For faster navigation, this Iframe is preloading the Wikiwand page for ଉମାଚରଣ ପଟ୍ଟନାୟକ.

ଉମାଚରଣ ପଟ୍ଟନାୟକ

ଉମାଚରଣ ପଟ୍ଟନାୟକ
ସାଂସଦ: ୧ମ୨ୟ ଲୋକ ସଭା
କାର୍ଯ୍ୟକାଳ
୧୯୫୨ – ୧୯୬୧
ପର ଅଧିକାରୀଅନନ୍ତ ତ୍ରିପାଠୀ ଶର୍ମା
ନିର୍ବାଚନ ମଣ୍ଡଳୀଗଞ୍ଜାମ
ବ୍ୟକ୍ତିଗତ ସବିଶେଷ
ଜନ୍ମ
ବଡ଼ଗଡ଼, ଗଞ୍ଜାମ

(1902-10-19)୧୯ ଅକ୍ଟୋବର ୧୯୦୨
ମୃତ୍ୟୁ୧୮ ଫେବୃଆରୀ ୧୯୬୧(1961-02-18) (ବୟସ ୫୮)
ନୂଆଦିଲ୍ଲୀ
ଜାତୀୟତାଭାରତୀୟ
ରାଜନୀତିକ ଦଳନିର୍ଦ୍ଦଳୀୟ ରାଜନୀତିଜ୍ଞ
ଜୀବନ ସାଥୀଦୁର୍ଗାବତୀ ଦେବୀ
ବାପା/ବୋଉଅଭିମନ୍ୟୁ ପଟ୍ଟନାୟକ (ବାପା)
ପଦ୍ମାବତୀ ଦେବୀ (ମାଆ)


ଉମାଚରଣ ପଟ୍ଟନାୟକ ଦକ୍ଷିଣ ଓଡ଼ିଶାର ଜଣେ ସ୍ୱାଧୀନତା ସଂଗ୍ରାମୀ, ଜନନେତା ତଥା ରାଜନୀତିଜ୍ଞ ଥିଲେ ଯାହାଙ୍କ କାର୍ଯ୍ୟକାଳ ଥିଲା ବିଂଶ ଶତାବ୍ଦୀର ମଧ୍ୟ ଭାଗ ।[] ସେ ଓଡ଼ିଶା ବିଧାନ ସଭା ସଦସ୍ୟ, ମନ୍ତ୍ରୀ ତଥା ଦୁଇ ଥର ଲୋକ ସଭା ସଦସ୍ୟ (ସ୍ୱାଧୀନ) ମଧ୍ୟ ବନିଥିଲେ । ବ୍ରହ୍ମପୁର ସରକାରୀ ଇଂଞିନିୟରିଂ ସ୍କୁଲଟି ତାଙ୍କରି ନାମରେ ନାମିତ ହୋଇଛି[]

ଜନ୍ମ ଓ ଶିକ୍ଷା

[ସମ୍ପାଦନା]

ଉମାଚରଣ ପଟ୍ଟନାୟକ ୧୯୦୨ ମସିହା ଅକ୍ଟୋବର ମାସ ୧୯ ତାରିଖ ଦିନ ଗଞାମ ଜିଲ୍ଲା ବଡ଼ଗଡ଼ରେ ଜନ୍ମ ନେଇଥିଲେ ।[] ତାଙ୍କ ପିତା ଥିଲେ ଶ୍ରୀ ଅଭିମନ୍ୟୁ ପଟ୍ଟନାୟକ ଯେ କି ପରେ ଜିଲ୍ଲା କଲେକ୍ଟର ହୋଇଥିଲେ । ତାଙ୍କ ମାତା ଥିଲେ ପଦ୍ମାବତୀ ଦେବୀ । ସେ ବଡ଼ଗଡ଼ଠାରେ ଶିକ୍ଷା ଆରମ୍ଭ କରି ଛତ୍ରପୁର, ସତ୍ୟବାଦୀ ବନ ବିଦ୍ୟାଳୟରେ ପଢ଼ିଥିଲେ ଓ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ହାଇସ୍କୁଲ୍‍‍ରୁ ଏସ୍‍ ଏସ୍‍ ଏଲ୍‍ ସି (ମାଟ୍ରିକ୍ୟୁଲେଶନ) ପାସ୍‍ କରିଥିଲେ । ତା ପରେ ବ୍ରହ୍ମପୁର ଖଲ୍ଲିକୋଟ ମହାବିଦ୍ୟାଳୟରୁ ଆଇ. ଏ. ପାସ୍‍ କରି ମାନ୍ଦ୍ରାଜ ପ୍ରେସିଡେ‍ନ୍ସୀ କଲେଜରୁ ବି.ଏ. ପାସ କରିଥିଲେ । ଏହା ପରେ କଟକ ରେଭେନ୍ସା କଲେଜରୁ ଇତିହାସରେ ଏମ୍. ଏ. ତଥା ଆଇନ୍‍ ପାସ୍‍ କରିଥିଲେ ।

