For faster navigation, this Iframe is preloading the Wikiwand page for କନ୍ନଗୀ.

କନ୍ନଗୀ

କନ୍ନଗୀ
କନ୍ନଗୀ
ଚେନ୍ନାଇର ମରିନା ବେଳାଭୂମିରେ କନ୍ନଗୀଙ୍କ ପ୍ରତିମୂର୍ତ୍ତି

କନ୍ନଗୀ (ଆନୁମାନିକ ଖ୍ରୀଷ୍ଟାବ୍ଦ ୧୦୦-୩୦୦) ହେଉଛନ୍ତି ଜଣେ ମହିୟସୀ ତାମିଲ୍ ମହିଳା । ଇଲାଂଗୋ ଅଡିଗଲ୍‍ଙ୍କଦ୍ୱାରା ଲିଖିତ ଶିଳାପଦିକରଣ ପୁସ୍ତକ ତଥା କଥାଚିତ୍ରର ମୁଖ୍ୟ ନାରୀ ଚରିତ୍ର ହେଉଛନ୍ତି କନ୍ନଗୀ । ନିଜ ସ୍ୱାମୀ କୋଭଲନ୍‍ଙ୍କ ଅକାରଣ ମୃତ୍ୟୁର କାରଣ ସାଜିଥିବା ମଦୁରାଇର ପାଣ୍ଡ୍ୟ ରାଜାଙ୍କ ବିରୁଦ୍ଧରେ କନ୍ନଗୀଙ୍କ ପ୍ରତିଶୋଧର କାହାଣୀ ଏହି ଚଳଚ୍ଚିତ୍ରର ମୁଖ୍ୟ ବିଷୟବସ୍ତୁ ।

ଇତିହାସ

[ସମ୍ପାଦନା]
ପୁମ୍ପୁହାରରେ ରହିଥିବା କନ୍ନଗୀ ମୂର୍ତ୍ତି

ପୁହାର ଗ୍ରାମରେ ବୈଶ୍ୟମାନଙ୍କର ନାଗାରଥାର୍ ଗୋଷ୍ଠୀର [][][] ଜଣେ ସମ୍ଭ୍ରାନ୍ତ ବଣିକଙ୍କ ପୁତ୍ର ଥିଲେ କୋଭଲନ୍ । ସେ କନ୍ନଗୀଙ୍କୁ ବିବାହ କରିଥିଲେ । କୋଭଲନ୍ ମାଧବୀନାମିକା ଜଣେ ନର୍ତ୍ତକୀଙ୍କ ମୋହରେ ପଡ଼ି ନିଜର ଧନ ସମ୍ପତ୍ତି ମାଧବୀଙ୍କ ଉପରେ ଉଡ଼ାଇବାକୁ ଲାଗିଲେ । ସମ୍ପୂର୍ଣ୍ଣ ଭାବେ ଦରିଦ୍ର ହେବାପରେ କୋଭଲନ୍‍ଙ୍କ ଜ୍ଞାନ ଉଦୟ ହେଲା ଓ ସେ ନିଜ ସ୍ତ୍ରୀ କନ୍ନଗୀଙ୍କ ପାଖକୁ ଫେରି ଆସିଲେ । କନ୍ନଗୀଙ୍କ ମୂଲ୍ୟବାନ ଅଳଙ୍କାର ବିକି ସେଥିରୁ ମିଳିଥିବା ପଇସାକୁ ନେଇ ମଦୁରାଇରେ ବ୍ୟବସାୟ କରି ନିଜ ହୃତ ବୈଭବ ଫେରି ପାଇବାକୁ କୋଭଲନ୍ ଆଶା କରିଥିଲେ ।

