For faster navigation, this Iframe is preloading the Wikiwand page for ରାଇମୋହନ ପରିଡ଼ା.

ରାଇମୋହନ ପରିଡ଼ା

ରାଇମୋହନ ପରିଡ଼ା
ଜନ୍ମ(1963-07-10)୧୦ ଜୁଲାଇ ୧୯୬୩
ମୃତ୍ୟୁ୨୪ ଜୁନ ୨୦୨୨(2022-06-24) (ବୟସ ୫୮)
ମୃତ୍ୟୁର କାରଣଆତ୍ମହତ୍ୟା
ଅନ୍ୟ ନାମସିଦ୍ଧୁ[]
ଶିକ୍ଷାନୁଷ୍ଠାନଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୮୪- ୨୦୨୨
ବୈବାହିକ-ସାଥୀରଞ୍ଜିତା ପରିଡ଼ା (୧୯୯୨-୨୦୨୨)
ପିତାମାତାତ୍ରୈଲୋକନାଥ ପରିଡ଼ା
ତିଳୋତ୍ତମା ପରିଡ଼ା
ପୁରସ୍କାରରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ରାଇମୋହନ ପରିଡ଼ା (୧୦ ଜୁଲାଇ ୧୯୬୩[] - ୨୪ ଜୁନ ୨୦୨୨) ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ଓଡ଼ିଆ କଥାଚିତ୍ର ଓ ଯାତ୍ରା ଜଗତର ଜଣେ ଜଣେ ଖଳ ଅଭିନେତା ଥିଲେ ।[] ୧୯୮୪ ମସିହାରେ ଗଙ୍ଗ ଶିଉଳି ଚଳଚ୍ଚିତ୍ର ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[] ସେ ଯାତ୍ରା ଜଗତର ଅନେକ ନାଟକର ନିର୍ଦ୍ଦେଶନା ଦେବା ସହିତ କିଛି ଯାତ୍ରାପାର୍ଟିରେ ଅଭିନୟ ମଧ୍ୟ କରିଥିଲେ । ୨୪ ଜୁନ ୨୦୨୨ରେ ସେ ଆତ୍ମହତ୍ୟା କରିଥିଲେ ।[]

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ରାଇମୋହନ ୧୯୬୩ ମସିହାର ଜୁଲାଇ ୧୦ ତାରିଖରେ କେନ୍ଦୁଝର ଜିଲ୍ଲାର ଉଦୟପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ତୈଲୋକନାଥ ପରିଡ଼ା ଓ ମାତା ତିଳୋତ୍ତମା ପରିଡ଼ାଙ୍କର ପାଞ୍ଚ ସନ୍ତାନ ମଧ୍ୟରୁ ଏକମାତ୍ର ପୁତ୍ର ଥିଲେ ସେ । କରଞ୍ଜିଆ ମହାବିଦ୍ୟାଳୟରୁ ପାଠପଢ଼ା ଶେଷ କରି ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଅଭିନୟ କଳାରେ ସ୍ନାତକ ଡୀଗ୍ରୀ ହାସଲ କରିଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]

ରାଇମୋହନ ହାଇସ୍କୁଲରେ ପଢ଼ିବାବେଳେ କଳା ପାହାଡ଼ ନାଟକରେ ମୁକୁନ୍ଦଦେବ ଚରିତ୍ରରେ ଅଭିନୟ କରିଥିଲେ । ପରେ କରଞ୍ଜିଆ ମହାବିଦ୍ୟାଳୟରେ ପଢ଼ିବାବେଳେ ବିଭିନ୍ନ ମଞ୍ଚ ନାଟକରେ ଅଭିନୟ କରିଥିଲେ । ତାଙ୍କ ଗାଁ କ୍ଲବ୍‌ରେ ତାଙ୍କ ଅଭିନୀତ ଏକ ନାଟକ ଦେଖି ତାଙ୍କ ବାପା ତାଙ୍କର ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ ।[]

ସଙ୍ଗୀତ ମହାନବିଦ୍ୟାଳୟରେ ପଢ଼ିବା ସମୟରେ ସେ ରାଧା ପଣ୍ଡାଙ୍କ ନିର୍ଦ୍ଦେଶିତ ନାଟକ କୃଷ୍ଣାରେ ଭୀମ ଭୂମିକାରେ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ଶତାବ୍ଦୀର କଳାକାର, ଅନ୍ୱେଷଣ, ନାଟ୍ୟ ଚେତନା, ସବୁଜ ନାଟ୍ୟ ସଂସ୍ଥା ଆଦି ନାଟକ ଦଳ ସହ କାର୍ଯ୍ୟ କରିଥିଲେ ।[]

