For faster navigation, this Iframe is preloading the Wikiwand page for ଭୂଇଁଖୁଣ୍ଟି ଚଢ଼େଇ.

ଭୂଇଁଖୁଣ୍ଟି ଚଢ଼େଇ

ଭୂଇଁଖୁଣ୍ଟି ଚଢ଼େଇ
Conservation status

Least Concern  (IUCN 3.1)[]
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Passeriformes
Family: Turdidae
Genus: Geokichla
ଜାତି: G. citrina
ବାଇନୋମିଆଲ ନାମ
Geokichla citrina
(ଜନ୍ ଲାଥାମ୍, ୧୭୯୦)
Synonyms

ଯୁଥେରା ସିନେରିଆ (Zoothera cinereal)

ଭୂଇଁଖୁଣ୍ଟି ଚଢ଼େଇ (ଇଂରାଜୀ ଭାଷାରେ Orange-headed Thrush, ଜୀବବିଜ୍ଞାନ ନାମ Geokichla citrina) ଥ୍ରଷ୍ ପକ୍ଷୀ ପରିବାରର ଏକ ସଦସ୍ୟ ।

ଭାରତୀୟ ଉପମହାଦେଶ ଓ ଦକ୍ଷିଣ-ପୂର୍ବ ଏସିଆର ଅରଣ୍ୟମୟ ଅଞ୍ଚଳରେ ଏମାନେ ଦେଖାଯାଇଥାନ୍ତି । ଏହି ପ୍ରଜାତିର ଅଧିକାଂଶ ପକ୍ଷୀ ନିଜ ଅଞ୍ଚଳର ସ୍ଥାନୀୟ ପକ୍ଷୀ (ଅର୍ଥାତ୍ ଅଳ୍ପ କିଛି ପକ୍ଷୀ ଅନ୍ୟ ସ୍ଥାନରେ ସାମୟିକ ପ୍ରବାସ କରନ୍ତି) । ଅନ୍ୟ ପ୍ରକାରର ଯୁଥେରା ଥ୍ରଷ୍ ପକ୍ଷୀଙ୍କ ପରି ଏମାନେ ମଧ୍ୟ ଛାୟାପୂର୍ଣ୍ଣ ଆର୍ଦ୍ର ପରିବାସରେ ରହିବାକୁ ପସନ୍ଦ କରନ୍ତି ଓ ଏମାନେ ଗୋପନୀୟ ଭାବେ ଜୀବନଯାପନ କରିଥାନ୍ତି ।

ଭୂଇଁଖୁଣ୍ଟି ପକ୍ଷୀ ସର୍ବଭକ୍ଷୀ ଏବଂ ବିଭିନ୍ନ ପ୍ରକାରର କୀଟପତଙ୍ଗ, ଜିଆ, କେଞ୍ଚୁଆ, ଫଳ ପ୍ରଭୃତି ଏହି ପକ୍ଷୀର ମୁଖ୍ୟ ଆହାର । ଏମାନେ ଗଛରେ ବସା ବାନ୍ଧି ରହନ୍ତି ଓ ଏମାନେ ସାଧାରଣତଃ ଗୋଠରେ ଏକତ୍ରିତ ହୋଇ ରହନ୍ତି ନାହିଁ ।

ଅଣ୍ଡିରା ଭୂଇଁଖୁଣ୍ଟିର ଉପରାଂଶ ପାଉଁଶିଆ ରଙ୍ଗର, ମୁଣ୍ଡ ତଥା ଶରୀରର ନିମ୍ନାଂଶ କମଳା ରଙ୍ଗର । ମାଈ ଓ ତରୁଣ ପକ୍ଷୀମାନଙ୍କ ଶରୀରର ଉପରାଂଶ କିଛି ମାତ୍ରାରେ ମାଟିଆ ରଙ୍ଗର ହୋଇଥାଏ ।

ବର୍ଗୀକରଣ

[ସମ୍ପାଦନା]
ଥାଇଲ୍ୟାଣ୍ଡର ଖାଓ ୟାଇ ଜାତୀୟ ଉଦ୍ୟାନର ଏକ ଭୂଇଁଖୁଣ୍ଟି ଚଢ଼େଇ

୧୭୯୦ ମସିହାରେ ପକ୍ଷୀ ବିଶେଷଜ୍ଞ ଜନ୍ ଲାଥାମ୍ ପ୍ରଥମେ ଭୂଇଁଖୁଣ୍ଟି ପକ୍ଷୀର ବିବରଣୀ ପ୍ରଦାନ କରି ଏହାକୁ ଟର୍ଡସ୍ ସିଟ୍ରିନସ୍ (Turdus citrinus) ବୋଲି କହିଥିଲେ । ସିଟ୍ରସ୍-ଯୁକ୍ତ କମଳା ଜାତୀୟ ରଙ୍ଗ ପରି ମୁଣ୍ଡ ଓ ଶରୀରର ନିମ୍ନାଂଶ ଯୋଗୁଁ ସେ ଏହାର ଏପରି ନାମ ବାଛିଥିଲେ ।[] ଏହି ପକ୍ଷୀ ପ୍ରଜାତିର ପ୍ରାୟ ୧୨ଟି ଉପ-ପ୍ରଜାତି ରହିଛି ।[] ପାମେଲା ରାସ୍ମୁସେନ୍ ଓ ଜନ୍ ଆଣ୍ଡର୍ଟନ୍ (୨୦୦୫) ପ୍ରସ୍ତାବ ରଖିଛନ୍ତି ଯେ ଜଟିଳ ବର୍ଗୀକରଣ ବିଶିଷ୍ଟ ଏହି ପକ୍ଷୀର ଏକାଧିକ ପ୍ରଜାତି ରହିଥିବା ସମ୍ଭବପର ।[]