ଓକିଲାତି ଓ ଜନସେବା

[ସମ୍ପାଦନା]

ଉମାଚରଣ ଆସିକାରେ ତାଙ୍କର ଓକିଲାତି ବ୍ୟବସାୟ ଆରମ୍ଭ କରିଥିଲେ ଓ ପରେ ଭଞ୍ଜନଗରରେ ଓକିଲାତି କଲେ । ପରେ ଫୌଜଦାରୀ ମକଦ୍ଦମାରେ ଖ୍ୟାତି ପାଇବାରୁ ବ୍ରହ୍ମପୁରଠାରେ ତାଙ୍କ ବ୍ୟବସାୟ ଚଳାଇଲେ । ଓକିଲାତି ସହିତ ସେ କଂଗ୍ରେସ ଦଳର ସଭ୍ୟ ଭାବରେ ସମାଜ ସେବା ଆରମ୍ଭ ଲରିଥିଲେ । ୧୯୨୨ରୁ ସେ ଗାନ୍ଧୀଜୀଙ୍କ ବାର୍ତ୍ତା ଅନୁସାରେ ଚରଖା ଆନ୍ଦୋଳନ, ହରିଜନ ସଂସ୍କାର, ପଛୁଆ ବର୍ଗ ଲୋକଙ୍କ ସେବା ଆଦିରେ ନିଜକୁ ନିୟୋଜିତ କରିଥିଲେ । ଦଣ୍ଡାସି ବୋଲି ଗୋଟିଏ ଜାତିକୁ ସେ ଇଂରେଜ ସରକାରଙ୍କ ଦାଗୀ ତାଲିକାରୁ ହଟାଇବାକୁ ଆନ୍ଦୋଳନ କରି ସେଥିରେ ସେ ସଫଳ ହୋଇଥିଲେ । ହାଡି ଓ ଅନ୍ୟାନ୍ୟ ଅଛୁଆଁ ଜାତିଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ନିମନ୍ତେ ସେ କାର୍ଯ୍ୟ କରିଥିଲେ ।

ସ୍ୱାଧୀନତା ସଂଗ୍ରାମ ଏବଂ ରାଜନୀତିରେ ଅଂଶଗ୍ରହଣ

[ସମ୍ପାଦନା]

୧୯୩୦ ମସିହାରେ ଗଞ୍ଜାମ ଜିଲ୍ଲାରେ ଇଂରେଜ ସରକାରଙ୍କ ବିରୋଧରେ ଲବଣ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଥିଲା । ଏଥିରେ ଉମାଚରଣ ଓ ତାଙ୍କ ପତ୍ନୀ ଦୁର୍ଗାବତୀ ଦେବୀ ପ୍ରମୁଖ ଭୂମିକା ନେଇଥିଲେ । ୧୯୩୧ ମସିହାରେ ସେ ଉତ୍କଳ ସମ୍ମିଳନୀରେ ଯୋଗ ଦେ‍ଇଥିଲେ । ଓଡ଼ିଶା ଓ ମାଂଦ୍ରାଜ ପ୍ରଦେଶର ସୀମା ନିର୍ଦ୍ଧାରଣ ପାଇଁ ଆସିଥିବା "ଓଡୋନେଲ କମିଟି" ସମ୍ମୁଖରେ ସମଗ୍ର ଗଞାମ ଜିଲ୍ଲା ତଥା ଶ୍ରୀକାକୁଲମ ଜିଲ୍ଲାର କିଛି ଅଂଶକୁ ପ୍ରସ୍ତାବିତ ଓଡ଼ିଶା ପ୍ରଦେଶରେ ମିଶାଇବା ପାଇଁ ସେ ଦୃଢ଼ ଦାବି ଉପସ୍ଥାପପନା କରିଥିଲେ ।[]

