For faster navigation, this Iframe is preloading the Wikiwand page for ଟେଟ୍ରାଲୋଜି ଅଫ ଫ୍ୟାଲଟ.

ଟେଟ୍ରାଲୋଜି ଅଫ ଫ୍ୟାଲଟ

ଟେଟ୍ରାଲୋଜି ଅଫ ଫ୍ୟାଲଟ
ଇଂରାଜୀ ପ୍ରତିଶବ୍ଦ - Fallot’s syndrome, Fallot’s tetrad, Steno-Fallot tetralogy[]
ଗୋଟିଏ ସୁସ୍ଥ ହୃତ୍‌ପିଣ୍ଡ ଓ ଆଉ ଗୋଟିଏ ଟେଟ୍ରାଲୋଜି ଅଫ ଫ୍ୟାଲଟ ଥିବା ହୃତ୍‌ପିଣ୍ଡ ଚିତ୍ର ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିCardiac surgery, pediatrics
ଆଇସିଡ଼ି-୧୦Q21.3
ଆଇସିଡ଼ି-୯-ସିଏମ୍745.2
ଓଏମ୍‌ଆଇଏମ୍187500
ରୋଗ ଡାଟାବେସ4660
ମେଡ଼ିସିନ-ପ୍ଲସ001567
ଇ-ମେଡ଼ିସିନemerg/575
Patient UKଟେଟ୍ରାଲୋଜି ଅଫ ଫ୍ୟାଲଟ
MeSHD013771

ଟେଟ୍ରାଲୋଜି ଅଫ ଫ୍ୟାଲଟ (ଇଂରାଜୀ ଭାଷାରେ Tetralogy of Fallot ବା TOF) ଏକ ଜନ୍ମଗତ ହୃତ୍‌ପିଣ୍ଡ ତୃଟି (congenital heart defect) ଯାହା ଜନ୍ମ ସମୟରେ ଥାଏ ।[] ଏହି ରୋଗରେ ନୀଳ ଚର୍ମ ଲକ୍ଷଣ ଦେଖାଯାଏ ଯାହାକୁ ନୀଳ ରକ୍ତ‌ତା ବା ସ୍ୟାନୋସିସ (bluish color to the skin) ମଧ୍ୟ କୁହାଯାଏ । ରୋଗାକ୍ରାନ୍ତ ଶିଶୁ କ୍ରନ୍ଦନ କରେ ବା ମଳତ୍ୟାଗ କରେ, "ଟେଟ ସ୍ପେଲ" ହେଲେ ଦେହ ନୀଳ ରଙ୍ଗରେ ପରିବର୍ତ୍ତୀତ ହୋଇଯାଏ, ଅଣନିଶ୍ୱାସୀ ହୁଏ, ନିସ୍ତେଜ ଓ ବେଳେବେଳେ ମୂର୍ଚ୍ଛା ହୋଇଯାଏ । ହୃତ୍‌ପିଣ୍ଡ ମରମର (heart murmur)ଶୁଣାଯାଏ, ଆଙ୍ଗୁଠି କ୍ଲବିଙ୍ଗ (finger clubbing) ହୁଏ ଓ ସ୍ତନ୍ୟପାନ (breastfeeding) ସମୟରେ ଥକ୍କା ହୋଇଯାଏ । []

ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି । ଯେଉଁ ମାଆର ମଦ୍ୟପାନ (alcohol) ଅଭ୍ୟାସ ଅଛି, ମଧୁମେହ ଅଛି, ବ‌ୟସ ୪୦ରୁ ଅଧିକ ଅଛି ଓ ଗର୍ଭାବସ୍ଥାରେ ରୁବେଲା ରୋଗ ହୋଇଥିଲା ସେମାନଙ୍କର ଏହି ରୋଗ ସଙ୍କଟ ରହେ । ଡାଉନ ସିଣ୍ଡ୍ରୋମ ସ‌ହିତ ମଧ୍ୟ ଏହି ରୋଗ ରହିପାରେ ।[] ସ୍ୱାଭାବିକ ଭାବରେ ୪ଟି ତୃଟି ଏହି ରୋଗରେ ଥାଏ: ଭେଣ୍ଟ୍ରିକୁଲାର ସେପ୍ଟାଲ ଡିଫେକ୍ଟ (ventricular septal defect), ପଲମୋନାରି ସ୍ଟେନୋସିସ (pulmonary stenosis), ରାଇଟ ଭେଣ୍ଟ୍ରିକୁଲା ହାଇପରଟ୍ରଫି (right ventricular hypertrophy), ଓ ଓଭରରାଇଡିଙ୍ଗ ଆଓର୍ଟା (overriding aorta) । ଭେଣ୍ଟ୍ରିକୁଲାର ସେପ୍ଟାଲ ଡିଫେକ୍ଟରେ ଦୁଇ ନିଳୟ ମଝିରେ ଥିବା କାନ୍ଥରେ ଛିଦ୍ର ଥାଏ, ପଲମୋନାରି ସ୍ଟେନୋସିସରେ ଦକ୍ଷିଣ ନିଳୟରୁ ବାହାରୁଥିବା ଧମନୀର ମୁହଁ ସରୁ ଥାଏ, ଦକ୍ଷିଣ ନିଳୟ ଆକାର ବଡ଼ ହୋଇଥିଲେ ରାଇଟ ଭେଣ୍ଟ୍ରକୁଲାର ହାଇପରଟ୍ରଫି କୁହାଯାଏ ଓ ଓଭରରାଇଡିଙ୍ଗ ଆଓର୍ଟାରେ ଉଭୟ ଦୁଇ ନିଳୟ ମଧ୍ୟରୁ ଆଓର୍ଟାକୁ ରକ୍ତ ଯାଇପାରେ ।[]