  • ସିଟ୍ରିନା (G. c. citrina) – ଉତ୍ତର ଭାରତର ହିମାଳୟରୁ ନେଇ ପୂର୍ବ ପଟେ ପୂର୍ବ-ବଙ୍ଗଳାଦେଶ ଓ ପଶ୍ଚିମ ଓ ଉତ୍ତର-ବ୍ରହ୍ମଦେଶ ପର୍ଯ୍ୟନ୍ତ ଏହି ପକ୍ଷୀ ବ୍ୟାପ୍ତ । ଶୀତ ଋତୁରେ ଏହି ପକ୍ଷୀମାନେ ଦକ୍ଷିଣ ଭାରତ, ଶ୍ରୀଲଙ୍କା, ବଙ୍ଗଳାଦେଶରେ ପ୍ରବାସ କରିପାରନ୍ତି ।[]
  • ସ୍ୟାନୋଟା (G. c. cyanota) – ଏମାନେ ଭାରତୀୟ ଉପମହାଦ୍ୱୀପରେ କେରଳର ଦକ୍ଷିଣ ଭାଗର ସ୍ଥାନୀୟ ପକ୍ଷୀ ।[] ଏହି ଉପପ୍ରଜାତିର ବେକ ଓ ମୁହଁର ଦୁଇପଟେ ଧଳା ଚିହ୍ନ ରହିଥାଏ । ଆଖି ପାଖରୁ ଦୁଇଟି ଛୋଟ କଳା ପଟି ତଳପଟକୁ ଲମ୍ବିଥାଏ ।[] ରାସ୍ମୁସେନ୍ ଓ ଆଣ୍ଡର୍ଟନ୍ ଏହି ଉପପ୍ରଜାତିର ଜୀବବିଜ୍ଞାନ ନାମରେ ସ୍ୟାନୋଟା (cyanota) ଶବ୍ଦ ଯୋଡ଼ିବାର ପ୍ରସ୍ତାବ ରଖିଥିଲେ ।[]
  • ଆମାଡୋନି (G. c. amadoni) – ଭାରତୀୟ ଉପମହାଦ୍ୱୀପର ମଧ୍ୟ ପ୍ରଦେଶଓଡ଼ିଶା ରାଜ୍ୟରେ ଏହି ଉପପ୍ରଜାତି ଦେଖାଯାଏ । ଏମାନଙ୍କ ଦେହର କମଳା ସ୍ୟାନୋଟା ଉପପ୍ରଜାତି ଅପେକ୍ଷା ଗାଢ଼ ଓ ଏମାନଙ୍କ ଡେଣା ମଧ୍ୟ ଲମ୍ବା ।[][]
  • ଇନ୍ନୋଟାଟା (G. c. innotata) – ଦକ୍ଷିଣ-ବ୍ରହ୍ମଦେଶ ଓ ଦକ୍ଷିଣ-ପଶ୍ଚିମ ଚୀନରୁ ନେଇ ଉତ୍ତର-ପଶ୍ଚିମ ଥାଇଲ୍ୟାଣ୍ଡ୍, କେନ୍ଦ୍ରୀୟ ତଥା ଦକ୍ଷିଣ ଲାଓସ୍, କାମ୍ବୋଡ଼ିଆ ଓ ଦକ୍ଷିଣ ଭିଏତନାମ ପର୍ଯ୍ୟନ୍ତ ଏମାନେ ଦକ୍ଷିଣ-ପୂର୍ବ ଏସିଆର ଅଧିକାଂଶ ଅଞ୍ଚଳରେ ବ୍ୟାପ୍ତ । ଶୀତ ଋତୁରେ ଦକ୍ଷିଣ ବ୍ରହ୍ମଦେଶ, ଥାଇଲ୍ୟାଣ୍ଡ୍ ଓ ମାଲେସିଆରେ ପ୍ରବାସ କରିବା ଦେଖାଯାଏ ।[] ଦେଖିବାକୁ ଏମାନେ ନିଜ ପ୍ରଜାତିର ଅନ୍ୟ ପକ୍ଷୀଙ୍କ ପରି । ଅଣ୍ଡିରାମାନଙ୍କ କମଳା ରଙ୍ଗ ଗାଢ଼ ହୋଇଥାଏ ଓ ପରର ଶୀର୍ଷରେ ଧଳା ଦାଗ ନଥାଏ । ମାଈମାନଙ୍କ ମୁଣ୍ଡ ଓ ଶରୀରର ନିମ୍ନଭାଗ ଫିକା କମଳା ରଙ୍ଗର ଏବଂ ଶରୀରର ଉପରଭାଗ ଅଲିଭ୍ ବା ପାଉଁଶିଆ ହୋଇପାରେ ।[]
  • ମେଲ୍ଲି (G. c. melli) – ଦକ୍ଷିଣ-ପୂର୍ବ ଚୀନର ଏମାନେ ନିବାସୀ ପକ୍ଷୀ ଓ ଶୀତ ଦିନେ ହଂକଂରେ ଆଂଶିକ ରୂପେ ପ୍ରବାସ କରିଥାନ୍ତି ।[]
