For faster navigation, this Iframe is preloading the Wikiwand page for ୨ୟ ଓଡ଼ିଶା ବିଧାନ ସଭା.

୨ୟ ଓଡ଼ିଶା ବିଧାନ ସଭା

ଦ୍ୱିତୀୟ ବିଧାନ ସଭା
Coat of arms or logo
ପ୍ରକାର
ପ୍ରକାରନିମ୍ନ ସଦନ
ନେତୃତ୍ୱ
ବାଚସ୍ପ‌ତିନୀଳକଣ୍ଠ ଦାସ, କଂଗ୍ରେସ
ଉପ-ବାଚସ୍ପ‌ତିଯଦୁମଣି ମଙ୍ଗରାଜ, କଂଗ୍ରେସ
ମୁଖ୍ୟମନ୍ତ୍ରୀହରେକୃଷ୍ଣ ମହତାବ, କଂଗ୍ରେସ
ବିରୋଧୀ ଦଳର ମୁଖ୍ୟରାଜେନ୍ଦ୍ର ନାରାୟଣ ସିଂହଦେଓ, ଗଣତନ୍ତ୍ର ପରିଷଦ
ଆସନ ସଂଖ୍ୟା୧୪୦
ସାକ୍ଷାତକକ୍ଷ
ORISSA SECRETARIAT.jpg
ବିଧାନ ସଭା
Website
ws.ori.nic.in/ola/

ଓଡ଼ିଶାର ଦ୍ୱିତୀୟ ବିଧାନ ସଭା ୨୭ ମଇ ୧୯୫୭ ମସିହାରୁ ୨୫ ଫେବୃୟାରୀ ୧୯୬୧ ମସିହା ପର୍ଯ୍ୟନ୍ତ ଚାଲିଥିଲା । ଏହି ଅବଧିରେ ମୋଟ ସାତ ଥର ଅଥବା ୨୫୪ ଦିନ ବିଧାନ ସଭା ଅଧିବେଶନ ବସିଥିଲା ।[] ୨୫ ଫେବୃୟାରୀ ୧୯୬୧ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା ।

ନିର୍ବାଚନ

[ସମ୍ପାଦନା]

