For faster navigation, this Iframe is preloading the Wikiwand page for କିଶନ ପଟ୍ଟନାୟକ.

କିଶନ ପଟ୍ଟନାୟକ

କିଶନ ପଟ୍ଟନାୟକ
ସାଂସଦ: ୩ୟ ଲୋକ ସଭା
କାର୍ଯ୍ୟକାଳ
୧୯୬୨ – ୧୯୬୭
ପୂର୍ବ ଅଧିକାରୀବନମାଳୀ ବାବୁ
ପର ଅଧିକାରୀଶ୍ରଦ୍ଧାକର ସୂପକାର
ନିର୍ବାଚନ ମଣ୍ଡଳୀସମ୍ବଲପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ
କିଶନ ପଟ୍ଟନାୟକ

(1930-06-30)୩୦ ଜୁନ ୧୯୩୦
ଭବାନୀପାଟଣା, କଳାହାଣ୍ଡି, ବ୍ରିଟିଶ ଭାରତ
ମୃତ୍ୟୁ୨୭ ସେପ୍ଟେମ୍ବର ୨୦୦୪(2004-09-27) (ବୟସ ୭୪)[]
ଭୁବନେଶ୍ୱର
ରାଜନୀତିକ ଦଳପ୍ରଜା ସୋସୋଲିଷ୍ଟ ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ସମାଜବାଦୀ ଜନ ପରିସଦ[]
ଜୀବନ ସାଥୀବାଣୀ ମଞ୍ଜରୀ ଦାସ
ଶିକ୍ଷାନୁଷ୍ଠାନବ୍ରଜମୋହନ ଉଚ୍ଚ ବିଦ୍ୟାଳୟ
ପେଷାସମାଜସେବୀ, ରାଜନେତା

କିଶନ ପଟ୍ଟନାୟକ(୩୦ ଜୁନ ୧୯୩୦ - ୨୭ ସେପ୍ଟେମ୍ବର ୨୦୦୪), ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ରାଜନେତା, ଲେଖକ, କର୍ମକର୍ତ୍ତା । ସେ ୩ୟ ଲୋକ ସଭା ନିର୍ବାଚନରେ ସମ୍ବଲପୁରରୁ ପ୍ରଜା ସୋସୋଲିଷ୍ଟ ଦଳ ତରଫରୁ ନିର୍ବାଚନ ଲଢ଼ି ବିଜୟ ହୋଇଥିଲେ ।[] ସେ ସାମୟିକ ବାର୍ତ୍ତା ନାମକ ଏକ ମାସିକ ହିନ୍ଦୀ ପତ୍ରିକାର ଶୁଭାରମ୍ଭ କରିଥିଲେ ଏବଂ ସମ୍ପାଦନା କରିଥିଲେ ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

କିଶନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲାର କାଶିପୁରଠାରେ ଜନ୍ମଗ୍ରହଣ କରିଥିଲେ । ଏହି ସ୍ଥାନଟି ଜଙ୍ଗଲଦ୍ୱାରା ପରିବେଷ୍ଟିତ । ଛୋଟବେଳେ ସେ ତାଟିଘେରା ନାମକ ଏକ ବିଦ୍ୟାଳୟରେ ଯୋଗ ଦେଇଥିଲ, ଯେଉଁଠାରେ ତାଙ୍କର ବାପା ଜଣେ ଶିକ୍ଷକ ରୂପେ କାର୍ଯ୍ୟ କରୁଥିଲେ । ୧୯୪୬ ମସିହାରେ ସେ ବଲାଙ୍ଗୀରର ରାଜେନ୍ଦ୍ର କଲେଜରେ ଯୋଗ ଦେଇଥିଲେ । ଏହାପୂର୍ବରୁ ସେ ଭବାନୀପାଟଣାଠାର ତାଙ୍କର ମାମୁଁଘରେ ରହି ସ୍କୁଲରେ ପଢ଼ୁଥିଲେ । ଏହାପରେ ସେ ନାଗପୁରର ଏକ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ । ୧୯୫୧ ମସିହାରେ ସେ ପୁଣିଥରେ ଭବାନୀପାଟଣା ଫେରିଥିଲେ ଏବଂ ବ୍ରଜ ମୋହନ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରିବା ଆରମ୍ଭ କରିଥିଲେ ।[]

ସମାଜସେବା

[ସମ୍ପାଦନା]

