For faster navigation, this Iframe is preloading the Wikiwand page for ଅର୍ଜୁନ ଚରଣ ସେଠୀ.

ଅର୍ଜୁନ ଚରଣ ସେଠୀ

ଅର୍ଜୁନ ଚରଣ ସେଠୀ
ସାଂସଦ: ୫ମ ଲୋକ ସଭା
କାର୍ଯ୍ୟକାଳ
୧୯୭୧ - ୧୯୭୭
ପୂର୍ବ ଅଧିକାରୀଧରଣୀଧର ଜେନା
ପର ଅଧିକାରୀବୈରାଗୀ ଜେନା
ନିର୍ବାଚନ ମଣ୍ଡଳୀଭଦ୍ରକ
ସାଂସଦ: ୭ମ ଲୋକ ସଭା
କାର୍ଯ୍ୟକାଳ
୧୯୮୦ - ୧୯୮୪
ପୂର୍ବ ଅଧିକାରୀବୈରାଗୀ ଜେନା
ପର ଅଧିକାରୀଅନନ୍ତ ସେଠୀ
ନିର୍ବାଚନ ମଣ୍ଡଳୀଭଦ୍ରକ
ସାଂସଦ: ୧୦ମ ଲୋକ ସଭା
କାର୍ଯ୍ୟକାଳ
୧୯୯୧ - ୧୯୯୬
ପୂର୍ବ ଅଧିକାରୀମଙ୍ଗରାଜ ମଲ୍ଲିକ
ନିର୍ବାଚନ ମଣ୍ଡଳୀଭଦ୍ରକ
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ - ୧୯୯୧
ପୂର୍ବ ଅଧିକାରୀପଞ୍ଚାନନ ମଣ୍ଡଳ
ପର ଅଧିକାରୀପି.କେ. ଜେନା
ନିର୍ବାଚନ ମଣ୍ଡଳୀଭଣ୍ଡାରିପୋଖରୀ
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ - ୧୯୯୮
ପୂର୍ବ ଅଧିକାରୀପି.କେ. ଜେନା
ପର ଅଧିକାରୀକୁମାର ଶ୍ରୀ ଚିରଞ୍ଜୀବି
ନିର୍ବାଚନ ମଣ୍ଡଳୀଭଣ୍ଡାରିପୋଖରୀ
ସାଂସଦ: ୧୨ଶ, ୧୩ଶ, ୧୪ଶ, ୧୫ଶ ଏବଂ ୧୬ଶ ଲୋକ ସଭା
କାର୍ଯ୍ୟକାଳ
୧୯୯୮ - ୨୦୧୯
ପୂର୍ବ ଅଧିକାରୀମୂରଲୀଧର ଜେନା
ପର ଅଧିକାରୀମଞ୍ଜୁଲତା ମଣ୍ଡଳ
ନିର୍ବାଚନ ମଣ୍ଡଳୀଭଦ୍ରକ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1941-09-18)୧୮ ସେପ୍ଟେମ୍ବର ୧୯୪୧
ବାଲେଶ୍ୱର, ଓଡ଼ିଶା
ମୃତ୍ୟୁ୮ ଜୁନ ୨୦୨୦(2020-06-08) (ବୟସ ୭୮)
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀସୁଭଦ୍ରା ସେଠୀ
ଘରଭଦ୍ରକ, ଓଡ଼ିଶା
୨୨ ସେପ୍ଟେମ୍ବର, ୨୦୦୬ ସୁଦ୍ଧା

ଅର୍ଜୁନ ଚରଣ ସେଠୀ ([ɔrd͡ʒunɔ t͡ʃɔɾɔɳɔ seʈʰi] (listen)) (୧୮ ସେପ୍ଟେମ୍ବର ୧୯୪୧ - ୮ ଜୁନ ୨୦୨୦) ଜଣେ ଭାରତୀୟ ରାଜନେତା । ମୃତ୍ୟୁ ପୂର୍ବରୁ ଭାରତୀୟ ରାଜନୀତିରେ ସେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନ ସମୟରେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।[] ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସ, ଜନତା ଦଳ ଓ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ୧୯୭୧ ମସିହାରେ ସେ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳର ପ୍ରତିନିଧି ଭାବରେ ୫ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[] ଏହାପରେ ସେ ୧୯୮୦ ମସିହାରେ ୨ୟ ଥର ପାଇଁ କଂଗ୍ରେସ (ଆଇ) ଦଳରୁ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।[] ଏହାପରେ ୧୯୯୧ ମସିହାରେ ପୁଣିଥରେ ଭଦ୍ରକରୁ ଜନତା ଦଳର ପ୍ରତିନିଧି ଭାବରେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[] ପରବର୍ତ୍ତୀ ସମୟରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୯୯୮, ୧୯୯୯, ୨୦୦୪, ୨୦୦୯ ଏବଂ ୨୦୧୪ରେ ନିର୍ବାଚିତ ହୋଇଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ସେ ୨୦୦୦ରୁ ୨୦୦୪ ଯାଏଁ ଜଳ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୮ ଜୁନ ୨୦୨୦ରେ ସେ ୭୮ ବର୍ଷ ବୟସରେ ମୃତ୍ୟବରଣ କରିଥିଲେ ।[]

