For faster navigation, this Iframe is preloading the Wikiwand page for ଶୋଭନେଶ୍ୱର ଦେଉଳ, ନିଆଳି.

ଶୋଭନେଶ୍ୱର ଦେଉଳ, ନିଆଳି

ଶୋଭନେଶ୍ୱର ଦେଉଳ
ଶୋଭନେଶ୍ୱର ମନ୍ଦିରର ନାଟମନ୍ଦିର, ଜଗମୋହନ ଓ ବିମାନ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtକଟକ
Location
ସ୍ଥାନନିଆଳି
Country India

ଶୋଭନେଶ୍ୱର ଦେଉଳ କଟକ ଜିଲ୍ଲାର ନିଆଳି ବ୍ଲକର ନିଆଳି ଗ୍ରାମରେ ଥିବା ଏକ ପୁରାତନ ଉତ୍କଳୀୟ ଦେଉଳ । ଏହା କଳିଙ୍ଗ ସ୍ଥାପତ୍ୟ କଳା ଅନୁସାରେ ଶୋଭନେଶ୍ୱର ମହାଦେବଙ୍କ ଲାଗି ନିର୍ମିତ । ଦେଉଳଟି ପ୍ରାଚୀ ନଦୀର ବାମ କୂଳରେ ଅବସ୍ଥିତ ।

ଇତିହାସ

[ସମ୍ପାଦନା]

ଶୋଭନେଶ୍ୱର ମନ୍ଦିର ଗଙ୍ଗବଂଶର ଅନଙ୍ଗଭୀମ ଦେବଙ୍କ ରାଜୁତି କାଳରେ (ଖ୍ରୀଷ୍ଟାବ୍ଦ ୧୧୯୦-୧୧୯୮) ଶ୍ରୀ ବୈଦ୍ୟନାଥ ନାମକ ଏକ ରାଜାଙ୍କଦ୍ୱାରା ନିର୍ମିତ ହୋଇଥିଲା ।[] ବୈଦ୍ୟନାଥ ନାଗବଂଶୀ ଥିଲେ । ଗବେଷକମାନଙ୍କ ମତରେ ବୈଦ୍ୟନାଥ ଜଣେ ସାମନ୍ତ ରାଜା ଥିଲେ । ଗଙ୍ଗବଂଶର ଅଧୋପତନ ପରେ ସେ ମନ୍ଦିରର ଯତ୍ନ ନେଇଥିବା ମଧ୍ୟ ସମ୍ଭବ ।[] ବୈଦ୍ୟନାଥ ଓଡ଼ିଶାରେ କେତେକ ମଠ ମଧ୍ୟ ନିର୍ମାଣ କରାଇଥିଲେ ।

ବୈଦ୍ୟନାଥଙ୍କ ବଂଶ ବିଷୟରେ କେତେକ ତଥ୍ୟ ମିଳେ । କାଶ୍ୟପ ଗୋତ୍ରର ଗରୁଡ଼ ନାମକ ବ୍ରାହ୍ମଣ କାକୋଦରପୁର ଓ ଭୁଜଙ୍ଗମପୁରୀ ଅଞ୍ଚଳରେ ନିଜର ଏକ ରାଜ୍ୟ ବସାଇଥିଲେ । ଗରୁଡ଼ଙ୍କ ପୁତ୍ରଙ୍କ ନାମ ମାଧବ ଓ ମାଧବଙ୍କ ପୁତ୍ରଙ୍କ ନାମ ବୈଦ୍ୟନାଥ । ଏହି ବୈଦ୍ୟନାଥ ଶୋଭନେଶ୍ୱର ମନ୍ଦିରର ନିର୍ମାତା ।[]

'ସାବନ' ନାମକ ବ୍ରାହ୍ମଣ ଶିଳ୍ପକାର ଭାବେ ଶୋଭନେଶ୍ୱର ମନ୍ଦିର ଗଢ଼ିଥିବା ଶିଳାଲିପିରେ ରହିଛି ।[]