ସେ ସମୟରେ ପାଣ୍ଡ୍ୟ ରାଜବଂଶର ପ୍ରଥମ ନିଦୁଂଜ ଚେଲିୟାନ୍ ମଦୁରାଇରେ ରାଜୁତି କରୁଥିଲେ । କୋଭଲନ୍ ନିଜ ସ୍ତ୍ରୀଙ୍କ ଚୁଡ଼ି ବିକିବାକୁ ଚେଷ୍ଟା କରୁଥିବା ସମୟରେ ଏହା ପୂର୍ବରୁ ଚୋରି ଯାଇଥିବା ରାଣୀଙ୍କ ଅଳଙ୍କାର ବୋଲି ମିଥ୍ୟା ସନ୍ଦେହ ସୃଷ୍ଟି ହେଲା । କୋଭଲନ୍‍ ରାଣୀଙ୍କ ଅଳଙ୍କାର ଚୋରାଇଛନ୍ତି ବୋଲି ମିଥ୍ୟା ଅଭିଯୋଗ କରାଗଲା ଓ ବିଚାର କରାନଯାଇ କୋଭଲନ୍‍ଙ୍କ ମୁଣ୍ଡଚ୍ଛେଦ କରାଗଲା । କନ୍ନଗୀ ଏହା ଜାଣିବା ପରେ ରାଗରେ ନିଆଁବାଣ ହୋଇଗଲେ ଓ ରାଜାଙ୍କ ସମ୍ମୁଖରେ ନିଜ ସ୍ୱାମୀଙ୍କ ନିର୍ଦ୍ଦୋଷତା ପ୍ରମାଣ କରିବା ପାଇଁ ବାହାରି ପଡ଼ିଲେ ।

ରାଜାଙ୍କ ଦରବାରକୁ ଆସି କନ୍ନଗୀ କୋଭଲନ୍‍ଙ୍କଠାରୁ ଜବତ ହୋଇଥିବା ଚୁଡ଼ିରେ ମାଣିକ୍ୟ ଥିବା ଦେଖାଇଲେ ଯେବେକି ରାଣୀଙ୍କ ହଜିଯାଇଥିବା ଚୁଡ଼ିରେ ମୁକ୍ତା ଖଚିତ ହୋଇଥିଲା । ଘୋର ଅନ୍ୟାୟ କରିଥିବା ରାଜା ନିଜ ଭୁଲ ବୁଝିପାରି ଲାଜରେ ଆତ୍ମହତ୍ୟା କଲେ । ସମସ୍ତ ମଦୁରାଇ ସହର ଜଳିଯାଉ ବୋଲି ରାଗରେ କନ୍ନଗୀ ଅଭିଶାପ ଦେଇଥିଲେ । ଜଣେ ସତୀର ଏପରି ଅଭିଶାପରେ ପାଣ୍ଡ୍ୟମାନଙ୍କ ରାଜଧାନୀ ଜଳିବାକୁ ଲାଗିଲା ଓ ବହୁ ଧନଧାନ୍ୟ ପୋଡ଼ି ନଷ୍ଟ ହୋଇଗଲା । ପରେ ଦେବୀ ମୀନାକ୍ଷୀଙ୍କ ଅନୁରୋଧ ଓ ଆଶ୍ୱାସନାରେ କନ୍କଗୀଙ୍କ କ୍ରୋଧ ଶାନ୍ତ ହେଲା ଓ ସେ ମୋକ୍ଷପ୍ରାପ୍ତି କଲେ । ଏହି କାହାଣୀ କବି ଇଲାଂଗୋ ଆଡିଗଲ୍‍ଙ୍କ କବିତା ଶିଳାପଦିକରଣରେ ବର୍ଣ୍ଣିତ ହୋଇଛି ।

ପୁମ୍ପୁହାରର କନ୍ନଗୀ ସଂଗ୍ରହାଳୟ
ଥାମ୍ବିଲୁୱିଲ୍‍ର ଶ୍ରୀ କନ୍ନକୀ ଅମ୍ମା ମନ୍ଦିରରେ ଦେବୀ କନ୍ନଗୀଙ୍କ ମୂର୍ତ୍ତି

