For faster navigation, this Iframe is preloading the Wikiwand page for କୃଷ୍ଣ କୁମାର ମହାନ୍ତି.

କୃଷ୍ଣ କୁମାର ମହାନ୍ତି

କୃଷ୍ଣ କୁମାର ମହାନ୍ତି
Krushna Kumar Mohanty
୨୦୨୩ ମସିହାର ଭଦ୍ରକଠାରେ ଆୟୋଜିତ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହରେ କୃଷ୍ଣ କୁମାର ମହାନ୍ତି ।
ଜନ୍ମ (1966-04-28) ୨୮ ଅପ୍ରେଲ ୧୯୬୬ (ବୟସ ୫୮)
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ସାମ୍ବାଦିକ
କବି
ଲେଖକ
ସମ୍ପାଦକ
ଚାକିରିକ୍ଷେତ୍ର(ସମୂହ)ଧ୍ୱନି ପ୍ରତିଧ୍ୱନି (୧୯୯୯ – ୨୦୧୬)
ରେବତୀ (୨୦୧୮ – ଏବେଯାଏଁ)
ଉଲ୍ଲେଖନୀୟ କୃତିରୁବି ରାୟ
ବୈବାହିକ-ସାଥୀମମତା ମହାନ୍ତି (୧୯୮୯ – ଏବେଯାଏଁ)
ସନ୍ତାନପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି (ଝିଅ)
କୁମାର ପ୍ରତୀକ (ପୁଅ)

କୃଷ୍ଣ କୁମାର ମହାନ୍ତି (ଜନ୍ମ: ୨୮ ଅପ୍ରେଲ ୧୯୬୬; ଜନ୍ମସ୍ଥାନ: ଚାନ୍ଦିପୁର) ଜଣେ ଓଡ଼ିଆ ସାମ୍ବାଦିକ, ସମ୍ପାଦକ, କବି ଓ ଲେଖକ । ସେ ଧ୍ୱନି ପ୍ରତିଧ୍ୱନି ଖବର କାଗଜର ସହ-ସମ୍ପାଦକ ଭାବରେ ୨୦୧୬ ଯାଏଁ କାର୍ଯ୍ୟ କରିଥିଲେ ଏବଂ ପରେ ୨୦୧୮ ମସିହାରୁ ରେବତୀ ସାହିତ୍ୟ ପତ୍ରିକାର ସହ-ସମ୍ପାଦକ ଭାବରେ କାର୍ଯ୍ୟ କରୁଛନ୍ତି । ସେ କବି ବସନ୍ତ ମୁଦୁଲି ସ୍ମୃତି ସଂସଦର ସମ୍ପାଦକ ଭାବରେ କାର୍ଯ୍ୟ କରୁଛନ୍ତି ।[]

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

୧୯୬୬ ମସିହାର ଅପ୍ରେଲ ୨୮ ତାରିଖରେ ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରଠାରେ ଜନ୍ମଗ୍ରହଣ କରିଥିଲେ କୃଷ୍ଣ କୁମାର ମହାନ୍ତି ।[] ବାଲେଶ୍ୱର ଜିଲ୍ଲାର ସ୍କୁଲରୁ ମାଟ୍ରିକ ଶିକ୍ଷା ଶେଷ କରିବା ପରେ ସେ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ୧୯୮୯ ମସିହାରେ ସେ ମମତା ମହାନ୍ତିଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଦୁଇଜଣ ସନ୍ତାନ ଅଛନ୍ତି । ତାଙ୍କ ଝିଅ ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି ଜଣେ ସାମ୍ବାଦିକା ତଥା ଗାଳ୍ପିକା ।

ଓଡ଼ିଆ ସାହିତ୍ୟରେ ଅବଦାନ

[ସମ୍ପାଦନା]

ନବମ ଶ୍ରେଣୀରେ ପଢ଼ିବା ବେଳେ ସେ ଗପ ଲେଖିବା ଆରମ୍ଭ କରିଥିଲେ, ଯାହାକି ତାଙ୍କ ସ୍କୁଲ ପତ୍ରିକାରେ ପ୍ରକାଶିତ ହୋଇଥିଲା । ମାତ୍ର ୧୯୯୦ ମସିହାରୁ ସେ ବିଧିବଦ୍ଧ ଭାବରେ ଗପ ଲେଖିବା ଆରମ୍ଭ କରିଥିଲେ; ତାଙ୍କର ଏହି ପ୍ରଥମ ଗପ, "ରକ୍ତାକ୍ତ ଚିଠି" କଥା ପତ୍ରିକାରେ ପ୍ରକାଶିତ ହୋଇଥିଲା । ୧୯୯୦ ମସିହାରୁ ଆରମ୍ଭ ହୋଇଥିବା କଥା ନବପ୍ରତିଭା ପ୍ରତିଯୋଗିତାରେ ସେ ଏହି ଗପ ଜରିଆରେ ଭାଗ ନେଇଥିଲେ ଏବଂ ଏହି ପୁରସ୍କାର ଜିତିଥିଲେ ।[]