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ଅର୍ଜୁନ ସେଠୀ ୧୯୨୮ ମସିହାର ଜୁଲାଇ ମାସ ୨୮ ତାରିଖରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ବାପାଙ୍କ ନାମ ଶ୍ରୀମୁଖ ସେଠୀ ଓ ପତ୍ନୀଙ୍କ ନାମ ସୁଭଦ୍ରା ସେଠୀ ।[] ଅର୍ଜୁନଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ଇତିହାସରେ ସ୍ନାତକ ।[] ରାଜନୀତିରେ ଯୋଗ ଦେବା ପୂର୍ବରୁ ସେ ଜଣେ ଶିକ୍ଷାକ ଭାବରେ କାର୍ଯ୍ୟ କରୁଥିଲେ ।[] ତାଙ୍କ ପୁଅ ଅଭିମନ୍ୟୁ ସେଠୀ ଜଣେ ଓଡ଼ିଆ ରାଜନୀତିଜ୍ଞ, ଯିଏକି ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ପରାଜିତ ହୋଇଥିଲେ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ଅର୍ଜୁନ ଛାତ୍ର ଜୀବନରେ ୧୯୬୪ ମସିହାରେ ରାଜନୀତିରେ ଯୋଗ ଦେଇଥିଲେ ।[] ସେତେବେଳେ ସେ ଛାତ୍ର ଆନ୍ଦୋଳନ ସମୟରେ ଗିରଫ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ୧୯୭୮ ମସିହାରେ ଇନ୍ଦିରା ଗାନ୍ଧୀଙ୍କର ଉପ-ନିର୍ବାଚନରେ ବିଜୟ ବେଳେ ପୁଣିଥରେ ଗିରଫ ହୋଇଥିଲେ ।[]

ସେ ରାଜନୀତିରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ୧୯୭୧ ମସିହାରେ ସେ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[] ଏହାପରେ ସେ ଇନ୍ଦିରା ଗାନ୍ଧୀଙ୍କର କଂଗ୍ରେସ ଦଳରେ ଯୋଗଦେଇ ୧୯୮୦ ଭାରତୀୟ ସାଧାରଣ ନିର୍ବାଚନରେ ୭ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[]

ପରବର୍ତ୍ତୀ ସମୟରେ ସେ କଂଗ୍ରେସ ଦଳ ଛାଡ଼ି ଜନତା ଦଳରେ ଯୋଗ ଦେଇଥିଲେ ଏବଂ ଜନତା ଦଳର ପ୍ରାର୍ଥୀ ଭାବରେ ୧୯୯୦ ଓ ୧୯୯୫ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିଜୟୀ ହୋଥିଲେ ମଧ୍ୟ ବିଧାନ ସଭା କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ୧୯୯୧ରେ ଓ ୧୯୯୮ ମସିହାରେ ଉଭୟ ବିଧାନ ସଭାରୁ ଇସ୍ତଫା ଦେଇଥିଲେ ।[]

ଏହାପରେ ନବୀନ ପଟ୍ଟନାୟକଙ୍କଦ୍ୱାରା ବିଜୁ ଜନତା ଦଳର ସ୍ଥାପନ କରାଯିବା ପରେ ସେ ବିଜେଡିରେ ଯୋଗ ଦେଇଥିଲେ ଏବଂ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ, ୧୩ଶ, ୧୪ଶ, ୧୫ଶ ଓ ୧୬ଶ ଲୋକ ସଭାକୁ ଲଗାତାର ନିର୍ବାଚିତ ହୋଇଥିଲେ ।[]

