For faster navigation, this Iframe is preloading the Wikiwand page for ନମିତା ଅଗ୍ରୱାଲ.

ନମିତା ଅଗ୍ରୱାଲ

ଏହି ଶ୍ରେଣୀରେ ଏକାଧିକ ଅସୁବିଧା ରହିଛି । ଦୟାକରି ଏହାକୁ ସଜାଡ଼ିବା ପାଇଁ ସାହାଯ୍ୟ କରନ୍ତୁ କିମ୍ବା ଆଲୋଚନା ପୃଷ୍ଠାରେ ଏ ବାବଦରେ ଆଲୋଚନା କରନ୍ତୁ । (ଏହି ଛାଞ୍ଚ ମେସେଜ କିପରି ଓ କେବେ କାଢ଼ିବେ ତା' ବାବଦରେ ଜାଣନ୍ତୁ) ଏହି ବିଭାଗଟିକୁ ଉନ୍ନତ କରି ବଢ଼ାଇବାକୁ ପଡ଼ିବ : ଅଧିକ ତଥ୍ୟ ଓ ଆଧାର । (Learn how and when to remove this message)
ନମିତା ଅଗ୍ରୱାଲ
ନମିତା ଅଗ୍ରୱାଲ
ଜନ୍ମ(1969-02-01)୧ ଫେବୃଆରୀ ୧୯୬୯
ବୃତ୍ତି(ସମୂହ)ଭଜନ ଓ ପ୍ରଚ୍ଛଦପଟ ଗାୟିକା, ପ୍ରଯୋଜିକା
ସକ୍ରିୟ ବର୍ଷ୧୯୮୯ - ଏବେଯାଏଁ
ବୈବାହିକ-ସାଥୀସୀତାରାମ ଅଗ୍ରୱାଲ
ୱେବସାଇଟnamitaagrawal.in

ନମିତା ଅଗ୍ରୱାଲ ଜଣେ ଓଡ଼ିଆ ଗାୟିକା ।[] ସେ ନମିତା ନାମରେ ଭଜନ ଓ ନିବେଦିତା ନାମରେ ଆଧୁନିକ ଏବଂ ଚଳଚ୍ଚିତ୍ର ସଂଗୀତ ଗାନ କରନ୍ତି ।[]

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ନମିତା ୧୯୬୯ ମସିହାର ଫେବୃଆରୀ ମାସ ୧ ତାରିଖରେ କଟକର ତୁଳସୀପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଲକ୍ଷ୍ମୀଧର ଦାସ ଓ ମାତା ଅନ୍ନଦାମଞ୍ଜରୀ ଦାସ । ସେ ତାଙ୍କ ପିତାମାତାଙ୍କର ତୃତୀୟ ସନ୍ତାନ ଥିଲେ । ତାଙ୍କ ପୈତୃକ ଗ୍ରାମ ହେଉଛି ନେମାଳ । ସେ ୫ ବର୍ଷ ବୟସରେ ବଡ଼ ଜେଜେବାପା କାଶୀନାଥ ଦାସ ଏବଂ ସାନ ଜେଜେବାପା ଦାଶରଥି ଦାସଙ୍କ ପାଖରୁ ଜଗନ୍ନାଥଙ୍କ ପାରମ୍ପାରିକ ଭଜନ ଗାଇବା ଶିଖିଥିଲେ ।[ଆଧାର ଲୋଡ଼ା]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

୧୯୯୨ ମସିହାରେ ସାଉଣ୍ଡ ଇଞ୍ଜିନିୟର ସୀତାରାମ ଅଗ୍ରୱାଲଙ୍କୁ ନମିତା ବିବାହ କରିଥିଲେ । ସେତେବେଳେ ଅଗ୍ରୱାଲ ତାଙ୍କ ବାପାଙ୍କ ସହ ମିଶି ଜେ.ଇ. କମ୍ପାନୀ ପ୍ରତିଷ୍ଠା କରି ଓଡ଼ିଆ ଗୀତ ପ୍ରସ୍ତୁତ କରୁଥିଲେ । ସୀତାରାମ ଅଗ୍ରୱାଲଙ୍କ ସହ ବିବାହ ପରେ ନମିତା ଦାସ ନମିତା ଅଗ୍ରୱାଲ ଭାବେ ପରିଚିତ ହେଲେ ।[ଆଧାର ଲୋଡ଼ା]

