For faster navigation, this Iframe is preloading the Wikiwand page for ନିର୍ମଳା ମିଶ୍ର.

ନିର୍ମଳା ମିଶ୍ର

ନିର୍ମଳା ମିଶ୍ର
ଜନ୍ମ
ମୃତ୍ୟୁ୩୧ ଜୁଲାଇ ୨୦୨୨(2022-07-31) (ବୟସ ୮୩)
ଚେତଲା, କୋଲକାତା, ପଶ୍ଚିମ ବଙ୍ଗ, ଭାରତ
ବୃତ୍ତିପ୍ରଚ୍ଛଦପଟ ଗାୟିକା
ବୈବାହିକ-ସାଥୀପ୍ରଦୀପ ଦାସଗୁପ୍ତା
ପିତାମାତା(s)ମୋହିନୀମୋହନ ମିଶ୍ର
ଭବାନୀ ଦେବୀ

ନିର୍ମଳା ମିଶ୍ର (୨୧ ଅକ୍ଟୋବର ୧୯୩୮ – ୩୧ ଜୁଲାଇ ୨୦୨୨) ଜଣେ ଭାରତୀୟ ପ୍ରଚ୍ଛଦପଟ୍ଟ ଗାୟିକା ଥିଲେ ଓ ମୁଖ୍ୟତଃ ଓଡ଼ିଆ ତଥା ବଙ୍ଗଳା ଚଳଚ୍ଚିତ୍ର ଗୀତ ଗାନ କରିଥିଲେ । ସେ ୧୯୬୦ ଓ ୭୦ ଦଶକରରେ ଅନେକ ସଫଳ ଗୀତରେ କଣ୍ଠଦାନ କରିଥିଲେ । ତାଙ୍କୁ ଓଡ଼ିଆ ସିନେମାର ଲତା ମଙ୍ଗେସକର ହିସାବରେ ଅଭିହିତ କରାଯାଉଥିଲା ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସେ ପଶ୍ଚିମବଙ୍ଗ ରାଜ୍ୟର, ମଜିଲପୁର (ଜୟନଗର)ଠାରେ ମାତା ଭବାନୀ ଦେବୀଙ୍କଠାରୁ ଏବଂ ପିତା ମୋହିନୀମୋହନ ମିଶ୍ରଙ୍କଠାରୁ ଦୁର୍ଗା ସପ୍ତମୀ (ଗୁରୁବାର) ତିଥିରେ ଜନ୍ମଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ପିତାଙ୍କ ଚାକିରି ନିମନ୍ତେ ତାଙ୍କ ପରିବାର କଲିକତାର ଚେତଲା ଅଞ୍ଚଳରେ ବସବାସ କରିଥିଲେ । ତାଙ୍କ ପରିବାରରେ ଏକ ସଙ୍ଗୀତମୟ ବାତାବରଣ ଥିଲା । ପିତା ପଣ୍ଡିତ ମୋହିନୀମୋହନ ମିଶ୍ର ଓ ବଡ଼ ଭାଇ ମୁରାରୀମୋହନ ମିଶ୍ର ଉଭୟ ପ୍ରଖ୍ୟାତ ଗାୟକ ଥିଲେ । ତାଙ୍କ ପରିବାରର ପ୍ରକୃତ ସାଙ୍ଗିଆ ବନ୍ଦୋପାଧ୍ୟାୟ (ବାନାର୍ଜୀ) ଥିଲା । ପରେ ତାଙ୍କ ପରିବାରକୁ 'ମିଶ୍ର' ଉପାଧି ପ୍ରଦାନ କରାଯାଇଥିଲା । ତାଙ୍କ ପିତାଙ୍କୁ 'କାଶି ସଙ୍ଗୀତ ସମାଜ' ତରଫରୁ 'ପଣ୍ଡିତ', 'ସଙ୍ଗୀତରତ୍ନ' ତଥା 'ସଙ୍ଗୀତନାୟକ' ଉପାଧିରେ ମଧ୍ୟ ସମ୍ମାନୀତ କରାଯାଇଥିଲା ।[]

କର୍ମଜୀବନ

[ସମ୍ପାଦନା]

ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ବାଳକୃଷ୍ଣ ଦାସ ନିର୍ମଳା ମିଶ୍ରଙ୍କ ପ୍ରତିଭାକୁ ଜାଣିପାରି ତାଙ୍କୁ ପ୍ରଥମ କରି ୧୯୬୦ ମସିହାରେ ଶ୍ରୀ ଲୋକନାଥ ଚଳଚ୍ଚିତ୍ରରେ କଣ୍ଠଦାନ କରିବାକୁ ସୁଯୋଗ ଦେଇଥିଲେ ।[] ସେ କଣ୍ଠଦାନ କରିଥିବା ପ୍ରମ୍ମୁଖ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ସ୍ତ୍ରୀ, କା, ମଲାଜହ୍ନ, ଅଭିନେତ୍ରୀ, ଅନୁତାପ, କିଏ କାହାର, ଅମଡ଼ା ବାଟ, ଅଦିନ ମେଘ[] ଆଦି ଅନ୍ୟତମ ।[]

ମୃତ୍ୟୁ

[ସମ୍ପାଦନା]

୨୦୨୨ ମସିହା ଜୁଲାଇ ମାସ ୩୧ ତାରିଖରେ ୮୪ ବର୍ଷ ବୟସରେ ହୃଦ୍‌ଘାତ ଯୋଗୁ କଲିକତାର ସଲ୍ଟଲେକସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଥିଲା ।[]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ବାଳକୃଷ୍ଣ ଦାସ ସମ୍ମାନ[]
  1. "The Hindu : Other States / Orissa News : I love Orissa, says Nirmala Mishra". hindu.com. 2011. Retrieved 6 July 2012. Nirmala Mishra – who is often been referred to as the Lata Mangeshkar of Odia cinema
  2. http://www.kolkatabengalinfo.com/2011/10/nirmala-mishra-family-early-life.html#
  3. http://www.hindu.com/2011/06/04/stories/2011060460860300.htm
  4. "ଆର୍କାଇଭ୍ କପି". Archived from the original on 2018-01-30. Retrieved 2012-07-23. ((cite web)): Cite has empty unknown parameter: |1= (help)
  5. "The Telegraph - Calcutta (Kolkata) | Orissa | Oriya nightingale mesmerises crowd". telegraphindia.com. 2012. Retrieved 6 July 2012. a huge collection of songs in the Oriya film industry with films like Sri Lokanath, Ka, Shree, Jeeban Sathi, Kie Kahara, Nabajanma, Adina Megha, Bandhana, Sansara, Amar Prema, Anutapa, Manikajodi, Dharitri, Chilika Teere and Gharabahuda
  6. "୮୪ ବର୍ଷରେ ଆଖି ବୁଜିଲେ ବର୍ଷିଆନ କଣ୍ଠଶିଳ୍ପୀ ନିର୍ମଳା ମିଶ୍ର". www.samajalive.in. ସମାଜ. Archived from the original on 31 July 2022. Retrieved 31 July 2022.
  7. "The Hindu : Other States / Orissa News : Balakrushna Dash Samman for Nirmala Mishra". hindu.com. 2011. Archived from the original on 14 July 2014. Retrieved 6 July 2012. Nirmala Mishra has been chosen for the Sangeet Sudhakar Balakrushna Dash Samman

ବାହାର ଆଧାର

[ସମ୍ପାଦନା]
{{bottomLinkPreText}} {{bottomLinkText}}
ନିର୍ମଳା ମିଶ୍ର
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?