For faster navigation, this Iframe is preloading the Wikiwand page for ଚିନ୍ତାମଣି ମହାନ୍ତି.

ଚିନ୍ତାମଣି ମହାନ୍ତି

କବିଶେଖର

ଚିନ୍ତାମଣି ମହାନ୍ତି
ଜନ୍ମ(1867-03-16)୧୬ ମାର୍ଚ୍ଚ ୧୮୬୭
ମୃତ୍ୟୁ୧୭ ଡିସେମ୍ବର ୧୯୪୩(1943-12-17) (ବୟସ ୭୬)
ଜାତୀୟତାଭାରତୀୟ
ଶିକ୍ଷାଭର୍ଣ୍ଣାକୁଲାର
ବୃତ୍ତିଶିକ୍ଷକ
ସନ୍ତାନଉପେନ୍ଦ୍ର ପ୍ରସାଦ ମହାନ୍ତି (ପୁଅ)
ପିତାମାତା(s)ମଦନ ମୋହନ
ନେତ୍ରମଣି

ଚିନ୍ତାମଣି ମହାନ୍ତି (୧୬ ମାର୍ଚ୍ଚ ୧୮୬୭–୧୭ ଡିସେମ୍ବର ୧୯୪୩) ଓଡ଼ିଶାରେ ଜନ୍ମିତ ଜଣେ ଓଡ଼ିଆ କବି, ଲେଖକ ଓ ଶିକ୍ଷକ ଥିଲେ ।[] ସେ ତତ୍କାଳୀନ ଉତ୍କଳର ବିଭିନ୍ନ ସ୍ଥାନ ବୁଲି ସ୍ଥାନୀୟ ପ୍ରକୃତି ଓ ସାମାଜିକ ଜୀବନ ଆଦି ଅଧ୍ୟୟନ କରିଥିଲେ ଓ ତାହା ଆଧାରରେ ଓଡ଼ିଆରେ କାବ୍ୟକବିତା ରଚନା କରିଥିଲେ । ତାଙ୍କ ସାହିତ୍ୟରେ ରାଧାନାଥ ରାୟଙ୍କ ପ୍ରଭାବ ବହୁ ଭାବରେ ରହିଛି । ତାଙ୍କ ବିଶିଷ୍ଟ ରଚନାଗୁଡ଼ିକ ମଧ୍ୟରୁ ମହେନ୍ଦ୍ରଗିରି ଅନ୍ୟତମ ଏବଂ ସେଥିରେ ରାଧାନାଥଙ୍କ ଚିଲିକା ଖଣ୍ଡକାବ୍ୟର ପ୍ରଭାବ ରହିଛି । ତାହା ବାଦ ସେ ସୁରଙ୍ଗୀ, ଉଦ୍ୟାନଖଣ୍ଡ, ବିକ୍ରମାଦିତ୍ୟ, ମୁକୁନ୍ଦଦେବସୁଭଦ୍ରା ଆଦି କାବ୍ୟଗ୍ରନ୍ଥ, ପତ୍ର-ପୁଷ୍ପ ଛୋଟ କବିତାସଂଗ୍ରହ, ଏବଂ ଓଡ଼ିଶାର ସାମାଜିକ ସଂସ୍କାର ଉପରେ ଆଧାରିତ ଶନିସପ୍ତାଟଙ୍କାଗଛ ଆଦି ଉପନ୍ୟାସ । ବିଶିଷ୍ଟ ଲେଖକ ଓ ଶିକ୍ଷକ ଉପେନ୍ଦ୍ର ପ୍ରସାଦ ମହାନ୍ତି ତାଙ୍କ ପୁଅ ।

ତାଙ୍କ ପୁଅ ସ୍ୱାଧୀନ ଜୀବନ ଆରମ୍ଭ କଲା ପରେ ସେ ନିଜ ଜନ୍ମସ୍ଥାନ ଅସ୍ତଳକୁ ଫେରିଆସିଥିଲେ ଓ ୧୯୪୩ ମସିହା ଡିସେମ୍ବର ୧୭ରେ ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା ।

ଜନ୍ମ ଓ ଜୀବନ

[ସମ୍ପାଦନା]