  • କୋର୍ଥ୍ୱା (G. c. courtoisi) – କେନ୍ଦ୍ରୀୟ ଓ ପୂର୍ବ ଚୀନର ଏହି ନିବାସୀ ଉପପ୍ରଜାତିର ପ୍ରବାସ କ୍ଷେତ୍ର ବ୍ୟାପ୍ତି ବିଷୟରେ ବିଶେଷ ତଥ୍ୟ ଅନୁପଲବ୍ଧ ।[]
ଭାରତର ଦାଣ୍ଡେଲି ବନ୍ୟଜୀବ ଅଭୟାରଣ୍ୟର ଏକ ଭୂଇଁଖୁଣ୍ଟି ପକ୍ଷୀ
  • ଔରିମାକୁଲା (G. c. aurimacula) – ଦକ୍ଷିଣ ଭିଏତନାମ, ହାଇନାନ୍ ଓ ଉତ୍ତର ଲାଓସ୍‍ର ନିବାସୀ ଉପପ୍ରଜାତି । ଏମାନେ ପ୍ରାୟତଃ ସ୍ୟାନୋଟା ଉପପ୍ରଜାତି ପରି କିନ୍ତୁ ଏମାନଙ୍କ ମୁଣ୍ଡରେ ଥିବା ଦାଗ ଅତି ଫିକା ହୋଇଥାଏ । ମୁହଁ ଓ ବେକ ପାଖରେ ଧଳା ଦାଗ ରହିଥାଏ ଓ ଏହା ସହିତ ହାଲୁକା କମଳା ବା ମାଟିଆ ରଙ୍ଗ ମିଶି ରହିଥାଏ । ଛାତି ଓ ଦୁଇ ପାର୍ଶ୍ୱର ରଙ୍ଗ ଅପେକ୍ଷା ପେଟ ଓ ନିମ୍ନ ପାର୍ଶ୍ୱସ୍ଥ ରଙ୍ଗ କ୍ରମଶଃ ଫିକା ହୋଇଯାଏ ।[]
  • ଆଣ୍ଡାମେନ୍ସିସ୍ (G. c. andamensis) – ଆଣ୍ଡାମାନ ଦ୍ୱୀପପୁଞ୍ଜର ନିବାସୀ ଉପପ୍ରଜାତି ।[]
  • ଆଲବୋଗୁଲାରିସ୍ (G. c. albogularis) – ନିକୋବର ଦ୍ୱୀପପୁଞ୍ଜର ନିବାସୀ ଉପପ୍ରଜାତି ।[]
  • ଗିବ୍ସନ୍‍ହିଲି (G. c. gibsonhilli) – ଦକ୍ଷିଣ ବ୍ରହ୍ମଦେଶରୁ ନେଇ ଦକ୍ଷିଣ ଥାଇଲ୍ୟାଣ୍ଡ ପର୍ଯ୍ୟନ୍ତ ଅଞ୍ଚଳର ନିବାସୀ ପକ୍ଷୀ । ଶୀତ ଋତୁରେ ଏମାନେ ଥାଇଲ୍ୟାଣ୍ଡର ଦକ୍ଷିଣସ୍ଥ ଉପଦ୍ୱୀପ ଓ ମାଲେସିଆ ଅଞ୍ଚଳରେ ପ୍ରବାସ କରନ୍ତି । ଦେଖିବାକୁ ଏମାନେ ନିଜ ମୂଳ ଜାତି ପରି; ଏମାନଙ୍କ କମଳା ରଙ୍ଗ ଗାଢ଼ ଓ ଥଣ୍ଟଟି ସାମାନ୍ୟ ଲମ୍ବା ତଥା ଓଜନିଆ ।[] ଡେଣା ପର ଅଗଟି ଧଳା ଛାପଯୁକ୍ତ ।[]
  • ଔରାଟା (G. c. aurata) – ଉତ୍ତର ବୋର୍ଣ୍ଣିଓର ପାର୍ବତ୍ୟାଞ୍ଚଳର ନିବାସୀ ପକ୍ଷୀ ।[]
  • ରେବେକୁଲା (G. c. rubecula) – ଏମାନେ ପଶ୍ଚିମ ଜାଭା ଦ୍ୱୀପର ନିବାସୀ ।[]
  • ଓରିଏଣ୍ଟିସ୍ (G. c. orientis) – ଏହି ଉପପ୍ରଜାତି ପୂର୍ବ ଜାଭା ଓ ବାଲି ଦ୍ୱୀପର ମୂଳ ନିବାସୀ । ନିଜ ପରିବାସର ପଶ୍ଚିମ ଭାଗରେ ଏମାନେ ପଶ୍ଚିମ ଜାଭାର ଉପପ୍ରଜାତି G. c. rubecula ସହ ମିଶ୍ରିତ ଭାବେ ଦେଖାଯାନ୍ତି । କିନ୍ତୁ ଜାଭାର ଦୁଇ ଉପପ୍ରଜାତି ବର୍ଗୀକରଣ ବିବାଦୀୟ ବିଷୟ ।[]

