For faster navigation, this Iframe is preloading the Wikiwand page for ଓଡ଼ିଆ କଥାଚିତ୍ର ଜଗତ.

ଓଡ଼ିଆ କଥାଚିତ୍ର ଜଗତ

ଓଡ଼ିଆ କଥାଚିତ୍ର ଜଗତ ବା ଓଲିଉଡ଼ ଭୁବନେଶ୍ୱରକଟକରେ ଥିବା ଓଡ଼ିଆ କଥାଚିତ୍ର ଜଗତକୁ ବୁଝାଇଥାଏ ।[] ୨୦୨୨ ମସିହା ନଭେମ୍ବରରେ ଓଡ଼ିଶାରେ କେବଳ ୬୦ଟି ଚଳଚ୍ଚିତ୍ର ପ୍ରେକ୍ଷାଳୟ ଥିଲା ।[]

ଇତିହାସ

[ସମ୍ପାଦନା]

୧୯୩୬ରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ ନିର୍ମିତ ହୋଇଥିଲା। ରାମାୟଣ ଉପରେ ଆଧାରିତ ଏହି କଥାକୁହା କଥାଚିତ୍ରର ନିର୍ଦ୍ଦେଶକ ଥିଲେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ। ଏହା କାମପାଳ ମିଶ୍ରଙ୍କ ରଚିତ ଏକ ନାଟକ ଉପରେ ଆଧାରିତ ଥିଲା । ମାତ୍ର ୩୦,୦୦୦ ଟଙ୍କାରେ ତିଆରି ଏହି କଥାଚିତ୍ରରେ ୧୪ଟି ଗୀତ ଥିଲା । ଏଥିରେ ମୁଖ୍ୟ ଭୂମିକାରେ ମାଖନଲାଲ୍‌ ବାନାର୍ଜୀ, ଆଦିତ୍ୟ ବଲ୍ଲଭ ମହାନ୍ତି, ପ୍ରଭାବତୀ ଦେବୀ ପ୍ରମୁଖ ଅଭିନୟ କରିଥିଲେ। ଏହା ୧୯୩୬ ଏପ୍ରିଲ୍‌ ୨୮ ତାରିଖରେ ମୁକ୍ତି ଲାଭ କରିଥିଲା। ପ୍ରଥମ ଓଡ଼ିଆ କଥାଚିତ୍ର ହୋଇଥିବାରୁ ଅନେକ ଭୁଲ ଭଟକା ଥିବା ସତ୍ତ୍ୱେବି ଏକ ବହୁଳ ଭାବରେ ଆଦୃତ ହୋଇଥିଲା । ଏହା ଲକ୍ଷ୍ମୀ ଟକିଜଦ୍ୱାରା ପ୍ରଦର୍ଶିତ ହୋଇଥିଲା । ଏହା ଓଡ଼ିଆ କଥାଚିତ୍ରକୁ ଆଗକୁ ଦିଗ ଦେଖାଇଥିଲା ।[]

