଜଳ ଲାଗି କରନ୍ତି ।
  • ଦନ୍ତ ଧାବନ: ବ୍ରାହ୍ମଣ ସେବକମାନେ ମୂର୍ତ୍ତିଙ୍କୁ କୁମ୍ଭାଟୁଆ ବା ମୃତୁରୀ ଦାନ୍ତକାଠିରେ ଦନ୍ତ ଧାବନ କରନ୍ତି ।
  • ସ୍ନାନ: ଦନ୍ତ ଧାବନ ପରେ ମାଳୀ ସେବକମାନେ ସ୍ନାନକରାନ୍ତି ।
  • ପ୍ରଥମ ଅବକାଶ: ଏହାକୁ ଅଁଳାଲାଗି କୁହାଯାଏ । ବ୍ରାହ୍ମଣ ସେବକ ଏହି ସମୟରେ ଅଁଳା ଲାଗି କରନ୍ତି । ଏହା ପରେ ସ୍ନାନ ଓ ଶ୍ରୀଅଙ୍ଗ ପୋଛାହୋଇ ଦ୍ୱିତୀୟ ଅବକାଶ ହୁଏ ।
  • ଦ୍ୱିତୀୟ ଅବକାଶ: ବ୍ରାହ୍ମଣ ସେବକ ଠାକୁରଙ୍କ ଉପରେ ପଞ୍ଚାମୃତ ସ୍ନାନ ବା ଅବକାଶ ଘର୍ଷଣ କରାଯାଏ । ଏହା ବ୍ରାହ୍ମଣ ସେବକଙ୍କଦ୍ୱାରା ହୁଏ ।
  • ଜଳଶାୟୀ: ଦ୍ୱିତୀୟ ଅବକାଶ ପରେ ମାଳୀ ସେବକ ମାନଙ୍କଦ୍ୱାରା ଭକ୍ତମାନଙ୍କ ତରଫରୁ ଜଳଶାୟୀ କରାଯାଏ । ଏହାପରେ ଚନ୍ଦନ ପୁଷ୍ପ ଓ ବେଲ ପତ୍ର ଏବଂ ବସ୍ତ୍ର ଲାଗି ହୁଏ । ତା' ପରେ ସର୍ବସାଧାରଣ ଦର୍ଶନ ପାଇଁ ମନ୍ଦିର ମୁକ୍ତ କରାଯାଏ । ଏହି ସମୟରେ ପୁରୋଧା ପାକଶାଳା ହୋମ କରନ୍ତି ଓ ଠାକୁରଙ୍କ ଆସ୍ଥାନରେ ବେଦପାଠ କରାଯାଏ ।
  • ବଲ୍ଲଭ: ସକାଳ ପ୍ରାୟ ସାଢ଼େ ସାତଟା ସମୟରେ ବଲ୍ଲଭ ହୁଏ । ଏଥିରେ ଖଇ, ପୁର ଖୁରୁମା, ଛୋଟ ଖୁରୁମା, ଗୋପାଳ, କୋରା, ଗୋଟି ମୁଆଁ ଓ ଚକାମୁଆଁ ଭୋଗ ହୁଏ । ଠାକୁରଙ୍କ ସାମନାରେ ବୃଷଭ ପାଖରେ ଜ୍ୟୋତିଷ ପାଞ୍ଜି ପଢ଼ନ୍ତି । ପରେ ଦୁଇ ଘଣ୍ଟା ପାଇଁ ଦର୍ଶନ ନିମିତ୍ତ ମନ୍ଦିର ଖୋଲା ରହେ ।
  • ସକାଳ ଧୂପ: ସକାଳ ୧୦ଘଣ୍ଟା ବେଳକୁ ସକାଳ ଧୂପ ହୁଏ । ବ୍ରାହ୍ମଣ ସେବକ ଏହି ଧୂପ କରନ୍ତି । ଏଥିରେ ଖେଚେଡ଼ି, କାନିକା, ଡାଲି, ତର୍କାରୀ, ଖଟା, କ୍ଷୀରି ଓ ଭଜା ପ୍ରଭୁଙ୍କୁ ଅର୍ପଣ କରାଯାଏ ।
  • ପୁଡ଼ା ଭୋଗ: ବ୍ରାହ୍ମଣମାନେ ପ୍ରଥମେ ପୁଡ଼ାଭୋଗ ଓ ଏଣ୍ଡୁରୀ ଅର୍ପଣ କରନ୍ତି ତା ପରେ ମାଳି ସେବକମାନେ ପୂଡ଼ାରୋଗ ଅର୍ପଣ କରନ୍ତି । ଏହା ୧୦.୩୦ରୁ ୧୧ଟା ମଧ୍ୟରେ ହୁଏ।