ଲୋକ ସଭା ଓ ବିଧାନ ସଭା ପାଇଁ ଓଡ଼ିଶାରେ ଏହି ଦ୍ୱିତୀୟ ସାଧାରଣ ନିର୍ବାଚନ ୧୯୫୭ ମସିହା ଫେବୃୟାରୀ ୨୪ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୧୨ ତାରିଖରେ ଶେଷ ହେଲା । ଏହି ନିର୍ବାଚନରେ ଯେଉଁ ରାଜନୈତିକ ଦଳମାନେ ପ୍ରତିଦ୍ୱନ୍ଦ୍ୱିତା କରିିଥିଲେ ସେମାନେ ହେଲେ ଭାରତୀୟ ଜାତୀୟ କଂଗ୍ରେସ, ଗଣତନ୍ତ୍ର ପରିଷଦ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ପ୍ରଜା ସମାଜବାଦୀ ଦଳ, ସଂଯୁକ୍ତ ସମାଜବାଦୀ ଦଳ ଓ ଝାଡ଼ଖଣ୍ଡ ଦଳ । ଏହା ବ୍ୟତୀତ ଥିଲେ ନିର୍ଦଳୀୟ ବା ସ୍ୱାଧୀନ ପ୍ରାର୍ଥୀମାନେ । କଂଗ୍ରେସ ୧୪୦ଟି ଆସନ ନିମନ୍ତେ ପ୍ରାର୍ଥୀ ଦେଇଥିବା ସ୍ଥଳେ, ଗଣତନ୍ତ୍ର ପରିଷଦ ୧୦୭ଟି ଆସନରେ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୪୨ଟି ଆସନରେ, ପ୍ରଜା ସମାଜବାଦୀ ଦଳ ୪୩ଟି ଆସନରେ ପ୍ରାର୍ଥୀ ଦେଇଥିଲେ । ଏହା ବ୍ୟତୀତ ସଂଯୁକ୍ତ ସମାଜବାଦୀ ଦଳ, ଝାଡ଼ଖଣ୍ଡ ଦଳ ଓ ନିର୍ଦଳୀୟ ତଥା ସ୍ୱାଧୀନ ପ୍ରାର୍ଥୀମାନେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ । ବିଶେଷ ଉଲ୍ଲେଖନୀୟ ଘଟଣା ହେଲା ଯେ, ସମାଜବାଦୀ ଦଳରେ ମତଭେଦ ସୃଷ୍ଟି ହେବାରୁ ସେହି ଦଳ 'ପ୍ରଜାସମାଜବାଦୀ ଦଳ' ଓ 'ସଂଯୁକ୍ତ ସମାଜବାଦୀ ଦଳ' ନାମରେ ଦୁଇ ଦଳରେ ବିଭକ୍ତ ହୋଇଗଲେ । ଦୁଇଟିଯାକଦଳ ସ୍ୱତନ୍ତ୍ର ଭାବରେ ନିର୍ବାଚନରେ ପ୍ରାର୍ଥୀ ଠିଆ କରାଇଲେ ।[] ଏହି ବିଧାନ ସଭା ନିର୍ବାଚନରେ କଂଗ୍ରେସ-୫୬, ଗଣତନ୍ତ୍ର ପରିଷଦ-୫୧, ପ୍ରଜାସମାଜବାଦୀ ଦଳ-୨, ଭାରତୀୟ କମ୍ୟୁନିଷ୍ଟ ପାଟି-୯ ଓ ନିର୍ଦ୍ଦଳୀୟ ପ୍ରାର୍ଥୀମାନେ ୧୩ଟି ଆସନ ଲାଭ କରିଥିଲେ । ପୂର୍ବପରି ଲୋକ ସଭା ପାଇଁ ୨୦ଟି ଆସନ ରହିଲା । ସେଥିରୁ ଛ'ଟି ଯୁଗ୍ମ ସଦସ୍ୟ ବିଶିଷ୍ଟ ଆସନ ଓ ଆଠଟି ଜଣିକିଆ ସଦସ୍ୟ ଆସନ ଭାବରେ ମାନ୍ୟତା ଲାଭ କରିଥିଲା । ଏହି କୋଡ଼ିଏଟି ଆସନରୁ କଂଗ୍ରେସ-୭, ଗଣତନ୍ତ୍ର ପରିଷଦ-୭, ପ୍ରଜା ସମାଜବାଦୀ ଦଳ-୨, ଭାରତୀୟ କମ୍ୟୁନିଷ୍ଟ ପାର୍ଟି- ୧ ଏବଂ ନିର୍ଦ୍ଦଳୀୟ ବା ସ୍ୱାଧୀନ ପ୍ରାର୍ଥମାନେ ତିନୋଟି ଆସନରେ ବିଜୟୀ ହୋଇଥିଲେ ।

ମତଦାତା

[ସମ୍ପାଦନା]
ମତଦାତାମାନଙ୍କର ପରିସଂଖ୍ୟାନ []
କ୍ରମ ତଥ୍ୟ ମୋଟ ସଂଖ୍ୟା
ମୋଟ ମତଦାତା ଯୋଗ୍ୟ ବ୍ୟକ୍ତି ୭୯,୮୩,୯୭୫
ମତଦାନ କରିବାକୁ ଯୋଗ୍ୟ ବ୍ୟକ୍ତି ୧,୨୪,୬୭,୮୦୦**
ପ୍ରକୃତରେ ମତଦାନ କରିଥିବା ବ୍ୟକ୍ତି ୪୨,୫୬,୦୧୩
ମତଦାନ ପ୍ରତିଶତ (ଗ/ଖ * ୧୦୦) ୩୪.୧୪%

** ଏକରୁ ଅଧିକ ସ୍ଥାନରୁ ଭୋଟ ଦେବାକୁ ଯୋଗ୍ୟ ବ୍ୟକ୍ତି

ନୂତନ ନିୟମ ପ୍ରଣୟନ

[ସମ୍ପାଦନା]

ଓଡ଼ିଶାରେ ରାଷ୍ଟ୍ରପତି ଶାସନ ପରେ ନୂତନ ନିୟମ ଲାଗୁହେଲା ଯେ, ଯେବେବି ଭବିଷ୍ୟତରେ ବିଧାନ ସଭା ଭାଙ୍ଗିଯିବ, ତତ୍କାଳୀନ ବାଚସ୍ପତି ନୂତନ ବିଧାନ ସଭା ସ୍ଥାପିତ ହେଲା ପର୍ଯ୍ୟନ୍ତ ପଦବୀ ଛାଡ଼ିବେ ନାହିଁ ।[]