ଆକାର ଓ ମାପ

[ସମ୍ପାଦନା]

ତଥ୍ୟ ଉପଲବ୍ଧ ଥିବା କିଛି ଉପପ୍ରଜାତିଙ୍କ ଶାରିରୀକ ମାପ ନିମ୍ନ ସାରଣୀରୁ ଜାଣି ହେବ ।[]

ଉପପ୍ରଜାତି ଦୈର୍ଘ୍ୟ (ମି.ମି.) ମୁଣ୍ଡ (ମି.ମି.) ଲାଞ୍ଜ (ମି.ମି.)
ସିଟ୍ରିନା ୧୬୨-୧୬୮ ୪୬-୪୮ ୭୬-୮୧
ସ୍ୟାନୋଟସ୍ ୧୬୫-୧୭୦ ୪୨-୪୬ ୭୪-୭୯
ଆଣ୍ଡାମାନେନ୍ସିସ୍ ୧୫୦-୧୫୮ ୪୩-୪୫ ୬୫-୭୮
ଆଲବୋଗୁଲାରିସ୍ ୧୫୫-୧୬୫ ୪୪-୪୮ ୬୮-୭୯

ଭୌଗୋଳିକ ବିତରଣ ଓ ପରିବାସ

[ସମ୍ପାଦନା]

ଭାରତ, ବଙ୍ଗଳାଦେଶଶ୍ରୀଲଙ୍କା ସମେତ ଭାରତୀୟ ଉପମହାଦ୍ୱୀପରୁ ଆରମ୍ଭ କରି ଦକ୍ଷିଣ-ପୂର୍ବ ଏସିଆରେ ଜାଭା ଦ୍ୱୀପ ପର୍ଯ୍ୟନ୍ତ ଅଧିକାଂଶ ଭାଗରେ ଭୂଇଁଖୁଣ୍ଟି ପକ୍ଷୀ ପ୍ରଜନନ କରିବା ଦେଖାଯାଏ ।[] ଆର୍ଦ୍ର ଚିରହରିତ୍ ଅରଣ୍ୟ, ମଧ୍ୟମ-ଘଞ୍ଚ ବୁଦାଳିଆ ଜଙ୍ଗଲ, ବାଉଁଶ ବଣ ଓ ଏପରିକି ବଡ଼ ବଗିଚା ଓ ତୋଟା ମଧ୍ୟ ଭୂଇଁଖୁଣ୍ଟି ପକ୍ଷୀଙ୍କ ପରିବାସର ଅଂଶବିଶେଷ ।[]

ଜଳସ୍ରୋତ ନିକଟବର୍ତ୍ତୀ ଆର୍ଦ୍ରଭୂମିରେ ଏହି ପକ୍ଷୀ ସାଧାରଣତଃ ଦେଖିବାକୁ ମିଳନ୍ତି । ହିମାଳୟ ପର୍ବତମାଳାରେ ସମୁଦ୍ରପତନରୁ ୨୫୦-୧୮୩୦ ମିଟର୍ (୮୨୫-୬୦୪୦ ଫୁଟ୍) ଉଚ୍ଚତା ପର୍ଯ୍ୟନ୍ତ, ମାଲେସିଆ, ଥାଇଲ୍ୟାଣ୍ଡ୍ ଓ ଜାଭାରେ ୧୫୦୦ ମିଟର୍ (୫୦୦୦ ଫୁଟ୍) ଉଚ୍ଚତା ପର୍ଯ୍ୟନ୍ତ ଭୂଇଁଖୁଣ୍ଟି ପରିଲକ୍ଷିତ ହୁଅନ୍ତି । ଔରାଟା ଉପପ୍ରଜାତି ଉତ୍ତର ବୋର୍ଣ୍ଣିଓସ୍ଥିତ କିନାବାଲୁ ପର୍ବତ ଓ ଟ୍ରୁସ୍ ମାଡି ପର୍ବତରେ ୧୦୦୦-୧୬୩୦ ମିଟର୍ (୩୩୦୦-୫୪୦୦ ଫୁଟ୍) ଉଚ୍ଚତା ପର୍ଯ୍ୟନ୍ତ ଦେଖାଯାଏ । କିଛି ଉପପ୍ରଜାତି ସମ୍ପୂର୍ଣ୍ଣ ଭାବେ କିମ୍ବା ଆଂଶିକ ଭାବେ ପ୍ରବାସୀ । ଏମାନଙ୍କ ଶୀତ ପରିବାସ ପ୍ରାୟ ଗ୍ରୀଷ୍ମ ପରିବାସ ପରି କିନ୍ତୁ ତାହା ଗ୍ରୀଷ୍ମ ପରିବାସ ତୁଳନାରେ ସମୁଦ୍ରପତନରୁ କମ୍ ଉଚ୍ଚତାରେ ରହିଥାଏ ।[][]