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଅଭିନୟ କଳାରେ ଡିଗ୍ରୀ ହାସଲ କରିସାରିବା ପରେ ରାଇମୋହନ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବାକୁ ଉଦ୍ୟମ କରିଥିଲେ । ଆରମ୍ଭରୁ ସେ ନାୟକ ହେବାକୁ ଇଚ୍ଛା ପ୍ରକଟ କରିଥିଲେ ମାତ୍ର ସଫଳ ହୋଇ ପାରିନଥିଲେ ।[]

ଓଡ଼ିଆ କଥାଚିତ୍ର ଜଗତ

[ସମ୍ପାଦନା]

ସେ ପ୍ରଥମେ ମଞ୍ଚ ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୮୪ ମସିହାରେ ସେ ଗଙ୍ଗ ଶିଉଳିରେ ଏକ ଚରିତ୍ର ଅଭିନେତା ଭାବରେ କାର୍ଯ୍ୟ କରିଥିଲେ । ୧୯୮୬ ମସିହାରେ ମୁକ୍ତିଲାଭ କରିଥିବା ପକା କମ୍ବଳ ପୋତ ଛତାରେ ସେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ । ୧୯୮୯ ମସିହାରେ ସେ ସାଗର ଚଳଚ୍ଚିତ୍ରରେ ଖଳନାୟକ ଭାବରେ ଅଭିନୟ କରିଥିଲେ ।[] ଏହାପରେ ସେ ଅନେକ ଚଳଚ୍ଚିତ୍ରରେ ଖଳନାୟକ ଭାବରେ ଅଭିନୟ କରିବା ସହିତ କିଛି ଚଳଚ୍ଚିତ୍ରରେ ସକାରତ୍ମକ ଭୂମିକାରେ ମଧ୍ୟ କାର୍ଯ୍ୟ କରିଥିଲେ ।[]

୧୯୯୧ ମସିହାରେ ମୁକ୍ତିଲାଭ କରିଥିବା କୋଟିଏ ମଣିଷ ଗୋଟିଏ ଜଗା ବ୍ୟତୀତ ତାଙ୍କ ଅଭିନୀତ ବାକି କଥାଚିତ୍ରଗୁଡ଼ିକ ସେତେଟା ସଫଳତା ପାଇନଥିଲା । ୧୯୯୨-୯୩ ମସିହାରେ ଭୀଷ୍ମ ପ୍ରତିଜ୍ଞା, ପଥର ଖସୁଚି ବଡ଼ ଦେଉଳୁ, ଉଦଣ୍ଡୀ ସୀତା, ନାଗ ପଞ୍ଚମୀରେ ତାଙ୍କ ଅଭିନୟକୁ ଅନେକ ପ୍ରସଂଶା ମିଳିବା ସହିତ ସେ ଜଣେ ଦୁର୍ଦ୍ଦାନ୍ତ ଖଳନାୟକ ଭାବରେ ଲୋକପ୍ରିୟତା ଅର୍ଜନ କରିଥିଲେ ।[୧୦]

୨୦୨୨ ମସିହାର ଜୁନ ୧୨ ତାରିଖରେ ଜୀବିତ ଥିବାବେଳେ ମୁକ୍ତିଲାଭ କରିଥିଲା ତାଙ୍କ ଶେଷ ଓଡ଼ିଆ କଥାଚିତ୍ର ଥିଲା ବିଶ୍ୱନାଥ[୧୧]

ବଙ୍ଗଳା କଥାଚିତ୍ର ଜଗତ

[ସମ୍ପାଦନା]

ଓଡ଼ିଆ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ସହିତ ରାଇମୋହନ ବଙ୍ଗଳା କଥାଚିତ୍ର ଜଗତରେ ଜଗତରେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୦୨ ମସିହାରେ ସେ ପ୍ରଥମକରି ବଙ୍ଗଳା କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ୧୫ଟି ବଙ୍ଗଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧୨]

ଯାତ୍ରା ଜଗତ

[ସମ୍ପାଦନା]

