For faster navigation, this Iframe is preloading the Wikiwand page for ସୀମାରାଣୀ ନାୟକ.

ସୀମାରାଣୀ ନାୟକ

ସୀମାରାଣୀ ନାୟକ
ବିଧାୟିକା: ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ଏବେଯାଏଁ
ପୂର୍ବ ଅଧିକାରୀଅଞ୍ଜଳି ବେହେରା
ନିର୍ବାଚନ ମଣ୍ଡଳୀହିନ୍ଦୋଳ
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଡ. ଧରଣୀଧର ନାୟକ
ବୃତ୍ତିରାଜନୀତିଜ୍ଞ

ସୀମାରାଣୀ ନାୟକ ଜଣେ ଓଡ଼ିଆ ରାଜନୀତିଜ୍ଞା ।[] ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି ।[] ସୀମାରାଣୀ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟା ଭାବରେ କାର୍ଯ୍ୟ କରୁଥିଲେ ।[] ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ୫୦,୪୯୯ ଖଣ୍ଡ ଭୋଟ ବ୍ୟବଧାନରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଲକ୍ଷ୍ମୀଧର ବେହେରାଙ୍କୁ ପରାସ୍ତ କରିଥିଲେ । ଓଡ଼ିଶା ବିଧାନ ସଭା ନିର୍ବାଚନରେ ୫୦,୦୦୦ରୁ ଅଧିକ ଭୋଟରେ ଜିତିଥିବା ୧୦ ଜଣ ସଭ୍ୟଙ୍କ ମଧ୍ୟରେ ସୀମାରାଣୀ ଥିଲେ ଅନ୍ୟତମ ।[]

ପରିବାର

[ସମ୍ପାଦନା]

ସୀମାରାଣୀ ନାୟକ ଡ. ଧରଣୀଧର ନାୟକଙ୍କୁ ବିବାହ କରିଛନ୍ତି ।[]

ରାଜନୈତିକ ଜୀବନ

[ସମ୍ପାଦନା]

ସୀମାରାଣୀ ନାୟକ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟା ଭାବରେ କାର୍ଯ୍ୟ କରିଥିଲେ ।

୨୦୧୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ତିନିଥର ନିର୍ବାଚନ ଲଢ଼ି ଜିତି ଆସିଥିବା ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ବିଜୁ ଜନତା ଦଳର ପକ୍ଷରୁ ଟିକେଟ ନ ପାଇବାରୁ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିଥିଲେ ।[] ଏହି ନିର୍ବାଚନରେ ୭୪.୦୬ ପ୍ରତିଶତ ମତଦାନ ହୋଇଥିଲା । ମିଳିଥିବା ସମୁଦାୟ ୧,୬୮,୯୭୪ ଖଣ୍ଡ ଭୋଟରୁ ସୀମାରାଣୀଙ୍କୁ ୪୯.୦୨ ପ୍ରତିଶତ ଅର୍ଥାତ ୮୪,୩୫୧ ଖଣ୍ଡ ଭୋଟ ମିଳିଥିଲା ।[] ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଥିଲେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଲକ୍ଷ୍ମୀଧର ବେହେରା, ଯିଏକି ୩୩,୮୫୨ ଖଣ୍ଡ ଭୋଟ ପାଇଥିଲେ ଓ ୩ୟ ସ୍ଥାନରେ ଥିଲେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ନମିତା ନାଏକ ଯିଏକି ୩୦,୯୭୮ ଖଣ୍ଡ ଭୋଟ ପାଇଥିଲେ ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିଥିଲେ ଅଞ୍ଜଳି ବେହେରାଙ୍କୁ ମାତ୍ର ୧୨,୩୦୪ ଖଣ୍ଡ ଭୋଟ ମିଳିଥିଲା ।[][] ସୀମାରାଣୀ ନାୟକ ଏହି ନିର୍ବାଚନରେ ୫୦,୪୯୯ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ ।[] ସେ ଏହି ନିର୍ବାଚନ ଜିତି ଓଡ଼ିଶା ବିଧାନ ସଭା ନିର୍ବାଚନରେ ୫୦,୦୦୦ରୁ ଅଧିକ ସଂଖ୍ୟକ ଭୋଟରେ ଜିତିଥିବା ଶ୍ରେଷ୍ଠ ୧୦ ଜଣ ସଭ୍ୟଙ୍କ ମଧ୍ୟରେ ସ୍ଥାନିତ ହୋଇଥିଲେ ।[] ସୀମାରାଣୀ ନାୟକ ଏହି ବିଧାନ ସଭାରେ ୨୦୧୪ ମସିହାରୁ ୨୦୧୯ ମସିହାଯାଏଁ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ।[୧୦]

