ଶୁଲିଆ ଯାତ୍ରା
ଶୁଲିଆ ଯାତ୍ରା ବଲାଙ୍ଗୀର ଜିଲ୍ଲାର ଏକ ମୂଖ୍ୟପର୍ବ । ବଲାଙ୍ଗୀର ଜିଲ୍ଲା ସଦରମହକୁମାଠାରୁ ଦକ୍ଷିଣପୂର୍ବ ଦିଗରେ ଗଲେ ପଡେ ସାନ ଶୁଲିଆ ଘାଟି ବା ଗାଏଖାଇ ଘାଟି। ଲୋକମୁଖରେ ଏହାକୁ ମାକ୍ରି,ବ୍ରାହ୍ମଣୀ ଆଦି ପର୍ବତମାଳା ମଧ୍ୟ କୁହାଯାଏ। ଏହାର ଦକ୍ଷିଣକୁ ଗଲେ ପଡେ ଶୁଲିଆ ଡଙ୍ଗର। ଶୁଲିଆ ଡଙ୍ଗର ତଳେ ବାମ ଆଡକୁ ଖଇରଗୁଡା ବା ଖଇରଗୁହ ଗାଁ। ଗାଁର ପୂର୍ବଦିଗକୁ ପ୍ରାୟ ଗୋଟିଏ କି.ମି ଦୂରରେ ଜୁହ୍ନାଁଶଲା-ଶୁଲିଆଙ୍କ ପୀଠ ବଲାଙ୍ଗୀରଠାରୁ ପ୍ରାୟ ୨୩ କି.ମି ବାଟ। ଶୁଲିଆ ପର୍ବତକୁ ଆଶ୍ରୟ କରି ରହନ୍ତି ଆଂଭାୟା କନ୍ଧ। କଅଁର, ମାଝୀ, ପ୍ରଧାନୀ,ଶିକା,ବେଶ୍କା, ବଣ୍ଡିଆ, ତୁର୍କିଆ ଓ କୁଦୁରୁକିଆ ଭେଦରେ ଏମାନେ ପରସ୍ପରଠାରୁ ଭିନ୍ନ । ଏମାନଙ୍କ ମଧ୍ୟରେ ଶୁଲିଆ ବୁଢ଼ାଙ୍କ ସ୍ୱାତନ୍ତ୍ର୍ୟ ରହିଛି। ଏହାଙ୍କୁ ଜୁହାର ମାଁ ଶୁଲିଆ ବୁଢ଼ା କହି ସେମାନେ ଡାକିଥାନ୍ତି।
ଭୋଗ ଓ ପରମ୍ପରା
[ସମ୍ପାଦନା]ଶୁଲିଆଙ୍କ ଭୋଗରଗ ମଧ୍ୟ ସ୍ୱତନ୍ତ୍ର। ତିନୋଟି ପଥରକୁ ଇଟା କରି ତିଆରିହୋଇଥିବ ଚୁଲିରେ ନୂଆଁ ମାଟିପାତ୍ରରେ କଲୁଁଆଁ ଫୁଟାଯାଏ । ସେହି ତିନିପଥର ଉପରେ ଆଡ଼କରି ତିନୋଟି କଞ୍ଚାବାଉଁଶନଳି ରଖାଯାଏ । ଏହି ଭିତରେ ଅରୁଆ ଚାଉଳ ଓ ପାଣି ଦିଆଯାଇ ଭୋଗ ରନ୍ଧାଯାଏ । ଏହି ବାଉଁଶନଳିରେ ରନ୍ଧାଯାଇଥିବା ଭାତ ଓ କଞ୍ଚାଗୋରସ ହିଁ ଶୁଲିଆଙ୍କ ଭୋଗ । ପରବର୍ତ୍ତୀ ସମୟରେ ଶୁଲିଆଙ୍କ ପାଖରେ ନଡ଼ିଆ ଓ ଜୁଗାର ମଧ୍ୟ ଅର୍ପଣ କରାଯାଉଛି। ଆଗରୁ ଶୁଲିଆଯାତ୍ରା ଦେଖିବାକୁ ମହିଳାମାନେ ଯାଉନଥିଲେ। ବର୍ତ୍ତମାନ କିନ୍ତୁ କେବଳ ଆଶୀର୍ବାଦ ନେବାପାଇଁ ମହିଳାମାନେ ଯାଆନ୍ତି। ପୂର୍ବରୁ ପାଟଦେହେରିଆ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ପୂଜା କରୁଥିଲା। ପରେ ସିଆଳ ପତ୍ରର ଖଦିଆଖୁଛି ପାଟଦେହେରିଆ ପୂଜା କରୁଛି। ପୂର୍ବରୁ ମହିଳାମାନଙ୍କୁ ଫୁଲ-ସିନ୍ଦୁର ଓ ପ୍ରସାଦ (ନଡ଼ିଆ ଓ ବଳିମାଂସ) ମଧ୍ୟ ମନାଥିଲା । ଏପରିକି ଶୁଲିଆବୁଢ଼ାଙ୍କ ପ୍ରସାଦକୁ ସବର୍ଣ୍ଣ ହିନ୍ଦୁ ଲୋକମାନେ ଘର ଭିତରକୁ ନେଉନଥିଲେ। ଏହାକୁ ବାହାରେ ବାହାରେ ଖାଇଦିଆଯାଉଥିଲା।