ନିର୍ବାଚିତ ସଦସ୍ୟବୃନ୍ଦ

[ସମ୍ପାଦନା]

ଓଡ଼ିଶାର ଦ୍ୱିତୀୟ ବିଧାନ ସଭାକୁ ନିର୍ବାଚିତ ସଦସ୍ୟଗଣଙ୍କର ତାଲିକା:[]

ନିର୍ବାଚନ ମଣ୍ଡଳୀ ନିର୍ବାଚିତ ସଦସ୍ୟ ରାଜନୈତିକ ଦଳ
ଉମରକୋଟ ରାଧାକୃଷ୍ଣ ବିଶ୍ୱାସ ରାୟ କଂଗ୍ରେସ
ନବରଙ୍ଗପୁର (ଯୁଗ୍ମ) ସଦାଶିବ ତ୍ରିପାଠୀ କଂଗ୍ରେସ
ହରିଜନ ମିରୁ କଂଗ୍ରେସ
ଜୟପୁର (ଯୁଗ୍ମ) ଲଇଛନ ନାୟକ ଗଣତନ୍ତ୍ର ପରିଷଦ
ହରିହର ମିଶ୍ର ଗଣତନ୍ତ୍ର ପରିଷଦ
ମାଲକାନଗିରି ମାଡକାମୀ ଗୁରୁ ଗଣତନ୍ତ୍ର ପରିଷଦ
ପାଡୁଆ ଲକ୍ଷ୍ମଣ ଗଉଡ଼ ଗଣତନ୍ତ୍ର ପରିଷଦ
କୋରାପୁଟ ଲଛମନ ପୂଜାରୀ ଗଣତନ୍ତ୍ର ପରିଷଦ
ପଟ୍ଟାଙ୍ଗୀ ମୁଲୁ ସାନ୍ତା କଂଗ୍ରେସ
ରାୟଗଡ଼ା କାମାୟା ମଣ୍ଡାଙ୍ଗୀ କଂଗ୍ରେସ
ଗୁଣୁପୁର (ଯୁଗ୍ମ) ନରସିଂହ ପାତ୍ର କଂଗ୍ରେସ
ସନ୍ନ୍ୟାସୀ ଚରଣ ପିଡ଼ିକା କଂଗ୍ରେସ
ପାରଳାଖେମୁଣ୍ଡି ନାଲା କୁରୁମୁ ନାଇକୁଲା ସ୍ୱାଧୀନ
ଆର୍‍.ଉଦୟଗିରି ରାମ ଭୂୟାଁ କଂଗ୍ରେସ
ଦିଗପହଣ୍ଡି (ଯୁଗ୍ମ) ଅନଙ୍ଗମଞ୍ଜରୀ ଦେବୀ କଂଗ୍ରେସ
ମୋହନ ନାୟକ କଂଗ୍ରେସ
ବ୍ରହ୍ମପୁର (ଯୁଗ୍ମ) ଦଣ୍ଡପାଣି ଦାସ କଂଗ୍ରେସ
ଲିଙ୍ଗରାଜ ପାଣିଗ୍ରାହୀ କଂଗ୍ରେସ
ଡୁରା ପି.ଭି.ଜଗନ୍ନାଥ ରାଓ କଂଗ୍ରେସ
ଛତ୍ରପୁର ଯତୀରାଜ ପ୍ରହରାଜ କଂଗ୍ରେସ
ଖଲ୍ଲିକୋଟ ନାରାୟଣ ସାହୁ ସ୍ୱାଧୀନ
ହିଞ୍ଜିଳି ବୃନ୍ଦାବନ ନାୟକ କଂଗ୍ରେସ
ପଶ୍ଚିମ କୋଦଳା ହରିହର ଦାସ କଂଗ୍ରେସ
ପୂର୍ବ କୋଦଳା ରାମଚନ୍ଦ୍ର ମର୍ଦ୍ଦରାଜ ଦେବ କଂଗ୍ରେସ
ଭଂଜନଗର(ଯୁଗ୍ମ) ସୁମ ନାୟକ କମ୍ୟୁନିଷ୍ଟ
ଗୋବିନ୍ଦ ପ୍ରଧାନ କମ୍ୟୁନିଷ୍ଟ
ଆସ୍କା ହରିହର ଦାସ କମ୍ୟୁନିଷ୍ଟ
ସୋରଡ଼ା ବିଜୟାନନ୍ଦ ପଟ୍ଟନାୟକ କଂଗ୍ରେସ
ବାଲିଗୁଡ଼ା ଲୋକନାଥ ପାତ୍ର ଗଣତନ୍ତ୍ର ପରିଷଦ