ବିଧାନ ସଭା ସଭ୍ୟ ବିବରଣୀ

[ସମ୍ପାଦନା]
ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୯୦ ୩୦ ଜୁନ ୧୯୯୧ (ଇସ୍ତଫା) ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ଭଣ୍ଡାରିପୋଖରୀ ଜନତା ଦଳ
୧୯୯୫ ୬ ମାର୍ଚ୍ଚ ୧୯୯୮ (ଇସ୍ତଫା) ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ଭଣ୍ଡାରିପୋଖରୀ ଜନତା ଦଳ

ଲୋଭ ସଭା ସଭ୍ୟ ବିବରଣୀ

[ସମ୍ପାଦନା]
ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୧ ୧୯୭୭ ସାଂସଦ, ୫ମ ଲୋକ ସଭା ଭଦ୍ରକ କଂଗ୍ରେସ
୧୯୮୦ ୧୯୮୪ ସାଂସଦ, ୭ମ ଲୋକ ସଭା ଭଦ୍ରକ କଂଗ୍ରେସ (ଇ)
୧୯୯୧ ୧୯୯୬ ସାଂସଦ, ୧୦ମ ଲୋକ ସଭା ଭଦ୍ରକ ଜନତା ଦଳ
୧୯୯୮ ୧୯୯୯ ସାଂସଦ, ୧୨ଶ ଲୋକ ସଭା ଭଦ୍ରକ ବିଜୁ ଜନତା ଦଳ
୧୯୯୯ ୨୦୦୪ ସାଂସଦ, ୧୩ଶ ଲୋକ ସଭା ଭଦ୍ରକ ବିଜୁ ଜନତା ଦଳ
୨୦୦୪ ୨୦୦୯ ସାଂସଦ, ୧୪ଶ ଲୋକ ସଭା ଭଦ୍ରକ ବିଜୁ ଜନତା ଦଳ
୨୦୦୯ ୨୦୧୪ ସାଂସଦ, ୧୫ଶ ଲୋକ ସଭା ଭଦ୍ରକ ବିଜୁ ଜନତା ଦଳ
୨୦୧୪ ୨୦୧୯ ସାଂସଦ, ୧୬ଶ ଲୋକ ସଭା ଭଦ୍ରକ ବିଜୁ ଜନତା ଦଳ

ମୃତ୍ୟୁ

[ସମ୍ପାଦନା]

ଅର୍ଜୁନ ଚରଣ ସେଠୀ ୨୦୨୦ ମସିହାର ଜୁନ ମାସ ୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[] ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।

  1. "Former Union Minister and 8-Time Bhadrak MP Arjun Sethi Passes Away". Odisha Television Ltd. 8 June 2020. Archived from the original on 8 June 2020. Retrieved 9 June 2020.
  2. "Members : Lok Sabha". loksabha.nic.in. Retrieved 21 October 2018.
  3. ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ. ୪ ଅାର୍‍ ୧/୨, ଇଉନିଟ୍‍-୩, ଭୁବନେଶ୍ୱର-୭୫୧୦୦୧: ଆମ ଓଡ଼ିଶା. p. 220. Retrieved 21 October 2018.((cite book)): CS1 maint: location (link)
  4. "Members Biographical Sketches Tenth Lok Sabha". loksabha.nic.in. Parliament of India. Retrieved 21 October 2018.
  5. ୫.୦ ୫.୧ "ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ପରଲୋକ | Sambad". sambad.in. ସମ୍ବାଦ. 8 June 2020. Retrieved 9 June 2020.
  6. ୬.୦୦ ୬.୦୧ ୬.୦୨ ୬.୦୩ ୬.୦୪ ୬.୦୫ ୬.୦୬ ୬.୦୭ ୬.୦୮ ୬.୦୯ "Shri Arjun Charan Sethi". odishaassembly.nic.in. Odisha Assembly. Retrieved 9 June 2020.
  7. Pradhan, Ashok (1 April 2019). "BJP fields Abhimanyu Sethi from Bhadrak Lok Sabha seat - Times of India". The Times of India (in ଇଂରାଜୀ). Retrieved 9 June 2020.

ବାହାର ଆଧାର

[ସମ୍ପାଦନା]
{{bottomLinkPreText}} {{bottomLinkText}}
ଅର୍ଜୁନ ଚରଣ ସେଠୀ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?