୧୯୪୯ରେ ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ଲଳିତା ମୁକ୍ତି ଲାଭ କରିଥିଲା। ଏହାର ନିର୍ଦ୍ଦେଶକ ଥିଲେ କଲ୍ୟାଣ ଗୁପ୍ତା। ଏଥିରେ ମୁଖ୍ୟ ଭୂମିକାରେ ଲୋକନାଥ, ଉମା ପ୍ରମୁଖ ଅଭିନୟ କରିଥିଲେ। ୧୯୫୦ରେ ତୃତୀୟ ଓଡ଼ିଆ ଚଳଚ୍ଚିତ୍ର ସପ୍ତଶଯ୍ୟା ମୁକ୍ତି ଲାଭ କରିଥିଲା। ଏହାର ନିର୍ଦ୍ଦେଶକ ଥିଲେ କଲ୍ୟାଣ ଗୁପ୍ତା। ଏଥିରେ ବ୍ୟୋମକେଶ ତ୍ରିପାଠି, ଅନିମା ପ୍ରମୁଖ ଅଭିନୟ କରିଥିଲେ। ୧୯୫୦ରେ ଚତୁର୍ଥ ଓଡ଼ିଆ ଚଳଚ୍ଚିତ୍ର ଶ୍ରୀ ଜଗନ୍ନାଥ ମୁକ୍ତି ଲାଭ କରିଥିଲା। ଚିତ୍ତ ରଞ୍ଜନ ମିତ୍ର ଏହାର ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ମୁଖ୍ୟ ଭୂମିକାରେ ଗୋପାଳ, ଗ୍ଲୋରିୟା ମହାନ୍ତି ପ୍ରମୁଖ ସୁନ୍ଦର ଅଭିନୟ କରିଥିଲେ। ୧୯୫୧ରେ ପଞ୍ଚମ ଓଡ଼ିଆ ଚଳଚ୍ଚିତ୍ର ରୋଲେସ୍‌ ଟୁ ଏଇଟ୍‌ ବା ଆକା ରୋଲସ୍‌-୨୮ ମୁକ୍ତି ଲାଭ କରିଥିଲା। ଇଂଲିଶ୍‌ ନାମ ଥିବା ଏହା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର। ଏହାର ନିର୍ଦ୍ଦେଶକ ଥିଲେ କଲ୍ୟାଣ ଗୁପ୍ତା। ଏଥିରେ ମୁଖ୍ୟ ଭୂମିକାରେ ରତିକାନ୍ତ, କମଳା ପ୍ରମୁଖ ଅଭିନୟ କରିଥିଲେ।[] ପ୍ରଫୁଲ ସେନଗୁପ୍ତାଙ୍କଦ୍ୱାରା ନିର୍ଦ୍ଦେଶିତ ୧୧ତମ ଓଡ଼ିଆ ଚଳଚ୍ଚିତ୍ର ଶ୍ରୀଲୋକନାଥକୁ ଜାତୀୟ ଫିଲ୍ମ ପୁରସ୍କାର ହାସଲ କରିଥିଲା। ପରେ ପରେ ୧୯୬୦-୭୦ରେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ନୂଆ ବୋଉ, ମାଟିର ମଣିଷ, ଅଦିନ ମେଘ ପରି ଚଳଚ୍ଚିତ୍ର ସବୁ ଜାତୀୟ ଫିଲ୍ମ ପୁରସ୍କାର ଲାଭ କରିଥିଲା। ୧୯୭୬ ମସିହାରେ ମୁକ୍ତିଲାଭ କରିଥିଲା ପ୍ରଥମ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ର ଗପ ହେଲେ ବି ସତ। ଏହି ଚଳଚ୍ଚିତ୍ରରେ ସଙ୍ଗୀତଜ୍ଞ ଅକ୍ଷୟ ମହନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନା ଓଡ଼ିଆ ସିନେ ଜଗତରେ ନୂତନତ୍ୱ ଭରିଦେଇଥିଲା।[] ମହମ୍ମଦ୍ ମହସିନ୍ ଓଡ଼ିଶାର ତତକାଳୀନ ସମାଜରେ ଘଟଣାକୁ ନେଇ ଫୁଲ ଚନ୍ଦନ ପରି ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାଣ କଲେ। ଏହି ସମୟରେ ସଂପୂର୍ଣ୍ଣ ଓଡ଼ିଆ କଥାବସ୍ତୁ ସହ ନିଜସ୍ୱ କହାଣୀକୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଉଥିଲା। ୧୯୯୦ ପର୍ଯ୍ୟନ୍ତ ସମୟକୁ ଓଡ଼ିଆ ଚଳଚ୍ଚିତ୍ରର "ସୁବର୍ଣ୍ଣ ଯୁଗ" ବୋଲି କୁହଯାଏ।[] ଅମୀୟ ରଂଜନ ପଟ୍ଟନାୟକ ପ୍ରଥମ ଅନେକ କଳାକାର ତଥା ମୁମ୍ବାଇରୁ ଟେକ୍ନିସିଆନ୍, କଣ୍ଠଶିଳ୍ପୀ, ମ୍ଯୁଜିସିଆନ୍ଙ୍କୁ ନେଇ ଅଧିକ ବଜେଟ ଯୁକ୍ତ ଚଳଚ୍ଚିତ୍ର ନିର୍ମାଣ କରି ନୂଆ ଅଧ୍ୟ୍ୟାୟର ଆରମ୍ଭ କଲେ। ତଙ୍କଦ୍ୱାରା ୧୯୮୫ରେ ନିର୍ମିତ ହାକିମ୍ ବାବୁକୁ ଜାତୀୟ ଫିଲ୍ମ ପୁରସ୍କାର ମିଳିଥିଲା। ତାଙ୍କ ଚଳଚ୍ଚିତ୍ରକୁ ସେ ତିନଟି ଭଷା ଯଥା: ଓଡ଼ିଆ, ବାଙ୍ଗ୍ଲା ଓ ବାଙ୍ଗ୍ଳାଦେଶୀରେ ଚଳଚ୍ଚିତ୍ରକୁ ମୁକ୍ତି ଲାଭକରିଥିଲେ।

