For faster navigation, this Iframe is preloading the Wikiwand page for ଦାରା ସିଂହ.

ଦାରା ସିଂହ

ଦାରା ସିଂହ
ଜନ୍ମ
ଦିଦାର ସିଂହ ରନ୍ଧୱା

(1928-11-19)୧୯ ନଭେମ୍ବର ୧୯୨୮
ଧର୍ମୁଚକ, ଅମୃତସର, ପଞ୍ଜାବ
ମୃତ୍ୟୁ୧୨ ଜୁଲାଇ ୨୦୧୨(2012-07-12) (ବୟସ ୮୩)[]
ମୁମ୍ବାଇ, ଭାରତ
ମୃତ୍ୟୁର କାରଣହୃଦଘାତ ଓ ମସ୍ତିଷ୍କାଘାତ
ବୃତ୍ତିମଲ୍ଲଯୋଦ୍ଧା ଓ ଅଭିନେତା
ୱେବସାଇଟdara-singh.com

ଦାରା ସିଂହ (୧୯ ନଭେମ୍ବର ୧୯୨୮ – ୧୨ ଜୁଲାଇ ୨୦୧୨), ଭାରତର ଜଣେ ମଲ୍ଲଯୋଦ୍ଧା ଓ କଥାଚିତ୍ର ଅଭିନେତା ଥିଲେ । ତାଙ୍କ ଜନ୍ମ ସ୍ଥାନ ପଞ୍ଜାବର ଅମୃତସର ଜିଲ୍ଲାର ଏକ ଛୋଟ ଗାଁ ଧର୍ମଛକ ।ତାଙ୍କ ବାପାଙ୍କ ନା ସୁରତ ସିଂହ ରାନ୍ଧୱା ଓ ମାଆଙ୍କ ନାମ ବଲୱନ୍ତ କୈର । ସେ ୧୯୬୨ ମସିହାରେ ହିନ୍ଦୀ କଥାଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ସେ ଭାରତୀୟ ଜନତା ପାର୍ଟୀଦ୍ୱାରା ରାଜ୍ୟସଭାର ସଦସ୍ୟ (୨୦୦୩-୨୦୦୯) ଭାବେ ମନୋନୀତ ହୋଇଥିଲେ ।

କୁସ୍ତି ଓ ଅବଦାନ

[ସମ୍ପାଦନା]

ଛୋଟବେଳୁ ସେ ଭାରତୀୟ କୁସ୍ତିରେ ତାଲିମ ପାଇଥିଲେ ।ପରେ ସେ କୁସ୍ତିକୁ ନିଜର ପେସାଭାବେ ଆଦରି ନେଇଥିଲେ ।ତାଙ୍କ ଅମାପ ଶକ୍ତି ଓ ଅଦ୍ୱିତୀୟ କୈଶଳ ଯୋଗୁଁ ସେ ଜଣେ ଅପରାଜେୟ ମଲ୍ଲଯୋଦ୍ଧା ହେଇପାରିଥିଲେ ।ଅଷ୍ଟ୍ରେଲିଆର କିକଂଙ୍ଗ,ନ୍ୟୁଜିଲାଣ୍ଡର ଜଣ୍ଡି ସିଲଭା ଓ କାନାଡାର ଜର୍ଜ ଗୋର୍ଡିଏଙ୍କାଙ୍କୁ ସେ ବହୁତ ଥର ପରାସ୍ତ କରିଥିଲେ । ସବୁଠୁ ଆଶ୍ଚର୍ଯ୍ୟର କଥା ସେ ନିଜ ଜୀବନ କାଳମଧ୍ୟରେ ୫୦୦ ଥର କୁସ୍ତି ଲଢିଥିଲେ ଏବଂ କୈଣସି ଥର ମଧ୍ୟ ହାରି ନ ଥିଲେ ।୧୯୫୯ ମସିହାରେ ସେ କମନୱେଲଥ ଗେମସ୍ରେ ସ୍ୱର୍ଣ୍ଣ ପଦକ ପାଇଥିଲେ । ୧୯୮୩ମସିହାରେରେ କୁସ୍ତିରୁ ଅବସର ନେଇଥିଲେ । ୧୯୬୬ରେ ରୁସ୍ତମ୍ ଇ ପଞ୍ଜାବ,୧୯୭୮ରେ ରୁସ୍ତମ୍ ଇ ହିନ୍ଦ ଉପାଧି ହାସଲ କରିଥିଲେ ।୧୯୯୬ରେ ତାଙ୍କୁ "'ରେସଲିଂ ଅବଜରଭର ନ୍ୟୁଜଲେଟର ହଲ ଅଫ୍ ଫେମ'"ରେ ସ୍ଥାନିତ କରାଯାଇଥିଲା ।