ବିବରଣୀ

[ସମ୍ପାଦନା]
ଭୂଇଁଖୁଣ୍ଟି ପକ୍ଷୀର ଡେଣାର ନିମ୍ନାଂଶ

ଭୂଇଁଖୁଣ୍ଟି ପକ୍ଷୀ ୨୦୫-୨୩୫ ମିଲିମିଟର୍ (୮.୧-୯.୨୫ ଇଞ୍ଚ୍) ଲମ୍ବା ।[] ଏହାର ଓଜନ ପ୍ରାୟ ୪୭-୬୦ ଗ୍ରାମ୍ । ଏକ ପରିପକ୍ୱ ଅଣ୍ଡିରାର ମୁଣ୍ଡ ଓ ବେକରୁ ନେଇ ପେଟ ପର୍ଯ୍ୟନ୍ତ କମଳା ରଙ୍ଗର । ପିଠି ପଟ ଓ ଡେଣାଗୁଡ଼ିକ ପାଉଁଶିଆ ରଙ୍ଗର । ଡେଣାର ତଳପଟ ଓ ଡେଣା ନିମ୍ନଭାଗର ଲୁଚିଥିବା ଅଂଶ ଧଳା ରଙ୍ଗର । ଏହାର ଥଣ୍ଟଟି ସିଲଟ ପରି ରଙ୍ଗର । ଗୋଡ଼, ପଞ୍ଝା ପ୍ରଭୃତିର ଆଗ ପଟ ମାଟିଆ ଓ ପଛପଟ ଗୋଲାପୀ କିମ୍ବା ହଳଦିଆ ରଙ୍ଗର ।[]

ମାଈ ପକ୍ଷୀ ଦେଖିବାକୁ ଅଣ୍ଡିରା ପରି କିନ୍ତୁ ମାଈର ଡେଣା ଓ ପିଠିର ରଙ୍ଗ ମାଟିଆ କିମ୍ବା ଅଲିଭ୍ ରଙ୍ଗର ହୋଇଥାଏ । କିଛି ବୟସ୍କ ମାଈ ପକ୍ଷୀ ପ୍ରାୟ ଅଣ୍ଡିରା ପକ୍ଷୀଙ୍କ ପରି ଦେଖାଯାନ୍ତି । ତରୁଣ ପକ୍ଷୀମାନଙ୍କ ରଙ୍ଗ ଫିକା ମାଟିଆ, ମୁଣ୍ଡ ଲାଲିମିଶା ମାଟିଆ ଓ ଡେଣା ପାଉଁଶିଆ ରଙ୍ଗର । ଏମାନଙ୍କ ଥଣ୍ଟ ଓ ଗୋଡ଼ ମଧ୍ୟ ପ୍ରାୟ ମାଟିଆ ।

ଏହି ପକ୍ଷୀର କମଳା ଓ ପାଉଁଶିଆ ରଙ୍ଗ ଅତି ସ୍ୱତନ୍ତ୍ର, ତେଣୁ ଅନ୍ୟ ପକ୍ଷୀଙ୍କ ମେଳରେ ଏହି ପ୍ରଜାତିକୁ ସହଜରେ ଚିହ୍ନଟ କରାଯାଇପାରିବ । ଉପପ୍ରଜାତିମାନଙ୍କ ମଧ୍ୟରେ ମୁଣ୍ଡର ଦାଗ ଏକ ପାର୍ଥକ୍ୟ ହୋଇପାରେ (ଯଥା: ସ୍ୟାନୋଟସ୍ ଉପପ୍ରଜାତି) କିନ୍ତୁ ଡେଣା ଓ ଦେହର ରଙ୍ଗରୁ ଉପପ୍ରଜାତିମାନଙ୍କୁ ଠଉରାଇବା କଷ୍ଟ । ଅନ୍ୟ ଯୁଥେରା ଥ୍ରଷ୍ ପକ୍ଷୀଙ୍କ ପରି ଭୂଇଁଖୁଣ୍ଟିଙ୍କ ଡେଣା ତଳେ ଧଳା ଦାଗ ସହିତ ସ୍ୱତନ୍ତ୍ର ଚିହ୍ନ ରହିଥାଏ ।[]