ରାଇମୋହନ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ସହିତ ଯାତ୍ରା ଜଗତରେ ମଧ୍ୟ ଅଭିନୟ କରିଥିଲେ । ସେ ୧୯୯୧-୯୨ ମସିହାରେ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ ସହ ତାରିଣୀ ଗଣନାଟ୍ୟ ପାଇଁ ଚିନ୍ମୟ ଦାସଙ୍କ ରଚିତ ନାଟକ ଭଙ୍ଗା ଆଇନାର ନିର୍ଦ୍ଦେଶନା ଦେଇଥିଲେ, ଯାହାକି ସେ ସମୟରେ ଅନେକ ଲୋକପ୍ରିୟତା ସାଉଁଣ୍ଟିଥିଲା ।[୧୩]

ପରବର୍ତ୍ତୀ ସମୟରେ ସେ କଳିଙ୍ଗ ଗଣନାଟ୍ୟ, ତ୍ରିନାଥ ଗଣନାଟ୍ୟ, ରୁଦ୍ରାଣୀ ଗଣନାଟ୍ୟ, ଜଗନ୍ନାଥ ଗଣନାଟ୍ୟ, ଶୁଭଶ୍ରୀ ଗଣନାଟ୍ୟ, ନିର୍ମାଲ୍ୟ ଗଣନାଟ୍ୟ, ଓଡ଼ିଶା ଅପେରା, ଧରିତ୍ରୀ ଅପେରା, ଶ୍ରୀକ୍ଷେତ୍ର ଗଣନାଟ୍ୟ, ଗୌରୀ ଗଣନାଟ୍ୟ ଆଦିର ବିଭିନ୍ନ ନାଟକର ନିର୍ଦ୍ଦେଶନା ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ଯାତ୍ରାରେ ନିର୍ଦ୍ଦେଶନା ଦେବା ସହିତ ଅଭିନୟ ମଧ୍ୟ କରିଥିଲେ ।[୧୪]

ଦୂରଦର୍ଶନ

[ସମ୍ପାଦନା]

ରାଇମୋହନ ଦୂରଦର୍ଶନରେ ଅନେକ ଧାରାବାହିକରେ ଅଭିନୟ କରିଥିଲେ । ମଞ୍ଜରୀ ଟିଭିରେ ପ୍ରସାରିତ ଧାରାବାହିକ ସିଂହଦ୍ୱାର ଥିଲା ତାଙ୍କ ଅଭିନୀତ ଶେଷ ଧାରାବାହିକ ।[୧୫]