ଜି.ଉଦୟଗିରି ସାରଙ୍ଗଧର ପ୍ରଧାନ ଗଣତନ୍ତ୍ର ପରିଷଦ
ଫୁଲବାଣୀ (ଯୁଗ୍ମ) ହିମାଂଶୁ ଶେଖର ପାଢ଼ୀ ଗଣତନ୍ତ୍ର ପରିଷଦ
ଅନିରୁଦ୍ଧ ଦୀପ ଗଣତନ୍ତ୍ର ପରିଷଦ
ଭବାନୀପାଟଣା (ଯୁଗ୍ମ) ପ୍ରତାପ କେଶରୀ ଦେଓ ଗଣତନ୍ତ୍ର ପରିଷଦ
କରୁଣାକର ଭୋଇ ଗଣତନ୍ତ୍ର ପରିଷଦ
କାଶୀପୁର (ଯୁଗ୍ମ) କିଶୋର ଚନ୍ଦ୍ର ଦେଓ ଗଣତନ୍ତ୍ର ପରିଷଦ
ମାଣିକ ରାୟ ନାୟକ ଗଣତନ୍ତ୍ର ପରିଷଦ
ଧର୍ମଗଡ଼ (ଯୁଗ୍ମ) ଜିତେନ୍ଦ୍ର ମାଝି ଗଣତନ୍ତ୍ର ପରିଷଦ
ନାମ୍‍ତରା (ଯୁଗ୍ମ) ବୀରକେିଶୋର ଦାସ ଗଣତନ୍ତ୍ର ପରିଷଦ
ଅନୁପ ସିଂହ ଦେଓ କଂଗ୍ରେସ
ଟିଟିଲାଗଡ଼ (ଯୁଗ୍ମ) ଘାସିରାମ ମାଝି କଂଗ୍ରେସ
ରାଜେନ୍ଦ୍ର ନାରାୟଣ ସିଂହଦେଓ ଗଣତନ୍ତ୍ର ପରିଷଦ
ପାଟଣାଗଡ଼ (ଯୁଗ୍ମ) ଅଚ୍ୟୁତାନନ୍ଦ ମହାନନ୍ଦ ଗଣତନ୍ତ୍ର ପରିଷଦ
ଆଶାରାମ ଭୋଇ ଗଣତନ୍ତ୍ର ପରିଷଦ
ଲୋଇସିଂହା ଅଇଁଠୁ ସାହୁ ଗଣତନ୍ତ୍ର ପରିଷଦ
ରାମପ୍ରସାଦ ମିଶ୍ର ଗଣତନ୍ତ୍ର ପରିଷଦ
ବଲାଙ୍ଗୀର (ଯୁଗ୍ମ) ନନ୍ଦ କିଶୋର ମିଶ୍ର ଗଣତନ୍ତ୍ର ପରିଷଦ
ରମେଶ ଚନ୍ଦ୍ର ଭୋଇ ଗଣତନ୍ତ୍ର ପରିଷଦ
ସୋନପୁର (ଯୁଗ୍ମ) ଅନନ୍ତରାମ ନନ୍ଦ ଗଣତନ୍ତ୍ର ପରିଷଦ
ଦଉଲତ ଗଣ୍ଡ ଗଣତନ୍ତ୍ର ପରିଷଦ
ପଦ୍ମପୁର (ଯୁଗ୍ମ) ବୀର ବିକ୍ରମ ସିଂହ ବରିହା କଂଗ୍ରେସ
ଏଲ୍‍.ଏମ୍‍.ଏସ ବରିହା ଗଣତନ୍ତ୍ର ପରିଷଦ
ବରଗଡ଼ (ଯୁଗ୍ମ) ନିକୁଞ୍ଜ ବିହାରୀ ସିଂହ ଗଣତନ୍ତ୍ର ପରିଷଦ
ମହାନନ୍ଦ ବାହାଦୂର ଗଣତନ୍ତ୍ର ପରିଷଦ
ଭଟଲୀ ନଟବର ବନ୍‍ଛୋର କମ୍ୟୁନିଷ୍ଟ
ସମ୍ବଲପୁର (ଯୁଗ୍ମ) ଭିକାରି ଘାସି କମ୍ୟୁନିଷ୍ଟ
ଲକ୍ଷ୍ମୀ ପ୍ରସାଦ ମିଶ୍ର ଗଣତନ୍ତ୍ର ପରିଷଦ
କଟରବଗା ପୁରୁଷୋତ୍ତମ ପଣ୍ଡା ଗଣତନ୍ତ୍ର ପରିଷଦ
ଦେବଗଡ଼ (ଯୁଗ୍ମ) ଜୟଦେବ ଠାକୁର ଗଣତନ୍ତ୍ର ପରିଷଦ