ଓଡ଼ିଆ ଚଳଚ୍ଚିତ୍ରରେ ଅନେକ ପ୍ରତିଭାସଂପର୍ଣ୍ଣ କଳାକରଙ୍କ ଅବଦାନ ରହିଛି।

ଉପନ୍ୟାସରୁ କଥାଚିତ୍ର

[ସମ୍ପାଦନା]

ଅନେକ ଓଡ଼ିଆ କଥାଚିତ୍ର ଉପନ୍ୟାସର ବିଷୟବସ୍ତୁକୁ ଆଧାର କରି ନିର୍ମାଣ କରାଯାଇଛି, ସେଥିମଧ୍ୟରୁ କେତୋଟି ହେଲା:[] []

ଶିଳ୍ପ ଭାବରେ ସ୍ୱୀକୃତି

[ସମ୍ପାଦନା]

୧୯୭୪ ମସିହାରେ ଓଡ଼ିଶା ସରକାର ଫିଲ୍ମ ନିର୍ମାଣ ଓ ଚଳଚ୍ଚିତ୍ର ପ୍ରଦର୍ଶନ ଭବନ ନିର୍ମାଣକୁ ଏକ ଶିଳ୍ପ ଭାବରେ ସ୍ୱୀକୃତି ପ୍ରଦାନ କରିଥିଲେ ।[୧୩] ଓଡ଼ିଶା ସରକାର ଓଡ଼ିଶାରେ ଚିତ୍ର ନିର୍ମାଣ ଶିଳ୍ପର ଉନ୍ନତି ପାଇଁ କଟକଠାରେ କାର୍ଯ୍ୟାଳୟ ଥାଇ " ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ " ସ୍ଥାପନ କରିଛନ୍ତି ।

  1. "History Of Odia Film Industry". www.izeans.com. Archived from the original on 2011-09-20. Retrieved 2008-10-23.
  2. "Anupam Kher announces Hindi remake of Odia film 'Pratikshya' - Times of India". The Times of India (in ଇଂରାଜୀ). Retrieved 2022-11-24.
  3. "Orissa Cinema :: History of Orissa Cinema, Chronology of Orissa Films". orissacinema.com. Archived from the original on 2008-07-05. Retrieved 2008-10-23.
  4. http://www.dharitri.com/main/top5_details/290
  5. OTV Memory Lane with Akshaya Mohanty: ୟୁଟ୍ୟୁବ୍
  6. https://archive.is/20130624210753/http://www.odishaglitz.com/events-news/ups-and-downs-in-odia-cinema-telaram-meher-phd-research-scholar.html
  7. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 69–. ISBN 978-1-136-77284-9.
  8. "Oriya Movies made from Novels". incredibleorissa.com. Retrieved 17 August 2015.
  9. "ଝରଣା ଦାସ ଓଡ଼ିଆ ଫିଲ୍ମର ପ୍ରଥମ ଷ୍ଟାର". ନିତିଦିନ. Retrieved 10 June 2016.[permanent dead link]
  10. "'ସିନ୍ଦୂର ବିନ୍ଦୁ'ର କାହାଣୀକାର ନାଟ୍ୟକାର ଚିନ୍ତାମଣି ଆଉ ନାହାନ୍ତି". sambad.in. Archived from the original on 9 July 2017. Retrieved 5 July 2017.
  11. ୧୧.୦ ୧୧.୧ ୧୧.୨ "Odia filmmaker, actor Govind Tej passes away". The New Indian Express. Archived from the original on 19 August 2016. Retrieved 22 August 2016.
  12. Sahu, Diana. "No Hits, Few to Remember". The New Indian Express. Archived from the original on 16 November 2015. Retrieved 17 August 2015.
  13. "Position of Oriya Film Industry". Directorate of Film Festivals.

ଦ୍ରଷ୍ଟବ୍ୟ

[ସମ୍ପାଦନା]
  • 'ଓଡ଼ିଆ ଚଳଚ୍ଚିତ୍ରର ଇତିହାସ', ଓଡ଼ିଶା ବୁକ ଷ୍ଟୋର, ୧୯୮୪ (୧୯୩୪-୧୯୮୪ ମଧ୍ୟରେ ତିଆରି କଥାଚିତ୍ର), ଲେଖକ: କାର୍ତ୍ତିକ କୁମାର ଘୋଷକ
  • 'ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ', ୨୦୦୮, ସଂକଳକ: ଭୀମ ସିଂ,

ଅଧିକ ତଥ୍ୟ

[ସମ୍ପାଦନା]
{{bottomLinkPreText}} {{bottomLinkText}}
ଓଡ଼ିଆ କଥାଚିତ୍ର ଜଗତ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?