ଅଭିନୀତ ଓଡ଼ିଆ କଥାଚିତ୍ର

[ସମ୍ପାଦନା]
ମସିହା ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୨୩ ବାଜିବଲୋ ସାହାନାଇ[୧୬] ନାୟିକାଙ୍କ ବାପା ଅଭିନୀତ ଶେଷ ଚଳଚ୍ଚିତ୍ର
୨୦୨୨ ବିଶ୍ୱନାଥ ଜୀବିତ ଅବସ୍ଥାରେ ମୁକ୍ତିଲାଭ କରିଥିବା ଶେଷ ଓଡ଼ିଆ କଥାଚିତ୍ର
୨୦୨୧ ଚୋରଣୀ
ରାତି ସରି ସରି ଯାଉଛି
୨୦୨୦ ପ୍ରେମ ନା' ପାଗଳପଣ ଭାନୁ ପ୍ରତାପ
୨୦୧୯ ବନ୍ଧନ
୨୦୧୪ ମେଣ୍ଟାଲ ବିକିର ସମ୍ପର୍କୀୟ
୨୦୧୩ ଧର୍ମ ଶନି ଶଙ୍କଟ
୨୦୧୧ ବନ୍ଧନ
ତୁ ମୋ ଗାର୍ଲ୍ ଫ୍ରେଣ୍ଡ୍ ରୁଦ୍ର ପ୍ରତାପ
୨୦୧୦ ଆସିବୁ କେବେ ସାଜି ମୋ ରାଣୀ ନାଗିନା
ତୁ ଥିଲେ ମୋ ଡର କାହାକୁ ତ୍ରିଲୋଚନ
୨୦୦୮ ନେଇଯା'ରେ ମେଘ ମତେ ଭାନୁ ପ୍ରତାପ
ମୁନ୍ନା- ଏ ଲଭ୍ ଷ୍ଟୋରୀ ଦୁଃଶାସନ ବଳିଆରସିଂହ
ଛାତି ଚିରି ଦେଲେ ତୁ ଇନ୍ଦ୍ରଜିତ ମୁଣ୍ଡା
୨୦୦୭ ରସିକ ନାଗର ଜଗୁ ଦାଦା
କାଳୀଶଙ୍କର ଓକିଲ ପତି
ତୋ ବିନା ମୋ କାହାଣୀ ଅଧା ହରି
ତୋ ପାଇଁ ନେବି ମୁଁ ଶହେ ଜନମ ପ୍ରେମ୍
୨୦୦୬ ଦେ ମା ଶକ୍ତି ଦେ ତାନ୍ତ୍ରିକ
ରକତେ ଲେଖିଚି ନାଁ ବିକ୍ରମ ବଳିଆରସିଂହ
ତୁ ଏକା ଆମ ସାହା ଭରସା
୨୦୦୫ ଅର୍ଜୁନ ସି.ଆଇ.ଡି. ଇନିସ୍‌ପେକ୍ଟର
ବାବୁ ଆଇ ଲଭ ୟୁ ରଘୁପତି
ପ୍ରିୟା ମୋ ପ୍ରିୟା ଚକ୍ରଧର
୨୦୦୪ କଣ୍ଢେଇ ଆଖିରେ ଲୁହ ଶକୁନି
୨୦୦୩ ଯେ ପାଞ୍ଚେ ପର ମନ୍ଦ ରାଘବ
ସତ ମିଛ
ସୁନା ସଙ୍ଖାଳୀ ରମାକାନ୍ତ
ବିଧାତା ବିକ୍ରମ ରାଏ
ମା ମଙ୍ଗଳା ତାନ୍ତ୍ରିକ
୨୦୦୨ ସମୟ ଖେଳୁଛି ଚକା ଭଉଁରୀ
ସେଇ ଝିଅଟି ଯଦୁନାଥଙ୍କ ଜ୍ୱାଇଁ
ପୁଅ ମୋର ଜଗତ ଜିତା ରାଜା ସାହେବ କାଳି ଶଙ୍କର