ଚଳଚ୍ଚିତ୍ର ଓ ଅଭିନୟ

[ସମ୍ପାଦନା]

ଅନେକ ହିନ୍ଦୀ ଓ ପଞ୍ଜାବୀ ସିନେମା ତାଙ୍କର ଶକ୍ତିକୁ ନେଇ ତିଆରି ହୋଇଛି । ତା ମଧ୍ୟରୁ କିଂକଙ୍ଗ, ତାରଜନ୍ ଓ ହରକ୍ୟୁଲେସ୍ ଅନ୍ୟତମ । ପରବର୍ତ୍ତୀ ସମୟରେ ସେ ଜଣେ ପ୍ରିୟ ଚରିତ୍ର ଅଭିନେତା ଭାବରେ ପରିଣତ ହେଇଥିଲେ ।ଆନନ୍ଦ,ମେର ନାମ୍ ଜୋକର,ଜୱାନ ମର୍ଦ,ଡାକୁ ମଙ୍ଗଲ୍ ସିଂହ,ବକ୍ସର,ଆନ୍ଧି ଔର ତୁଫାନ୍ ଆଦି ୧୪୦ଟି ଚଳଚ୍ଚିତ୍ରରେ ଅଭିନୟ କରି ସେ ରେର୍କଡ କରିଥିଲେ ।ରୁପେଲି ପରଦାରେ ଦର୍ଶକଙ୍କ ମନଜିତି ଥିବା ଦାରା ସିଂହ ଛୋଟ ପରଦାରେ ମଧ୍ୟ କମାଲ ଦେଖାଇଥିଲେ । ୧୯୮୬ରେ ରାମାନନ୍ଦ ସାଗରଙ୍କ ହିନ୍ଦୀ ଧାରାବାହିକ ରାମାୟଣରେ ସେ ହନୁମାନ ଭୁମିକାରେ ଅଭିନୟ କରି କୋଟି କୋଟି ଭାରତୀୟଙ୍କ ପ୍ରିୟ ପାଲଟି ଥିଲେ । ପରେ ରାମାନନ୍ଦ ସାଗର ତାଙ୍କୁ ମହାଭାରାତରେ ମଧ୍ୟ ହନୁମାନ ଭୁମିକାରେ ଅଭିନୟ କରିବାପାଇଁ ଅନୁରୋଧ କରିଥିଲେ । ତାଙ୍କ ଅଭିନୀତ ପଞ୍ଜାବୀ ଫିଲ୍ମ "ମୈ ମା ପଞ୍ଜାବ୍ ଦି" ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭକରିଥିଲା ।୧୯୮୯ରେ ସେ ତାଙ୍କର ଆତ୍ମଜୀବନୀ ମେରି ଆତ୍ମକଥା ପଞ୍ଜାବୀ ଭାଷାରେ ପ୍ରକାଶ କରିଥିଲେ । ପଞ୍ଜାବର ମୋହାଲିଠାରେ ତାଙ୍କ ନାମରେ ଏକ ଷ୍ଟୁଡିଓ ରହିଛି ।୨୦୧୨ ମସିହା ଜୁଲାଇ ୧୨ ତାରିଖରେ ମୁମ୍ବାଇଠାରେ ମୃତ୍ୟୁବରଣ କରିଥିଲେ ।[] [][]

  1. "Veteran actor and wrestler Dara Singh passed away". Yahoo.co.in. Retrieved 12 July 2012.
  2. http://articles.timesofindia.indiatimes.com/2012-07-12/news-interviews/32647791_1_rustam-e-hind-dara-singh-rustam-e-punjab[permanent dead link]
  3. ଓଡ଼ିଆ ଖବର କାଗଜ ସମ୍ବାଦ ତା-୧୩-୦୭-୧୨
  4. ଦୈନିକ ଖବର କାଗଜ ଅହମ୍ମଦାବାଦ ମିରୋର ତା୧୩-୦୭-୧୨ର୨ୟ ପୃଷ୍ଠା
[ସମ୍ପାଦନା]
{{bottomLinkPreText}} {{bottomLinkText}}
ଦାରା ସିଂହ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?