ରାଣୀ ଜ୍ୟୋତି ମଞ୍ଜରୀ ଦେବୀ ଗଣତନ୍ତ୍ର ପରିଷଦ
ଝାରସୁଗୁଡ଼ା (ଯୁଗ୍ମ) ମନୋହର ନାୟକ ଗଣତନ୍ତ୍ର ପରିଷଦ
ବିଜୟ କୁମାର ପାଣି କଂଗ୍ରେସ
ସୁନ୍ଦରଗଡ଼ (ଯୁଗ୍ମ) ଉଦିତ୍‍ ପ୍ରତାପ ଶେଖର ଦେଓ ଗଣତନ୍ତ୍ର ପରିଷଦ
ଗଙ୍ଗାଧର ପ୍ରଧାନ ଗଣତନ୍ତ୍ର ପରିଷଦ
ରାଜଗାଙ୍ଗପୁର ଶାନ୍ତି ପ୍ରକାଶ ଓରାମ ସ୍ୱାଧୀନ
ବିଶ୍ରା ନିର୍ମଳ ମୁଣ୍ଡା ସ୍ୱାଧୀନ
ବଣେଇ ଅର୍ଜୁନ ନାୟକ ଗଣତନ୍ତ୍ର ପରିଷଦ
ଚମ୍ପୂଆ (ଯୁଗ୍ମ) ରାଜବଲ୍ଲଭ ମିଶ୍ର ଗଣତନ୍ତ୍ର ପରିଷଦ
ଗୁରୁଚରଣ ନାୟକ ଗଣତନ୍ତ୍ର ପରିଷଦ
କେନ୍ଦୁଝର (ଯୁଗ୍ମ) ଜନାର୍ଦ୍ଦନ ଭଞ୍ଜଦେଓ ଗଣତନ୍ତ୍ର ପରିଷଦ
କୃଷ୍ଣଚନ୍ଦ୍ର ମହାପାତ୍ର ସ୍ୱାଧୀନ
ଆନନ୍ଦପୁର (ଯୁଗ୍ମ) ଉପେନ୍ଦ୍ର ନାଥ ଜେନା ଗଣତନ୍ତ୍ର ପରିଷଦ
ବୀର କିଶୋର ଜେନା ଗଣତନ୍ତ୍ର ପରିଷଦ
ପାଲଲହଡ଼ା ମୃତ୍ୟୁଞ୍ଜୟ ପାଲ ଗଣତନ୍ତ୍ର ପରିଷଦ
ତାଳଚେର ପବିତ୍ର ମୋହନ ପ୍ରଧାନ କଂଗ୍ରେସ
କିଶୋର ନଗର ରାଣୀ ରତ୍ନପ୍ରଭା ଦେବୀ ଗଣତନ୍ତ୍ର ପରିଷଦ
ଢେଙ୍କାନାଳ (ଯୁଗ୍ମ) କାଳିଆ ଦେହୁରୀ ଗଣତନ୍ତ୍ର ପରିଷଦ
ରାଜା ଶଙ୍କର ପ୍ରତାପ ସିଂହଦେଓ ଗଣତନ୍ତ୍ର ପରିଷଦ
ଅନୁଗୁଳ (ଯୁଗ୍ମ) କୁମୁଦ ଚନ୍ଦ୍ର ସିଂହ ସ୍ୱାଧୀନ
ହୃଷୀକେଶ ପ୍ରଧାନ କମ୍ୟୁନିଷ୍ଟ
ଆଠମଲ୍ଲିକ କ୍ଷେତ୍ର ମୋହନ ପାଣିଗ୍ରାହୀ ଗଣତନ୍ତ୍ର ପରିଷଦ
ଦଶପଲ୍ଲା (ଯୁଗ୍ମ) କିଶୋର ଚନ୍ଦ୍ର ଦେଓ ଭଞ୍ଜ କଂଗ୍ରେସ
ଶ୍ରୀଧର ନାୟକ ଗଣତନ୍ତ୍ର ପରିଷଦ
ଖଣ୍ଡପଡ଼ା ହରିହର ସିଂହ ମର୍ଦ୍ଦରାଜ କଂଗ୍ରେସ
ଭ୍ରମରବର ରାୟ କଂଗ୍ରେସ
ନୟାଗଡ଼ କୃଷ୍ଣଚନ୍ଦ୍ର ମାନ୍‍ଧାତା ସ୍ୱାଧୀନ
ରଣପୁର ବସନ୍ତ ମଞ୍ଜରୀ ଦେବୀ କଂଗ୍ରେସ
ବେଗୁନିଆ ସତ୍ୟାନନ୍ଦ ଚମ୍ପତ୍ତିରାୟ କଂଗ୍ରେସ