ସିନ୍ଦୂର ନୁହେଁ ଖେଳଘର ଧୀରେନ୍ ଓଡ଼ିଆ ଓ ବଙ୍ଗଳା ଭାଷାରେ ଅଭିନୟ
୨୦୦୧ ଧର୍ମ ଦେବତା
୧୯୯୯ ଧର୍ମ ନିକିତି ଲାଲ
ଜୟ ଶ୍ରୀରାମ ମାଧବ ମଙ୍ଗରାଜ
କୃଷ୍ଣା କାବେରୀ ଛୋଟୁ ବାବୁ
ମା ପରି କିଏ ହେବ ପର୍ଶୁରାମ ବଳବନ୍ତରାୟ
ରାକ୍ଷୀ ଭିଜିଗଲା ଆଖି ଲୁହରେ
ସରପଞ୍ଚ ବାବୁ ଭଗବାନ ଚମ୍ପତିରାୟ
୧୯୯୮ ରୂପା ଗାଁର ସୁନା କନିଆଁ
ସିଂହବାହିନୀ ପ୍ରତାପ
ସ୍ତ୍ରୀ ବିନୋଦ
ସୁନା ପାଲିଙ୍କି ଠିକାଦାର
୧୯୯୭ ଜୀବନସାଥୀ ରଣଜିତ
ଲକ୍ଷେ ଶିବ ପୂଜି ପାଇଛି ପୁଅ
ରାମ ଲକ୍ଷ୍ମଣ ରାକେଶ
ସୁନା ସଂସାର
୧୯୯୬ ଯଶୋଦା ପଞ୍ଚାନନ
ସୁନା ପୁଅ
୧୯୯୫ ସକଳ ତୀର୍ଥ ତୋ ଚରଣେ ରଣଜିତ
କୁଳ ନନ୍ଦନ କାଳିଶଙ୍କର ଚୌଧୁରୀ
ମଣି ନାଗେଶ୍ୱରୀ
ମୋ ମନ ଖାଲି ତୋରି ପାଇଁ ଦୁର୍ଯ୍ୟୋଧନ ଚମ୍ପତିରାୟ
ରଣଭୂମି
୧୯୯୪ ନାଗ ଜ୍ୟୋତି
ପାଚେରୀ ଉଠିଲା ମଝି ଦୁଆରୁ ପଶୁପତି
ସାଗର ଗଙ୍ଗା କୁମାର ଚୌଧୁରୀ
ରଖିଲେ ଶିବ ମାରିବ କିଏ ବିକ୍ରମ ଦାସ
ସୁନା ଭାଉଜ ରଣଜିତ
ଏମିତି ଭାଇ ଜଗତେ ନାହିଁ
୧୯୯୩ ପଥର ଖସୁଚି ବଡ଼ ଦେଉଳୁ
ଦାଦାଗିରି
୧୯୯୨ ଭୀଷ୍ମ ପ୍ରତିଜ୍ଞା
ମା ରଙ୍ଗା
ନାଗ ପଞ୍ଚମୀ ରାଇ
ଉଦଣ୍ଡୀ ସୀତା
୧୯୯୧ କୋଟିଏ ମଣିଷ ଗୋଟିଏ ଜଗା ନାଗା
ଆମ ଘର ଆମ ସଂସାର ବାଦଲ
ବସ୍ତ୍ର ହରଣ ଶକ୍ତି ଚୌଧୁରୀ
୧୯୯୦ ହସ ଲୁହ ଭରା ଦୁନିଆ ଶନି
ହିସାବ କରିବ କାଳିଆ
ଦଇବ ଦଉଡ଼ି ଫଗୁ
୧୯୮୯ ସାଗର
ଆସୁଛି ମୋ କାଳିଆସୁନା ଭୀମା
୧୯୮୭ ଚକା ଆଖି ସବୁ ଦେଖୁଛି
୧୯୮୭ ପକା କମ୍ବଳ ପୋତ ଛତା
୧୯୮୫ ସହରୀ ବାଘ
୧୯୮୪ ଗଙ୍ଗ ଶିଉଳି ଶିବୁ ପ୍ରଥମ ଓଡ଼ିଆ କଥାଚିତ୍ର