  • କ୍ଷୀରାଭିଷେକ: ପୁଡ଼ାଭୋଗ ପରେ ଉଲାଗି, ପରେ ପୁରୋଧା କ୍ଷୀରାଭିଷେକ କରନ୍ତି । ଏହା ଦିବା ୧୧ଟା ସମୟରେ ହୁଏ।
  • ତୃତୀୟ ଅବକାଶ: କ୍ଷୀରାଭିଷେକ ପରେ ଟଭାରସ ମର୍ଦ୍ଦନ ପରେ ସଂପୂର୍ଣ୍ଣ ଜଳଶାୟୀ କରାଯାଇ ଶ୍ରୀଅଙ୍ଗ ପୋଛା ଓ ତୁଳସୀ ମଞ୍ଜରୀ ତଥା ଫୁଲ ଚନ୍ଦନ ଓଲାଗି କରାଯାଏ । ତା' ପରେ ବ୍ରାହ୍ମଣ ସେବକ ଝିଲ୍ଲୀ ଭୋଗ କରନ୍ତି । ଏହି ନୀତି ଦିନ୧୧.୩୦ରେ ଅନୁଷ୍ଠିତ ହୁଏ ।
  • ଦ୍ୱିପ୍ରହର ଧୂପ: ଦିବା ୧୨ଘଣ୍ଟା ସମୟରେ ଏହା ହୁଏ । ଏଥିରେ ଅରୁଆ ଅନ୍ନ, ଡାଲମା, ଖିରି, କାକରା, ବିରିକାନ୍ତି, ଦଧିଅନ୍ନ ଓ ତର୍କାରୀ ଭୋଗ ହୁଏ।
  • ପହଡ଼: ଦ୍ୱିପ୍ରହର ଧୂପ ପରେ ମନ୍ଦିର ସଂନ୍ଧ୍ୟା ଯାଏଁ ବନ୍ଦ ରୁହେ । ପ୍ରଭୁ ବିଶ୍ରାମ ନିଅନ୍ତି ।
  • ଟେରା: ସଂନ୍ଧ୍ୟା ଆଳତି ସହ ସୂର୍ଯ୍ୟାସ୍ତ ସମୟରେ ମନ୍ଦିର ପୁଣି ଖୋଲେ । ଏହି ସମୟରେ ଅମ୍ବିକା ବିଳାସ, ଗୋପାଳ, ମାଣ୍ଡୁଅପଣା, ସାଧା ପଣା, ଭାବିଡି ଇତ୍ୟାଦି ଭୋଗ ହୁଏ।
  • ଚତୁର୍ଥ ଅବକାଶ: ଟେରା ପରେ ଉଲାଗି ହୋଇ ରାଶିତେଲ ମର୍ଦ୍ଦନ ହୁଏ, ଏହାକୁ ଫୁଲୁରୀ ମର୍ଦ୍ଦନ କହନ୍ତି । ତା ପରେ ଗଙ୍ଗୋଦକରେ ସ୍ନାନ କରାଯାଏ।
  • ଜଳଶାୟୀ: ଚତୁର୍ଥ ଅବକାଶ ପରେ ମାଳୀ ସେବକମାନେ ଭକ୍ତମାନଙ୍କ ତରଫରୁ ଜଳଶାୟୀ କରାନ୍ତି ।
  • ସରପଣା ଭୋଗ: ଫୁଲ ଚନ୍ଦନ ଲାଗି ପରେ ସଂନ୍ଧ୍ୟା ପ୍ରାୟ ୬.୩୦ ବେଳକୁ ସରପଣା ଭୋଗ ହୁଏ।
  • ସଂନ୍ଧ୍ୟା ଧୂପ: ରାତି ୭ଟାରୁ ୭.୩୦ ମଧ୍ୟରେ ସନ୍ଧ୍ୟା ଧୂପ ହୁଏ । ଏଥିରେ ଅରୁଆ ଅନ୍ନ ଓ ଡାଲମା ଅର୍ପଣ କରା ଯାଏ । ଏହାପରେ ଯାତ୍ରୀ ଦର୍ଶନ ପାଇଁ ମନ୍ଦିର ଖୋଲା ରୁହେ।
  • ପଞ୍ଚମ ଅବକାଶ: ସନ୍ଧ୍ୟା ଧୂପ ପରେ ଉଲାଗି ହୋଇ ୭.୩୦ରୁ ୮ଟା ମଧ୍ୟରେ ଏହି ନୀତି ହୁଏ । ଏହାକୁ ଚତୁସମ ନୀତି କହନ୍ତି । ଏହି ସମୟରେ କାକରା ପୂଜା ହୁଏ । ପୂର୍ବରୁ ଏହି ସମୟରେ ଗୀତଗୋବିନ୍ଦ ପାଠ କରାଯାଉଥିଲା । ଏହି ନୀତି ସମୟରେ ଗଂଗାଜଳରେ ପ୍ରଭୁଙ୍କୁ ଗାଧୁଆଯାଏ ।