୧୯୩୫ ମସିହାରେ ଜବାହରଲାଲ ନେହେରୁ ଗଞାମ ଗସ୍ତ କରିଥିଲେ ଓ ବିଭିନ୍ନ ଅଞ୍ଚଳରେ ସଭା କରିଥିଲେ । ସେହି ସବୁ ସଭାଗୁଡ଼ିକ ଆୟୋଜନ କରିବାରେ ଉମାଚରଣ ମୁଖ୍ୟ ଭୂମିକା ନେ‍ଇଥିଲେ । ୧୯୩୬ ମସିହାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ସେ ଗଞାମ ଜିଲ୍ଲା ବୋର୍ଡର ସଭାପତି ନିର୍ବାଚିତ ହୋଇଥିଲେ । ୧୯୩୭ ମସିହାରେ ସୁଭାଷ ଚନ୍ଦ୍ର ବୋଷଙ୍କ ଗଞାମ ଗସ୍ତ ସମୟରେ ସେ ଜିଲ୍ଲା ବୋର୍ଡ ତରଫରୁ ତାଙ୍କର ଅଭ୍ୟର୍ଥନା କରିଥିଲେ ଓ ତାଙ୍କ ସାନିଧ୍ୟ ପାଇଥିଲେ ।

୧୯୩୯ ମସିହାରେ ସେ ଓଡ଼ିଶା ସରକାରଂକ ସରକାରୀ ଓକିଲ ଭାବରେ ନିଯୁକ୍ତ ହୋଇଥିଲେ, ମାତ୍ର ମହାତ୍ମା ଗାନ୍ଧୀଙ୍କ ବ୍ୟକ୍ତିଗତ ସତ୍ୟାଗ୍ରହ ଡାକରା ଅନୁସାରେ ସେ ପଦବୀରୁ ଇସ୍ତଫା ଦେ‍ଇ ବେଲଗୁଣ୍ଠାରେ ସତ୍ୟାଗ୍ରହ କରିଥିଲେ । ସେଥିରେ ସେ ଗିରଫ ହୋଇ ରସୁଲକୋଣ୍ଡା (ବର୍ତ୍ତମାନର ଭଞନଗର) ଜେଲରେ ଛ'ମାସ ବନ୍ଦୀ ରହିଥିଲେ ।

୧୯୪୨ ମସିହାରେ ଉମାଚରଣ ଫୁଲବାଣୀର ବାଲିଗୁଡ଼ା ଓଡ଼ିଶା ପ୍ରାଦେଶିକ ସଭା ଉପନିର୍ବାଚନରେ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇ ଥିଲେ । ତାଙ୍କ ବିରୁଦ୍ଧରେ ଛିଡାହୋଇଥିଲେ କନିକାର ପଟ୍ଟାୟତ ଶୈଳେନ୍ଦ୍ର ନାରାୟଣ । ସେଠାର କନ୍ଧମାନଙ୍କ ସମର୍ଥନରେ ଉମାଚରଣ ବିପୁଳ ଭୋଟରେ ବିଜୟୀ ହୋଇଥିଲେ, ଯଦିବା ତାଙ୍କ ବିରୋଧୀ ପ୍ରାର୍ଥୀଙ୍କୁ ପାରଳା ମହାରାଜଙ୍କ ପ୍ରାଦେଶିକ ସରକାରଙ୍କ ସମର୍ଥନ ଥିଲା । ମାତ୍ର ପରେ ପରାଜିତ ପ୍ରାର୍ଥୀ ଶୈଲେନ୍ଦ୍ର ନାରୟଣ ତାଙ୍କ ବିରୋଧରେ ନିର୍ବାଚନ ମକଦ୍ଦମା ରରିଥିଲେ ଏହା ଦର୍ଶାଇ ଯେ ଉମାଚରଣ ବିପୁଳ ଅର୍ଥ ଖର୍ଚ୍ଚ କରିଥିଲେ ଓ ନିର୍ବାଚନ ହିସାବ ଠିକ ସମୟରେ ଦାଖଲ କରିନଥିଲେ । ଏହି ଅଭିଯୋଗ ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଉମାଚରଣ କହିଥିଲେ ମଧ୍ୟ ନିର୍ବାଚନ କମିଶନର ସରକାରୀ ଦଳର ଚାପରେ ଉମାଚରଣଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ଓ ଛ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ ବୋଲି ଦଣ୍ଡ ଦେ‍ଇଥିଲେ ।