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପଢ଼ିବା ସମୟରେ ତାଙ୍କ ତଳ ଶ୍ରେଣୀର ଛାତ୍ରୀ ରଞ୍ଜିତାଙ୍କୁ ପ୍ରେମ କରିଥିଲେ[୧୭] ଏବଂ ୧୯୯୨ ମସିହାରେ ସେ ତାଙ୍କୁ ବିବାହ କରିଥିଲେ ।[୧୮] ଏହି ଦମ୍ପତିଙ୍କର ଶେଫାଳି ଓ ଉଦିତା ନାମରେ ଦୁଇ ଝିଅ ଅଛନ୍ତି ।[]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]

ମୃତ୍ୟୁ

[ସମ୍ପାଦନା]

ରାଇମୋହନ ୨୦୨୨ ମସିହାର ଜୁନ ୨୪ ତାରିଖରେ ଆତ୍ମହତ୍ୟା କରିଥିଲେ ।[୨୨] ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା ।

  1. "'ସିଦ୍ଧୁ ଡାକ ଆଉ ଶୁଣିବାକୁ ମିଳିବନି'". ସମ୍ବାଦ. 25 June 2022. p. ୬. Archived from the original on 25 June 2022. Retrieved 25 June 2022.
  2. ବେହେରା, ସୁକେଶ. "ରାଇମୋହନ ଗଛ ଯିଏ ମାଟିରୁ ଉଠିଛି, ଲତା ନୁହେଁ". ଧରିତ୍ରୀ. Retrieved 11 September 2016.
  3. Orissa reference: glimpses of Orissa. TechnoCAD Systems. 2001.
  4. ୪.୦ ୪.୧ ୪.୨ ୪.୩ "ଅବୁଝା ଅବସାନ: ଶେଷ ସଂଳାପ". ସକାଳ (in ଓଡ଼ିଆ). 25 June 2022. Archived from the original on 25 June 2022. Retrieved 25 June 2022.((cite news)): CS1 maint: unrecognized language (link)
  5. Das, Haraprasad (24 June 2022). "Ollywood actor Raimohan Parida passes away; Suicide suspected". Pragativadi (in English). Bhubaneswar. Archived from the original on 24 June 2022. Retrieved 24 June 2022.((cite news)): CS1 maint: unrecognized language (link)
  6. "ମୁକୁନ୍ଦଦେବ ଚରିତ୍ରରୁ ଆରମ୍ଭ". ସମାଜ. 25 June 2022. Archived from the original on 25 June 2022. Retrieved 25 June 2022.
  7. "ସଂଘର୍ଷରୁ ସଫଳତା". ସମାଜ. 25 June 2022. Archived from the original on 25 June 2022. Retrieved 25 June 2022.
  8. "ଅବୁଝା ଅବସାନ: ନାୟକ ହେବାକୁ ଥିଲେ ଇଚ୍ଛା". ସକାଳ (in ଓଡ଼ିଆ). 25 June 2022. Archived from the original on 25 June 2022. Retrieved 25 June 2022.((cite news)): CS1 maint: unrecognized language (link)
  9. "ସ୍ୱପ୍ନ ସତ ହେଲା". ସମାଜ. 25 June 2022. Archived from the original on 25 June 2022. Retrieved 25 June 2022.
  10. "ପରିଚୟ ଦେଲା ୧୯୯୩". ସମ୍ବାଦ. 25 June 2022. p. ୬. Archived from the original on 25 June 2022. Retrieved 25 June 2022.
  11. "'ସାଗର'ରୁ କ୍ୟାରିୟର୍ ଆରମ୍ଭ". ସମ୍ବାଦ. 25 June 2022. p. ୬. Archived from the original on 25 June 2022. Retrieved 25 June 2022.
  12. "ଅବୁଝା ଅବସାନ: ଓଡ଼ିଆରୁ ବଙ୍ଗଳା ଚଳଚ୍ଚିତ୍ର". ସକାଳ (in ଓଡ଼ିଆ). 25 June 2022. Archived from the original on 25 June 2022. Retrieved 25 June 2022.((cite news)): CS1 maint: unrecognized language (link)
  13. "ରୂପେଲି ପରଦାରୁ ଯାତ୍ରା ମଞ୍ଚ: ଯଲିଉଡରେ ରାଇମୋହନଙ୍କ ଜଲୱା". OdishaLIVE. 3 July 2018. Archived from the original on 13 October 2020. Retrieved 24 August 2018.
  14. "ଅବୁଝା ଅବସାନ: ଯାତ୍ରାରେ ଛାଡ଼ିଥିଲେ ଛାପ". ସକାଳ (in ଓଡ଼ିଆ). 25 June 2022. Archived from the original on 25 June 2022. Retrieved 25 June 2022.((cite news)): CS1 maint: unrecognized language (link)
  15. "ଅବୁଝା ଅବସାନ: ନାଟ୍ୟ ନିର୍ଦ୍ଦେଶନାରୁ ଅଭିନୟ ଯାତ୍ରା". ସକାଳ (in ଓଡ଼ିଆ). 25 June 2022. Archived from the original on 25 June 2022. Retrieved 25 June 2022.((cite news)): CS1 maint: unrecognized language (link)
  16. "ଭୁଲି ମୁଁ ପାରୁନି". ସକାଳ. No. ଭୁବନେଶ୍ୱର. 7 August 2022. p. ୨. Archived from the original on 3 November 2022. Retrieved 3 November 2022.
  17. "ତାଙ୍କ ବିନା ମୁଁ ଅଧୁରା". ସମାଜ. 25 June 2022. Archived from the original on 25 June 2022. Retrieved 25 June 2022.
  18. "ଅବୁଝା ଅବସାନ: ଖଳନାୟକଙ୍କ ପ୍ରେମ କାହାଣୀ". ସକାଳ (in ଓଡ଼ିଆ). 25 June 2022. Archived from the original on 25 June 2022. Retrieved 25 June 2022.((cite news)): CS1 maint: unrecognized language (link)
  19. http://www.orissadiary.com/CurrentNews.asp?id=30737[permanent dead link]
  20. "ବାପା ମରି ଯାଇଥିବା କଥା ଭାବି ଝରାଇଥିଲେ ଲୁହ". ପ୍ରମେୟ. 25 June 2022. p. ୬. Archived from the original on 25 June 2022. Retrieved 25 June 2022.
  21. "ଆର୍କାଇଭ୍ କପି". Archived from the original on 2010-01-28. Retrieved 2014-05-07. ((cite web)): Cite has empty unknown parameter: |1= (help)
  22. "ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଆଉ ନାହାନ୍ତି, ନିଜ ଘରେ ଜୀବନ ହାରିଲେ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 24 June 2022. Archived from the original on 24 June 2022. Retrieved 24 June 2022.((cite news)): CS1 maint: unrecognized language (link)

ଅଧିକ ତଥ୍ୟ

[ସମ୍ପାଦନା]
{{bottomLinkPreText}} {{bottomLinkText}}
ରାଇମୋହନ ପରିଡ଼ା
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?