ବିବାଦ

[ସମ୍ପାଦନା]

୨୦୧୬ ମସିହାରେ ସୀମାରାଣୀ ଜଣେ ଶିଳ୍ପପତିଙ୍କଠାରୁ ଟଙ୍କା ନେଇ ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଏକ କପଡ଼ା ଶିଳ୍ପ ବସାଇବା କଥା ଅଭିଯୋଗ ହୋଇଥିଲା । ଏହା ଉପରେ ଏକ ଷ୍ଟିଙ୍ଗ୍ ଅପରେସନ୍ ଭିଡ଼ିଓ ଏକ ଘରୋଇ ଟିଭି ଚେନାଲରେ ପ୍ରସାରିତ ହୋଇଥିଲା, ଯେଉଁଥିରେ ସେ ସେହି ଶିଳ୍ପପତିଙ୍କୁ ୪୦ କୋଟି ଟଙ୍କା ମାଗୁଥିବା ରେକର୍ଡ଼ ହୋଇଥିଲା ।[୧୧] ଅଭିଯୋଗ ହେବାପରେ ସୀମାରାଣୀ ଏହା ଏକ ପ୍ରାଙ୍କ୍ ଭିଡ଼ିଓ ଥିବା ଦର୍ଶାଇବା ସହ ଏତେ ଛୋଟ ପ୍ରକଳ୍ପ ପାଇଁ କେହି ଏତେ ଦେବାକୁ ରାଜି ହେବେନି ବୋଲି ବୟାନ ଦେଇଥିଲେ ।[୧୨]

  1. "MLA Ms. Simarani Nayak Profile | HINDOL Constituency". www.naveenpatnaik.com. Archived from the original on 2019-01-13. Retrieved 2019-03-25.
  2. L, D. "Entranceindia | Simarani Nayak | Entranceindia" (in ଆମେରିକୀୟ ଇଂରାଜୀ). Archived from the original on 2019-03-25. Retrieved 2019-03-25.
  3. "Simarani Nayak MLA of HINDOL Odisha contact address & email". nocorruption.in (in ଇଂରାଜୀ). Retrieved 25 March 2019.
  4. ୪.୦ ୪.୧ ୪.୨ "ହିନ୍ଦୋଳ ବିଧାନ ସଭାକ୍ଷେତ୍ର : ଟିକେଟ ପାଇଁ ଛକାପଞ୍ଝା". Sambad. 10 March 2019. Retrieved 25 March 2019.
  5. "Seemarani Nayak(BJD):Constituency- HINDOL(DHENKANAL) - Affidavit Information of Candidate:". myneta.info. Retrieved 25 March 2019.
  6. "Orissa Assembly Election 2014 Constituency: Hindol (56)". EmpoweringIndia.org. Retrieved 17 June 2014.[permanent dead link]
  7. "Odisha - Hindol". Election Commission of India. Retrieved 17 June 2014.[permanent dead link]
  8. "ହିନ୍ଦୋଳରେ ବଳିୟାନ୍ କିଏ ?". Kanak News (in ଆମେରିକୀୟ ଇଂରାଜୀ). 2019-03-12. Retrieved 2019-03-25.
  9. "Constituency Wise odisha Assembly Election result 2014". Leadtech.in. Archived from the original on 2014-08-18. Retrieved 17 June 2014.
  10. "Ms. Simarani Nayak". odishaassembly.nic.in. Odisha Assembly. Retrieved 25 March 2019.
  11. NEWS, OMMCOM. "Will Naveen Patnaik Act Tough Against 4 Ruling BJD MLAs Caught In Sting Operation?". ommcomnews.com. Archived from the original on 2019-03-25. Retrieved 2019-03-25.
  12. "BJD MLAs seek crores in sting operation, leave Naveen red-faced - Times of India". The Times of India. Retrieved 2019-03-25.
{{bottomLinkPreText}} {{bottomLinkText}}
ସୀମାରାଣୀ ନାୟକ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?