For faster navigation, this Iframe is preloading the Wikiwand page for ମହମ୍ମଦ ରଫି.

ମହମ୍ମଦ ରଫି

ମହମ୍ମଦ ରଫି‌
ଜନ୍ମ(1924-12-24)୨୪ ଡିସେମ୍ବର ୧୯୨୪
କୋଟଲା ସୁଲତାନ ସିଂ, ଅମୃତସର, ପଞ୍ଜାବ
ମୃତ୍ୟୁ୩୧ ଜୁଲାଇ ୧୯୮୦(1980-07-31) (ବୟସ ୫୫)[]
ଜାତୀୟତାଭାରତ
ବୃତ୍ତିସମୂହ
  • ପ୍ରଚ୍ଚଦପଟ୍ଟ ଗାୟକ
  • କୱାଲି ଗାୟକ
ସକ୍ରିୟ ବର୍ଷ୧୯୪୪-୧୯୮୦
ପୁରସ୍କାରଫିଲ୍ମଫେୟାର ଶ୍ରେଷ୍ଠ ପ୍ରଚ୍ଚଦପଟ୍ଟ ଗାୟକ
Honoursପଦ୍ମଶ୍ରୀ (୧୯୬୭)
Musical career
ଶୈଳୀ
  • କୱାଲି
  • ଗଜଲ
  • ପପ୍
  • ସୁଫି
  • ଭଜନ
  • ଚଳଚ୍ଚିତ୍ର
ବାଦ୍ୟଯନ୍ତ୍ରକଣ୍ଠଶିଳ୍ପୀ, ହାରମୋନିୟମ
ଦସ୍ତଖତ

ମହମ୍ମଦ ରଫି(୨୪ ଡିସେମ୍ବର ୧୯୨୪-୩୧ ଜୁଲାଇ ୧୯୮୦) ଜଣେ ଭାରତୀୟ ପ୍ରଚ୍ଛଦପଟ୍ଟ ଗାୟକ ଥିଲେ । ସେ ଭାରତୀୟ ଉପମହାଦେଶର ଅନ୍ୟତମ ପ୍ରଭାବଶାଳୀ ଗାୟକ ଥିଲେ ।[][] ରଫି ନିଜ କଣ୍ଠ ଓ ଗାୟନଶୈଳୀରେ ଥିବା ବିଭିଦତା ନିମନ୍ତେ ପରିଚିତ ଥିଲେ ।[] କୱାଲି, ଦେଶଭକ୍ତିପୂର୍ଣ୍ଣ, ଭଜନ ଅବା ଶାସ୍ତ୍ରୀୟ ସବୁ ପ୍ରକାର ଗୀତ ସେ ଗାଉଥିଲେ । ସେ ୬ଥର ଫିଲ୍ମଫେୟାର ଓ ଥରେ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଥିଲେ । ୧୯୬୭ ମସିହାରେ ସେ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ପୁରସ୍କାର ଲାଭ କରିଥିଲେ ।[] ୨୦୦୧ ମସିହାରେ ତାଙ୍କ ସହଶ୍ରାବ୍ଦୀର ଶ୍ରେଷ୍ଠ ଗାୟକ ଓ ୨୦୦୩ରେ ହିନ୍ଦୀ ଚଳଚ୍ଚିତ୍ର ଜଗତର ସର୍ବକାଳୀନ ଶ୍ରେଷ୍ଠ ଗାୟକର ସମ୍ମାନ ମିଳିଥିଲା ।[] ସେ ୧୦୦୦ରୁ ହିନ୍ଦୀ ଚଳଚ୍ଚିତ୍ର ପାଇଁ ସଙ୍ଗୀତ ସହିତ ପଞ୍ଜାବୀ ସହ ହିନ୍ଦୀ, ଓଡ଼ିଆ, କୋଙ୍କଣୀ, ଭୋଜପୁରୀ, ବଙ୍ଗଳା, ମରାଠୀ, ସିନ୍ଧୀ, କନ୍ନଡ଼, ଗୁଜରାଟୀ, ତେଲୁଗୁ, ମାଘି, ମୈଥିଳୀ ଓ ଅହମିୟା ଆଦି ଭାଷାରେ ଗୀତ ଗାଇଥିଲେ । ଭାରତୀୟ ଭାଷା ଭିନ୍ନ ସେ ଇଂରାଜୀ, ଫରାସୀ, ଆରବୀ, ସିଂହଳୀ, କ୍ରିୟୋଲ ଓ ଡଚ୍ ଭାଷାରେ ମଧ୍ୟ ଗୀତ ଗାଇଥିଲେ ।[] ସେ ରେକର୍ଡ଼ କରିଥିବା ସମୁଦାୟ ଗୀତର ସଂଖ୍ୟା ୭୪୦୫ ।[]

