For faster navigation, this Iframe is preloading the Wikiwand page for ମୋଗଲ ତାମସା.

ମୋଗଲ ତାମସା

ମୋଗଲ ତାମସା
ମୋଗଲ ତାମସାର ମିର୍ଜା ସାହେବ ।
ମାଧ୍ୟମଗୀତ-ନାଟ-ସଂଳାପ
ସଂସ୍କୃତିଓଡ଼ିଆ ଚଳଣି
ସୃଷ୍ଟିଓଡ଼ିଶା,  ଭାରତ
ସମୟ କାଳମୋଗଲ ଶାସନ

ମୋଗଲ ତାମସା ଭଦ୍ରକ ଜିଲ୍ଲାରେ ପ୍ରଚଳିତ ଏକ ନାଟ୍ୟ ପରମ୍ପରା ।[] ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ସଦଭାବ ସ୍ଥାପନା ପାଇଁ ଏହି କଳାର ସୃଷ୍ଟି କରାଯାଇଥିଲା ।[][][]

ଇତିହାସ

[ସମ୍ପାଦନା]

୧୭୦୦ ମସିହା ପ୍ରାରମ୍ଭରେ ବଙ୍ଗରେ ମୁର୍ସିଦ କୁଲିଙ୍କ ଶାସନ ଥିଲା । ଓଡ଼ିଶା ବଙ୍ଗ ଅଧିନରେ ଥିଲା ଓ ମୁର୍ସିଦ କୁଲିଙ୍କ ଜାମାତା ଥିଲେ ଓଡ଼ିଶାର ନାଏବ ନଜିମ ବା ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ । ମୁର୍ସିଦ କୁଲି ଜଣେ ଉଦାରବାଦୀ ଶାସକ ଥିଲେ । ସେ ଔରଙ୍ଗଜେବଙ୍କଦ୍ୱାରା ଆରମ୍ଭ କରାଯାଇଥିବା ଅନେକ ହିନ୍ଦୁ ବିରୋଧୀ ନୀତିର ପ୍ରଚଳନ ବନ୍ଦ କରାଇଥିଲେ । ତାଙ୍କ ଶାସନ ସମୟରେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ସଦଭାବ ସ୍ଥାପନା ପାଇଁ ଅନେକ ଉଦ୍ୟମ କରାଯାଇଥିଲା । ସେହିପରି ଏକ ଉଦ୍ୟମ ଥିଲା ମୋଗଲ ତାମସା । ବଂଶୀବଲ୍ଲଭ ଗୋସ୍ବାମୀ ଏହି ନାଟ୍ୟକଳାର ପରିକଳ୍ପନା ଏବଂ ପ୍ରଥମ ମଞ୍ଚାୟନ କରାଇଥିଲେ । ବଂଶୀବଲ୍ଲଭ ୧୭୨୮ ମସିହାରେ ମୋଗଲ ତାମସା ଲେଖିଥିଲେ ବୋଲି ଉଲ୍ଲେଖ ରହିଛି । ନାଟକ ଗୁଡ଼ିକ ସେ ମଞ୍ଚରେ ପ୍ରଦର୍ଶନ କରାଉଥିଲେ ଓ ତାଳପତ୍ର ପୋଥିରେ ସେଗୁଡ଼ିକୁ ଲେଖି ରଖୁଥିଲେ ।[]

ବୈଶିଷ୍ଟ୍ୟ

[ସମ୍ପାଦନା]