ଖୋର୍ଦ୍ଧା ପ୍ରାଣନାଥ ପଟ୍ଟନାୟକ କମ୍ୟୁନିଷ୍ଟ
ଭୁବନେଶ୍ୱର ସତ୍ୟପ୍ରିୟ ମହାନ୍ତି କଂଗ୍ରେସ
ବ୍ରହ୍ମଗିରି ପଦ୍ମଚରଣ ସାମନ୍ତସିଂହାର କଂଗ୍ରେସ
ପୁରୀ ହରିହର ବାହିନୀପତି ପ୍ର.ସମାଜବାଦୀ
ସତ୍ୟବାଦୀ ପଣ୍ଡିତ ନୀଳକଣ୍ଠ ଦାସ କଂଗ୍ରେସ
ପିପିଲି (ଯୁଗ୍ମ) ରାମଚନ୍ଦ୍ର ପଟ୍ଟନାୟକ ସ୍ୱାଧୀନ
ଗୋପୀନାଥ ଭୋଇ କଂଗ୍ରେସ
କାକଟପୁର (ଯୁଗ୍ମ) ମୋହନ ଦାସ କମ୍ୟୁନିଷ୍ଟ
ଭରତ ଦାସ କମ୍ୟୁନିଷ୍ଟ
ବାଙ୍କି ଡାକ୍ତର ଯୋଗେଶ ଚନ୍ଦ୍ର ରାଉତ କଂଗ୍ରେସ
ବଡ଼ମ୍ବା ରାଣୀ ସାହେବା କନକଲତା ଦେବୀ ଗଣତନ୍ତ୍ର ପରିଷଦ
ଆଠଗଡ଼ ରାଧାନାଥ ରଥ କଂଗ୍ରେସ
କଟକ ନଗର ବୀରେନ୍‍ ମିତ୍ର କଂଗ୍ରେସ
କଟକ ସଦର (ଯୁଗ୍ମ) ରାଜକୃଷ୍ଣ ବୋଷ କଂଗ୍ରେସ
ପୂର୍ଣ୍ଣାନନ୍ଦ ସାମଲ କଂଗ୍ରେସ
ଜଗତସିଂହପୁର (ଯୁଗ୍ମ) ନୀଳମଣି ପ୍ରଧାନ କଂଗ୍ରେସ
କଣ୍ଡୁରୀ ଚରଣ ମଳିକ ପ୍ରଜା ସମାଜବାଦୀ
ସାଲେପୁର (ଯୁଗ୍ମ) ପ୍ରଦୀପ୍ତ କିଶୋର ଦାସ ପ୍ରଜା ସମାଜବାଦୀ
ବାଇଧର ବେହେରା ପ୍ରଜା ସମାଜବାଦୀ
ବାଲିକୁଦା ବୈକୁଣ୍ଠନାଥ ମହାନ୍ତି ପ୍ରଜା ସମାଜବାଦୀ
ଏରସମା ଲୋକନାଥ ଚୌଧୁରୀ କମ୍ୟୁନିଷ୍ଟ
ତିର୍ତ୍ତୋଲ ନିଶାମଣି ଖୁଣ୍ଟିଆ ପ୍ରଜା ସମାଜବାଦୀ
ପାଟକୁରା ଲୋକନାଥ ମିଶ୍ର କଂଗ୍ରେସ
ରାଜନଗର ଅନନ୍ତ ଚରଣ ତ୍ରିପାଠୀ ସ୍ୱାଧୀନ
ଆଳି ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ କଂଗ୍ରେସ
କେନ୍ଦ୍ରାପଡ଼ା (ଯୁଗ୍ମ) ପ୍ରହ୍ଲାଦ ମଳିକ ଓ ଦୀନବନ୍ଧୁ ସାହୁ କଂଗ୍ରେସ
ବିଞ୍ଝାରପୁର ବାଙ୍କ ବିହାରୀ ଦାସ ପ୍ରଜା ସମାଜବାଦୀ
ବଡ଼ଚଣା ଯଦୁମଣି ମଙ୍ଗରାଜ କଂଗ୍ରେସ
ଧର୍ମଶାଳା (ଯୁଗ୍ମ) ମଦନ ମୋହନ ପଟ୍ଟନାୟକ କଂଗ୍ରେସ
ମାୟାଧର ସିଂହ କଂଗ୍ରେସ