ଆଦ୍ୟ ଜୀବନ

[ସମ୍ପାଦନା]
ରଫିଙ୍କ ପରିବାର

ରଫି, ୧୯୨୪ ମସିହାରେ ଅମୃତସର ନିକଟସ୍ଥ କୋଟଲା ସୁଲତାନ ସିଂଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ହାଜି ଅଲ୍ଲୀ ମହମ୍ମଦ ଥିଲା । ଛଅ ଭାଇଭଉଣୀଙ୍କ ମଧ୍ୟରୁ ସେ ଦ୍ୱିତୀୟ ଥିଲେ ।[] ତାଙ୍କ ଡାକ ନାମ ଥିଲା "ଫିକୁ" । ପିଲାଦିନୁ ସେ ରାସ୍ତାରେ ଗୀତ ଗାଇ ବୁଲୁଥିବା ଫକୀରମାନଙ୍କଠାରୁ ଗୀତ ଶୁଣି ଗାଇବା ଆରମ୍ଭ କରିଥିଲେ । ତାଙ୍କ ପିତା ୧୯୩୫ମସିହାରେ ଲାହୋରକୁ ଚାଲିଯାଇଥିଲେ । ସେଠାର "ଭାଟି ଗେଟ"ର ନୂର ମହଲ୍ଲାଠାରେ ତାଙ୍କର ଏକ ସେଲୁନ ଥିଲା ।[୧୦] ରଫି, ଉସ୍ତାଦ ଅବଦୂଲ ୱାହିଦ ଖାନ୍, ପଣ୍ଡିତ ଜୀବନ ଲାଲ୍ ମଟ୍ଟୁ, ଫିରୋଜ ନିଜାମୀ ଆଦିଙ୍କଠାରୁ ଶାସ୍ତ୍ରୀ ସଙ୍ଗୀତ ଶିକ୍ଷାଲାଭ କରିଥିଲେ ।[୧୧] ୧୩ ବର୍ଷ ବୟସରେ ସେ ପ୍ରଥମ ମଞ୍ଚରେ ସଙ୍ଗୀତ ପରିବେଷଣ କରିଥିଲେ । ୧୯୪୧ ମସିହାରେ ସେ "ଶୋଣିୟେ ନୀ, ହିରୀୟେ ନୀ" ନାମକ ପ୍ରଥମ ପ୍ରଚ୍ଚଦପଟ୍ଟ ଗୀତ ଗାଇଥିଲେ । ଗୀତଟିର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଶ୍ୟାମ ସୁନ୍ଦର । ସହଗାୟିକା ଥିଲେ ଜିନତ ବେଗମ । ୧୯୪୪ରେ ମୁକ୍ତିଲାଭ କରିଥିଲେ ପଞ୍ଜାବୀ ଚଳଚ୍ଚିତ୍ର "ଗୁଲ ବାଲୋଚ"ରେ ଏହି ଗୀତଟି ସ୍ଥାନ ପାଇଥିଲା ।[୧୨] ସେହି ବର୍ଷ ତାଙ୍କୁ ଅକାଶବାଣୀ ଲାହୋର ତରଫରୁ ଗୀତ ଗାଇବା ପାଇଁ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା ।[୧୩]