ପ୍ରତ୍ନଲିପି

[ସମ୍ପାଦନା]
ଶୋଭନେଶ୍ୱର ମନ୍ଦିରରେ ଥିବା ଶିଳାଲିପି

ଜଗମୋହନର ବାହାର ପଟ ସମ୍ମୁଖରେ ଗୋଟିଏ ପ୍ରସ୍ତର ଶିଳାଲିପି ରହିଛି । ଏହା ପ୍ରାଚୀନ ଦେବନାଗରୀ ଲିପିରେ ଖୋଦିତ ହୋଇଛି । ଦ୍ୱାଦଶ ଶତାବ୍ଦୀରେ ଶୋଭନେଶ୍ୱର ମନ୍ଦିର ତୋଳାଯାଇଥିବା ଉଲ୍ଲେଖ ଏଥିରେ ରହିଛି । ବୈଦ୍ୟନାଥ ରାଜାଙ୍କ ପ୍ରଜାପ୍ରିୟତା ବିଷୟରେ ଏହିଠାରୁ ତଥ୍ୟ ପ୍ରାପ୍ତ ହୁଏ ।[] ଏହା ସହିତ ମନ୍ଦିରରେ ଦେବଦାସୀ ନାଚ ପ୍ରଚଳନ କରାଯାଇଥିବା ବିଷୟ ଲେଖାହୋଇଛି ।[] ବର୍ତ୍ତମାନ ଶୋଭନେଶ୍ୱର ମନ୍ଦିରରେ ଦେବଦାସୀ ପ୍ରଥା ନଥିଲେ ମଧ୍ୟ ଏଠାରୁ ୧୫ ମାଇଲ ଦୂରରେ ଥିବା ବାଲିକୁଦ ନିକଟବର୍ତ୍ତୀ ଖମ୍ବକାଳ ଗ୍ରାମର ଏକ ମଠରେ ଏବେ ମଧ୍ୟ ଗାହାଣ ନାରୀମାନେ ରହିଛନ୍ତି ।[] ଶୋଭନେଶ୍ୱର ମନ୍ଦିରକୁ ପଥିକମାନେ ମେରୁ, ହିମାଳୟ, କୈଳାସ, ବିନ୍ଧ୍ୟ ଓ ମହେନ୍ଦ୍ର ପର୍ବତ ସଙ୍ଗେ ତୁଳନା କରୁଥିଲେ ।[]

ଐତିହାସିକ ଡଃ ସତ୍ୟନାରାୟଣ ରାଜଗୁରୁ Inscriptions of Orissa ପୁସ୍ତକାବଳୀର ତୃତୀୟ ଗ୍ରନ୍ଥର ଦ୍ୱିତୀୟ ଭାଗରେ ୨୮୦ ସଂଖ୍ୟାରେ ଶୋଭନେଶ୍ୱର ମନ୍ଦିରର ପ୍ରତ୍ନଲିପିକୁ ସମ୍ପୂର୍ଣ୍ଣ ଭାବେ ଦେଇଛନ୍ତି ।[]

ଏହି ଶିଳାଲିପି ଉଦୟନ ନାମକ କବିଙ୍କ ରଚନା । ଏହା ୨୩ତମ ଧାଡ଼ିରେ ରହିଥିବା ଭଣିତାରୁ ପ୍ରାପ୍ତ ହୁଏ ।[]

ଧୀରେ‌ନ୍ଦ୍ରୋଦୟନ ପ୍ରଶସ୍ତିମତୁଲାଂ ତତ୍‌ପ୍ରେରିତଶ୍ଚକ୍ରିୟାନ୍ । ପ୍ରଜ୍ଞାସୁନ୍ଦରମନ୍ଦିର କୁଳଗୃହଂ ନୀତେଃ କଳାସମ୍ପଦାମେକଂ ଧାମ ଚ ଧର୍ମନର୍ମସଦନଂ ଭୂତୋ ଦ୍ୱିଜଃ ସାବନଃ ।