ଯାଜପୁର (ଯୁଗ୍ମ) ଗଦାଧର ଦତ୍ତ କଂଗ୍ରେସ
ଶାନ୍ତନୁ କୁମାର ଦାସ କଂଗ୍ରେସ
ଧାମନଗର ମୁରଲୀଧର ଜେନା କଂଗ୍ରେସ
ଚାନ୍ଦବାଲି (ଯୁଗ୍ମ) ନନ୍ଦ କିଶୋର ଜେନା କଂଗ୍ରେସ
ନୀଳମଣି ରାଉତରାୟ କଂଗ୍ରେସ
ଭଦ୍ରକ ନିତ୍ୟାନନ୍ଦ ମହାପାତ୍ର ସ୍ୱାଧୀନ
ସୋରୋ-(ଯୁଗ୍ମ) ହରେକୃଷ୍ଣ ମହତାବ କଂଗ୍ରେସ
ଚୈତନ୍ୟ ସେଠି କଂଗ୍ରେସ
ନୀଳଗିରି ନୀଳମଣି ଦାସ କଂଗ୍ରେସ
ବାଲେଶ୍ୱର ରବୀନ୍ଦ୍ର ମୋହନ ଦାସ ପ୍ରଜା ସମାଜବାଦୀ
ବସ୍ତା ଅକ୍ଷୟ କୁମାର ପ୍ରହରାଜ କଂଗ୍ରେସ
ଭୋଗରାଇ ଦୁର୍ଗା ଶଙ୍କର ଦାସ କଂଗ୍ରେସ
ଜଳେଶ୍ୱର ପ୍ରସନ୍ନ କୁମାର ପାଲ ପ୍ରଜା ସମାଜବାଦୀ
ବୈସିଙ୍ଗା (ଯୁଗ୍ମ) ପ୍ରସନ୍ନ କୁମାର ଦାସ ପ୍ରଜା ସମାଜବାଦୀ
ପଞ୍ଚାନନ ଦାସ କଂଗ୍ରେସ
ଉଦଳା ମନମୋହନ ଟୁଡୁ କଂଗ୍ରେସ
କରଞ୍ଜିଆ ନଳିନୀ ଚନ୍ଦ୍ର ଭଞ୍ଜଦେଓ ଗଣତନ୍ତ୍ର ପରିଷଦ
ଯଶୀପୁର ମୋଚିରାମ ତୁରିଆ ଗଣତନ୍ତ୍ର ପରିଷଦ
ରାଇରଙ୍ଗପୁର ହରଦେବ ତିରିଆ ସ୍ୱାଧୀନ
ବହଲଦା ସୁରେନ୍ଦ୍ର ମୋହନ ହେମ୍ବ୍ର‌ମ ଗଣତନ୍ତ୍ର ପରିଷଦ
ବାରିପଦା (ଯୁଗ୍ମ) ହରିହର ମହାନ୍ତି ପ୍ରଜା ସମାଜବାଦୀ
ସମଲ ମାଝି ସ୍ୱାଧୀନ
  1. ୧.୦ ୧.୧ "Brief History". odishaassembly.nic.in. Retrieved 2019-07-11.
  2. "ଓଡ଼ିଶା ରାଜନୀତିର ଇତିହାସ - ଉଇକିପାଠାଗାର". or.wikisource.org. Retrieved 2019-07-11.
  3. ୩.୦ ୩.୧ "Orissa 1957". Election Commission of India (in Indian English). Retrieved 2019-07-11.
{{bottomLinkPreText}} {{bottomLinkText}}
୨ୟ ଓଡ଼ିଶା ବିଧାନ ସଭା
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?