୧୯୪୫ ମସିହାରେ ସେ ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର "ଗାୟୋଁ କି ଗୋରୀ"ରେ କଣ୍ଠଦାନ କରିଥିଲେ । ନିଜର ୪ ଦଶନ୍ଧିବ୍ୟାପି ପ୍ରଚ୍ଚଦପଟ୍ଟ ଗାୟକ ଜୀବନରେ ରଫି ପ୍ରାୟ ସମସ୍ତ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଓ ସହଗାୟକଙ୍କ ସହ ଗୀତ ଗାଇଥିଲେ । ହିନ୍ଦୀ ଚଳଚ୍ଚିତ୍ର "ଆସ୍ ପାସ୍" ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା । ରୟାଲଟିକୁ ନେଇ ରଫିଙ୍କର, ଲତା ମଙ୍ଗେସକରଙ୍କ ସହିତ ମନମାଳିନ୍ୟ ହେଇଥିଲା । ଲତା ଚାହୁଁଥିଲେ, ପ୍ରଯୋଜକ ସଙ୍ଗୀତ ନିର୍ଦ୍ଦେଶକଙ୍କୁ ଦେଉଥିବା ୫% ରୟାଲଟିର ଅଧା ଗାୟକଙ୍କୁ ମିଳୁ, କିନ୍ତୁ ରଫିଙ୍କର ମତ ଥିଲା ପ୍ରଯୋଜକ ସଙ୍ଗୀତରେ ଖର୍ଚ୍ଚ କରିଛନ୍ତି, ତେଣୁ ଲାଭ ପ୍ରଯୋଜକଙ୍କର । ଗାୟକମାନେ ନିଜର ପ୍ରାପ୍ୟ ଏକକାଳୀନ ନେଇଥାନ୍ତି । ୧୯୬୧ ମସିହାରେ "ମାୟା" ଚଳଚ୍ଚିତ୍ରରେ ଏକାଠି ଗୀତ ରେକଡିଙ୍ଗ କରୁଥିବା ସମୟରେ ଦୁଇଜଣଙ୍କ ମଧ୍ୟରେ ଯୁକ୍ତିତର୍କ ଘଟିଥିଲା । ସେହି ସମୟରୁ ଲତା ରଫିଙ୍କ ସହିତ ଏକାଠି ଗାଇବେନି ବୋଲି ନିଶ୍ଚୟ କରିଥିଲେ । ରଫିଙ୍କ ଶେଷ ସମୟ ପର୍ଯ୍ୟନ୍ତ ସେମାନେ ଦୁହେଁ ଏକାଠି ଗୀତ ଗାଇନଥିଲେ ।[୧୪][୧୫]


ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ପଦ୍ମଶ୍ରୀ
  • ଫିଲ୍ମଫେୟାର
  1. Mohammed Rafi Biography – Facts, Life History & Achievements. Culturalindia.net. Retrieved 6 November 2018.
  2. To, As Told; To, As Told (25 July 2010). "Remembering Rafi". The Hindu. ISSN 0971-751X. Retrieved 7 April 2018.
  3. "Mohd Rafi: The Rough Guide to Bollywood Legends: Mohd Rafi". PopMatters. 20 January 2005. Retrieved 1 May 2018.
  4. "Forgetting the phenomenal talent of Rafi". 20 July 2018. Retrieved 1 August 2018.
  5. "Padma Shri Awardees". india.gov.in. Retrieved 22 December 2010.
  6. "Rafi wins Greatest Voice of Hindi Cinema poll". CNN-IBN. Archived from the original on 2015-09-24. Retrieved 2019-12-24.
  7. "35 Things About Rafi". Onmanorama. Retrieved 22 December 2015.
  8. "Facts you should know about Mohammed Raf". Retrieved 2 September 2016.
  9. Varinder Walia (16 June 2003). "Striking the right chord". The Tribune: Amritsar Plus. Retrieved 28 April 2007.
  10. Mohammed Rafi Biography – Facts, Life History & Achievements. Culturalindia.net. Retrieved 6 November 2018.
  11. Amit Puri (23 September 2002). "When Rafi sang for Kishore Kumar". The Tribune.
  12. M.L. Dhawan (25 July 2004). "His voice made him immortal". Spectrum (The Tribune). Retrieved 28 April 2007.
  13. "Hall of Fame: Saatwan Sur". Archived from the original on 26 ମଇ 2007. Retrieved 28 ଅପ୍ରେଲ 2007.
  14. Raju Bharatan (23 August 2006). "How fair were they to Mohammed Rafi?: Page 3". Rediff.com. Retrieved 28 April 2007.
  15. Raju Bharatan (21 August 2006). "How fair were they to Mohammed Rafi?: Page 4". Rediff.com. Retrieved 28 April 2007.

ବାହାର ଆଧାର

[ସମ୍ପାଦନା]



{{bottomLinkPreText}} {{bottomLinkText}}
ମହମ୍ମଦ ରଫି
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?