୧୯୪୨ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେ‍ଇ ସେ ଗିରଫ ହୋଇ ସେ ବର୍ଷଠାରୁ ୧୯୪୫ ମସିହା ଜୁନ୍‍ ମାସ ଯାଏଁ ବ୍ରହ୍ମପୁର ଜେଲରେ ବ‍ନ୍ଦୀ ଜୀବନ ବିତାଇଥିଲେ । ୧୯୪୪ ଜାନୁୟାରୀ ୨୬ ଦିନ ଅ‍ନ୍ୟ ବନ୍ଦୀ ମାନଙ୍କ ସହ ମିଶି ଜେଲ୍ ଉପରେ ସେମାନେ ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ଏଥି ପାଇଁ ପୁଲିସ ଲାଠି ମାଡ ଖାଇ ଆହତ ହୋଇଥିଲେ ।

୧୯୪୬ ମସିହାରେ ସେ କଂଗ୍ରେସ୍‍ ତରଫରୁ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭା ପାଇଁ ପ୍ରାର୍ଥୀ ହୋଇ ବିପୁଳ ଭୋଟ୍‍ରେ ଜୟଯୁକ୍ତ ହୋଇଥିଲେ । ସେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଶ୍ରୀ ହରେକୃଷ୍ନ ମହତାବ । ୧୯୫୨ ଓ ୧୯୫୭[] ମସିହାରେ ସେ ଆସ୍କା ଲୋକ ସଭା ନିର୍ବାଚନ ମଣ୍ଡଳିରୁ ନିର୍ବାଚିତ ହୋଇଥିଲେ ।[]

୧୯୬୧ ମସିହା ଫେବୃଆରୀ ୧୮ତାରିଖରେ ନୂଆଦିଲ୍ଲୀଠାରେ ଉମାଶଙ୍କରଙ୍କର ତିରୋଧାନ ଘଟିଥିଲା ।[]

  1. "ଆର୍କାଇଭ୍ କପି". Archived from the original on 2021-11-27. Retrieved 2016-05-13. ((cite web)): Cite has empty unknown parameter: |1= (help)
  2. "UCP Engg. School". Archived from the original on 2016-03-05. Retrieved 2016-04-10.
  3. Hari Sharan Chhabra (1952). Opposition in the Parliament: a unique, authentic and comprehensive biographical dictionary of M. P.'s on opposition benches. New Publishers.
  4. http://odisha.gov.in/e-magazine/Orissareview/2013/apr/engpdf/60-62.pdf
  5. Trilochan Singh (1954). Indian Parliament (1952-57): "Personalities"-Series 2 Authentic, Comprehensive and Illustrated Biographical Dictionary of Members of the Two Houses of Parliament. Arunam & Sheel.
  6. Prasanta Patnaik (1996). Lok Sabha Polls in Orissa, 1952-1991. Kalinga Communications (Publication Division).
  7. India. Parliament. House of the People; India. Parliament. Lok Sabha (1961). Lok Sabha Debates. Lok Sabha Secretariat.
{{bottomLinkPreText}} {{bottomLinkText}}
ଉମାଚରଣ ପଟ୍ଟନାୟକ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?