For faster navigation, this Iframe is preloading the Wikiwand page for ଅନନ୍ୟା ଶ୍ରୀତମ ନନ୍ଦ.

ଅନନ୍ୟା ଶ୍ରୀତମ ନନ୍ଦ

ଅନନ୍ୟା ଶ୍ରୀତମ ନନ୍ଦ
ଜନ୍ମ
ଅନନ୍ୟା ଶ୍ରୀତମ ନନ୍ଦ

ବ୍ରାହ୍ମଳ ଆଳନ୍ଦିଆ, ପୁରୀ ଜିଲ୍ଲା
ଜାତୀୟତା ଭାରତୀୟ
ପ୍ରସିଦ୍ଧିକଣ୍ଠଶିଳ୍ପୀ
ପିତାମାତା(s)ପ୍ରସନ୍ନ କୁମାର ନନ୍ଦ (ବାପା)
ପ୍ରଶାନ୍ତୀ ନନ୍ଦ (ମାଆ)
ପୁରସ୍କାରଇଣ୍ଡିଆନ ଆଇଡଲ ଜୁନିଅର-୨

ଅନନ୍ୟା ଶ୍ରୀତମ ନନ୍ଦ ଜଣେ ଓଡ଼ିଆ ଗାୟିକା । ସେ ୨୦୧୫ ମସିହାର ସଙ୍ଗୀତ ପ୍ରତିଯୋଗିତା ଇଣ୍ଡିଆନ ଆଇଡଲ ସିଜିନ-୨ରେ "ଇଣ୍ଡିଆନ ଆଇଡଲ ଜୁନିୟର-୨"ରେ ବିଜୟିନୀ ହୋଇଥିଲେ ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ପୁରୀ ଜିଲ୍ଲା ପ୍ରତାପ ପୁରୁଷୋତ୍ତମପୁର ଅନ୍ତର୍ଗତ ବ୍ରାହ୍ମଣ ଆଳନ୍ଦିଆ ଅଞ୍ଚଳର ପ୍ରସନ୍ନ କୁମାର ନନ୍ଦ ଏବଂ ପ୍ରଶାନ୍ତୀ ନନ୍ଦଙ୍କ ଝିଅ ଅନନ୍ୟା । ଅନନ୍ୟା ଭୁବନେଶ୍ୱର ପୋଖରୀପୁଟ ଡିଏଭି ସ୍କୁଲରେ ନବମ ଶ୍ରେଣୀରେ ଅଧ୍ୟୟନ କରନ୍ତି । ୪ ବର୍ଷ ବୟସରୁ ଅନନ୍ୟା ସଙ୍ଗୀତ ପ୍ରତି ରୁଚି ରଖିଥିଲେ । ନୀଳମଣି ଓଝା ତାଙ୍କର ପ୍ରଥମ ସଙ୍ଗୀତ ଗୁରୁ ଥିଲେ । ଏବେ ପଣ୍ଡିତ ଡକ୍ଟର ଚିତ୍ତରଞ୍ଜନ ପାଣି ତାଙ୍କୁ ସଙ୍ଗୀତ ଶିକ୍ଷା ଦେଉଛନ୍ତି ।

ଜାତୀୟସ୍ତରରେ ପ୍ରତିଯୋଗିତାମାନଙ୍କରେ ଅଂଶଗ୍ରହଣ

[ସମ୍ପାଦନା]

ପୂର୍ବରୁ ସେ ୨୦୧୧ରେ ଜି ଟିଭିରେ ପ୍ରସାରିତ ସାରେଗାମା ଲିଟିଲ ଚାମ୍ପ, ୨୦୧୩ରେ ଇଣ୍ଡିଆନ ଆଇଡଲ, ୨୦୧୪ରେ ସାରେଗାମା ଲିଟଲ ଚାମ୍ପରେ ଅଂଶ ଗ୍ରହଣ କରିଥିଲେ ମଧ୍ୟ ସଫଳତା ପାଇ ନ ଥିଲେ ।

ଇଣ୍ଡିଆନ ଆଇଡଲ ସିଜିନ-୨

[ସମ୍ପାଦନା]