କର୍ମଜୀବନ

[ସମ୍ପାଦନା]

ଦଶବର୍ଷ ବୟସରରେ ସେ ବିଧିବଦ୍ଧ ଭାବେ ଅଖିଳ କୁମାର ଲେଙ୍କା, ନିରୋଜ ନଳିନୀ କୁଅଁର, ତରଣୀ ରଞ୍ଜନ ଜେନା ଓ ବିଶ୍ୱନାଥ ରାଓ ଆଦି ସଂଗୀତ ଗୁରୁଙ୍କଠାରୁ ଓଡ଼ିଶୀ ସଙ୍ଗୀତ, ଛାନ୍ଦ, ଚମ୍ପୂ ଆଦି ଶିଖିବା ଆରମ୍ଭ କରିଥିଲେ । ପରେ ସେ ଜେ.ଭି.ଏସ. ରାଓ, ଦୀପକ ବସୁ, ନିତାଇ ସିହ୍ନାଙ୍କଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ, ସୁନାକର ସାହୁଙ୍କଠାରୁ ସୁଗମ ସଙ୍ଗୀତ ଓ ହରମୋହନ ଖୁଣ୍ଟିଆଙ୍କଠାରୁ ଓଡ଼ିଶୀ ସଙ୍ଗୀତ ଶିକ୍ଷାଲାଭ କରିଥିଲେ ।

ଦଶବର୍ଷ ବୟସରୁ ସେ ଆକାଶବାଣୀ କଟକ କେନ୍ଦ୍ରରେ ଶିଶୁଶିଳ୍ପୀ ଭାବେ ଗୀତ ଗାଇବା ଆରମ୍ଭ କରି ଏବଂ ୧୯୮୬ ମସିହାରେ ୧୬ ବର୍ଷ ବୟସରେ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ଶିଳ୍ପୀ ଭାବେ ଯୋଗ ଦେଇଥିଲେ । ୧୯୮୯ ମସିହାରୁ ସେ ଆକାଶବାଣୀ ବ୍ୟତୀତ ଘରୋଇ ଷ୍ଟୁଡ଼ିଓରେ ଗୀତ ଗାଇବା ଆରମ୍ଭ କରିଥିଲେ ।

୧୯୯୨ ମସିହାରେ ତାଙ୍କର ପ୍ରଥମ ଭଜନ କ୍ୟାସେଟ 'ଅଝଟିଆ କାଳିଆ ' ମୁକ୍ତିଲାଭ କରିଥିଲା । ୧୯୯୩ ମସିହାରେ ସେ ବଳରାମ ଦାସକୃତ ଲକ୍ଷ୍ମୀପୁରାଣ ମଧ୍ୟ ଗାଇଥିଲେ l ଅନ୍ୟାନ୍ୟ ପୁରାତନ ଓଡ଼ିଆ କବିଙ୍କ ରଚିତ ପ୍ରାୟ ଏକଶହ ଭକ୍ତିଗୀତସବୁକୁ ସେ ହୃଦୟର ଗୀତ ଶୀର୍ଷକରେ ଗାଇଥିଲେ । ଏଥିମଧ୍ୟରୁ ଜଗନ୍ନାଥ ଦାସକୃତ ଓଡ଼ିଆ ଭାଗବତ ଅନ୍ୟତମ ।

