For faster navigation, this Iframe is preloading the Wikiwand page for ଯୁଗଳ କିଶୋର ଦତ୍ତ.

ଯୁଗଳ କିଶୋର ଦତ୍ତ

ଯୁଗଳ କିଶୋର ଦତ୍ତ
ଜନ୍ମ(1928-12-24)୨୪ ଡିସେମ୍ବର ୧୯୨୮
ମହେଶ୍ୱରପୁର, ଯାଜପୁର
ମୃତ୍ୟୁ୨୧ ଫେବୃଆରୀ ୨୦୨୦(2020-02-21) (ବୟସ ୯୧)
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକ
ବୃତ୍ତିଅନୁବାଦକ
ପିତାମାତା(s)ନଦୀଆ ଚାନ୍ଦ, କିରଣବାଳା
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର, ୧୯୯୭

ଯୁଗଳ କିଶୋର ଦତ୍ତ(୨୪ ଡିସେମ୍ବର ୧୯୨୮ - ୨୧ ଫେବୃଆରୀ ୨୦୨୦) ଜଣେ କେଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଅନୁବାଦକ ଥିଲେ ।[] ସେ ପ୍ରାୟ ୧୫୦ଟି ବଙ୍ଗଳା ଉପନ୍ୟାସକୁ ଓଡ଼ିଆରେ ଅନୁବାଦ କରିଥିଲେ । ଅନୁବାଦ ବ୍ୟତିତ ସେ ମୌଳିକ ସାହିତ୍ୟ ରଚନା ମଧ୍ୟ କରିଥିଲେ । ଗୋଟିଏ ବର୍ଷରେ ଉଭୟ କେନ୍ଦ୍ର ଓ ରାଜ୍ୟ ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପାଇବାରେ ସେ ଏକମାତ୍ର ବ୍ୟକ୍ତି ।[] ଭୁବନେଶ୍ୱରରେ ପୁସ୍ତକମେଳା ଆୟୋଜନରେ ସେ ମୁଖ୍ୟ ଭୂମିକା ନିର୍ବାହ କରୁଥିଲେ ।[]

ଯୁଗଲ କିଶୋର ୧୯୨୮ ମସିହା ଡିସେମ୍ବର ୨୪ତାରିଖ ଦିନ ଯାଜପୁର ଜିଲ୍ଲାର ମହେଶ୍ୱରପୁରଠାରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ପିତାଙ୍କ ନାମ ନଦୀଆ ଚାନ୍ଦ ଓ ମାତାଙ୍କ ନାମ କିରଣବାଳା ଥିଲା । ସେ ୧୯୪୮ମସିହାରୁ ଲେଖାଲେଖି ଆରମ୍ଭ କରିଥିଲେ । କଲେଜରେ ପଢ଼ିବା ସମୟରେ ସେ "ଦିଗନ୍ତ" ପତ୍ରିକା ସମ୍ପାଦକ ମଣ୍ଡଳୀରେ ରହିଥିଲେ ।[] ୧୯୫୦ ମସିହାରେ ତାଙ୍କର ପ୍ରଥମ ପୁସ୍ତକ "ଶତାବ୍ଦୀର ପ୍ରେମ" ପ୍ରକାଶ ପାଇଥିଲା । ୧୯୫୧ରେ ପ୍ରକାଶ ପାଇଥିଲା ମାନସୀ । "ଡଗର" ଆଦି ପତ୍ରିକାରେ ତାଙ୍କର ଲେଖା ନିୟମିତ ପ୍ରକାଶ ପାଉଥିଲା । ଭଦ୍ରକରେ ରହିବା ସମୟରେ ସେ "ସାହିତ୍ୟ ଆସର" ନାମରେ ଏକ ସାହିତ୍ୟ ଚର୍ଚ୍ଚା ଗୋଷ୍ଠୀ ଆରମ୍ଭ କରିଥିଲେ । ବଙ୍ଗଳା ଡିଟେକ୍ଟିଭ ଉପନ୍ୟାସ ପଢ଼ିବାରେ ତାଙ୍କର ସଉକ ଥିଲା । ଅନୁବାଦକ ଲକ୍ଷ୍ମୀକାନ୍ତ ମହାନ୍ତିଙ୍କଠାରୁ ପ୍ରୋତ୍ସାହନ ପାଇ, ସେ ବଙ୍ଗଳା ଉପନ୍ୟାସର ଓଡ଼ିଆ ଅନୁବାଦ କରିବା ଆରମ୍ଭ କରିଥିଲେ । ବିମଲ ମିତ୍ରଙ୍କର "ଆମେରିକା" ଥିଲା ତାଙ୍କଦ୍ୱାରା ଅନୁବାଦିତ ପ୍ରଥମ ପୁସ୍ତକ । ବିମଲ ମିତ୍ରଙ୍କର ପ୍ରାୟ ସବୁ ପୁସ୍ତକ ସେ ଓଡ଼ିଆରେ ଅନୁବାଦ କରିଛନ୍ତି । ବିମଳଙ୍କ ବ୍ୟତିତ ରବୀନ୍ଦ୍ରନାଥ ଠାକୁର, ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟ,ସମରେଶ ମଜୁମଦାର, ଶଙ୍କର, ସୁନୀଲ ଗଙ୍ଗୋପାଧ୍ୟାୟ ଓ ତସଲିମା ନସରିନ ଆଦିଙ୍କ ବଙ୍ଗଳା ପୁସ୍ତକକୁ ସେ ଓଡ଼ିଆରେ ଅନୁବାଦ କରିଛନ୍ତି । [] ସେ ସରକାରୀ ଚାକିରି କରିଥିଲେ ଓ ଅବସରପରେ ପୂର୍ଣ୍ଣ ଭାବରେ ସାହିତ୍ୟ ସର୍ଜନାରେ ନିମଗ୍ନ ଥିଲେ ।[]