ଏହି 'ଉଦୟନ' ଉଦୟନାଚାର୍ଯ୍ୟ (ପାଖାପାଖି ଖ୍ରୀଷ୍ଟାବ୍ଦ ୧୨୨୦) ବୋଲି ଗବେଷକଙ୍କ ମତ । ଉଦୟନାଚାର୍ଯ୍ୟ ଜୟଦେବଙ୍କ ଗୀତଗୋବିନ୍ଦର ପ୍ରଥମ ଟୀକାକାର । ଉଦୟନାଚାର୍ଯ୍ୟଙ୍କ ଟୀକା 'ଭାବବିଭାବିନୀ' ଭାବେ ନାମିତ ।[]

ସ୍ଥାପତ୍ୟ

[ସମ୍ପାଦନା]

ମନ୍ଦିରଟି ଚାରିଗୋଟି ଭାଗରେ ବିଭକ୍ତ : ବିମାନ, ଜଗମୋହନ, ନାଟମନ୍ଦିର ଓ ଭୋଗମଣ୍ଡପ । ନାଟମନ୍ଦିର ଓ ଭୋଗମଣ୍ଡପ ଧ୍ୱସ୍ତ ହୋଇଯାଇ ତାହାଙ୍କର କେବଳ ଅବଶେଷ ରହିଛି । ମନ୍ଦିରର ବିମାନ ରେଖ ଶୈଳୀରେ ଓ ଜଗମୋହନ ପୀଢ଼ ଶୈଳୀରେ ନିର୍ମିତ । ବିମାନ ସପ୍ତରଥ ନକ୍ସା ଅନୁସାରେ ଗଢ଼ାହୋଇଛି । ବାଡ଼ ପାଞ୍ଚଗୋଟି ଭାଗରେ ବିଭକ୍ତ ଓ ବନ୍ଧନ ଏବଂ ବାରଣ୍ଡାଦ୍ୱାରା ପରିବେଷ୍ଟିତ । ମନ୍ଦିରର ଗଣ୍ଡିରେ ଅଙ୍ଗଶିଖରମାନ ରହିଛି ।[]

କଳାକୃତି

[ସମ୍ପାଦନା]

ଶୋଭନେଶ୍ୱର ମନ୍ଦିରର ଗାତ୍ରରେ ଅନେକ କଳାକୃତି ରହିଛି । ନାୟିକା ଓ ଦିଗପାଳମାନଙ୍କ କମନୀୟ ମୂର୍ତ୍ତି ଖୋଦିତ ହୋଇଛି ।

ଆଠଗୋଟି ଚତୁର୍ଭୁଜ ବିଷ୍ଣୁମୂର୍ତ୍ତି ଏହି ସ୍ଥାନରୁ ପ୍ରାପ୍ତ ହୋଇଛି । ପ୍ରତ୍ନତତ୍ତ୍ୱ ବିଭାଗଦ୍ୱାରା ଏକ କ୍ଷୁଦ୍ର ସଙ୍ଗ୍ରହାଳୟ ନିର୍ମିତ ହୋଇ ତହିଁରେ ଏହି ଆଠଗୋଟି ବିଷ୍ଣୁ ପ୍ରତିମା, ଏକ ବରାହ ପ୍ରତିମା ଓ ଏକ ଯମ ପ୍ରତିମା ସାଇତା ହୋଇ ରଖାହୋଇଛି ।[] ଏତେ ସଂଖ୍ୟକ ବିଷ୍ଣୁ ପ୍ରତିମା ଉଦ୍ଧାର ହୋଇଥିବାରୁ ଶୋଭନେଶ୍ୱର ପୂର୍ବକାଳରେ ଏକ ପ୍ରଧାନ ବୈଷ୍ଣବ ପୀଠ ଥିଲା ବୋଲି ପ୍ରତୀତ ହୁଏ ।[]