କିଶନ ପ୍ରଥମେ ଗଡ଼ଜାତ ମିଶ୍ରଣ ଆନ୍ଦୋଳନରେ ଯୋଗ ଦେଇଥିଲେ । ସେ ରାମ ମନୋହର ଲୋହିଆଙ୍କ ଆଦର୍ଶରେ ଅନୁପ୍ରାଣିତ ଥିଲେ ଏବଂ ତାଙ୍କ ନିର୍ଦ୍ଦେଶରେ ହାଇଦ୍ରାବଦରୁ ପ୍ରକାଶିତ ମ୍ୟାନ୍‌କାଇଣ୍ଡ ପତ୍ରିକାର ସମ୍ପାଦକ ଭାବରେ କାମ କରିଥିଲେ । ବରଗଡ଼ର ଚାଷୀ ଆନ୍ଦୋଳନରେ ସେ ସକ୍ରିୟ ଭାବରେ ଜଡ଼ିତ ଥିଲେ ଏବଂ ୧୯୬୨ ମସିହାରେ, ବରଗଡ଼ର ଏସ୍‌‌ଡିଓ ଅଫିସ୍ ଅକ୍ତିଆର କରି ଗିରଫ ହୋଇଥିଲେ ।[] କଳାହାଣ୍ଡି ଜିଲ୍ଲାରେ ଅନାହାରରେ ଅନେକ ମୃତ୍ୟ ହେବାପରେ କିଶନ ପଟ୍ଟନାୟକ ୧୯୮୯ ମସିହାରେ ଓଡ଼ିଶା ସରକାରଙ୍କ ଉପରେ ଏକ ମକୋଦ୍ଦମା କରିଥିଲେ ।[]

ରାଜନୀତି

[ସମ୍ପାଦନା]

୧୯୬୨ ମସିହାରେ ମାତ୍ର ୨୭ ବର୍ଷ ବୟସରେ କିଶନ ପଟ୍ଟନାୟକ କିଶନ ପଟ୍ଟନାୟକ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ସେ ସେହିସମୟର ସର୍ବକନିଷ୍ଠ ଲୋକ ସଭା ସଭ୍ୟ ।[] ୧୯୬୨ ମସିହାରେ ସେ ଚାଷୀ ଆନ୍ଦୋଳନ ପାଇଁ ଗିରଫ ହୋଇଥିବାବେଳେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ସେ ଜେଲ୍‌ରୁ ଥାଇ ପ୍ରାର୍ଥୀପତ୍ର ଦାଖଲ କରିବା ସହିତ ନିର୍ବାଚନୀ ପ୍ରଚାର ପାଇଁ ବାହାରକୁ ନ ଆସି ଏହି ନିର୍ବାଚନ ଜିତିଥିଲେ । ଗଣନାଥ ପ୍ରଧାନ ଓ ସଜ୍ଜନ ମିତ୍ତଲ ତାଙ୍କ ନିର୍ବାଚନୀ ଏଜେଣ୍ଟ ଥିଲେ । ଏହି ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀ ବିନୋଦ ବିହାରୀ ଦାସ ଓ ଗଣତନ୍ତ୍ର ପରିଷଦର ପ୍ରାର୍ଥୀ ଗଙ୍ଗାଭୂଷଣ ପଣ୍ଡାଙ୍କୁ ପରାସ୍ତ କରିଥିଲେ ।[]

  1. ୧.୦ ୧.୧ "Politics of a different place". www.indianexpress.com. Retrieved 18 August 2018.
  2. Nayak, Bhabani Shankar (2007). Nationalizing Crises: The Political Economy of Public Policy in Contemporary India (in ଇଂରାଜୀ). Atlantic Publishers & Dist. ISBN 9788126904815. Retrieved 18 August 2018.
  3. "Assembly Constituencies - Corresponding Districts and Parliamentary Constituencies of Orissa" (PDF). Election Commission of India. Archived from the original (PDF) on 4 March 2009. Retrieved 2008-09-20.
  4. Smrutira Sunila Sarasi. Collection of articles. 2005 Bikalpa Prakashan, Bargarh. pp.2,3
  5. ୫.୦ ୫.୧ "ଦିନେ ବି ପ୍ରଚାରକୁ ନ ଓହ୍ଲାଇ ଜିତିଥିଲେ ସମ୍ବଲପୁର ଆସନ". ସମ୍ବାଦ. No. ରବିବାର. 19 May 2024. p. ୭. Archived from the original on 22 May 2024. Retrieved 22 May 2024.
  6. Krishna, Ananth V. (2011). India Since Independence: Making Sense Of Indian Politics (in ଇଂରାଜୀ). Pearson Education India. ISBN 9788131734650.
{{bottomLinkPreText}} {{bottomLinkText}}
କିଶନ ପଟ୍ଟନାୟକ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?