For faster navigation, this Iframe is preloading the Wikiwand page for କୃପାସିନ୍ଧୁ ଭୋଇ.

କୃପାସିନ୍ଧୁ ଭୋଇ

କୃପାସିନ୍ଧୁ ଭୋଇ
ସାଂସଦ: ୧୦ମ, ୧୧ଶ ଲୋକ ସଭା
କାର୍ଯ୍ୟକାଳ
୧୯୯୧ – ୧୯୯୮
ପୂର୍ବ ଅଧିକାରୀଭବାନୀ ଶଙ୍କର ହୋତା
ପର ଅଧିକାରୀପ୍ରସନ୍ନ ଆଚାର୍ଯ୍ୟ
ନିର୍ବାଚନ ମଣ୍ଡଳୀସମ୍ବଲପୁର
ସାଂସଦ: ୭ମ, ୮ମ ଲୋକ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୯
ପର ଅଧିକାରୀଭବାନୀ ଶଙ୍କର ହୋତା
ନିର୍ବାଚନ ମଣ୍ଡଳୀସମ୍ବଲପୁର
ବିଧାୟକ: ୫ମ, ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୭
ପୂର୍ବ ଅଧିକାରୀବୀର ବିକ୍ରମାଦିତ୍ୟ ସିଂହ ବରିହା
ପର ଅଧିକାରୀବୀର ବିକ୍ରମାଦିତ୍ୟ ସିଂହ ବରିହା
ନିର୍ବାଚନ ମଣ୍ଡଳୀପଦ୍ମପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1942-08-05)୫ ଅଗଷ୍ଟ ୧୯୪୨
ତାମ୍ପରା, ସମ୍ବଲପୁର ଜିଲ୍ଲା, ଓଡ଼ିଶା, ବ୍ରିଟିଶ ଭାରତ
ମୃତ୍ୟୁ୧୫ ନଭେମ୍ବର ୨୦୦୩(2003-11-15) (ବୟସ ୬୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରସ (ଇ), କଂଗ୍ରେସ (ଆର୍)
ଜୀବନ ସାଥୀସୂର୍ଯ୍ୟକୁମାରୀ ଭୋଇ
ସନ୍ତାନସଞ୍ଜୟ ଭୋଇ
ବାପା/ବୋଉକୃତିବାସ ଭାଓଇ (ବାପା)
ବୃତ୍ତିରାଜନୀତିଜ୍ଞ

କୃପାସିନ୍ଧୁ ଭୋଇ (୫ ଅଗଷ୍ଟ ୧୯୪୨ – ୧୫ ନଭେମ୍ବର ୨୦୦୩) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୭ମ, ୮ମ୧୦ମ ଓ ୧୧ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[]

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

କୃପାସିନ୍ଧୁ ଭୋଇ ୧୯୪୨ ମସିହାର ଅଗଷ୍ଟ ୫ ତାରିଖରେ ବ୍ରିଟିଶ ଭାରତ ଅନ୍ତର୍ଗତ ସମ୍ବଲପୁର ଜିଲ୍ଲାର ତାମ୍ପରାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୃତ୍ତିବାସ ଭୋଇ ଓ ପତ୍ନୀଙ୍କ ନାମ ସୂର୍ଯ୍ୟକୁମାରୀ ଭୋଇ ।[] ତାଙ୍କ ପୁଅ ସଞ୍ଜୟ ଭୋଇ ଜଣେ ରାଜନେତା, ଯିଏକି ଲୋକ ସଭାକୁ ଥରେ ନିର୍ବାଚିତ ହୋଇଛନ୍ତି ।[]

ସେ ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ମହାବିଦ୍ୟାଳୟରୁ ପାଠ ପଢ଼ା ସାରି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରୁ ଡାକ୍ତରୀ ପାଠ ପଢ଼ିଥିଲେ । ସେ ପେଶାଦାର ଡାକ୍ତର ଭାବରେ କାମ କରୁଥିଲେ ।[]

ରାଜନୈତିକ ଜୀବନ

[ସମ୍ପାଦନା]

କୃପାସିନ୍ଧୁ ଭୋଇ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ, କଂଗ୍ରେସ (ଇ) ଓ କଂଗ୍ରେସ (ଆର୍)ର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ୪ ଥର ସାଂସଦ ଭାବରେ, ଓଡ଼ିଶା ବିଧାନ ସଭାରେ ୨ ଥର ବିଧାୟକ ଭାବରେ ଓ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

୧୯୫୬ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ନିର୍ବାଚନ ଲଢ଼ିବା ପାଇଁ ୭ ଫେବୃଆରୀ ୧୯୭୧ରେ ଚାକିରୀରୁ ଇସ୍ତଫା ଦେଇଥିଲେ । ୧୯୭୧ରୁ ୧୯୭୪ ଯାଏଁ ସେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ ।

୧୯୭୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କଂଗ୍ରେସ (ଆର୍)ର ପାର୍ଥୀ ଭାବରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ୧୦,୪୧୬ ଖଣ୍ଡ ଭୋଟ ପାଇଥିଲେ ଓ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୬,୧୩୨ ଖଣ୍ଡ ଭୋଟରେ ପରାସ୍ତ କରି ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[] ଏହି ବିଧାନ ସଭାରେ ସେ ପଞ୍ଚାୟତିରାଜ ଓ ଉନ୍ନୟନ ବିଭାଗର ମନ୍ତ୍ରୀ ଭାବରେ ୨ ଫେବୃଆରୀ ୧୯୭୩ରୁ ୩ ମାର୍ଚ୍ଚ ୧୯୭୩ ଯାଏଁ କାର୍ଯ୍ୟ କରିଥିଲେ ।[]

