For faster navigation, this Iframe is preloading the Wikiwand page for ଚିଦାମ୍ବରମ ସୁବ୍ରମଣ୍ୟମ.

ଚିଦାମ୍ବରମ ସୁବ୍ରମଣ୍ୟମ

ଚିଦାମ୍ବରମ ସୁବ୍ରମଣ୍ୟମ (CS ନାମରେ ପରିଚିତ) (୩୦ ଜାନୁଆରୀ ୧୯୧୦ – ୭ ନଭେମ୍ବର ୨୦୦୦) ଜଣେ ଭାରତୀୟ ରାଜନୀତିଜ୍ଞ ତଥା ସ୍ୱାଧୀନତା ସଂଗ୍ରାମୀ । ସେ ଭାରତର ସରକାରଙ୍କ କ୍ୟାବିନେଟରେ ଅର୍ଥ ତଥା ରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ ମଧ୍ୟ ସଂପାଦନ କରିଛନ୍ତି । ପରେ ସେ ମହାରାଷ୍ଟ୍ରର ରାଜ୍ୟପାଳରୂପେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । କୃଷି ଏବଂ ଖାଦ୍ୟ ମନ୍ତ୍ରୀଭାବେ ସେ ଭାରତରେ ସବୁଜ ବିପ୍ଳବର ଅୟମାରମ୍ଭ କରିଥିଲେ ଏବଂ ଭାରତକୁ ଖାଦ୍ୟ ଉତ୍ପାଦନରେ ଆତ୍ମ ନିର୍ଭରଶୀଳ କରାଇପାରିଥିଲେ ।[] ସବୁଜ ବିପ୍ଳବରେ ତାଙ୍କର ଉଲ୍ଲେଖନୀୟ ଭୂମିକା ପାଇଁ ୧୯୯୮ରେ ତାଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା ।

ବାଲ୍ୟ ଜୀବନ ଓ ଶିକ୍ଷା

[ସମ୍ପାଦନା]

ସୁବ୍ରମଣ୍ୟମ ତାମିଲନାଡୁସ୍ଥିତ କୋଏମ୍ବାଟୁର ଜିଲ୍ଲାର ପୋଲ୍ଲାଚି ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା କଙ୍ଗୁ ଭେଲ୍ଲାର ଗୋଉଣ୍ଡେର ପରିବାରରେ ୩୦ ଜାନୁଆରୀ ୧୯୧୦ରେ ଜନ୍ମ ଗ୍ରହଣ କରିଥିଲେ । ସୁବ୍ରମଣ୍ୟମ ତାଙ୍କର ପ୍ରାଥମିକ ଶିକ୍ଷା ପୋଲ୍ଲାଚିରେ ସମାପ୍ତ କରି ଚେନ୍ନେଇସ୍ଥିତ ପ୍ରେସିଡେନ୍ସି କଲେଜରେ ପଦାର୍ଥ ବିଜ୍ଞାନରେ ସ୍ୱାତକ ଡିଗ୍ରୀ ହାସଲ କଲେ । ପରବର୍ତ୍ତୀ ସମୟରେ ସେ ମାଡ୍ରାସ ଆଇନ ମହାବିଦ୍ୟାଳୟରୁ ସେ ଆଇନରେ ସ୍ନାତକ ଡିଗ୍ରୀ ଲାଭ କଲେ । ମହାବିଦ୍ୟାଳୟ ଶିକ୍ଷା କାଳରେ ସେ ଅସ୍ପୃଶ୍ୟତା ବିରୁଦ୍ଧରେ ଏକ ଅଭିଯାନ "Vanamalar Sangam" ଆରମ୍ଭ କଲେ ଏବଂ Periyasaamy Thooran, K. S. Ramaswamy Gounder, O. V. Alagesan and Justice Palanisami and Dr. L.K.Muthusamy of Lakkapuram, Erode ସହ ମିଶି ପିଠାନ ନାମକ ଏକ ପତ୍ରିକା ପ୍ରକାଶନ କଲେ ।[] ଏସବୁ କ୍ଷେତ୍ରରେ ତାଙ୍କ ମାମୁଁ ସ୍ୱମୀ ଚିଦ୍‌ଭାବାନନ୍ଦ ତାଙ୍କୁ ଏଥିପାଇଁ ପ୍ରେରଣା ଦେଉଥିଲେ ।

ସ୍ୱାଧୀନତା ଆନ୍ଦୋଳନରେ ଭୂମିକା

[ସମ୍ପାଦନା]

ସୁବ୍ରମଣ୍ୟମ ତାଙ୍କ କଲେଜ ଜୀବନରେ ଗାନ୍ଧିଜୀଙ୍କ ଆଇନ ଅମାନ୍ୟ ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ୧୯୪୨ର ଭାରତ ଛାଡ଼ ଆନ୍ଦୋଳନରେ ଭାଗ ନେଇ ସେ ଜେଲ ଯାଇଥିଲେ । []ଭାରତର ସମ୍ବିଧାନ ପ୍ରଣୟନ ନିମିତ୍ତ ଗଠିତ କନଷ୍ଟିଚୁଏଣ୍ଟ ଆସେମ୍ଳିର ଏକ ସଭ୍ୟ ମଧ୍ୟ ଥିଲେ ସେ । ରାଜାଜୀ ଓ କେ. କାମରାଜଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ୧୯୫୨ରୁ ୧୯୬୨ ମଧ୍ୟରେ ସେ ମାଡ୍ରାସର ଶିକ୍ଷା, ଆଇନ ଓ ଅର୍ଥ ମନ୍ତ୍ରୀ ଥିଲେ । ୧୯୬୨ରେ ସେ ସାଂସଦଭାବେ ନିର୍ବାଚିତ ହୋଇ ଇସ୍ପାତ ଓ ଖଣି ମନ୍ତ୍ରୀଭାବେ ଦାୟିତ୍ୱ ତୁଲାଇ ଥିଲେ । ୨ ମେ ୧୯୭୧ରୁ ୨୨ ଜୁଲାଇ ୧୯୭୨ ପର୍ଯ୍ୟନ୍ତ ସେ ଯୋଜନା କମିଶନର ଉପାଧ୍ୟକ୍ଷ ଥିଲେ ।

ପ୍ରକାଶିତ ବହି

[ସମ୍ପାଦନା]
  • The New Strategy in Indian Agriculture
  • Some Countries which I visited Round The World
  • The India of My Dreams
  1. "Hon'ble Shri C. Subramaniam". www.web.archieve.org. 7 April 2013. Archived from the original on 7 April 2013. Retrieved 18 August 2018.
  2. "In memory of ..." www.thenindu.com. Retrieved 18 August 2018.
  3. "The Hindu : CS ushered in Green Revolution". www.thehindu.com. Retrieved 18 August 2018.
{{bottomLinkPreText}} {{bottomLinkText}}
ଚିଦାମ୍ବରମ ସୁବ୍ରମଣ୍ୟମ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?