ଚାନ୍ଦିପୁର
ଚାନ୍ଦିପୁର | |
— ସହର — | |
ଦିଗବାରେଣି | 21°28′N 87°01′E / 21.47°N 87.02°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଭାରତର ଜିଲାସବୁ | ବାଲେଶ୍ୱର |
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
ପରିସୀମା • ସମୁଦ୍ର ପତ୍ତନଠାରୁ ଉଚ୍ଚତା |
• 3 metres (9.8 ft) |
ଚାନ୍ଦିପୁର(English: Chandipur) ବା ଚାନ୍ଦିପୁର ବେଳାଭୂମି ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଏକ ବେଳାଭୂମି । ଏହା ବଙ୍ଗୋପସାଗର ନିକଟରେ ଓ ବାଲେଶ୍ୱର ସହରଠାରୁ ୧୬ କି.ମି. ଦୂରରେ ଅବସ୍ଥିତ । ଏହା ଏକ ନିଆରା ବେଳାଭୂମି ଯେଉଁଠାରେ ସମୁଦ୍ର ପାଣି ବେଳାଭୂମିରୁ ୧-୪ କି.ମି. ଯାଏଁ ଘୁଞ୍ଚିଯାଏ ଓ ଜୁଆର ସମୟରେ ପୁଣି ଫେରିଥାଏ । ଏହି ପ୍ରକ୍ରିୟା ଦିନରେ ଦୁଇଥର ହୋଇଥାଏ। ଉଦାହରଣ ସ୍ୱରୂପ ଜଦି ସକାଳେ ଜୁଆର ଆସେ ତାହେଲେ ବାର ଘଂଟା ପରେ ଭଟ୍ଟା ଆସିବ। ଏହି କାରଣରୁ ଏଠାରେ ଅନେକ ଜୈବ ବିଭିନ୍ନତା ଦେଖିବାକୁ ମିଳିଥାଏ । ମିର୍ଜାପୁର ପଟ ବେଳାଭୂମିରେ ଅଶ୍ୱଖୁରାକୃତି କଙ୍କଡା ବା ନାଲି କଙ୍କଡ଼ା ଦେଖିବାକୁ ମିଳିଥାଏ । ନିକଟରେ ବୁଢ଼ାବଳଙ୍ଗ ନଦୀର ମୁହାଣ ପାଖରେ ବଳରାମ ଗଡ଼ିଠାରେ ଏକ ମାଛଧରା ବନ୍ଦର ଅଛି ।
ଚାନ୍ଦିପୁରଠାରେ ଭାରତୀୟ ସେନାର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ର ମଧ୍ୟ ଅଛି ।
ଭୂଗୋଳ
[ସମ୍ପାଦନା]ଚାନ୍ଦିପୁର 21°28′N 87°01′E / 21.47°N 87.02°Eଠାରେ ଅବସ୍ଥିତ ।[୧] ଏହାର ହାରାହାରି ଉଚ୍ଚତା ୩ ମିଟର (୧୦ ଫୁଟ) ।
ପଦାତିକ ସେନା
[ସମ୍ପାଦନା]ଚାନ୍ଦିପୁର ବେଳାଭୂମିଠାରେ ଭାରତୀୟ ପଦାତିକ ସେନାର ଇଣ୍ଟିଗ୍ରେଟେଡ଼ ଟେଷ୍ଟ ରେଞ୍ଜ (ଆଇଟି ଆର) ଅଛି । ଏଠାରୁ ଆକାଶ, ଅଗ୍ନି, ଶୌର୍ଯ୍ୟ, ପୃଥିବୀ ଓ ବ୍ରହ୍ମୋସ ଆଦି ଅନେକ ପରମାଣୁ କ୍ଷମତାଧାରୀ ମିସାଇଲର ପରୀକ୍ଷଣ କରାଯାଇଛି ।
ଗମନାଗମନ
[ସମ୍ପାଦନା]ଚାନ୍ଦିପୁରକୁ ବାଲେଶ୍ୱରରୁ ସଡ଼କ ପଥରେ ଯାଇହେବ । ବାଲେଶ୍ୱର ସଡ଼କ ପଥରେ ୫ ନମ୍ବର ଜାତୀୟ ରାଜପଥ ଓ ରେଳପଥଦ୍ୱାରା ଭୁବନେଶ୍ୱର ଓ କଲିକତା ସହ ସଂଯୁକ୍ତ ।
ଦ୍ରଷ୍ଟବ୍ୟ
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]ରାଜଧାନୀ: ଭୁବନେଶ୍ଵର | ||
ରାଜ୍ୟ ସଙ୍କେତ |
| |
ପ୍ରଶାସନ | ||
ପ୍ରସଙ୍ଗ | ||
ଜିଲ୍ଲା | ||
ସହରସବୁ | ||
ସଦର ମହକୁମା: ବାଲେଶ୍ଵର | ||
ନିର୍ବାଚନ ମଣ୍ଡଳୀ | ||
ପର୍ଯ୍ୟଟନ ସ୍ଥଳ | ||
ବେଳାଭୂମି | ||
ଲୋକକଳା ଓ ଖାଦ୍ୟ |
| |
ବନ୍ଦର |
| |
ସହର ଓ ସଦର ଅନ୍ୟ ଜିଲ୍ଲାରେ |
Text is available under the CC BY-SA 4.0 license; additional terms may apply.
Images, videos and audio are available under their respective licenses.