୨୦୧୬ ମସିହାରେ ଶ୍ରଦ୍ଧା ପବ୍ଲିକେଶନଦ୍ୱାରା ତାଙ୍କ ପ୍ରଥମ ପୁସ୍ତକ ପ୍ରକାଶିତ ହୋଇଥିଲା । ଏହାପରେ ଗଳ୍ପ ସଂକଳନ ପାପ, କବିତା ବହି କେହି ଜଣେ, ଅନୁବାଦ ପୁସ୍ତକ ଟିପୁ ସୁଲତାନ, କବିତା ବହି ରୁବି ରାୟ ଆଦି ପ୍ରକାଶିତ ହୋଇଛି ।[]

ରଚନାବଳୀ

[ସମ୍ପାଦନା]
  • ଶ୍ୟାମଳୀ ଦାସ (ଗପ ବହି) - ୨୦୧୬
  • ପାପ (ଗଳ୍ପ ସଂକଳନ)
  • କେହି ଜଣେ (କବିତା ବହି)
  • ଟିପୁ ସୁଲତାନ (ଅନୁବାଦ)
  • ରୁବି ରାୟ (କବିତା ବହି)

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • କଥା ନବପ୍ରତିଭା ପୁରସ୍କାର, ୧୯୯୦
  • ଭୁବନେଶ୍ୱର ପୁସ୍ତକମେଳାରେ ରବି ପଟ୍ଟନାୟକ ପୁରସ୍କାର
  • ଅଙ୍କୁର ପୁରସ୍କାର
  • କାଦମ୍ବିନୀ ଫିଚର ପୁରସ୍କାର
  • ଅଖିଳମୋହନ କଥା ପୁରସ୍କାର
  • ସମ୍ବାଦ ସଂକେତ ପୁରସ୍କାର
  • ପ୍ରଗତିବାଦୀ ଗଳ୍ପ ପୁରସ୍କାର
  • ସମୟ ସାଂପ୍ରତିକ ସାହିତ୍ୟ ସମ୍ମାନ
  • ବର୍ଣ୍ଣାଳି ଅନୁବାଦ ସମ୍ମାନ
  • ନୀହାରକନ୍ୟା କବିତା ସମ୍ମାନ[]
  1. "'କବି ବସନ୍ତ ମୁଦୁଲି କବିତା ପୁରସ୍କାର' ଘୋଷଣା: ୨୦୨୨ ପାଇଁ ନରେନ୍ଦ୍ର ଭୋଇ, ୨୦୨୩ ପାଇଁ ଚିତ୍ତରଞ୍ଜନ ନାୟକ ହେବେ ପୁରସ୍କୃତ". Sambad (in ଆମେରିକୀୟ ଇଂରାଜୀ). 2023-10-16. Retrieved 2023-10-20.
  2. "ତାରୁଣ୍ୟରେ ତିଆରିଥିଲି ପାଠକଗୋଷ୍ଠୀ ଗପ ଲେଖି..." ଧରିତ୍ରୀ. No. ଭୁବନେଶ୍ୱର. 11 February 2021. p. ୧୨. Archived from the original on 21 January 2023. Retrieved 5 November 2023.
  3. ୩.୦ ୩.୧ "ଅଳ୍ପ ଆଳାପ: ସାହିତ୍ୟ ଓ ଜୀବନକୁ ଏକାପରି ଭଲପାଏ". ସମ୍ବାଦ. 1 August 2021. Archived from the original on 1 August 2021. Retrieved 5 November 2023.
  4. "କୃଷ୍ଣ କୁମାର ମହାନ୍ତି ପାଇଲେ ନୀହାରକନ୍ୟା କବିତା ସମ୍ମାନ". ବାଲେଶ୍ୱର. 5 March 2018. Archived from the original on 5 November 2023. Retrieved 5 November 2023.

ବାହାର ଆଧାର

[ସମ୍ପାଦନା]
{{bottomLinkPreText}} {{bottomLinkText}}
କୃଷ୍ଣ କୁମାର ମହାନ୍ତି
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?