କୋମଳ ଭାବେ ସୃଷ୍ଟ ଚୁକ୍-ଚୁକ୍ ଶବ୍ଦ, ତୀବ୍ର ଭାବେ ସୃଷ୍ଟ ଟୀର୍-ଟୀର୍-ଟୀର୍ ଶବ୍ଦ, ଉଡ଼ିବା ବେଳେ ପତଳା ତ୍ସି-ଜେଫ୍ ଶବ୍ଦ ପ୍ରଭୃତି ଭୂଇଁଖୁଣ୍ଟି ପକ୍ଷୀର ରାବ ବା ଡାକର ପରିସୀମାଭୁକ୍ତ । ଏହି ପକ୍ଷୀ ଅଧିକାଂଶରେ ଏବଂ ବିଶେଷତଃ ଶୀତ ଋତୁରେ ପ୍ରାୟ ନୀରବ ରହିଥାଏ । ବୁଲ୍‍ବୁଲ୍, ବାବ୍ଲର୍ ଓ ଚଞ୍ଚୂରୀ ଆଦି ପକ୍ଷୀଙ୍କ ଶବ୍ଦକୁ ଏମାନେ ଅନୁକରଣ କରିପାରନ୍ତି । ଭୂଇଁଖୁଣ୍ଟିର ରାବ ବା ଗୀତ ଶ୍ରୁତିମଧୁର । ଭୂଇଁଖୁଣ୍ଟି ମୁଖ୍ୟତଃ ପ୍ରାତଃ ଓ ଗୋଧୂଳି ସମୟରେ କୌଣସି ପତ୍ରମୟ ଗଛରେ ବସି ସୁନ୍ଦର କାକଳି ସୃଷ୍ଟି କରିଥାଏ ।[]

ଭୂଇଁଖୁଣ୍ଟି ପକ୍ଷୀର ଗୀତ

ବ୍ୟବହାର

[ସମ୍ପାଦନା]
ଭୂଇଁଖୁଣ୍ଟି ଚଢ଼େଇ (ଥାଇଲ୍ୟାଣ୍ଡର ଖାଓ ୟାଇ ଜାତୀୟ ଉଦ୍ୟାନରେ ନିର୍ମିତ ଭିଡିଓ)

ସାଧାରଣତଃ ଲାଜକୁଳା ଓ ଗୋପନୀୟ ସ୍ୱଭାବର ଭୂଇଁଖୁଣ୍ଟି ପକ୍ଷୀ ଏକାକୀ ବା ଯୋଡ଼ାରେ ରହନ୍ତି କିନ୍ତୁ ପ୍ରଜନନ ଋତୁ ନଥିବା ସମୟରେ କୌଣସି ଉତ୍ତମ ଖାଦ୍ୟ ଉତ୍ସ ପାଖରେ ବହୁ ସଂଖ୍ୟକ ଭୂଇଁଖୁଣ୍ଟି ଏକତ୍ରିତ ହେବା ମଧ୍ୟ ଦେଖାଯାଏ । ଏହି ପକ୍ଷୀ ଚଞ୍ଚଳ ଓ ବିନା ଶବ୍ଦରେ ଉଡ଼ିଯାଏ । ବିପଦର ଆଭାସ ପାଇଲେ ଏହି ପକ୍ଷୀ ନୀରବ ନିଶ୍ଚଳ ଭାବେ ବସି ରହିଥାଏ ଓ ବିପଦ ଦୂର ହେଲେ ପୁଣି ସକ୍ରିୟ ହୁଏ ।[]

ପ୍ରଜନନ

[ସମ୍ପାଦନା]
ଭାରତର ଭଦ୍ରା ବନ୍ୟଜନ୍ତୁ ଅଭୟାରଣ୍ୟରେ ଏକ ଭୂଇଁଖୁଣ୍ଟି ପକ୍ଷୀ

ଉଭୟ ମାଈ ଓ ଅଣ୍ଡିରା ଭୂଇଁଖୁଣ୍ଟି ନିର୍ମାଣ କରୁଥିବା ବସା ଏକ ଅଗଭୀର ଗିନା ପରି । ନିଜ ବସାର ବହିର୍ପାର୍ଶ୍ୱ ଦୃଢ଼ ରଖିବା ପାଇଁ ଭୂଇଁଖୁଣ୍ଟି ପକ୍ଷୀ ଡାଙ୍ଗ, ନଡ଼ା, ଶୁଖିଲା ଚେର, ଇତ୍ୟାଦି ବ୍ୟବହାର କରେ । ବସାର ଅନ୍ତଃ ପାର୍ଶ୍ୱକୁ ନରମ ରଖିବା ପାଇଁ ସେଥିରେ ଶିଉଳି, ପତ୍ର ପ୍ରଭୃତି ଭରି ରଖାଯାଏ । ଭୂମିରୁ ପ୍ରାୟ ୪.୫ ମିଟର୍ (୧୫ ଫୁଟ୍) ଉଚ୍ଚତାରେ ଏକ ଛୋଟ ଗଛରେ ଏହି ବସା ନିର୍ମିତ ହୁଏ । କିଛି ସ୍ଥାନରେ ଭୂଇଁଖୁଣ୍ଟିମାନେ ଆମ୍ବ ଗଛ ଓ କଫି ବୁଦାରେ ବସା ବାନ୍ଧିବା ଅଧିକ ପସନ୍ଦ କରନ୍ତି । ମାଈ ଭୂଇଁଖୁଣ୍ଟି ସାଧାରଣତଃ ୩-୪ ଓ ବେଳେବେଳେ ୫ଟି ଅଣ୍ଡା ଦେବା ଦେଖାଯାଏ । ଫିକା ନୀଳ, ସବୁଜ ବା ପାଉଁଶିଆ ଗାର ଓ ଲାଲ୍ ମିଶା ମାଟିଆ ଛିଟା ଥିବା ଏହି ଅଣ୍ଡାଗୁଡ଼ିକ ସାଧାରଣତଃ କ୍ରିମ୍ ବା ଘିଅ ପରି ରଙ୍ଗର । ୧୩-୧୪ ଦିନ ଅଣ୍ଡା ଉଷୁମାଇବା ପରେ ଏଗୁଡ଼ିକ ଫୁଟି ସେଥିରୁ ଛୁଆ ବାହାରନ୍ତି । ଅଣ୍ଡା ଫୁଟିବାର ୧୨ ଦିନ ପରେ ଶାବକମାନେ ବସା ଛାଡ଼ି ଉଡ଼ି ଚାଲିଯାଇଥାନ୍ତି ।[]