କନ୍ନଗୀ ବା କନ୍ନକୀ ଅମ୍ମା ସତୀତ୍ୱର ପ୍ରତୀକ ଓ ଜଣେ ମହାନ ଦେବୀ ରୂପେ କେତେକ ସ୍ଥାନରେ ପୂଜା ପାଆନ୍ତି । ଶ୍ରୀଲଙ୍କାର ସିଂହଳୀ ବୌଦ୍ଧଧର୍ମାବଲମ୍ବୀମାନେ [] କନ୍ନଗୀଙ୍କୁ ପତ୍ତିନୀ ଦେବୀ ଭାବେ ପୂଜା କରନ୍ତି । ସିଂହଳୀ ତାମିଲ୍ ହିନ୍ଦୁମାନଙ୍କ ମଧ୍ୟରେ କନ୍ନକୀ ଅମ୍ମା ଓ ଦକ୍ଷିଣ ଭାରତୀୟ କେରଳ ରାଜ୍ୟରେ କୋଦୁଂଗଲୁର୍ ଭଗବତୀଆଟୁକାଲ୍ ଦେବୀ ନାମରେ ମଧ୍ୟ ସେ ପୂଜିତା । କେରଳୀମାନଙ୍କ ବିଶ୍ୱାସ ଯେ ଭଦ୍ରକାଳୀଙ୍କ ଅବତାର କନ୍ନଗୀ ଦେବୀ କୋଦୁଂଗଲୁର୍‍ଠାରେ ଆବିର୍ଭୂତା ହୋଇଥିଲେ ଓ କୋଦୁଂଗଲୁର୍ ମନ୍ଦିରରେ ମୋକ୍ଷଲାଭ କରିଥିଲେ । [][]

କନ୍ନଗୀଙ୍କ ଲୋକପ୍ରିୟତା

[ସମ୍ପାଦନା]

ଆର୍. ଏସ୍. ମଣିଙ୍କ ନିର୍ଦ୍ଦେଶନାରେ ୧୯୪୨ ମସିହାରେ କନ୍ନଗୀ ନାମକ ଏକ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା । ଶିଳାପଦିକାରମ୍ ବା ଶିଳାପଦିକରଣ ଉପରେ ପର୍ଯ୍ୟବସିତ ଏହା ପ୍ରଥମ ତାମିଲ୍ ଚଳଚ୍ଚିତ୍ର ଥିଲା । ସମାନ ବିଷୟବସ୍ତୁ ଉପରେ ୧୯୬୪ ମସିହାରେ ପୁମ୍ପୁହାର ନାମକ ଆଉ ଏକ ଚଳଚ୍ଚିତ୍ର ପ୍ରକାଶ ପାଇଥିଲା । ଚେନ୍ନାଇ (ମାନ୍ଦ୍ରାଜ)ର ମରିନା ବେଳାଭୂମିରେ କନ୍ନଗୀଙ୍କର ଏକ ପ୍ରସ୍ତର ମୂର୍ତ୍ତି ରହିଛି । ଏଥିରେ ଶିଳାପଦିକରଣର ଏକ ଦୃଶ୍ୟ ଯେଉଁଥିରେ କନ୍ନଗୀ ହାତରେ ଚୁଡ଼ି ଧରିଛନ୍ତି ତାହା ପ୍ରଦର୍ଶିତ ହୋଇଛି । ଯାନବାହନ ଚଳାଚଳରେ ବାଧା ସୃଷ୍ଟି କରୁଥିବା କାରଣରୁ ୨୦୦୧ ମସିହାରେ ଏହି ମୂର୍ତ୍ତିକୁ ହଟାଇ ଦିଆଯାଇଥିଲା । [][] ୨୦୦୬ ମସିହାରେ ଏହାକୁ ପୁନର୍ବାର ପ୍ରତିଷ୍ଠା କରାଗଲା । [][୧୦]

ପତ୍ତିନୀ ଦେବୀ ବା କନ୍ନଗୀଙ୍କ ଉପରେ ୨୦୧୬ ମସିହା ମଇ ୫ ତାରିଖ ଦିନ ଶ୍ରୀଲଙ୍କାରେ ପତ୍ତିନୀ ନାମକ ଏକ ସିଂହଳୀ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା ଓ ଏଥିରେ ପୂଜା ଉମାଶଙ୍କର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । [୧୧]

