For faster navigation, this Iframe is preloading the Wikiwand page for ସ୍ନେହାଙ୍ଗିନୀ ଛୁରିଆ.

ସ୍ନେହାଙ୍ଗିନୀ ଛୁରିଆ

ସ୍ନେହାଙ୍ଗିନୀ ଛୁରିଆ
ସ୍ନେହାଙ୍ଗିନୀ ଛୁରିଆ, ଅତାବିରା ବିଧାୟିକା
ବିଧାୟିକା
କାର୍ଯ୍ୟକାଳ
୨୦୧୪ – ୨୦୧୯
ପୂର୍ବ ଅଧିକାରୀନିହାର ରଞ୍ଜନ ମହାନନ୍ଦ
ନିର୍ବାଚନ ମଣ୍ଡଳୀଅତାବିରା
Incumbent
Assumed office
୨୦୧୯
ଆଦିବାସୀ କଲ୍ୟାଣ ମନ୍ତ୍ରୀ
କାର୍ଯ୍ୟକାଳ
୨୦୧୪ – ୨୦୧୭
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ
କାର୍ଯ୍ୟକାଳ
୨୦୧୪ – ୨୦୧୯
ବ୍ୟକ୍ତିଗତ ସବିଶେଷ
ଜନ୍ମ(1968-12-09)୯ ଡିସେମ୍ବର ୧୯୬୮
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ସନ୍ତାନ୧ ପୁଅ ୨ ଝିଅ
ବାପା/ବୋଉମଙ୍ଗଳ ପ୍ରସାଦ ମହାପାତ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ସ୍ନେହାଙ୍ଗିନୀ ଛୁରିଆ (ଜନ୍ମ: ୯ ଡିସେମ୍ବର ୧୯୬୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ୨୦୧୪ ଓଡ଼ିଶା ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଅତାବିରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାର ୧୫ଶ ସଭାକୁ ନିର୍ବାଚିତ ହୋଇଥିଲେ ।[] ସ୍ନେହାଙ୍ଗିନୀ ଓଡ଼ିଶା ବିଧାନ ସଭାର ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି ।[] ୨୦୧୪ରୁ ୨୦୧୭ ଯାଏଁ ସେ ରାଜ୍ୟ ଆଦିବାସୀ କଲ୍ୟାଣ ବିଭାଗର ମନ୍ତ୍ରୀ ଥିଲେ ଏବଂ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଭାବରେ ସେ ୨୦୧୪ରୁ ଏବେଯାଏଁ କାର୍ଯ୍ୟ କରି ଆସୁଛନ୍ତି ।[]

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ସ୍ନେହାଙ୍ଗିନୀ ଛୁରିଆ ୧୯୬୮ ମସିହା ଡିସେମ୍ବର ମାସ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ବାପା ଥିଲେ ମଙ୍ଗଳ ପ୍ରସାଦ ମହାପାତ୍ର । ସେ କଳାରେ ସ୍ନାକତୋତ୍ତର କରିବା ପରେ ଓକିଲାତି ପଢ଼ିଥିଲେ ଏବଂ ପରବର୍ତ୍ତୀ ସମୟରେ ଜଣେ ସମାଜସେବୀ ଭାବରେ କାର୍ଯ୍ୟ କରୁଥିଲେ ।[] ତାଙ୍କର ଗୋଟିଏ ପୁଅ ଓ ଦୁଇଟି ଝିଅ ଅଛନ୍ତି ।

ରାଜନୈତିକ ଜୀବନ

[ସମ୍ପାଦନା]