Geokichla citrina

ଅନ୍ୟ ପକ୍ଷୀଙ୍କ ବସାରେ ଗୋଟିଏ ଅଣ୍ଡା ଦେଇ ଉଡ଼ିଯାଉଥିବା ଚାତକ ପକ୍ଷୀ ଅନେକ ସମୟରେ ଭୂଇଁଖୁଣ୍ଟିଙ୍କ ବସାରେ ନିଜ ଅଣ୍ଡା ଦେଇ ଚାଲିଯାଏ ।[] କୋଇଲି କିମ୍ବା କୋଇଲିର ଶାବକ ପରି ଏମାନେ ଆଶ୍ରୟ ନେଇଥିବା ବସାର ଅନ୍ୟ ଅଣ୍ଡାଗୁଡ଼ିକୁ ନଷ୍ଟ କରନ୍ତି ନାହିଁ କିନ୍ତୁ ଏହି ଆଶ୍ରିତ ଶାବକମାନଙ୍କ ସହିତ ଖାଦ୍ୟର ପ୍ରତିଯୋଗିତାରେ ତିଷ୍ଠି ନପାରି ବହୁ ଭୂଇଁଖୁଣ୍ଟି ଶାବକ ମୃତ୍ୟୁବରଣ କରିଥାନ୍ତି ।[] ଅନ୍ୟ କିଛି ପ୍ରଜାତିର କୋଇଲି ମଧ୍ୟ ଭୂଇଁଖୁଣ୍ଟିଙ୍କ ବସାରେ ନିଜ ଅଣ୍ଡା ଦେଇ ଚାଲିଯିବା ଦେଖାଯାଏ ।[୧୦]

ଭୂଇଁଖୁଣ୍ଟି ପକ୍ଷୀ ମୁଖ୍ୟତଃ ଭୂମି ଉପରେ ଓ ଘାସ ତଳୁ ନିଜ ଖାଦ୍ୟ ଖୋଜି ଖାଏ । ପ୍ରାତଃ ଓ ଗୋଧୂଳି ସମୟରେ ଏହି ପକ୍ଷୀ ଅଧିକ ସକ୍ରିୟ ରହିଥାଏ । ଝଡ଼ିଥିବା ପତ୍ର ତଳେ ଥିବା ପୋକ, ସେମାନଙ୍କ ଶୁଙ୍କ, ବୁଢ଼ିଆଣୀ, ଅନ୍ୟ ଅମେରୁଦଣ୍ଡୀ ଜୀବ ଓ ଗଛର ଫଳ ଏମାନେ ଆହାର ଭାବେ ଗ୍ରହଣ କରିଥାନ୍ତି । ମାଲେସିଆରେ ପ୍ରବାସ କରୁଥିବା ପକ୍ଷୀମାନେ ନିୟମିତ ଭାବେ ଡିମିରି ଖାଇବା ଦେଖାଯାଇଛି ।[]

ସଂରକ୍ଷଣ ସ୍ଥିତି

[ସମ୍ପାଦନା]

ଏହି ପକ୍ଷୀର ଭୌଗୋଳିକ କ୍ଷେତ୍ର ଅତି ପରିବ୍ୟାପ୍ତ ଯାହାର ମାପ ପ୍ରାୟ ୧୦ ଲକ୍ଷରୁ ୧ କୋଟି ବର୍ଗ କିଲୋମିଟର । ଏମାନଙ୍କ ସମୁଦାୟ ସଂଖ୍ୟାଗଣନା କରାଯାଇନାହିଁ । କିନ୍ତୁ ନିଜ ଅଞ୍ଚଳରେ ଏମାନେ ବାରମ୍ବାର ଦେଖାଯାଉଥିବାରୁ ଏମାନଙ୍କ ସଂଖ୍ୟା ନିଶ୍ଚିତ ଭାବେ ଅଧିକ ହୋଇଥିବ ବୋଲି ଅନୁମେୟ । IUCN ଲାଲ୍ ତାଲିକାରେ ରହିଥିବା ମାପଦଣ୍ଡ ଅନୁସାରେ ଏମାନଙ୍କ ସଂଖ୍ୟା କମି ସଙ୍କଟାପନ୍ନ ହୋଇନଥିବାର ଅନୁମାନ କରାଯାଏ । ତେଣୁ IUCN ତାଲିକାରେ ଏହି ପକ୍ଷୀର ସଂରକ୍ଷଣ ସ୍ଥିତିକୁ ଲୀଷ୍ଟ୍ କଂଷର୍ଣ୍ଣ୍ (Least Concern – ଚିନ୍ତାର କାରଣ ନୁହେଁ) ଶ୍ରେଣୀଭୁକ୍ତ କରାଯାଇଛି ।[]