ଟିଭି ଚ୍ୟାନେଲ ‘ସୋନି ଏଣ୍ଟରଟେନମେଣ୍ଟ’ଦ୍ୱାରା ପ୍ରସାରିତ ‘ଇଣ୍ଡିଆନ ଆଇଡଲ ଜୁନିୟର-୨’ରେ ୨୦୧୫ ମେ’ ୩୦ରୁ ୩ ମାସରୁ ଊଦ୍ଧ୍ୱର୍କାଳ ଧରି ଜାରି ରହିଥିବା ପ୍ରତିଯୋଗିତାରେ ଅନନ୍ୟା ବିଗତ ୨୫ ରାଉଣ୍ଡରେ ବିଭିନ୍ନ କିଶୋର ପ୍ରତିଭାଙ୍କୁ ଅତିକ୍ରମ କରି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ । ୨୦୧୫ ସେପ୍ଟେମ୍ବର ଗ୍ରାଣ୍ଡ ଫାଇନାଲ (ଚୂଡ଼ାନ୍ତ ପ୍ରତିଯୋଗିତା)କୁ ଉନ୍ନିତ ହୋଇଥିଲେ । ୨୦୧୫ ସେପ୍ଟେମ୍ବର ୪ ତାରିଖରେ ଶେଷ ହୋଇଥିବା ଏସଏମଏସ ଭୋଟିଂରେ ସର୍ବାଧିକ ଭୋଟ ପାଇ ‘ଇଣ୍ଡିଆନ ଆଇଡଲ ଜୁନିୟର-୨’ ଟ୍ରଫି ହାସଲ କରିଥିଲେ । [] ଋତୁରାଜ ମହାନ୍ତିଙ୍କ ଭଳି ସେହି ବର୍ଷ ରାଜ୍ୟକୁ ଗୌରବାନ୍ୱିତ କରିଥିଲେ । ଗ୍ରାଣ୍ଡ ଫାଇନାଲର ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ଏକମାତ୍ର ବାଳକ ବୈଷ୍ଣବ ଗିରିଶ (କେରଳ) ଅନ୍ତର ହୋଇଥିବା ବେଳେ ଚୂଡ଼ାନ୍ତ ପର୍ଯ୍ୟାୟରେ ଅନନ୍ୟାଙ୍କ ସହ ଅନ୍ୟ ଦୁଇ ପ୍ରତିଯୋଗୀ ନିତ୍ୟଶ୍ରୀ ଭେଙ୍କଟରମଣନ (ତାମିଲନାଡୁ) ଓ ନାହିଦ ଆଫ୍ରିନ (ଆସାମ) ତିବ୍ର ପ୍ରତିଦ୍ୱନ୍ଦୀତା କରିଥିଲେ ।[] ଅନନ୍ୟା ପ୍ରାରମ୍ଭରୁ ସୁଲଳିତ ସ୍ୱରରେ ‘ସାରିକେ ଫଲ୍ସା’, ‘ରାନୀ ତୁ ମୈ ରାଜା’, ‘ତମାନ ଚେ ପେ ଡିସ୍କୋ’, ‘ସୱର ଲୁଁ’ ଓ ‘ହର କିସିକୋ ନେହିଁ’ ଆଦି ସଂଗୀତ ଉପସ୍ଥିତ ବିଚାରକ ଓ ଦର୍ଶକମାନଙ୍କୁ ବିମୋହିତ କରିଥିଲେ । ଅଭିନେତା ଶତ୍ରୁଘ୍ନ ସିହ୍ନା ଅନନ୍ୟାଙ୍କୁ ଉତ୍ସାହିତ କରିବାରେ ଲାଗିଥିଲେ । [] ଗ୍ରାଣ୍ଡ ଫିନାଲେରେ ତାଙ୍କ କଣ୍ଠରୁ ମୁର୍ଚ୍ଛିତ ବଲିଉଡ଼ ଫିଲ୍ମର ଶାସ୍ତ୍ରୀୟ ଓ ପପ ଗୀତରେ ଫିଲ୍ମ କଳାକାର ଅନିଲ କପୁର, ଜନ ଆବ୍ରାହମ, ସୋନାକ୍ଷୀ ସିହ୍ନା, ସଙ୍ଗୀତ ନିର୍ଦ୍ଧେଶ ସଲିମ ମର୍ଚ୍ଚାଣ୍ଟ, ବିସାଲ ଧଧଲାନି ପ୍ରମୁଖ ବିମୋହିତ ହୋଇଥିଲେ । [] ଓଡ଼ିଆ ଝିଅ ଅନନ୍ୟା ପିଲାଦିନୁ ଶାସ୍ତ୍ରୀୟ ଗାୟନରେ ନିପୁଣା । ଇଣ୍ଡିଆନ ଆଇଡଲ ଜୁନିଅରରେ ମେଲୋଡି କ୍ୱିନ ଲତାଙ୍କ ଏଭର ଗ୍ରୀନ ଗୀତ ‘ମେରି ଆୱାଜ ହି ପେହେଚାନ ହେ….’ଠାରୁ ଆରମ୍ଭ କରି କେକେଙ୍କର ‘ଓ ମେରି ଜାନ….’ ଗୀତ ପରିବେଷଣରେ ବିଚାରକଙ୍କଠାରୁ ବହୁ ପ୍ରଶଂସା ପାଇଥିଲେ । ଏହି ପ୍ରତିଯୋଗିତାରେ ହାଇ ପିଚ ଗୀତଗୁଡିକୁ ବିନା ପ୍ରତିବନ୍ଧକରେ ଉପସ୍ଥାପନ କରିବା ତାଙ୍କର ସ୍ୱାତନ୍ତ୍ର୍ୟତା ଥିଲା । ୨୦୧୫ ମସିହା ୬ ସେପ୍ଟେମ୍ବରଏର ସେହି ଗ୍ରାଣ୍ଡ ଫିନାଲେରେ ଅନନ୍ୟାଙ୍କୁ ସୋନି ଏଣ୍ଟରଟେନମେଣ୍ଟ ଚ୍ୟାନେଲ ପକ୍ଷରୁ ଟ୍ରଫି ସହ ପକ୍ଷରୁ ବର୍ଷିକିଆ ଚୁକ୍ତି ବାବଦରେ ୧୦ ଲକ୍ଷ ଟଙ୍କାର ଚେକ ଗ୍ରହଣ କରିଥିଲେ । ପ୍ରତିଯୋଗିତାର ସହ ପ୍ରାଯୋଜକ ହିଣ୍ଡବେର ପକ୍ଷରୁ ୩ ଲକ୍ଷ, ହର୍ଲିକ୍ସ ପକ୍ଷରୁ ୨ଲକ୍ଷ, କୁଇକ ହିଲ, ୟୁରେକା, ୯୯ ଏକରର୍ସ.କମ ଆଦି ୫ଟି ସଂସ୍ଥା ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଥିଲେ । ଏଥିସହିତ ତାଙ୍କୁ ୟାମାହା ଆରଏକ୍ସ-୧୦୦ ବାଇକ ମିଳିଥିଲା । [] []