ଶୋଭନେଶ୍ୱର ମନ୍ଦିରର ଦକ୍ଷିଣ ଦିଗରେ ହରଚଣ୍ଡୀଙ୍କ ମନ୍ଦିର ରହିଛି । ଏହି ମନ୍ଦିରରେ ଅଷ୍ଟଭୁଜା ଚାମୁଣ୍ଡାଙ୍କ ପ୍ରତିମା ହରଚଣ୍ଡୀ ନାମରେ ପୂଜିତ ହେଉଛନ୍ତି । ଅଷ୍ଟମ କିମ୍ବା ନବମ ଶତାବ୍ଦୀରେ ନିର୍ମିତ ଏହି ଚାମୁଣ୍ଡା ବିଗ୍ରହ ଓଡ଼ିଶାର ସବୁଠୁଁ ପୁରାତନ ଚାମୁଣ୍ଡା ବିଗ୍ରହ ଭାବେ ଜଣାଶୁଣା ।[]

ପାଖରେ ଷଷ୍ଠ ଶତାବ୍ଦୀର ଏକ ବ୍ରହ୍ମା ମୂର୍ତ୍ତି ମଧ୍ୟ ପୂଜିତ । ଏହି ପ୍ରତିମାରେ ଚତୁର୍ମୁଖ ବ୍ରହ୍ମା କମଳାସନରେ ରୂପାୟିତ । ପୁରୁଣା ଦେଉଳ ଭାଙ୍ଗିଯାଇଥିବାରୁ ପ୍ରତିମାଙ୍କ ଉଦ୍ଦେଶ୍ୟରେ ଏକ ନୂତନ ରେଖ ଦେଉଳ ନିର୍ମିତ ହୋଇଛି ।[]

ସଂରକ୍ଷଣ

[ସମ୍ପାଦନା]

ଶୋଭନେଶ୍ୱର ମନ୍ଦିରଟି ତଳ ଅଞ୍ଚଳରେ ନିର୍ମିତ ହୋଇଥିବାରୁ ବର୍ଷା ଋତୁରେ ମନ୍ଦିର ପ୍ରାଙ୍ଗଣ ପାଣିରେ ବୁଡ଼ି ରହେ । ଦେଉଳର ବିଭିନ୍ନ ଅଂଶରେ ଶିଉଳି ମଧ୍ୟ ମାଡ଼ିଯାଏ । ବର୍ଷା ଓ ଶିଉଳି ଯୋଗୁଁ ଅନେକ କଳାକୃତିର ନିଖୁଣତା ସ୍ପଷ୍ଟ ଭାବେ ବାରି ହେଉନାହିଁ ।[]

ତିନି ଚାରି ବର୍ଷକୁ ଥରେ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣଦ୍ୱାରା ମନ୍ଦିରର ରାସାୟନିକ ସଫେଇ କରାଯାଇଥାଏ । []

ଶୋଭନେଶ୍ୱର ଦେଉଳର ୩୬୦-ଡିଗ୍ରି ଚିତ୍ର
  1. ୧.୦ ୧.୧ ୧.୨ Sangeet Natak, Sangeet Natak Akademi, 1990.
  2. ୨.୦ ୨.୧ ୨.୨ Carved wonder in ruins, Namita Panda. Wednesday , March 19 , 2014, The Telegraph.
  3. Cultural heritage of Orissa, Gopinath Mohanty, Jeeban Kumar Patnaik, Santosha Kumāra Ratha, State Level Vyasakabi Fakir Mohan Smruti Samsad State Level Vyasakabi Fakir Mohan Smruti Samsad, 2003.
  4. Medieval Orissa: A Socio-economic Study, Shishir Kumar Panda Mittal Publications, 01-Jan-1991. ((ISBN|8170992613)), ISBN 9788170992615.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ Sobhaneswara : About the Temple Archived 2003-05-12 at the Wayback Machine., Orissa Gateway.
  6. Temples of Orissa, Karuna Sagar Behera Orissa Sahitya Akademi, 1993.
  7. ୭.୦ ୭.୧ Inscriptions of Orissa (C. 1045-1190 A.D.), Volume-3, Part-2. Sri S. N. Rajguru, Curator, Orissa State Museum. First Edition, Orissa Sahitya Akademi.
  8. History of Orissa, N. K. Sahu, P. K. Mishra, Jagna Kumar Sahu, Nalanola, 1981.
{{bottomLinkPreText}} {{bottomLinkText}}
ଶୋଭନେଶ୍ୱର ଦେଉଳ, ନିଆଳି
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?