  • ବଡ ସିଂହାର: ରାତି ୯ଘଣ୍ଟା ସମୟରେ ବଡ଼ ସିଂହାର ହୁଏ । ଏହି ସମୟରେ କଦମ୍ବା, ଗଜା, ତାଡିଆ, ପୁର ଖୁରୁମା, ସର, ବୁନ୍ଦିଆ ଓ ଛୋଟ ଖୁରୁମା ଭୋଗ ହୁଏ। ଏହା ପରେ ଶିବ-ପାର୍ବତୀଙ୍କ ମୂର୍ତ୍ତି ଆଣି ବୃଷଭ ପଛପଟେ ଏକ ଡମ୍ବରୁ ଉପରେ ବସାଇ ଖଟ ସଜ ପଣା ଭୋଗ ଓ ଆଳତି ହୁଏ । ଡମ୍ବରୁ ଉପରେ ବସିଥିବା ଉମା ମହେଶ୍ୱରଙ୍କ ପାଖରେ ପାରିଜାତକ ଭୋଗ ହୋଇ ପୁଣି ଅଳତି ହୁଏ । ତା'ପରେ ଠାକୁରମାନେ ଖଟ ଉପରେ ପହଡ଼ ଯାଆନ୍ତି । ଏହା ପରେ ସେବାସୀ ବା ଭକ୍ତ କାହାକୁ ମନ୍ଦିର ଭିତରକୁ ଛଡାଯାଏ ନାହିଁ ।
  1. "ଶରଣକୁଳ | ନୟାଗଡ଼ ଜିଲ୍ଲା ଓଡ଼ିଶା ସରକାର | ଭାରତ" (in od). Retrieved 2023-10-20.((cite web)): CS1 maint: unrecognized language (link)
  2. "କାହିଁକି ରାଜା ନିଜ ନାଆଁରେ ପ୍ରସିଦ୍ଧ ଶୈବପୀଠ 'ଲଡୁକେଶ୍ୱର ମନ୍ଦିର'ର ନିର୍ମାଣ କରିଥିଲେ ?". Sambad (in ଆମେରିକୀୟ ଇଂରାଜୀ). 2018-08-13. Retrieved 2023-10-20.
  3. ହୋସେନ, ଆଫତାବ (2020-10-05). "ଲଡୁବାବା". ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA. Retrieved 2023-10-20.
  4. admin (2020-10-05). "ଲଡୁବାବା". ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA (in ଆମେରିକୀୟ ଇଂରାଜୀ). Retrieved 2023-10-20.
  5. Behera, Sushreesmita (2020-02-21). "ଆଜି ମହାଶିବରାତ୍ରୀ: ଚଳଚଞ୍ଚଳ ନୟାଗଡ଼ର ଶ୍ରୀ ଶ୍ରୀ ଲଡୁବାବା ପୀଠ". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2023-10-20.

ଅଧିକ ତଥ୍ୟ

[ସମ୍ପାଦନା]
{{bottomLinkPreText}} {{bottomLinkText}}
ଲଡୁବାବା ମନ୍ଦିର
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?