ଚିନ୍ତାମଣି ମହାନ୍ତି ୧୬ ମାର୍ଚ୍ଚ ୧୮୬୭ ମସିହାରେ ଭଦ୍ରକ ଜିଲ୍ଲାର ନିକଟସ୍ଥ ଅସ୍ତଳଠାରେ ଜନ୍ମ ଗ୍ରହଣ କରିଥିଲେ ।[] ୧୮୮୪ ମସିହାରୁ ୧୯୦୩ ମସିହା ପର୍ଯ୍ୟନ୍ତ ଶିକ୍ଷକତା କରିଥିଲେ । ୧୯୦୩ ମସିହାରେ ଶିକ୍ଷକତା ଛାଡ଼ି ହିତବାଦିନୀ, ଉତ୍କଳବାସୀ, ସ୍ୱଦେଶ ଲକ୍ଷ୍ମୀ, ମନୋରମାଜ୍ଞାନଦର୍ପଣ ପ୍ରଭୃତି ପତ୍ରପତ୍ରିକାର ସମ୍ପାଦନା ଦାୟିତ୍ୱ ବହନ କରିଥିଲେ । ସେ ନିଜ ଜୀବନକାଳ ମଧ୍ୟରେ ଅଠଚାଳିଶ ଖଣ୍ଡ କାବ୍ୟ, ପାଞ୍ଚଟି ଉପନ୍ୟାସ ଓ ତିନୋଟି ଦୀର୍ଘ ଗଳ୍ପ ରଚନା କରିଥିଲେ । ୧୯୩୫ ମସିହାରେ ମହାରାଜା ବିକ୍ରମଦେବ ବର୍ମାଙ୍କ ଉଦ୍ୟମରେ ଆନ୍ଧ୍ର ଗବେଷଣା ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ 'କବିଶେଖର' ଉପାଧି ମିଳିଥିଲା ।[] ସେ ୧୭ ଡିସେମ୍ବର ୧୯୪୩ ମସିହାରେ ଦେହତ୍ୟାଗ କରିଥିଲେ । ତାଙ୍କର ରଚନାଶୈଳୀ ରାଧାନାଥ ରାୟଙ୍କଦ୍ୱାରା ବହୁଭାବେ ପ୍ରଭାବିତ ହୋଇଥିଲା ଓ ତାଙ୍କୁ ସଂକ୍ଷିପ୍ତ ଓଡ଼ିଆ ଜ୍ଞାନକୋଷରେ ରାଧାନାଥଙ୍କ ଅନୁଗାମୀ ବୋଲି ଉଲ୍ଲେଖ କରାଯାଇଛି । ସେ ରାଧାନାଥଙ୍କ ଚିଲିକା କାବ୍ୟର ପ୍ରଭାବରେ ମହେନ୍ଦ୍ରଗିରି କାବ୍ୟ ରଚନା କରିଥିଲେ ।[]

ରଚନାବଳୀ

[ସମ୍ପାଦନା]
  • ଜୀବନ ପଞ୍ଜିକା (ଆତ୍ମଜୀବନୀ)
  • ବିବିଧ ସନ୍ଦର୍ଭ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. "orissadiary.com: KABI SHEKHAR CHINTAMANI MOHANTY". Archived from the original on 2012-01-06. Retrieved 2012-01-12.
  2. "KABI SHEKHAR CHINTAMANI MOHANTY". OrissaDiary. Archived from the original on 9 March 2015. Retrieved 16 March 2015.
  3. ରାୟ, ଅପୂର୍ବ ରଞ୍ଜନ (୧୬ ମାର୍ଚ୍ଚ ୨୦୧୫). "କବିଶେଖର ଚିନ୍ତାମଣି ମହାନ୍ତି". ସୂର୍ଯ୍ୟପ୍ରଭା. p. ଆ. ((cite news)): |access-date= requires |url= (help); Check date values in: |accessdate= and |date= (help)
  4. ମାନସିଂହ, ମାୟାଧର (1963). ସଂକ୍ଷିପ୍ତ ଓଡ଼ିଆ ଜ୍ଞାନକୋଷ: ଦ୍ୱିତୀୟ ଭାଗ (୧ ed.). ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ. p. 538. Retrieved 1 November 2023. ((cite book)): More than one of |pages= and |page= specified (help)

ବାହାର ଆଧାର

[ସମ୍ପାଦନା]
{{bottomLinkPreText}} {{bottomLinkText}}
ଚିନ୍ତାମଣି ମହାନ୍ତି
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?