ସାହିତ୍ୟ କୃତି

[ସମ୍ପାଦନା]
  • ଗଳ୍ପ ସଂକଳନ[]
  • ଜନ ଗଣ ମନ
  • ସେଇ ସମୟ - ୧[]
  • ଶତାବ୍ଦୀର ପ୍ରେମ
  • ମାନସୀ
  • ଗାଁ ହସେ
  • ନିଶି ବିହଙ୍ଗୀ
  • ଏକାନ୍ତ ସତ୍ୟ
  • ଏଗାରଟି ଅନୁବାଦ ଗଳ୍ପ

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର - ୧୯୯୭(ଆସାମୀ ହାଜିର)[୧୦]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୭(ଜନ ଗଣ ମନ)
  • ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା, ୧୯୯୫
  • ଜୀବନ ରଙ୍ଗ ସାହିତ୍ୟ ସମ୍ମାନ, ୧୯୭୫[୧୧]
  • ଯଦୁମଣି ସାହିତ୍ୟ ସଂସଦ ପୁରସ୍କାର, ୧୯୮୯
  • ସୁଧନ୍ୟା ସାହିତ୍ୟ ପୁରସ୍କାର, ୧୯୯୨
  1. Sahitya Akademi (1998). Annual Report. Sahitya Akademi.
  2. "ପରଲୋକରେ ବିଶିଷ୍ଟ ଲେଖକ ତଥା ପ୍ରସିଦ୍ଧ ଅନୁବାଦକ ଯୁଗଳ କିଶୋର ଦତ୍ତ". khabar.odishatv.in/. ଓଡ଼ିଶା ଟିଭି. Retrieved 26 February 2020.
  3. "ସାହିତ୍ୟ ଏକାଡେମି ପୁରସ୍କାର ବିଜେତା ବିଶିଷ୍ଟ ଅନୁବାଦକ ଯୁଗଳ କିଶୋର ଦତ୍ତଙ୍କ ପରଲୋକ". sambad.in/. ସମ୍ବାଦ. Retrieved 26 February 2020.
  4. "ପରଲୋକରେ ଅନୁବାଦକ ଯୁଗଳ କିଶୋର". dharitriepaper.in. ୨୨ ଫେବୃଆରୀ ୨୦୨୦. Retrieved 27 February 2021. ((cite web)): Check date values in: |date= (help)
  5. "Senior Writer And Translator Jugal Kishore Dutta Passes Away". kalingatv.com. କଳିଙ୍ଗ ଟିଭି. Retrieved 26 February 2020.
  6. "Reading habit among Oriyas must increase' - Award-winning translator shares experience of his literary career". www.telegraphindia.com. The Telegraph. Retrieved 26 December 2019.
  7. "ଯୁଗଳ କିଶୋର ଦତ୍ତଙ୍କ ପରଲୋକ". sancharlive.in. ସଞ୍ଚାର. Retrieved 26 February 2020.
  8. "Big success for low-price tag ploy". www.telegraphindia.com. The Telegraph. Retrieved 26 December 2019.
  9. sahitya-akademi.gov.in/ (PDF). sahitya akademi http://sahitya-akademi.gov.in/publications/odia.pdf. Retrieved 26 December 2019. ((cite web)): Missing or empty |title= (help)
  10. "ODISHA SAHITYA ACADEMY AWARDED BOOKS AND WRITERS" (PDF). Odisha Reference (Annual 2011): 97. Archived from the original (PDF) on 8 July 2019. Retrieved 26 December 2019.
  11. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 350–. ISBN 978-81-260-0873-5.
{{bottomLinkPreText}} {{bottomLinkText}}
ଯୁଗଳ କିଶୋର ଦତ୍ତ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?