ଜାଭାରେ ଏହି ପକ୍ଷୀକୁ ପଞ୍ଜୁରୀ ଭିତରେ ପୋଷା କରି ରଖିବା ପ୍ରଥା ଖୁବ୍ ଲୋକପ୍ରିୟ । ପକ୍ଷୀଧରା ବ୍ୟବସାୟ ବଢ଼ି ଚାଲିବାରୁ ସାମ୍ପ୍ରତିକ ସମୟରେ ଭୂଇଁଖୁଣ୍ଟିଙ୍କ ସଂଖ୍ୟା ଦ୍ରୁତ ବେଗରେ ହ୍ରାସ ପାଉଛି ।[] ଦକ୍ଷିଣ-ପୂର୍ବ ଏସିଆରେ ଅରଣ୍ୟ ଭୂମି ଖଣ୍ଡବିଖଣ୍ଡିତ ହେବା ଯୋଗୁଁ ସମସ୍ତ ବନବାସୀ ବିହଙ୍ଗ ପ୍ରଜାତିଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି । କିନ୍ତୁ ଭୂଇଁଖୁଣ୍ଟି ପକ୍ଷୀମାନେ ପରିପୁଷ୍ଟ ବନମୟ ହଂକଂକୁ ନିଜ ପ୍ରବାସ ସ୍ଥଳ ରୂପେ ବାଛି ନେଇଛନ୍ତି । ୧୯୫୬ ମସିହାରେ ପ୍ରଥମେ ହଂକଂରେ ଭୂଇଁଖୁଣ୍ଟି ପକ୍ଷୀ ଦେଖାଯିବାର ଲିପିବଦ୍ଧ କରାଯାଇଥିଲା ।[୧୧]

  1. ୧.୦ ୧.୧ BirdLife International (2012). "Zoothera citrina". Retrieved 26 November 2013. ((cite journal)): Cite journal requires |journal= (help); Invalid |ref=harv (help)
  2. Latham, John (1790). Index Ornithologicus, sive Systema Ornithologiæ; complectens avium divisionem in classes, ordines, genera, species, ipsarumque varietates: adjectis synonymis, locis, descriptionibus, &c (in ଲାଟିନ୍). London: Leigh & Sotheby. volume 1, 350. ((cite book)): Unknown parameter |nopp= ignored (|no-pp= suggested) (help)
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ ୩.୧୬ ୩.୧୭ ୩.୧୮ ୩.୧୯ ୩.୨୦ ୩.୨୧ ୩.୨୨ ୩.୨୩ Clement, Peter; Hathway, Ren; Wilczur, Jan (2000). Thrushes (Helm Identification Guides). Christopher Helm Publishers Ltd. pp. 229–232. ISBN 0-7136-3940-7. ISBN.
  4. ୪.୦ ୪.୧ ୪.୨ ୪.୩ Rasmussen, Pamela C.; Anderton, John C. (2005). Birds of South Asia. The Ripley Guide. Smithsonian Institution and Lynx Edicions. ISBN 84-87334-67-9.
  5. Grimmett, Richard; Inskipp, Carol; Inskipp, Tim (2002). Pocket Guide to Birds of the Indian Subcontinent. London: Christopher Helm Publishers Ltd. p. 226. ISBN 0-7136-6304-9.
  6. Abdulali, Humayun (1965). "Notes on Indian birds 4 - on the validity of Zoothera citrina amadoni (Biswas)". J. Bombay Nat. Hist. Soc. 62 (2): 305–306.
  7. ୭.୦ ୭.୧ ୭.୨ Robson, Craig (2004). A Field Guide to the Birds of Thailand. New Holland Press. p. 176. ISBN 1-84330-921-1.
  8. Lekagul, Boonsong; Round, Philip (1991). A Guide to the Birds of Thailand. Saha Karn Baet. p. 341. ISBN 974-85673-6-2.
  9. Barlow, Clive; Wacher, Tim; Disley, Tony (1997). A Field Guide to birds of The Gambia and Senegal. Robertsbridge: Pica Press. p. 229. ISBN 1-873403-32-1.
  10. "Host list of avian brood parasites - 2 - Cuculiformes; Cuculidae" (PDF). Field Museum. Archived from the original (PDF) on 2011-07-16. Retrieved 2008-02-13.
  11. Leven, Michael R.; Corlett, Richard T. (2004). "Invasive birds in Hong Kong, China". Ornithological Science. 3 (1): 43–55.

ଅନ୍ୟାନ୍ୟ ଲିଂକ୍

[ସମ୍ପାଦନା]
{{bottomLinkPreText}} {{bottomLinkText}}
ଭୂଇଁଖୁଣ୍ଟି ଚଢ଼େଇ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?