ସ୍ନେହାଙ୍ଗିନୀ ଛୁରିଆ ଜଣେ ସମାଜସେବୀ ଭାବରେ କାର୍ଯ୍ୟ କରିବା ସହ ପଞ୍ଚାୟତ ଏବଂ ବ୍ଲକ ସ୍ତରରେ ପ୍ରଥମେ ରାଜନୀତିରେ ସକ୍ରିୟ ଥିଲେ ।[] ପରବର୍ତ୍ତୀ ସମୟରେ ସେ ରାଜ୍ୟ ରାଜନୀତିରେ ସକ୍ରିୟ ହୋଇଥିଲେ ଏବଂ ୨୦୦୯ ଓଡ଼ିଶା ସାଧାରଣ ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଅତାବିରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୩୬,୦୬୭ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ଥିଲେ । ଭାରତୀୟ ଜାତୀୟ କଂଗ୍ରେସର ବିଜୟୀ ପାର୍ଥୀ ନିହାର ରଞ୍ଜନ ମହାନନ୍ଦ ଏହି ନିର୍ବାଚନରେ ସମୁଦାୟ ୪୯,୩୯୬ ଖଣ୍ଡ ଭୋଟ ପାଇଥିଲେ ।[]

ପରବର୍ତ୍ତୀ ସମୟରେ ୨୦୧୪ ଓଡ଼ିଶା ସାଧାରଣ ନିର୍ବାଚନରେ ସ୍ନେହାଙ୍ଗିନୀ ପୁଣିଥରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଅତାବିରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ଏବଂ ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[][] ଏହି ନିର୍ବାଚନରେ ସ୍ନେହାଙ୍ଗିନୀ ସମୁଦାୟ ୬୯,୬୦୨ ଖଣ୍ଡ ଭୋଟ ପାଇ ପ୍ରଥମ ସ୍ଥାନରେ ଥିବାବେଳେ ଭାରତୀୟ ଜାତୀୟ କଂଗ୍ରେସର ପାର୍ଥୀ ନିହାର ରଞ୍ଜନ ମହାନନ୍ଦ ୪୪,୧୨୮ ଭୋଟ ପାଇ ୨ୟ ସ୍ଥାନରେ ରହିଥିଲେ ।[][][୧୦]

ସ୍ନେହାଙ୍ଗିନୀ ଛୁରିଆ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହେବାପରେ ନବୀନ ପଟ୍ଟନାୟକଙ୍କ ଏହି ୪ର୍ଥ ପର୍ଯ୍ୟାୟ ମନ୍ତ୍ରୀମଣ୍ଡଳରେ ସେ ସ୍ଥାନ ପାଇଥିଲେ । ୨୧ ମଇ ୨୦୧୪ରେ ସେ ଏକାସାଙ୍ଗରେ ଦୁଇଟି ବିଭାଗର ମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ସେ ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଭାବରେ ୨୧ ମଇ ୨୦୧୪ରୁ ୬ ମଇ ୨୦୧୭ ଯାଏଁ କାର୍ଯ୍ୟ କରିଥିଲେ ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଭାବରେ ସେ ୨୦୧୪ରୁ ଏବେଯାଏଁ କାର୍ଯ୍ୟ କରି ଆସୁଛନ୍ତି ।[][୧୧]

ସ୍ନେହାଙ୍ଗିନୀ ଛୁରିଆ ବୟନଶିଳ୍ପ ମନ୍ତ୍ରୀ ଥିବାବେଳେ ସମସ୍ତ ସରକାରୀ ବିଦ୍ୟାଳୟରେ ସମ୍ବଲପୁରୀ କପଡ଼ାରେ ଡ୍ରେସ୍‌ କୋର୍ଡ଼ କରିବାକୁ ପ୍ରସ୍ତାବ ଦେଇଥିଲେ ।[୧୨] ସେ ଏହି ବିଷୟରେ ମୁଖ୍ୟମନ୍ତ୍ରୀ ଏବଂ ଗଣ-ଶିକ୍ଷାମନ୍ତ୍ରୀଙ୍କ ସହ ଆଲୋଚନା କରି ଘୋଷଣା କରିଥିଲେ ବୋଲି ମତ ଦେଇଥିଲେ, ମାତ୍ର ଗଣ-ଶିକ୍ଷାମନ୍ତ୍ରୀ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏହାକୁ ଖଣ୍ଡନ କରିବା ସହ ସେମିତି କିଛି ଆଲୋଚନା ହୋଇନଥିବା ଜଣାଇଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହେବାସହ ବିବାଦ ସୁତ୍ରପାତ ହୋଇଥିଲା ।[୧୩]