୧୯୭୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପାର୍ଥୀ ଭାବରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ୧୮,୪୨୪ ଖଣ୍ଡ ଭୋଟ ପାଇଥିଲେ ଓ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୬,୩୯୫ ଖଣ୍ଡ ଭୋଟରେ ପରାସ୍ତ କରି ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[] ଏହି ବିଧାନ ସଭାରେ ସେ ଖଣି ଓ ଭୂତତ୍ତ୍ୱ ବିଭାଗର ମନ୍ତ୍ରୀ ଭାବରେ ୬ ମାର୍ଚ୍ଚ ୧୯୭୪ରୁ ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଭାବରେ ୨ ଅକ୍ଟୋବର ୧୯୭୫ରୁ ୧୬ ଡିସେମ୍ବର ୧୯୭୬ ଯାଏଁ କାର୍ଯ୍ୟ କରିଥିଲେ ।[]

୧୯୮୦, ୧୯୮୪, ୧୯୯୧ ଓ ୧୯୯୬ ଭାରତୀୟ ସାଧାରଣ ନିର୍ବାଚନରେ ସେ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେ (ଇ) ଓ ଭାରତୀୟ ଜାତୀୟ କଂଗ୍ରେସର ପାର୍ଥୀ ଭାବରେ ଯଥାକ୍ରମେ ୭ମ, ୮ମ୧୦ମ ଓ ୧୧ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[]

ବିଧାନ ସଭା ସଭ୍ୟ ବିବରଣୀ

[ସମ୍ପାଦନା]
ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୧ ୧୯୭୩ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ପଦ୍ମପୁର କଂଗ୍ରେସ (ଆର୍)
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ପଦ୍ମପୁର ଭାରତୀୟ ଜାତୀୟ କଂଗ୍ରେସ

ଲୋଭ ସଭା ସଭ୍ୟ ବିବରଣୀ

[ସମ୍ପାଦନା]
ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୮୦ ୧୯୮୪ ସାଂସଦ, ୭ମ ଲୋକ ସଭା ସମ୍ବଲପୁର କଂଗ୍ରେସ (ଇ)
୧୯୮୪ ୧୯୮୯ ସାଂସଦ, ୮ମ ଲୋକ ସଭା ସମ୍ବଲପୁର କଂଗ୍ରେସ
୧୯୯୧ ୧୯୯୬ ସାଂସଦ, ୧୦ମ ଲୋକ ସଭା ସମ୍ବଲପୁର କଂଗ୍ରେସ
୧୯୯୬ ୧୯୯୮ ସାଂସଦ, ୧୧ଶ ଲୋକ ସଭା ସମ୍ବଲପୁର କଂଗ୍ରେସ

ମନ୍ତ୍ରୀପଦ ବିବରଣୀ

[ସମ୍ପାଦନା]
ପଦବୀ ବିଧାନ ସଭା ମୁଖ୍ୟମନ୍ତ୍ରୀ ଆରମ୍ଭ ସମୟ ଶେଷ ସମୟ
ପଞ୍ଚାୟତିରାଜ ଓ ଉନ୍ନୟନ ବିଭାଗ ମନ୍ତ୍ରୀ ୫ମ ଓଡ଼ିଶା ବିଧାନ ସଭା ବିଶ୍ୱନାଥ ଦାସ, ନନ୍ଦିନୀ ଶତପଥୀ ୨ ଫେବୃଆରୀ ୧୯୭୩ ୩ ମାର୍ଚ୍ଚ ୧୯୭୩
ଖଣି ଓ ଭୂତତ୍ତ୍ୱ ବିଭାଗ ୬ଷ୍ଠ ଓଡ଼ିଶା ବିଧାନ ସଭା ନନ୍ଦିନୀ ଶତପଥୀ ୬ ମାର୍ଚ୍ଚ ୧୯୭୪ ୧୬ ଡିସେମ୍ବର ୧୯୭୬
ବାଣିଜ୍ୟ ଓ ପରିବହନ ୨ ଅକ୍ଟୋବର ୧୯୭୫
  1. "Lok Sabha Members Bioprofile-". Retrieved 13 December 2017.
  2. ୨.୦ ୨.୧ ୨.୨ ୨.୩ "Late Krupasindhu Bhoi". odishaassembly.nic.in. Odisha Assembly. Retrieved 26 August 2023.
  3. "Odisha: Former Congress MP Sanjay Bhoi joins BJP ahead of Padampur bypoll" (in ଆମେରିକୀୟ ଇଂରାଜୀ). 2022-12-01. Retrieved 2023-09-05.
  4. "Orissa 1971". Election Commission of India (in Indian English). Retrieved 2019-06-27.
  5. "Orissa 1974". Election Commission of India (in Indian English). Retrieved 2019-06-27.
  6. "Odisha: Ex-Congress MP Sanjay Bhoi joins BJP ahead of Padampur bypoll". The Times of India. 2022-12-02. ISSN 0971-8257. Retrieved 2023-09-05.
{{bottomLinkPreText}} {{bottomLinkText}}
କୃପାସିନ୍ଧୁ ଭୋଇ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?