ଓଡ଼ିଆ ବ୍ୟତୀତ ସଂସ୍କୃତ ଶ୍ଳୋକ, ସ୍ତୋତ୍ରମାନ ସେ ଗାଇଛନ୍ତି । ଏଥିମଧ୍ୟରୁ ଗୋବିନ୍ଦ ଦାମୋଦର ସ୍ତୋତ୍ର ଉଲ୍ଲେଖନୀୟ ।

ସେ ନିବେଦିତା ନାମକ ଛଦ୍ମ ନାମରେ ଆଧୁନିକ ଓ ଚଳଚ୍ଚିତ୍ର ଗାଇଛନ୍ତି । ୧୯୯୬ ମସିହାରେ ତାଙ୍କର ପ୍ରଥମ ଆଧୁନିକ କ୍ୟାସେଟ ବାଇଚଢେଇ ମୁକ୍ତିଲାଭ କରିଥିଲା । ୨୦୦୯ ମସିହାରେ ସେ ପ୍ରଥମ କରି ଚଳଚ୍ଚିତ୍ରରେ (ଆକାଶେ କି ରଙ୍ଗ ଲାଗିଲା) ଗୀତ ଗାଇଥିଲେ ।

ଅଗ୍ରୱାଲ ନିଜର କେତେକ ଭଜନରେ ଅଭିନୟ କରଛନ୍ତି । 91.9 ସିଦ୍ଧାର୍ଥ FM, ସିଦ୍ଧାର୍ଥ ଟିଭି, ସିଦ୍ଧାର୍ଥ ମ୍ୟୁଜିକ,ସିଦ୍ଧାର୍ଥ ଗୋଲ୍ଡ,ସିଦ୍ଧାର୍ଥ ଭକ୍ତି ଏବଂ ଜୟ ଜଗନ୍ନାଥ ଟିଭିର ସହ-ପ୍ରତିଷ୍ଠାତ୍ରୀ (ସାର୍ଥକ ମ୍ୟୁଜିକ/ସାର୍ଥକ ଟିଭିର ସେ ସହ-ପ୍ରତିଷ୍ଠାତ୍ରୀ ଥିଲେ)। ସ୍ୱର ଓଡ଼ଶାର ଭଳି କେତେକ ସଙ୍ଗୀତ-ଭିତ୍ତିକ କାର୍ଯ୍ୟକ୍ରମରେ ସେ ବିଚାରିକା ଭାବେ କାର୍ଯ୍ୟ କରିଥିଲେ ।

କଥାଚିତ୍ରରେ ଭୂମିକା

[ସମ୍ପାଦନା]

ଗାୟିକା ଭାବରେ

[ସମ୍ପାଦନା]
  • ଭକ୍ତି ଚନ୍ଦନ
  • ଲକ୍ଷ୍ମୀ ପୁରାଣ
  • ଖୁଆ ଦଉଡି

ଇତ୍ୟାଦି...

ପ୍ରଯୋଜିକା

[ସମ୍ପାଦନା]

ମାନସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. "Special screening of Sabyasachi-Archita's Abhiman Read more at: timesofindia.indiatimes.com/articleshow/70380557.cms?utm_source=contentofinterest&utm_medium=text&utm_campaign=cppst". timesofindia.indiatimes.com. times of india. Retrieved 11 December 2019.
  2. "ରଥଯାତ୍ରାରେ ପରଦାକୁ ଆସିବ ସବ୍ୟସାଚୀ-ଅର୍ଚ୍ଚିତାଙ୍କ 'ଅଭିମାନ'". www.samajalive.in/. samaja. Retrieved 11 December 2019.
  3. "ପୁଣି ବିବାଦରେ ପପୁ: 'ମିଷ୍ଟର କହ୍ନେୟା'କୁ ନେଇ ଥାନାରେ ମାମଲା". www.pratinidhiodia.in. pratinidhi odia. Retrieved 11 December 2019.

ବାହାର ଆଧାର

[ସମ୍ପାଦନା]
{{bottomLinkPreText}} {{bottomLinkText}}
ନମିତା ଅଗ୍ରୱାଲ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?