  1. Bureau. "ଅତାବିରା-ପାହାଡ଼ଶ୍ରୀଗିଡ଼ା ରାସ୍ତାକୁ ଜନାର୍ଦ୍ଦନ ସିଂହଙ୍କ ନାମରେ ନାମିତ କରାଯିବ : ସ୍ନେହାଙ୍ଗିନୀ ଛୁରିଆ – Odiapua.com". odiapua.com (in ଆମେରିକୀୟ ଇଂରାଜୀ). Retrieved 2019-02-20.[permanent dead link]
  2. "ସମ୍ବଲପୁରରେ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ କଳା ପତାକା ଦେଖାଇ ୨୦ ବିଜେପି କର୍ମୀ ଅଟକ". Odisha Reporter (in ଆମେରିକୀୟ ଇଂରାଜୀ). 2016-07-19. Retrieved 2019-02-20.
  3. Dharitri. "ବୟନଶିଳ୍ପରେ ବିପୁଳ ସୁଯୋଗ, ନିଯୁକ୍ତ ହେବେ ୬୫୦୦ ମାନବସମ୍ବଳ: ସ୍ନେହାଙ୍ଗିନୀ ଛୁରିଆ". Dharitri.com (in ଇଂରାଜୀ). Retrieved 2019-02-20.
  4. ୪.୦ ୪.୧ ୪.୨ ୪.୩ "Smt. Snehangini Chhuria". odishaassembly.nic.in. Odisha Assembly. Retrieved 20 February 2019.
  5. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  6. "List of Candidates in ATTABIRA:BARGARH". www.myneta.info. Retrieved 2019-02-20.
  7. "Attabira Elections Results 2014, Current MLA, Candidate List of Assembly Elections in Attabira, Orissa". www.elections.in. Retrieved 2019-02-20.
  8. "Constituency Wise odisha Assembly Election result 2014". Leadtech.in. Archived from the original on 2014-08-18. Retrieved 2014-06-15.
  9. "Odisha - Attabira". Election Commission of India. Archived from the original on 18 May 2014. Retrieved 29 May 2014.
  10. "Orissa Assembly Election 2014 Constituency: Attabira (4)". EmpoweringIndia.org. Archived from the original on 12 October 2019. Retrieved 29 May 2014.
  11. Dharitri. "ଦେବଗଡରେ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଜାତୀୟ ପତାକା ଉତ୍ତେଳନ କଲେ". Dharitri.com (in ଇଂରାଜୀ). Retrieved 2019-02-20.
  12. "ସରକାରୀ ବିଦ୍ୟାଳୟଗୁଡ଼ିକରେ ସମ୍ବଲପୁରୀ କପଡ଼ାରେ ଡ୍ରେସକୋର୍ଡ କରାଯାଉ: ବୟନ ଶିଳ୍ପ ମନ୍ତ୍ରୀ - EnewsOdia.Com". enewsodia.com/ (in ଆମେରିକୀୟ ଇଂରାଜୀ). Retrieved 2019-02-20.
  13. "ଡ୍ରେସ୍‌ କୋଡ୍‌କୁ ନେଇ ବଦ୍ରି-ସ୍ନେହାଙ୍ଗିନୀ ମୁହାଁମୁହିଁ". Sambad (in ଆମେରିକୀୟ ଇଂରାଜୀ). 2018-01-09. Retrieved 2019-02-20.
{{bottomLinkPreText}} {{bottomLinkText}}
ସ୍ନେହାଙ୍ଗିନୀ ଛୁରିଆ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?