ପୁରସ୍କାର ଏବଂ ସମ୍ମାନ

[ସମ୍ପାଦନା]

ଅନନ୍ୟା ୪ ବର୍ଷ ବୟସରୁ ଅନେକ ପୁରସ୍କାର ପାଇଛନ୍ତି । ସ୍ୱର ବିଚିତ୍ରା, ଗୀତ ତରଙ୍ଗ, ରୋଟାରୀ କ୍ଲବ, ସଙ୍ଗୀତ ବିଚିତ୍ରା, ରୁଚି ସନ୍ଧାନ, ଗଜଲକ୍ଷ୍ମୀ ସମ୍ମାନ, ସଙ୍ଗୀତ ସୁଧାକର, ସଙ୍ଗୀତ ବିବଧା ସମ୍ମାନ, ଏସଭି ଗୃପ ପ୍ରଫୁଲ୍ଳ କର ଫାଉଣ୍ଡେସନ, ଅକ୍ଷୟ ମହାନ୍ତି ଫାଉଣ୍ଡେସନ, ମୂର୍ଚ୍ଚନା, ରୋଟାରୀ କ୍ଲବ ଆଦି ସମ୍ମାନ ପାଇଛନ୍ତି । ମାତ୍ର ତେର ବୟସରେ ଇଣ୍ଡିଆନ ଆଇଡଲ ଜୁନିଅର-୨ ଟ୍ରଫି ହାସଲ କରିଥିଲେ ।[]

  1. "Ananya Sritam Nanda wins 'Indian Idol Junior'". ABP NEWS. Retrieved 6 September 2015.
  2. "Ananya Sritam Nanda from Odisha wins Indian Idol Junior?". ODISHA NEWS INSIGHT. Retrieved 6 September 2015.
  3. "ଅନନ୍ୟ 'ଅନନ୍ୟା'". Archived from the original on 8 September 2015. Retrieved 8 September 2015.
  4. "ଆଶା ! ଅନନ୍ୟା". ସର୍ବସାଧାରଣ. Archived from the original on 22 February 2017. Retrieved 6 September 2015.
  5. "Ananya Sritam Nanda wins 'Indian Idol Junior'". ABP NEWS. Retrieved 6 September 2015.
  6. "Indian Idol Junior 2 Grand Finale: Ananya Sritam Nanda declared winner of the singing reality show!". INDIA.COM. Retrieved 6 September 2015.
  7. "ଇଣ୍ଡିଆନ ଆଇଡଲ ଜୁନିୟର ସିଜନ ୨ ମୁକୁଟ ଜିତିଲେ ଅନନ୍ୟା". ଓଡ଼ିଶା ରିପୋର୍ଟର. Retrieved 6 September 2015.
{{bottomLinkPreText}} {{bottomLinkText}}
ଅନନ୍ୟା ଶ୍ରୀତମ ନନ୍ଦ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?