କିମ୍ବଦନ୍ତୀ
[ସମ୍ପାଦନା]କିମ୍ବଦନ୍ତୀ ଅନୁସାରେ ବୈଦିକ ଶୁଲ୍ଗବ ଯଜ୍ଞ ପରବର୍ତ୍ତୀକାଳରେ ଶୁଲିଆଯାତ୍ରାରେ ରୂପାନ୍ତରିତ ହୋଇଛି। ଏହି ଯଜ୍ଞରେ ହୋମକୁଣ୍ଡ ବା ଖାଲରେ ବିଭିନ୍ନ ବଳି ପଶୁଙ୍କ ମାଂସ ଆହୂତି ଦିଆଯାଉଥିବା ଶୁଣାଯାଏ। ବନଚାରୀ ମୁନିଋଷିଙ୍କଠାରୁ ପରମ୍ପରା ସୂତ୍ରରେ ଏହାକୁ ପରେ ଜନଜାତୀୟ ଲୋକମାନେ ଗ୍ରହଣ କରିନେଇଥିବା ଅନୁମାନ କରଯାଏ। ଅନ୍ୟଏକ ଜନଶ୍ରୁତି ଅନୁସାରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଆବିର୍ଭାବ ପରେ ପରେ ଏହି କ୍ଷେତ୍ରକୁ କାଳମୁଖ, କାପାଳିକ, ଭୈରବ, ରୁଦ୍ରଶୈବ, ଶୂନ୍ୟଶୈବ ଆଦି ସଂପ୍ରଦାୟର ସାଧକମାନେ ଶୈବଧର୍ମର ସଂସ୍ଥାପନ ପାଇଁ ଆଗମନ କରିଥିବା ଜଣାଯାଏ । ଏମାନଙ୍କ ମଧ୍ୟରୁ ରୁଦ୍ରଶୈବ ସନ୍ୟାସୀ ଶୁଲିଆ ଡଙ୍ଗରରେ ମହାରୁଦ୍ର ଯଜ୍ଞ କରି ଶୁଲିଆଙ୍କଠାରେ ଏକ ସହସ୍ର ପୋଢ଼ (ମଇଁଷି) ବଳି ଦେଇଥିବା ଲୋକମୁଖରୁ ଶୁଣାଯାଏ । ଶୁଲିଆଯାତ୍ରାରେ ବିଭିନ୍ନ ସ୍ଥାନରେ ଗଢିଉଠୁଥିବା ନୂଆଖଲା ଗୁଡିକରେ ପ୍ରବଳ ବଳି ପଡେ । ୨୦୦୫ ମସିହାରେ ଶୁଲିଆ ବୁଢ଼ାଙ୍କ ମୁଖ୍ୟ ପୂଜକ ଓ ଶୁଲିଆ ବୁଢ଼ାଟ୍ରଷ୍ଟର ଅଧ୍ୟକ୍ଷ ବିରଞ୍ଚିନାରାୟଣ କଅଁର ଶୁଲିଆଯାତ୍ରା ପୂର୍ବଦିନ ବଳିନଦେବାକୁ ମନସ୍ଥ କରୁଥିଲେ । ମାତ୍ର ୨୦୧୧ ମସିହାରୁ ଆଦିବାସୀ ସମାଜର ହସ୍ତକ୍ଷେପ ଯୋଗୁଁ ବିରଞ୍ଚିନାରାୟଣ ପୁଣି ବଳି ଦେବାକୁ ସ୍ଥିର କରିଥିବାରୁ ଏହାକୁ ନେଇ ପୁଣି ବିବାଦ ଆରମ୍ଭ ହୋଇଛି।[୧]
ଆଧାର
[ସମ୍ପାଦନା]ହିନ୍ଦୁ ପର୍ବ | ||
---|---|---|
ସର୍ବଭାରତୀୟ | ||
ଆଞ୍ଚଳିକ | ||
ପବିତ୍ର ଦିନ |
ସଦର ମହକୁମା: ବଲାଙ୍ଗୀର | |
ସହର | |
ପର୍ଯ୍ୟଟନ ସ୍ଥଳ |
|
ପର୍ବପର୍ବାଣୀ ଓ ଲୋକକଳା | |
ସହର ଓ ସଦର ଅନ୍ୟ ଜିଲ୍ଲାରେ |
Text is available under the CC BY-SA 4.0 license; additional terms may apply.
Images, videos and audio are available under their respective licenses.