ମୋଗଲ ତାମସା ଏକ ହାସ୍ୟୋଦ୍ଦୀପକ ମନୋରଂଜନଧର୍ମୀ ନାଟକ । ଉଭୟ ହିନ୍ଦୁ ଓ ମୁସଲମାନ ଧାର୍ମିକ ପରମ୍ପରାର ଜୟଗାନ କରିବା ନାଟକର ବୈଶିଷ୍ଟ୍ୟ ଥିଲା। ଏଥିରେ ସାମନ୍ତବାଦୀ ଆଭିଜାତ୍ୟର ମଧ୍ୟ ଉପହାସ କରାଯାଇଥାଏ । ଏହି ନାଟକରେ ହିନ୍ଦୁ ସନ୍ନ୍ୟାସୀ, ମୁସଲିମ ଫକିର, ମିର୍ଜା ସାହେବ, ଓଡ଼ିଆ ଗ୍ରାମୀଣ ଲୋକେ ଆଦି ଚରିତ୍ରମାନ ରହିଥାନ୍ତି । ଏହି ନାଟକରେ ସାଂସ୍କୃତିକ ଏବଂ ଧାର୍ମିକ ସମନ୍ବୟ ସାଙ୍ଗରେ ଭାଷାର ସମନ୍ବୟ ମଧ୍ୟ ଦେଖିବାକୁ ମିଳେ । ଏଥିରେ ଓଡ଼ିଆ ବ୍ୟତୀତ ପାର୍ସୀ, ଊର୍ଦ୍ଦୁ, ଆରବୀ, ବଙ୍ଗଳା ଓ ସଂସ୍କୃତର ବ୍ୟବହାର କରାଯାଏ । ନାଟକରେ ଭୂମିକା ବା ଚରିତ୍ର ଅନୁଯାୟୀ ଭାଷା ଓ ସଂଳାପ ନଥାଏ । ଏଥିରେ ସାଧାରଣ ଚାକର ପିଲା ସଂସ୍କୃତ କହେ, ମୁସଲିମ ଫକିର ଶିବ ବନ୍ଦନା ଗାଏ ଏବଂ ମିର୍ଜା ସାହେବ ଭୂମିକାଟି ଆଭିଜାତ୍ୟ ବର୍ଗର ପ୍ରତୀକ ହେବା ସତ୍ତ୍ବେ ପାର୍ସୀ ସହିତ ଓଡ଼ିଆ ଭାଷାରେ ସଂଳାପ କହେ । ଭାୟୋଲିନ୍, ପଖୋଉଜ, ଯୋଡ଼ି-ତରଙ୍ଗ, ଗିନି, ହାର୍‌ମୋନିଅମ ଓ ତବଲା ଭଳି ଅନ୍ୟୁନ୍ୟ ୬ଟି ବାଦ୍ୟଯନ୍ତ୍ର ଏହି ନାଟକରେ ବ୍ୟବହାର କରାଯାଏ ।

ପୁନରୁଦ୍ଧାର

[ସମ୍ପାଦନା]

୧୭୦୦ ମସିହାର ପ୍ରଥମାର୍ଦ୍ଧରେ ଆରମ୍ଭ ହୋଇଥିବା ଏହି ନାଟ୍ୟକଳା ସମୟକ୍ରମେ ଲୋପପାଇବାକୁ ଲାଗିଲା । ୧୯୬୬ ମସିହାରେ ସଂସ୍କୃତି ଗବେଷକ କୃଷ୍ଣଚରଣ ବେହେରା, ଭଦ୍ରକ ମହାବିଦ୍ୟାଳୟରେ ଅଧ୍ୟାପନା କରୁଥିବା ସମୟରେ ମୋଗଲ ତାମସା କଳାକାରମାନେ ମନେ ରଖିଥିବା ସଂଳାପକୁ ରେକଡ଼ିଂ କରାଇଥିଲେ ଓ ତାଳପତ୍ର ପାଣ୍ଡୁଲିପିଗୁଡ଼ିକୁ କାଗଜରେ ଲେଖାଇଥିଲେ । ଏହି ଉଦ୍ୟମ ଯୋଗୁଁ ୨୫୦ ବର୍ଷ ପୁରୁଣା ଲୋକକଳାର ବହୁ ପରିମାଣରେ ପୁନରୁଦ୍ଧାର ହୋଇପାରିଥିଲା ।[]

  1. Indian Folk-lore Society (1985). Folk-lore. Indian Publications. Retrieved 31 January 2024.
  2. Chakra, Shyamhari (4 February 2021). "A theatre, a people and peace". The Hindu. Retrieved 31 January 2024.
  3. Banerjee, H. (2023). Beyond Punjab: Sikhs in East and Northeast India. Taylor & Francis. p. 51. ISBN 978-1-000-80028-9. Retrieved 31 January 2024.
  4. Mahapatra, S.; Das, H.C.; Biswal, A. (2001). Rethinking Indian Culture: Challenges and Responses. Rethinking Indian Culture: Challenges and Responses. Institute of Oriental & Orissan Studies. Retrieved 31 January 2024.
  5. Seagull Foundation for the Arts (1996). Seagull Theatre Quarterly. Seagull Foundation for the Arts. Retrieved 31 January 2024.
  6. Bureau, Sambad (31 January 2024). "ସାମାନ୍ୟ କଥନ: ସାଂପ୍ରଦାୟିକ ସଂପ୍ରୀତି ଓ ମୋଗଲ ତାମସା". Sambad. Retrieved 31 January 2024.

ବାହାର ଆଧାର

[ସମ୍ପାଦନା]
{{bottomLinkPreText}} {{bottomLinkText}}
ମୋଗଲ ତାମସା
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?