ଏହି ରୋଗରେ ଜୀବନର ପ୍ରଥମ ବର୍ଷରେ ଓପନ ହାର୍ଟ ଅପରେଶନ (open heart surgery) କରାଯାଏ । ଶିଶୁର ଲକ୍ଷଣ ଓ ତୃଟିର ଆକାର ଉପରେ ଅପରେଶନ ନିର୍ଭର କରେ । ଏହି ଅପରେଶନରେ ପଲମୋନାରି ଭଲଭର ଆକାର ବଡ଼ କରାଯାଏ ଓ ଭେଣ୍ଟ୍ରିକୁଲାର ସେପ୍ଟାଲ ତୃଟି ମରାମତ କରାଯାଏ । ଛୋଟ ଶିଶୁ ହୋଇଥିଲେ ଅସ୍ଥାୟୀ ଅପରେଶନ କରି ଶିଶୁ ବଡ଼ ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯାଏ ।[] ଅଧିକାଂଶ ରୋଗୀ ଯୁବାବସ୍ଥା ପର୍ଯ୍ୟନ୍ତ ବଞ୍ଚିରହନ୍ତି । [] ଆରିଦମିଆ (irregular heart rate) ଓ ପଲମୋନାରି ରିଗର୍ଜିଟେସନ (pulmonary regurgitation) ଭଳି ଦୀର୍ଘସ୍ଥାୟୀ ସମସ୍ୟା ରହିପାରେ । []

ପ୍ରତି ୨,୦୦୦ ନବଜାତ ଶିଶୁଙ୍କ ମଧ୍ୟରୁ ଗୋଟିଏ ଶିଶୁର ଟେଟ୍ରାଲୋଜି ଅଫ ଫ୍ୟାଲଟ ରୋଗ ଥାଏ ।[] ପୁରୁଷ ଓ ମହିଳା ସମ ଭାବରେ ଆକ୍ରାନ୍ତ ହୁଅନ୍ତି ।[] ଏହା ଏକ ସର୍ବାଧିକ ସାଧାରଣ ଜଟିଳ ଜନ୍ମଗତ ହୃତ୍‌ପିଣ୍ଡ ତୃଟି ରୋଗ ।[] ବ‌ହୁ ପୂର୍ବରୁ ସନ ୧୬୭୧ରେ ନିଏଲ ସ୍ଟେନସେନ (Niels Stensen) ଏହି ରୋଗର ବର୍ଣ୍ଣନା ପ୍ରଥମେ କରିଥିଲେ । ସନ ୧୮୮୮ରେ ଫରାସୀ ଚିକିତ୍ସକ ଏଟିଏନ ଫାଲଟ (Étienne-Louis Arthur Fallot) ଏହି ରୋଗ ବିଷୟରେ ସବିଶେଷ ବର୍ଣ୍ଣନା କରିଥିବାରୁ ତାଙ୍କର ନାମାନୁସାରେ ଏହି ରୋଗର ନାମକରଣ ହୋଇଛି । [] ସନ ୧୯୫୪ରେ ପ୍ରଥମେ ଏହି ରୋଗର ଅପରେଶନ କରାଯାଇଥିଲା ।[]

Video explanation
  1. ୧.୦ ୧.୧ "Fallot's tetralogy". Whonamedit?. Retrieved 2 October 2016.
  2. ୨.୦ ୨.୧ ୨.୨ ୨.୩ ୨.୪ "What Is Tetralogy of Fallot?". NHLBI. 1 July 2011. Retrieved 2 October 2016.
  3. "What Are the Signs and Symptoms of Tetralogy of Fallot?". NHLBI. 1 July 2011. Retrieved 2 October 2016.
  4. "What Causes Tetralogy of Fallot?". NHLBI. 1 July 2011. Retrieved 2 October 2016.
  5. "How Is Tetralogy of Fallot Treated?". NHLBI. July 1, 2011. Retrieved 2 October 2016.
  6. ୬.୦ ୬.୧ Warnes, Carole A. (July 2005). "The Adult With Congenital Heart Disease". Journal of the American College of Cardiology. 46 (1): 1–8. doi:10.1016/j.jacc.2005.02.083. PMID 15992627.
  7. "Types of Congenital Heart Defects". NHLBI. 1 July 2011. Retrieved 2 October 2016.
{{bottomLinkPreText}} {{bottomLinkText}}
ଟେଟ୍ରାଲୋଜି ଅଫ ଫ୍ୟାଲଟ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?