୧୯୯୦ ଦଶନ୍ଧିରେ ଦୂରଦର୍ଶନରେ ଉପାସନା ନାମକ ଏକ ଧାରାବାହିକ ପ୍ରସାରିତ ହେଉଥିଲା । ଏହି ଧାରାବାହିକ ଶିଳାପଦିକାରମ୍ ଓ ମଣିମେକଳାଇ ପୁସ୍ତକମାନଙ୍କରେ ବର୍ଣ୍ଣିତ କାହାଣୀ ଉପରେ ପର୍ଯ୍ୟବସିତ ଥିଲା ।

  1. Nagarathar Heritage (2017-06-07), Chettinad - Nagarathar - Ancient Town | Poompuhar | Kovalan Kannagi | Kaveripoompattinam | Chettiar, retrieved 2017-08-28
  2. "Nagarathar children trace their roots". The Hindu (in ଇଂରାଜୀ). Retrieved 2017-08-28.
  3. "Welcome to Nagarathar Ikkiya Sangam". nagaratharikkiyasangam.org (in ଇଂରାଜୀ). Retrieved 2017-08-28.
  4. R.K.K. Rajarajan (2016) Dance of Ardhanārī as Pattinī-Kaṉṉaki: With special reference to the Cilappatikāram. Berliner Indologische Studien, Berlin, Vol. 13/14, pp. 401-14. ISBN 978-3-447-05676-2. https://www.academia.edu/2955548/Dance_of_Ardhanari_as_Pattini-Kannaki_with_special_reference_to_the_Cilappatikaram and R.K.K. Rajarajan (2012) Dance of Ardhanārī. A Historiographical Retrospection. In Tiziana Lorenzetti and Fabio Scialpi eds. Glimpses of Indian History and Art. Reflections on the Past, Perspectives for the Future. Roma: SAPIENZA Università Editrice, pp. 233-270. ISBN 978-88-95814-85-8. https://www.academia.edu/3740760/Dance_of_Ardhan%C4%81r%C4%AB._A_Historiographical_Retrospection
  5. Shankar Radhakrishnan HAI Bubbling over with devotion The Hindu news.
  6. R.K.K. Rajarajan (2016) Masterpieces of Indian Literature and Art - Tears of Kaṇṇaki: Annals and Iconology of the ‘Cilappatikāram’. Sharada Publishing House, New Delhi. Pages xix + 412, photos 143, ISBN 978-93-83221-14-1. https://www.academia.edu/30222114/Masterpieces_of_Indian_Literature_and_Art_-_Tears_of_Ka%E1%B9%87%E1%B9%87aki_Annals_and_Iconology_of_the_Cilappatik%C4%81ram_
  7. "Presidency College ground ideal for Kannagi statue: panel". The Hindu. Chennai: The Hindu. 16 June 2002. Archived from the original on 25 January 2013. Retrieved 9 Oct 2011.
  8. "Kannagi statue to be reinstalled on Jun 3: Governor". One India News. OneIndiaNews.com. 24 May 2006. Retrieved 9 Oct 2011.
  9. Menon, Jaya (16 May 2006). "On Marina beach, Karunanidhi keeps date with Kannagi". Indian Express. indianexpress.com. Retrieved 9 Oct 2011.
  10. Tiwari, Binita (23 August 2007). "Kannagi's statue adorned Marina Beach". Newstrack India. Newstrack India. Retrieved 9 Oct 2011.
  11. "Pathini Sinhala Film by Sunil Ariyaratne". Sandeshaya. Retrieved 2 May 2016.

ଆହୁରି ଦେଖନ୍ତୁ

[ସମ୍ପାଦନା]

କନ୍ନକୀ ଅମ୍ମା

{{bottomLinkPreText}} {{bottomLinkText}}
କନ୍ନଗୀ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?